Netflix New Rule: ନେଟଫ୍ଲିକ୍ସ ଆଣୁଛି ବଡ଼ ପରିବର୍ତ୍ତନ, ପାସୱାର୍ଡ ସେୟାର କଲେ ଦେବାକୁ ହେବ ଏତିକି ଟଙ୍କା
Advertisement
Article Detail0/zeeodisha/odisha1546358

Netflix New Rule: ନେଟଫ୍ଲିକ୍ସ ଆଣୁଛି ବଡ଼ ପରିବର୍ତ୍ତନ, ପାସୱାର୍ଡ ସେୟାର କଲେ ଦେବାକୁ ହେବ ଏତିକି ଟଙ୍କା

Netflix New Rule From April: ଆଉ ଦୁଇ ମାସ ପରେ ଗ୍ରାହକଙ୍କୁ ଟିକେ ଝଟକା ଦେବ ନେଟଫ୍ଲିକ୍ସ । କାରଣ ନେଟଫ୍ଲିକ୍ସ ନିଜ ପ୍ଲାଟଫର୍ମରେ କିଛିଟା ପରିବର୍ତ୍ତନ କରିବାକୁ ଯାଉଛି। ଅର୍ଥାତ୍ ପ୍ଲାଟଫର୍ମରେ ନେଟଫ୍ଲିକ୍ସ କିଛିଟା ପରିବର୍ତ୍ତନ କରିବ ଯାହାଦ୍ୱାରା ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବ। 

Netflix New Rule: ନେଟଫ୍ଲିକ୍ସ ଆଣୁଛି ବଡ଼ ପରିବର୍ତ୍ତନ, ପାସୱାର୍ଡ ସେୟାର କଲେ ଦେବାକୁ ହେବ ଏତିକି ଟଙ୍କା

Netflix New Rule: ଫ୍ରିରେ ନେଟଫ୍ଲିକ୍ସ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର । ଯଦି ଜଣେ ନେଟଫ୍ଲିକ୍ସ ବ୍ୟବହାରକାରୀ ତାଙ୍କ ଆକାଉଣ୍ଟ ପାସୱାର୍ଡ କାହା ସହିତ ସେୟାର କରନ୍ତି, ତେବେ ଏହା ତାଙ୍କ ପାଇଁ କ୍ଷତିକର ସାବ୍ୟସ୍ତ ହେବ । ଅଂଶୀଦାରମାନଙ୍କ ଦ୍ୱାରା ପଠାଯାଇଥିବା ଚିଠିରେ କମ୍ପାନୀ ଘୋଷଣା କରିଛି ଯେ ଏହା ୨୦୨୩ ର ପ୍ରଥମ ତ୍ରୟ ମାସିକରେ ପେଡ୍ ସେୟାର ଆରମ୍ଭ କରିବ। ସରଳ ଭାବରେ କହିବାକୁ ଗଲେ, ନେଟଫ୍ଲିକ୍ସ ଚଳିତ ବର୍ଷ ଏପ୍ରିଲରୁ ପାସୱାର୍ଡ ଅଂଶୀଦାର ସମାପ୍ତ କରିବ।

କମ୍ପାନୀ କ'ଣ କହିଛି?
କମ୍ପାନୀ କହିଛି, 'ପ୍ରଥମ ତ୍ରୟ ମାସିକରୁ କମ୍ପାନୀ ପେଡ୍ ସେୟାର ଫିଚର(Paid Share Feature) ଆରମ୍ଭ କରିବାକୁ ଯାଉଛି। ଶହେ ମିଲିୟନ୍ ରୁ ଅଧିକ ପରିବାର ବର୍ତ୍ତମାନ ଆକାଉଣ୍ଟ୍ ସେୟାର୍ ବ୍ୟବହାର କରନ୍ତି। ବ୍ୟବସାୟ ବୃଦ୍ଧି ପାଇଁ ଆମେ ଉନ୍ନତି କରୁଛୁ । କମ୍ପାନୀ କହିଛି ଯେ ଗୋଟିଏ ଆକାଉଣ୍ଟ କେବଳ ଜଣେ ବ୍ୟବହାରକାରୀଙ୍କ ପାଇଁ ହେବ। ଯଦି ଆକାଉଣ୍ଟ ପାସୱାର୍ଡ ଅନ୍ୟ କାହାକୁ ଦିଆଯାଏ ତେବେ ଟଙ୍କା ଦେବାକୁ ପଡିବ । କେଉଁ ଡିଭାଇସ୍ ସେମାନଙ୍କ ଆକାଉଣ୍ଟ୍ ବ୍ୟବହାର କରୁଛନ୍ତି ସମୀକ୍ଷା କରିବାକୁ ପ୍ଲାଟଫର୍ମ ସଦସ୍ୟମାନଙ୍କୁ ବିକଳ୍ପ ପ୍ରଦାନ କରିବ ଏବଂ ଏକ ନୂତନ ଆକାଉଣ୍ଟକୁ ପ୍ରୋଫାଇଲ୍ ସ୍ଥାନାନ୍ତର କରିବାର ବିକଳ୍ପ ମଧ୍ୟ ପାଇବ। 

