Wagner Group: ବିଦ୍ରୋହ ପାଇଁ ଚର୍ଚ୍ଚାରେ ୱାଗନର ଗ୍ରୁପ୍, ଯେଉଁ କମ୍ପାନୀ ପାଖରେ ରହିଛି ବଡ଼ ସୈନ୍ୟ ବାହିନୀ
Advertisement

Wagner Group: ବିଦ୍ରୋହ ପାଇଁ ଚର୍ଚ୍ଚାରେ ୱାଗନର ଗ୍ରୁପ୍, ଯେଉଁ କମ୍ପାନୀ ପାଖରେ ରହିଛି ବଡ଼ ସୈନ୍ୟ ବାହିନୀ

Revolt in Russia 2023:  ୟୁକ୍ରେନ ସହ ଯୁ୍ଦ୍ଧ ଜାରି ରହିଥିବା ବେଳେ ଏବେ ଋଷିଆ ସରକାରଙ୍କ ବିରୋଧରେ ବିଦ୍ରୋହ କରି ଚର୍ଚ୍ଚାକୁ ଆସିଛି ୱାଗନର୍ ଗ୍ରୁପ୍। ବିଦ୍ରୋହ କରି ଚର୍ଚ୍ଚାକୁ ଆସିଥିବା ପିଏମସି ୱାଗନର୍ କ'ଣ ତାହା ଜାଣନ୍ତୁ। 

Wagner Group: ବିଦ୍ରୋହ ପାଇଁ ଚର୍ଚ୍ଚାରେ ୱାଗନର ଗ୍ରୁପ୍, ଯେଉଁ କମ୍ପାନୀ ପାଖରେ ରହିଛି ବଡ଼ ସୈନ୍ୟ ବାହିନୀ

Wagner Group Rebellion: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକ ବର୍ଷ ପୂରଣ ହୋଇସାରିଛି। ହେଲେ ଗୋଟିଏ ପଟେ ଏହି ଯୁଦ୍ଧ ଚାଲିଥିବା ବେଳ ଅନ୍ୟପଟେ ଋଷିଆରୁ ଆସିଛି ଏକ ବଡ଼ ଖବର। ଦେଶର କ୍ଷମତାସୀନ ସରକାରଙ୍କ ବିରୋଧରେ ବିଦ୍ରୋହ କରିଛି ଘରୋଇ ସାମରିକ କମ୍ପାନୀ। ଆଉ ଯାହାର ନାଁ ହେଉଛି ୱାଗନର ଗ୍ରୁପ୍। ଋଷିଆରେ ହୋଇଥିବା ଏହି ବିଦ୍ରୋହ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। 

ଋଷିଆ ସରକାରଙ୍କ ବିରୋଧରେ ବିଦ୍ରୋହ କରି ଏବେ ଚର୍ଚ୍ଚାକୁ ଆସିଛି ୱାଗନର୍ ଗ୍ରୁପ୍। ଯାହା ପିଏମସି ୱାଗନର୍ ଅର୍ଥାତ ଘରୋଇ ସାମରିକ କମ୍ପାନୀ ଭାବରେ ମଧ୍ୟ ଜଣାଶୁଣା। ଏହି ମିଲିଟାରି ଗ୍ରୁପ୍ ହେଉଛି ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ପୁରୁଣା ବନ୍ଧୁ ୟେଭେଗେନି ପ୍ରିଗୋଝିନ୍ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ହେଉଥିବା କମ୍ପାନୀ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଋଷିଆ ଭଳି ଦେଶରେ ଘରୋଇ ସାମରିକ କମ୍ପାନୀ ଉପରେ ନିଷେଧାଦେଶ ଜାରି ହୋଇଛି। ହେଲ ୱାଗନର ଗ୍ରୁପ ଉପରେ କୌଣସି ନିୟନ୍ତ୍ରଣ ନାହିଁ। ପିଏମସି ୱାଗନର୍ ସହିତ ଜଡ଼ିତ ଯୋଦ୍ଧା ଋଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଖରୁ ଅସ୍ତ୍ରଶସ୍ତ୍ର ଏବଂ ତାଲିମ ପାଇଥାନ୍ତି। 

ମୋଟ ଉପରେ କହିବାକୁ ଗଲେଂ ୱାଗନର୍ ଗ୍ରୁପ୍ ହେଉଛି ଏକ ଋଷୀୟ ସାମରିକ ସାମରିକ ସଙ୍ଗଠନ। ଯେଉଁ ସଙ୍ଗଠନ ଉପରେ କୌଣସି ଋଷୀୟ ଆଇନ ଲାଗୁ ହୁଏ ନାହିଁ। ଏହା ଏକ ଘରୋଇ ସାମରିକ କମ୍ପାନୀ ଏବଂ ବ୍ୟବସାୟୀଙ୍କ ନେଟୱାର୍କ। ଯାହାର ସ୍ଥାପନା ଗତ ୨୦୨୧୪ ବର୍ଷରରେ ହୋଇଥିଲା।  ପ୍ରତିଷ୍ଠା ବେଳେ ୱାଗନର୍ ଗ୍ରୁପ୍ ପାଖରେ କେବଳ ୨୫୦ ଯୋଦ୍ଧା ରହିଥିଲେ। ହେଲେ ଏବେ ଘରୋଇ ସାମରିକ କମ୍ପାନୀ ପାଖରେ ପ୍ରାୟ ୫୦ ହଜାରରୁ ଅଧିକ ଯୋଦ୍ଧା ରହିଥିବାର କୁହାଯାଏ। ୱାର୍ଲ୍ଡ ଅଫ୍ ଷ୍ଟାଟିଷ୍ଟିକ୍ସ ରିପୋର୍ଟ ଅନୁଯାୟୀ ୱାଗନର୍ ଗ୍ରୁପ୍ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ବେସରକାରୀ ସାମରିକ ସଙ୍ଗଠନ।

