Akhilesh Yadav: ପୁଷ୍ପ ମାଲ୍ୟର୍ପଣ ପାଇଁ ବିବାଦରେ ଅଖିଲେଶ ଯାଦବ; କାର୍ଯ୍ୟାନୁଷ୍ଠାନ ନେଇପାରେ ଏଲଡ଼ିଏ
Advertisement
Article Detail0/zeeodisha/odisha1912565

Akhilesh Yadav: ପୁଷ୍ପ ମାଲ୍ୟର୍ପଣ ପାଇଁ ବିବାଦରେ ଅଖିଲେଶ ଯାଦବ; କାର୍ଯ୍ୟାନୁଷ୍ଠାନ ନେଇପାରେ ଏଲଡ଼ିଏ

Lok Nayak Jayaprakash Narayan Birthday: ଜୟପ୍ରକାଶ ନାରାୟଣ ଆନ୍ତର୍ଜାତୀୟ କେନ୍ଦ୍ର ପରିସରରେ ପ୍ରବେଶ କରିବାକୁ ନେଇ  ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ଲକ୍ଷ୍ନୌ ବିକାଶ ପ୍ରାଧିକରଣ।

Akhilesh Yadav: ପୁଷ୍ପ ମାଲ୍ୟର୍ପଣ ପାଇଁ ବିବାଦରେ ଅଖିଲେଶ ଯାଦବ; କାର୍ଯ୍ୟାନୁଷ୍ଠାନ ନେଇପାରେ ଏଲଡ଼ିଏ

LDA Action Against Akhilesh Yadav: ପୁଷ୍ପ ମାଲ୍ୟର୍ପଣ ପାଇଁ ବିବାଦରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ବିରୋଧି ଦଳ ନେତା ଅଖିଲେଶ ଯାଦବ। ଏହି ଘଟଣାରେ ତାଙ୍କ ବିରୋଧର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ଲକ୍ଷ୍ନୌ ଉନ୍ନୟନ ପ୍ରାଧିକରଣ। ପୁଷ୍ପ ମାଲ୍ୟର୍ପଣ ମାଲ୍ୟର୍ପଣ କରିବା ଲାଗି ଫାଟକ ଡେଇଁ ଏବେ ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। 

ଅକ୍ଟୋବର ୧୧ ତାରିଖ ବୁଧବାର ସମଗ୍ର ଦେଶରେ ପାଳିତ ହୋଇଯାଇଥିଲା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୨୧ ତମ ଜନ୍ମ ବାର୍ଷିକୀ (Lok Nayak Jayaprakash Narayan Birthday)। ଯିଏ ୧୯୭୭ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ସରକାର ବିରୋଧରେ ଗୋଟିଏ ମଞ୍ଚରେ ଦେଶର ସମସ୍ତ ଏକ ମଞ୍ଚରେ ଦେଶ ସମସ୍ତ ବିରୋଧିଙ୍କୁ ଏକାଠି କରିଥିଲେ। ଏହି ବିଶେଷ ଦିନରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party President) ତଥା ଉତ୍ତର ପ୍ରଦେଶ ବିରୋଧି ଦଳ ନେତା (Uttar Pradesh Opposition Leader) ଅଖିଲେଶ ଯାଦବ (Akhilesh Yadav) ଲୋକନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ପାଇଁ ରାଜଧାନୀ ଲକ୍ଷ୍ନୌ ସ୍ଥିତ ଜୟପ୍ରକାଶ ନାରାୟଣ ଆନ୍ତର୍ଜାତୀୟ କେନ୍ଦ୍ର (Jai Prakash Narayan International Centre Lucknow) ଠାରେ ପହଞ୍ଚିଥିଲେ। 

ଲକ୍ଷ୍ନୌ ଜେପିଏନଆଇସି ଫାଟକ ଡେଇଁ ଏହାର ପରିସର ଭିତରେ ପ୍ରବେଶ କରି ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Former Chief Minister of Uttar Pradesh) ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଅଖିଳେଶ ଯାଦବ ରାଜଧାନୀ ଲକ୍ଷ୍ନୈ ସ୍ଥିତ ଗୋମତି ନଗର ଠାରେ ଅବସ୍ଥିତ ଜୟପ୍ରକାଶ ନାରାୟଣ ଆନ୍ତର୍ଜାତୀୟ କେନ୍ଦ୍ରକୁ ଯିବାକୁ ଚାହୁଁଥିଲେ। ହେଲେ ଲକ୍ଷ୍ନୌ ବିକାଶ ପ୍ରାଧିକରଣ ତାଙ୍କୁ ଅନୁମତି ଦେଇନଥିଲା। ଏହି ନିଷ୍ପତ୍ତିରେ ନାରାଜ ହୋଇ ଉଠିଥିବା ଅଖିଳେଶ ଯାଦବ ବୁଧବାର ଦଳର ଶହ ଶହ କର୍ମକର୍ତ୍ତାଙ୍କ ସହ ଜେପିଏନଆଇସି ଠାରେ ପହଞ୍ଚିଥିଲେ। ଲୋକନାୟକଙ୍କ ଜନ୍ମ ବାର୍ଷିକୀରେ ଜୟପ୍ରକାଶ ନାରାୟଣଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉତ୍ତର ପ୍ରଦେଶ ବିରୋଧି ଦଳ ନେତାଙ୍କ ଏହି କାମକୁ ନେଇ ଏବେ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। 