OTT Platform ନେଟଫ୍ଲିକ୍ସ (Netflix) ଘୋଷଣା କରିଛି ଯେ ଏହା ଏପ୍ରିଲ୍ ୨୦୨୩ ରୁ ପେଡ୍ ସେୟାରିଂ ଫିଚର ରୋଲ ଆଉଟ କରିବ ଏବଂ ଆପରେ ଏକ ବିକଳ୍ପ ଯୋଗ କରିବ । ସାଙ୍ଗମାନଙ୍କ ସହିତ କିମ୍ବା ଘର ବାହାରେ ଥିବା ଲୋକଙ୍କ ସହ ବାଣ୍ଟିବାର ଦେୟ ବିକଳ୍ପ ଦେବ । ଏହା ବ୍ୟତୀତ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ । ଦେୟ ଉପରେ, ସାମ୍ନାରେ ଥିବା ବ୍ୟକ୍ତି ଟିଭି କିମ୍ବା ମୋବାଇଲରେ ଷ୍ଟ୍ରିମ୍ କରିବାକୁ ସମର୍ଥ ହେବେ । ତେବେ ଏହି ଦେୟ ବିଷୟରେ ଏବେ ସୁଦ୍ଧା କୌଣସି ସୂଚନା ନଥିବା ବେଳେ କମ୍ପାନୀ ଏହାର ଚାର୍ଜ ୧୦୦ ଟଙ୍କା ଉପରକୁ ରଖିବ ବୋଲି ଆକଳନ କରାଯାଉଛି !

କେମିତି ପାଇବ ପରିଚୟ
ଏଠାରେ କହିରଖୁଛୁ ଯେ, ନେଟଫ୍ଲିକ୍ସ IP ଠିକଣା, ଡିଭାଇସ୍ ID ଏବଂ ଆକାଉଣ୍ଟ୍ କାର୍ଯ୍ୟକଳାପ ମାଧ୍ୟମରେ ନୂତନ ପାସୱାର୍ଡ ବଣ୍ଟନ ନିୟମ କାର୍ଯ୍ୟକାରୀ କରିବ । ସେହିପରି କହିବାକୁ ଗଲେ, ଭାରତରେ ନେଟଫ୍ଲିକ୍ସ(OTT Netflix) ଚାରୋଟି ରିଚାର୍ଜ ପ୍ଲାନ ୧୪୯, ୧୯୯ ଟଙ୍କା, ୪୯୯ ଟଙ୍କା ଏବଂ ୬୪୯ ଟଙ୍କା ପ୍ରଦାନ କରିଥାଏ। ତେବେ ଆପଣ ଜାଣିଥିବେ ଆଜର ଏହି ଡିଜିଟାଲ ଯୁଗରେ ପ୍ରତିଟି ସିରିଜ ଓ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେଉଛି। ଲୋକମାନେ ହଲ୍ ଯିବାଠୁ ବେଶି ଘରେରହି ଫୋନ, ଟ୍ୟାବ ଓ ଲାପଟପରେ ୱେବସିରିଜ ଦେଖିବାକୁ ପସନ୍ଦ କରୁଛନ୍ତି । ଆଉ ଏହି ଚାହିଦାକୁ ନଜରରେ ରଖି ଓଟିଟି ପ୍ଲାଟଫର୍ମ କମ୍ପାନୀ ମଧ୍ୟ ନିଜର ଡିମାଣ୍ଡ ବଢାଉଛନ୍ତି । 

Also Read: Bone Health: ଏହି ୫ ଖାଦ୍ୟ ନଷ୍ଟ କରିଦିଏ କ୍ୟାଲସିୟମ୍, ଶରୀର ହୋଇଯାଏ ଦୁର୍ବଳ