ଯଦି ବିଶ୍ୱର ବୃହତ୍ତମ ବେସରକାରୀ ସାମରିକ କଣ୍ଟ୍ରାକ୍ଟର କଥା ଯଦି କୁହାଯାଏ ତାହାଲେ ବ୍ରିଟେନ ସ୍ଥିତ ଜି୪ଏସ (G4S) ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ଏହି କମ୍ପାନୀ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଯୋଗାଇଥାଏ। ଜି୪ଏସ କମ୍ପାନୀ ପାଖରେ ସମଗ୍ର ବିଶ୍ୱରେ ୫ ଲକ୍ଷ ୩୩ ହଜାର ସୁରକ୍ଷା କର୍ମଚାରୀ ଅଛନ୍ତି। ଏହି ସଂଖ୍ୟା ବିଶ୍ୱର ଅନେକ ଦେଶର ସଶସ୍ତ୍ର ବଳ ସୈନିକଙ୍କ ସଂଖ୍ୟା ଠାରୁ ଅଧିକ। ଭାରତ ଏବଂ ପାରମ୍ପରିକ ସହଯୋଗୀ ଋଷିଆ ସମେତ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ ପାଖରେ ଅଧିକ ସୈନ୍ୟ ରହିଥିବା ସଶସ୍ତ୍ର ସେନା ରହିଛି।

ବ୍ୟକ୍ତିଗତ ସୁରକ୍ଷାକର୍ମୀ ଯୋଗାଉଥିବା ବ୍ରଟିଶ କମ୍ପାନୀ ଜି୪ଏସ ଇତିହାସ ୧୦୦ ବର୍ଷରୁ ଅଧିକ ପୁରୁଣା। ୧୯୦୧ ମସିହାରେ ମାରିଅସ୍ ହୋଗ୍ରେଫ୍ କୋପେନହେଗନ ଠାରେ ଏକ ସୁରକ୍ଷା କମ୍ପାନୀ ପ୍ରତିଷ୍ଠା କରିଥିଲେ। ପରେ ଏହାର ନାମ ଫାଲକ୍ ରଖାଯାଇଥିଲା। ଗତ ୨୦୦୪ ବର୍ଷରେ ଗ୍ରୁପ୍ ୪ ଫାଲକ୍ ସଂସ୍ଥାର ସୁରକ୍ଷା ବ୍ୟବସାୟକୁ ସେକ୍ୟୁରିକର୍ ସହିତ ମିଶ୍ରଣ କରାଯାଇଥିଲା। ଯାହା ପରେ ଜି୪ଏସ ଗଠିତ ହୋଇଥିଲା। ଏବେ ଏହି କମ୍ପାନୀ ପାଖରେ ୧ ଲକ୍ଷ ୩୦ ହଜାର କର୍ମଚାରୀ ଅଛନ୍ତି।

ବିଶ୍ୱର କିଛି ପ୍ରମୁଖ ଘରୋଇ ସାମରିକ କମ୍ପାନୀ
ବିଶ୍ୱର ଘରୋଇ ସାମରିକ କମ୍ପାନୀ ତାଲିକାରେ ବ୍ରିଟେନ ସ୍ଥିତ ଜି୪ଏସ ପ୍ରଥମ ସ୍ଥାନରେ ରହିଛି। ସେହିପରି ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଆମେରିକା ଭିତ୍ତିକ ଅଲାଇବାର୍ଟନ୍ ରହିଛି। ଏହି ଆମେରିକୀୟ ସୁରକ୍ଷା କମ୍ପାନୀ ପାଖରେ ୨ ଲକ୍ଷ ୨୦ ହଜାର ଯୋଦ୍ଧା ରହିଛନ୍ତି। ଏହି କମ୍ପାନୀ ଏକ ଘରୋଇ ସୁରକ୍ଷା ପ୍ରଦାନ କରୁଥିବା କମ୍ପାନୀ। ଆମେରିକାର କମ୍ପାନୀ କେବିଆର ଏହି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଯାହା ପାଖରେ ୨୮ ହଜାର ଯୋଦ୍ଧା ଅଛନ୍ତି। ଏହା ପରେ ଏକାଡେମୀ ନାମକ ସଂସ୍ଥା ରହିଛି। ଯାହା ପାଖରେ ୨୧ ହଜାର କର୍ମଚାରୀ ଅଛନ୍ତି। ସେହିପରି ସିଏସିଆଇ ଇଣ୍ଟରନ୍ୟାସନାଲ୍ ପାଖରେ ୨୦ ହଜାର, ଡିୱାଇଏନସିଓଆରପି ପାଖରେ ୧୪ ହଜାର ଏବଂ କଣ୍ଟ୍ରୋଲ୍ ରିସ୍କ ପାଖରେ ୩ ହଜାର ଯୋଦ୍ଧା ଅଛନ୍ତି। ବିଶ୍ୱର ଶ୍ରେଷ୍ଠ ୮ ବେସରକାରୀ ସାମରିକ କମ୍ପାନୀ ତାଲିକାରେ ପାଞ୍ଚଟି ଆମେରିକାର, ଦୁଇଟି ବ୍ରିଟେନର ଏବଂ ଗୋଟିଏ ଋଷୀୟ ସଂସ୍ଥା ରହିଛି।