Valentines Day: ଭାଲେଣ୍ଟାଇନ୍ସ ଡେ ପାଇଁ ଖୋଜୁଛନ୍ତି କି ପାର୍ଟନର? ଆପଣଙ୍କ କାମ ସହିଜ କରିବ ଏହି 5 ଡେଟିଂ ଆପ୍
Advertisement

Valentines Day: ଭାଲେଣ୍ଟାଇନ୍ସ ଡେ ପାଇଁ ଖୋଜୁଛନ୍ତି କି ପାର୍ଟନର? ଆପଣଙ୍କ କାମ ସହିଜ କରିବ ଏହି 5 ଡେଟିଂ ଆପ୍

valentines Day 2023: ପ୍ରେମୀ ଯୁଗଳଙ୍କ ପାଇଁ ଫେବୃଆରୀ ମାସ ଖୁବ ମହତ୍ତ୍ୱପୂର୍ଣ୍ଣ। କାହିଁକିନା ଆଜିଠାରୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ । ଏବଂ ଏଥିପାଇଁ ଆପଣମାନଙ୍କ ମଧ୍ୟରୁ ଅନେକେ ନିଜ ପାଇଁ ସାଥୀ ଖୋଜୁଥିବେ । ଏପରି ପରିସ୍ଥିତିରେ,ଆପଣ କାମକୁ ଆହୁରୀ ସହଜ କରିବ କିଛି ଆପ୍ । ଏହି ଆପ୍ ମାଧ୍ୟମରେ ଆପଣ ନିଜ ଡେଟିଂ ପାଇଁ ସାଥୀ ଖୋଜି ପାରିବେ।

ସୌଜନ୍ୟ- ସୋସିଆଲ ମିଡିଆ

valentines Day 2023:  ପ୍ରେମୀ ଯୁଗଳଙ୍କ ପାଇଁ ଫେବୃଆରୀ ମାସ ଖୁବ ମହତ୍ତ୍ୱପୂର୍ଣ୍ଣ। କାହିଁକିନା ଆଜିଠାରୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ । ଏବଂ ଏଥିପାଇଁ  ଆପଣମାନଙ୍କ ମଧ୍ୟରୁ ଅନେକେ ନିଜ ପାଇଁ ସାଥୀ ଖୋଜୁଥିବେ । ଏପରି ପରିସ୍ଥିତିରେ,ଆପଣ କାମକୁ ଆହୁରୀ ସହଜ କରିବ କିଛି ଆପ୍ । ଏହି ଆପ୍ ମାଧ୍ୟମରେ ଆପଣ ନିଜ ଡେଟିଂ ପାଇଁ ସାଥୀ ଖୋଜି ପାରିବେ।  ବାସ୍ତବରେ ଆମେ ଯେଉଁ ଆପ୍ ବିଷୟରେ କହୁଛୁ ତାହା ହେଉଛି ଡେଟିଂ ଆପ୍ ଏବଂ ଏହା ଆପଣଙ୍କ ପାଇଁ ଏକ ସାଥୀ ଖୋଜିବାରେ ସାହାଯ୍ୟ କରିବ ନିଶ୍ଚୟ । ଏହି ଆପ ଗୁଡ଼ିକ ମାଧ୍ୟମରେ ଆପଣ ନିଜ ମନ ପସନ୍ଦରେ ସାଥୀକୁ ପାଇ ପାରିବେ। ଯେଉଁମାନଙ୍କ ସହିତ ଆପଣ ସହଜରେ କଥାବାର୍ତ୍ତା କରିପାରିବେ ଏବଂ ଯଦି ଉଭୟ ପରସ୍ପରକୁ ପସନ୍ଦ କରନ୍ତି,ତେବେ ଆପଣ ମଧ୍ୟ ଭାଲେଣ୍ଟାଇନ୍ସ ଡେ’ ଆଉଟିଂ ରେ ଯାଇପାରିବେ।   ତେବେ ଏହି ଆପଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା ।

ବୁମ୍ବେଲ(Bumble ) : ବୁମ୍ବେଲ ହେଉଛି ଦୁନିଆର ସବୁଠୁ ଲୋକପ୍ରିୟ ଆପ୍ । ଏହି ଆପ ମାଧ୍ୟମରେ ଆପଣ ନିଜ ଜୀବନ ସାଥିକୁ ପାଇ ପାରିବେ।  ଏହି ଆପକୁ ଆପଣ ନିଜ ମୋବାଇଲେର ପ୍ରଥମେ ଇନଷ୍ଚଲ କରନ୍ତୁ ।  ଯଦିଓ ଏଥିରେ କେବଳ ସୀମିତ ଫିଚର୍ସ ରହିଛି ।  ତେବେ,ପ୍ରିମିୟମ୍ ସବସ୍କ୍ରିପସନ୍ ଉପରେ ଆପଣ କ୍ଲିକ କରି ଅନେକ ସୁବିଧା ଉପଭୋଗ କରିପାରିବେ। ଖାସ୍ କରି ଭାଲେଟାଇନ୍ସ ଡେରେ ଆପଣ ନିଜ ସାଥୀଙ୍କୁ ମଧ୍ୟ ଏଠାରୁ ଚୟନ କରିପାରବେ। ତାହା ପୁଣି ବିନା ମୂଲ୍ୟରେ। 

