Car accident: ଚଳନ୍ତା ଟ୍ୟାକ୍ସିରେ ଡ୍ରାଇଭରଙ୍କ ହେଲା ଅଚାନକ ମୃତ୍ୟୁ, ଯାତ୍ରୀଙ୍କ ଉଡିଗଲା ହୋସ!
Advertisement

Car accident: ଚଳନ୍ତା ଟ୍ୟାକ୍ସିରେ ଡ୍ରାଇଭରଙ୍କ ହେଲା ଅଚାନକ ମୃତ୍ୟୁ, ଯାତ୍ରୀଙ୍କ ଉଡିଗଲା ହୋସ!

Car accident: ବାରାଣାସୀରେ ଟ୍ୟାକ୍ସି ଚଳାଇବା ସମୟରେ ହଠାତ୍ ଡ୍ରାଇଭରଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ଖବର ଅନୁଯାୟୀ, ଟ୍ୟାକ୍ସି ଡ୍ରାଇଭର ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଯାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ହଠାତ୍ ଭୋଜୁବୀର ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା । 

ସୌ: ସୋସିଆଲ ମିଡିଆ

Varanasi: Car accident, ମୃତ୍ୟୁ କେତେବେଳେବି, କେଉଁଠାରେ ବି ଓ କେଉଁ ସମୟରେ ବି କାହାକୁ ହୋଇପାରେ । ଉତ୍ତରପ୍ରଦେଶର (Uttar Pradesh) ବାରାଣାସୀରେ (Varanasi) ମଧ୍ୟ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଏଠାରେ କ୍ୟାଣ୍ଟ ପୋଲିସ ଷ୍ଟେସନ ଅଞ୍ଚଳର ଭୋଜୁବିର ଅଞ୍ଚଳରେ କାର ଚଳାଉଥିବା ବେଳେ ଜଣେ ଡ୍ରାଇଭରଙ୍କର (Driver) ମୃତ୍ୟୁ ଘଟିଛି । ଯେତେବେଳେ ଏହି ଘଟଣା ଘଟିଥିଲା, ସେତବେଳେ ଦୁଇଜଣ ଯାତ୍ରୀ ମଧ୍ୟ ଟ୍ୟାକ୍ସି ଭିତରେ ଥିଲେ । ଏହି ଦୁର୍ଘଟଣା ପରେ ସେମାନଙ୍କ ମଧ୍ୟ ହୋସ ଉଡିଯାଇଥିଲା ।

ସୂଚନା ଅନୁଯାୟୀ, ବାରାଣାସୀର ଟ୍ୟାକ୍ସି ଡ୍ରାଇଭର ଉମାଶଙ୍କର ଶନିବାର ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ (Lal Bahadur Shastri International Airport) ଯାତ୍ରୀଙ୍କୁ ନେଇ ଫେରୁଥିଲେ । ଏହି ସମୟରେ ସେ ଭୋଜୁବୀରରେ ପହଞ୍ଚିବା ପରେ ଅଚାନକ ଚଳନ୍ତା କାରରେ ମୃତ୍ୟୁ ବରଣ କରିଥିଲେ । ଏହା ପରେ ରାସ୍ତାରେ ଅଟକି ରହିଥିବା ବାଇକ୍ ସହିତ ତାଙ୍କ କାର ମୁହାଁମୁହିଁ ଧକ୍କା ହୋଇଥିଲା । ଯଦିଓ ଏହି ସମୟ ମଧ୍ୟରେ କାରର ବେଗ ଧୀର ଥିଲା, ତେଣୁ କେହି ଆହତ ହୋଇନଥିଲେ ।

ଏହି ଘଟଣା ପରେ କାରରେ ବସିଥିବା ଯାତ୍ରୀମାନେ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉମାଶଙ୍କରଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । କୁହାଯାଉଛି ଯେ ହୃଦଘାତରେ ଉମାଶଙ୍କରଙ୍କ ମୃତ୍ୟୁ ଘଟିଛି । ଆଉଟପୋଷ୍ଟ ଇନ-ଚାର୍ଜ ଅର୍ଦଲି ବଜାର ଶିବାନନ୍ଦ ସିସୋଦିଆ କହିଛନ୍ତି ଯେ ମୃତଦେହକୁ ଜବତ କରଯାଇଛି ଓ ଏହି ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । 

ଆପଣଙ୍କୁ କହି ରଖୁଛୁ ଯେ ଗତ କିଛି ଦିନ ମଧ୍ୟରେ ଏହିପରି ମାମଲା କ୍ରମାଗତ ଭାବରେ ସାମ୍ନାକୁ ଆସୁଛି । କୌଣସି ସ୍ଥାନରେ ବିବାହରେ ନାଚିବା ସମୟରେ ହଠାତ୍ କେହି ମରିଯାଉଛନ୍ତି ଓ ଆଉ କୌଣସି ସ୍ଥାନରେ କଳାକାରମାନେ ଷ୍ଟେଜ୍ ସୋ’ରେ ମରୁଛନ୍ତି । ଏଭଳି ପରିସ୍ଥିତିରେ, ବାରାଣାସୀରୁ ଏଭଳି ଏକ ନୂଆ ଚକିତ ମାମଲା ମଧ୍ୟ ସାମ୍ନାକୁ ଆସିଛି । କଥାରେ ଅଛି ଯିଏ ପୃଥିବୀରେ ଜନ୍ମ ନେବ, ସେ ଦିନେ ନା ଦିନେ ମୃତ୍ୟୁ ବରଣ କରିବ । କିନ୍ତୁ ମୃତ୍ୟୁ କେତେବେଳେ ଓ କେଉଁ ସମୟରେ ଆସେ ତାହା କେହି କହି ପାରିନଥାଏ । ବାରଣାସୀ ଘଟିଥିବା ଆଜିର ଘଟଣାରୁ ଏହାକୁ ସ୍ପଷ୍ଟ ହୋଇଛି ।

ଏହା ବି ପଢ଼ନ୍ତୁ: Paradeep: ରତ୍ନମାଳୀ ଜେମା ଜରାଶ୍ରମରେ ସଭାପତିଙ୍କୁ ଅନ୍ତେବାସୀ କଲେ ନିର୍ମମ ହତ୍ୟା, ଜାଣନ୍ତୁ ପୂରା ମାମଲା

ଏହା ବି ପଢ଼ନ୍ତୁ: T20 World Cup: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ 'ଠେଙ୍ଗା' ଦେଖାଇଲେ ଇରଫାନ ପଠାନ, ଟ୍ୱିଟ କରି କହିଲେ ଏହି କଥା

ଏହା ବି ପଢ଼ନ୍ତୁ: Congress: ସଂସଦ ଅଧିବେଶନରେ ଅଂଶଗ୍ରହଣ କରିବେ ନାହିଁ ରାହୁଲ, ଜାରି ରଖିବେ ଭାରତ ଯୋଡୋ ଯାତ୍ରା