USA Drone Face To Face With Russian Fighter Jet: ନିକଟରେ କୃଷ୍ଣ ସାଗରରେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ଡ୍ରୋନ ଏବଂ ଋଷୀୟ ଯୁଦ୍ଧ ବିମାନ ପରସ୍ପର ସହ ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ଆମେରିକା ସେନାର କହିବା ଅନୁସାରେ କୃଷ୍ଣ ସାଗରରେ ଏକ ଋଷୀୟ ଯୁଦ୍ଧ ବିମାନ ଆମେରିକୀୟ ଡ୍ରୋନ ଉପରେ ଇନ୍ଧନ ପକାଇଥିଲା ଏବଂ ପରେ ଯୁଦ୍ଧ ବିମାନ ସହ ଧକ୍କା ହେବାରୁ ଡ୍ରୋନ ଖସିପଡିଥିଲା।
Trending Photos
MQ-9 Reaper Drone Su-27 Fighter Jet: ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ସଦ୍ୟ ଏକ ଚମକଇବା ଭଳି ଘଟଣା ଘଟିଛି। ନିକଟରେ କୃଷ୍ଣ ସାଗରରେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ଡ୍ରୋନ ଏବଂ ଋଷୀୟ ଯୁଦ୍ଧ ବିମାନ ପରସ୍ପର ସହ ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ଆମେରିକା ସେନାର କହିବା ଅନୁସାରେ କୃଷ୍ଣ ସାଗରରେ ଏକ ଋଷୀୟ ଯୁଦ୍ଧ ବିମାନ ଆମେରିକୀୟ ଡ୍ରୋନ ଉପରେ ଇନ୍ଧନ ପକାଇଥିଲା ଏବଂ ପରେ ଯୁଦ୍ଧ ବିମାନ ସହ ଧକ୍କା ହେବାରୁ ଡ୍ରୋନ ଖସିପଡିଥିଲା।
ଏନେଇ କୁହାଯାଉଛି ଯେ ଏହି ଘଟଣାରେ ଆମେରିକୀୟ ଡ୍ରୋନ୍ MQ 9 Reaper ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅନ୍ୟପଟେ ଋଷୀୟ ଯୁଦ୍ଧ ବିମାନ Su-27 ଡ୍ରୋନ ସହ ଧକ୍କା ହୋଇଥିଲା। ଯଦିଓ ଋଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଏହାର ଯୁଦ୍ଧ ବିମାନ ଆମେରିକୀୟ ଡ୍ରୋନ୍ ସହିତ ମୁହାଁମୁହିଁ ହୋଇନାହିଁ, ହେଲେ ଡ୍ରୋନ୍ ପୂର୍ବରୁ କୃଷ୍ଣ ସାଗରରେ ଖସି ପଡ଼ିଥିଲା। ଆମେରିକୀୟ MQ 9 Reaper Drone ଏବଂ ଋଷୀୟ ଯୁଦ୍ଧ ବିମାନ Su-27 ଆକାଶର ଅନ୍ୟତମ ଚମତ୍କାର ଯୋଦ୍ଧା। MQ 9 Reaper ଡ୍ରୋନ କାମ ହେଉଛି ଶତ୍ରୁପକ୍ଷଙ୍କ ଉପରେ ନଜର ରଖିବା। ଏହା ସହିତ Su-27 ଯୁଦ୍ଧ ବିମାନର କାମ ହେଉଛି ଶତ୍ରୁ ପକ୍ଷକୁ ଦେଖିବା ମାତ୍ରେ ଆକ୍ରମଣ କରିବା। MQ 9 Reaper ଡ୍ରୋନ ଏବଂ Su-27 ଯୁଦ୍ଧ ବିମାନ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ ତାହା ଜାଣନ୍ତୁ।
MQ 9 Reaper ଡ୍ରୋନ
-------------------------
Su-27 ଯୁଦ୍ଧ ବିମାନ
----------------------