ଏହି କାର୍ଯ୍ୟକ୍ରମ ପାଇଁ ଯେତେବେଳେ ପୋଲିସ ଅନୁମତି ଦେଇନଥିଲା, ସେତେବେଳେ ସମାଜବାଦୀ ପାର୍ଟି ସମର୍ଥକ (Samajwadi Party Supporter at JPNIC Lucknow) ଦଳର ମୁଖ୍ୟ ଅଖିଳେଶ ଯାଦବଙ୍କ ନେତୃତ୍ୱରେ ହଙ୍ଗାମା କରିଥିଲେ। ଅନୁମତି ଅଭାବରୁ ଲକ୍ଷ୍ନୌ ପୋଲିସ (Lucknow Police) ସମାଜବାଦୀ ପାର୍ଟି ଅଧ୍ୟକ୍ଷଙ୍କ ସହ ଦଳୀୟ କର୍ମକର୍ତ୍ତାଙ୍କୁ ଏନଆଇସି ପରିସରରେ ପ୍ରବେଶ କରିବାରୁ ଅଟକାଇଥିଲା। ଦୀର୍ଘ ସମୟ ଧରି ପୋଲିସ-ସମାଜବାଦୀ ପାର୍ଟି କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ସୁଯୋଗ ଦେଖି ଅଖିଳେଶ ଯାଦବ ଏବଂ ତାଙ୍କ ଦଳର କର୍ମକର୍ତ୍ତା ଫାଟକ ଡେଇଁ ଜୟପ୍ରକାଶ ନାରାୟଣ ଆନ୍ତର୍ଜାତୀୟ କେନ୍ଦ୍ର ପରିସରରେ ପ୍ରବେଶ କରିଥିଲେ। ଏହା ପରେ ସେ ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଉପରେ ତାତି ଉଠିଲେ ବିରୋଧି ଦଳ ନେତା 
ଅଖିଳେଶ ଯାଦବ ନିଜର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ, ମହାନ ସମାଜବାଦୀ ବିଚାରକ, ସାମାଜିକ ନ୍ୟାୟର ପୁରୋଧା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅବସରରେ ପୁଷ୍ପ ମାଲ୍ୟାର୍ପଣ କରିବା ଏବେ କ'ଣ ସମାଜବାଦୀ ପାର୍ଟି କର୍ମକର୍ତ୍ତାଙ୍କୁ ରୋକିବା ପାଇଁ ଟିଣ ଚାଦର ଲଗାଯାଇ ଜେପିଏନଆଇସି ରାସ୍ତାକୁ ଅବରୋଧ କରାଯାଉଛି? ସତ୍ୟ ଏହା ଯେ ଦୁର୍ନୀତି, ବେରୋଜଗାରୀ ଏବଂ ଦରଦାମ ବୃଦ୍ଧି ବିରୋଧରେ ଲୋକନାୟକ ଜୟପ୍ରକାଶଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଆନ୍ଦୋଳନର ସ୍ମୃତିକୁ ପୁନରାବୃତ୍ତି କରିବାକୁ ବିଜେପି ଭୟ କରୁଛି। କାରଣ ବିଜେପି ଶାସନ କାଳରେ ଦୁର୍ନୀତି, ବେକାରୀ ଏବଂ ଦରଦାମ ସେହି ସମୟ ଠାରୁ ଅନେକ ଗୁଣ ବୃଦ୍ଧି ପାଇଛି। ବର୍ତ୍ତମାନ ଆମକୁ ଜୟପ୍ରକାଶ ନାରାୟଣଙ୍କ ଭଳି "ସମ୍ପୂର୍ଣ୍ଣ କ୍ରାନ୍ତି" ଡାକିବାକୁ ପଡିବ କି? ଯଦି ଏହା ବିଜେପି ପାଇଁ ଗ୍ରହଣୀୟ ତାହେଲେ ଏହା ଠିକ୍।

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ପ୍ରଶାସନ
ରାଜଧାନୀ ଲକ୍ଷ୍ନୌ ଠାରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇପାରେ। ଲକ୍ଷ୍ନୌ ବିକାଶ ପ୍ରାଧିକରଣ (Lucknow Development Authority) ଦ୍ୱାରା ଜେପିଏନଆଇସି ଠାରେ ଲଗାଯାଇଥିବା ତାଲା ସତ୍ତ୍ୱେ ଏହାର ଫାଟକ ଭାଙ୍ଗି ଏହାର ପରିସର ମଧ୍ୟରେ ପ୍ରବେଶ କରିବା ମାମଲାରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଚାଲିଛି।