Latest Weather Update: ରାଜ୍ୟରେ ପ୍ରବଳ ବର୍ଷା ନେଇ ବିଭାଗ ପକ୍ଷରୁ ରେଡ଼ ଆର୍ଲଟ ଜାରି
Advertisement
Article Detail0/zeeodisha/odisha1837410

Latest Weather Update: ରାଜ୍ୟରେ ପ୍ରବଳ ବର୍ଷା ନେଇ ବିଭାଗ ପକ୍ଷରୁ ରେଡ଼ ଆର୍ଲଟ ଜାରି

Weather Update: ଗୁରୁବାର ଦିନ ଠାରୁ ପାଗରେ ପରିବର୍ତ୍ତନ ହୋଇପାରେ। ଏପରିକି ତାପମାତ୍ରା ବୃଦ୍ଧି ପାଇବାର ମଧ୍ୟ ସମ୍ଭାବନା ରହିଛି। ବୁଧବାର ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରୀ ସେଲସିୟସ ରହିବା ନେଇ ପୂର୍ବାନୁମାନ କରାଯାଇଛି।

ସୌ(ସୋସିଆଲ ମିଡିଆ)

Latest Weather Update: ଉତ୍ତର ଭାରତରେ ବର୍ଷା ନେଇ ସତର୍କ କରିଛି ଭାରତୀୟ ପାଣିପାଗ ବିଭାଗ । ବୁଧବାର ଦିନ ନୂଆଦିଲ୍ଲୀରେ ବଜ୍ରପାତ ସହ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପ୍ରବନ ବୋହିବା ନେଇ ସମ୍ଭାବନା ରହିଛି । ଅବଶ୍ୟ ଗୁରୁବାର ଦିନ ଠାରୁ ପାଗରେ ପରିବର୍ତ୍ତନ ହୋଇପାରେ। ଏପରିକି ତାପମାତ୍ରା ବୃଦ୍ଧି ପାଇବାର ମଧ୍ୟ ସମ୍ଭାବନା ରହିଛି। ବୁଧବାର ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରୀ ସେଲସିୟସ ରହିବା ନେଇ ପୂର୍ବାନୁମାନ କରାଯାଇଛି।

୧୧ ଜିଲ୍ଲାକୁ ଆର୍ଲଟ ଜାରି

ମୌସୁମୀ ପୁନଃ ସକ୍ରିୟ ହେବା ପରେ ବିହାରରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ମଙ୍ଗଳବାର ଦିନ ରାତିରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବୁଧବାର ଦିନ ବିହାରର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏନେଇ ରାଜ୍ୟର ୧୧ଟି ଜିଲ୍ଲାକୁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ସେହିପରି ମଧ୍ୟପ୍ରଦେଶରେ ଅଗଷ୍ଟ ୧୫ ତାରିଖରୁ ବର୍ଷା ଲାଗି ରହିଛି । ତେବେ ଆଜି ମଧ୍ଯ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ବିଭାଗ ପକ୍ଷରୁ ୟେଲୋ ଆର୍ଲଟ ଜାରି କରାଯାଇଛି।

ଉତ୍ତରାଖଣ୍ଡରେ ପାଣିପାଗ ସ୍ଥିତି

ଉତ୍ତରପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଜନ ଜୀବନ ବ୍ୟସ୍ତ ହୋଇଛି। ରାଜ୍ୟର ନଦୀଗୁଡ଼ିକ ବିସ୍ତୃତ ଅବସ୍ଥାରେ ରହିଥିବାରୁ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏନେଇ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆଇଏମଡି ସୂଚନା ଅନୁଯାୟୀ, ଆସନ୍ତା ୫ ଦିନ ମଧ୍ୟରେ ଉତ୍ତର ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି।

ଓଡ଼ିଶା ପାଇଁ ରେଡ଼ ଆର୍ଲଟ ଜାରି

ବୁଧବାର ଦିନ ରାଜ୍ୟର ୧୨ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ସମ୍ଭାବନା ଥିବାରୁ ବିଭାଗ ପକ୍ଷରୁ 'ରେଡ୍ ଆଲର୍ଟ' ଜାରି କରାଯାଇଛି। ଏହା ବ୍ୟତୀତ ତେଲେଙ୍ଗାନା, ମରାଠୱାଡା, ସିକ୍କିମ, ଅରୁଣାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା, ଉପକୂଳ ଆନ୍ଧ୍ରପ୍ରଦେଶ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, କେରଳରେ ହାଲୁକା ବର୍ଷା ହୋଇପାରେ।