Also Read : Valentine week 2023: ଆରମ୍ଭ ହେଉଛି ଭାଲେନଣ୍ଟାଇନ ସପ୍ତାହ, ଜାଣନ୍ତୁ ପ୍ରତ୍ୟେକ ଦିନ ସହ ଜଡ଼ିତ କିଛି ରୋଚକ କଥା

ଟିଣ୍ତର(Tinder ): ଏହି ଆପ୍ ମାଧ୍ୟମରେ ଆପଣ ନିଜ ଜୀବନ ସାଥୀକୁ ଖୋଜି ପାରିବେ। ଏହି ଆପକୁ ଆପଣ ପ୍ରଥମେ ନିଜ ମୋବାଇଲେ ଇନଷ୍ଚରଲ କରନ୍ତୁ । ଏବଂ ରେଜିଷ୍ଚେସନ୍ କରି ସାରିବା ପରେ ପ୍ରିମିୟମ୍ ସବସ୍କ୍ରିପସନ୍ ରେ,ଆପଣଙ୍କୁ କିଛି ପିଚର୍ସ ଦେଖିବାକୁ ମିଳିବ ।  ତେବେ ଏହା ହେଉଛି ଏପରି ଏକ ଆପ ଯାହା ମାଧ୍ୟମରେ ଆପଣ ନିଜ ଜୀବନ ସାଥୀକୁ ଚୟନ କରିପାରବେ।

ହିଙ୍ଗ୍: ହିଙ୍ଗ୍ ଏକ ସହଜ ବ୍ୟବହାରକାରୀ ଇଣ୍ଟରଫେସ୍ ସହିତ ଆସିଥାଏ ଏବଂ ବାୟୋ ଭଳି ବୈଶିଷ୍ଟ୍ୟ ପ୍ରଦାନ କରେ । ବାର୍ତ୍ତାଳାପ ଆରମ୍ଭ କରୁଥିବା ଲୋକଙ୍କ ଫଟୋ ଉପରେ ଉପଭୋକ୍ତାମାନେ ମଧ୍ୟ ମନ୍ତବ୍ୟ ଦେଇପାରିବେ । ହିଙ୍ଗ୍କୁ ଏକ ପ୍ରିମିୟମ୍ ସବସ୍କ୍ରିପସନ୍ ସହିତ, ଆପଣ ଦେଖିପାରିବେ ଆପଣ ଯେଉଁଠାରେ ଥାଆନ୍ତି ଆପଣଙ୍କୁ କିଏ ପସନ୍ଦ କରନ୍ତି ଏବଂ ଉନ୍ନତ ପ୍ରିଫରେନ୍ସ ଫିଲ୍ଟର୍ ଏବଂ ଅସୀମିତ ଲାଇକ୍ ପରି ବୈଶିଷ୍ଟ୍ୟଗୁଡିକୁ ମଧ୍ୟ ପାଇପାରିବେ ।

ହାପନ୍: ଖାସ୍ କରି ଏହି ଆପ୍ ଉପରେ ଯୁବପୀଢି ଅଧିକ ବିଶ୍ବାସ କରନ୍ତି। ହାପନ୍ ପ୍ରିମିୟମରେ,ଆପଣ ଗୋଟିଏ ମାସରେ ପାଞ୍ଚଟି କଲ ପାଇବ,ତୁମର ପ୍ରିୟ ହାପନ୍ ଉପରେ ଆଲର୍ଟ, ତୁମ ପରି ଲୋକଙ୍କୁ ପସନ୍ଦ କରିବା । ଏଥିରେ ନିଜର ଗୋପନୀୟତା ଲୁଚାଇ ରଖାଯାଇପାରିବ ।

ଆଇସଲେ(Aisle): ଫେସବୁକ୍ ପରି ଆଇସଲେ ମଧ୍ୟ ଏକ ସାଧାରଣ ଅପ୍ ।  ୟୁଜର୍ସମାନେ ପରସ୍ପରର ବାୟୋ, କାହାଣୀ କିମ୍ବା ପ୍ରତିଛବି ଉପରେ ମନ୍ତବ୍ୟ କରିପାରିବେ । ଏହା ସେମାନଙ୍କୁ ପାରସ୍ପରିକ କଥାବାର୍ତ୍ତା ଏବଂ ଭେଟ ମଧ୍ୟ କରାଇବାରେ ସାହାର୍ଯ୍ୟ କରିଥାଏ।  ଏହା ବ୍ୟତୀତ ଉପଭୋକ୍ତାମାନେ ଅନ୍ୟ କୌଣସି  ଦେଶର ପ୍ରୋଫାଇଲ୍ ମଧ୍ୟ ପସନ୍ଦ କରିପାରିବେ।