Republic Day 2024: ଏଥର ସାଧାରଣତନ୍ତ୍ର ଦିବସରେ ସାମିଲ ହେବେ ନାହିଁ ବିଦେଶୀ ଅତିଥି; ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha2009319

Republic Day 2024: ଏଥର ସାଧାରଣତନ୍ତ୍ର ଦିବସରେ ସାମିଲ ହେବେ ନାହିଁ ବିଦେଶୀ ଅତିଥି; ଜାଣନ୍ତୁ କାରଣ

Republic Day 2024 Foreign Guest: ୨୦୨୪ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବା ଲାଗି ଭାରତ ଗସ୍ତରେ ଆସୁନାହାଁନ୍ତି କୌଣସି ବିଦେଶୀ ରାଷ୍ଟ୍ରାଧ୍ୟକ୍ଷ।

Republic Day 2024: ଏଥର ସାଧାରଣତନ୍ତ୍ର ଦିବସରେ ସାମିଲ ହେବେ ନାହିଁ ବିଦେଶୀ ଅତିଥି; ଜାଣନ୍ତୁ କାରଣ

Republic Day 2024 Chief Guest: ଏଥର ସାଧାରଣତନ୍ତ୍ର ଦିବସରେ ସାମିଲ ହେବେ ନାହିଁ ବିଦେଶୀ ଅତିଥି। ୨୦୨୪ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ବିଦେଶୀ ଅତିଥି ଭାବେ ଆମେରିକାା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କରାଯାଇଥିଲା ନିମନ୍ତ୍ରଣ। ମାତ୍ର ଆମେରିକୀୟ ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁନାହାଁନ୍ତି। ଏହା ସହିତ କ୍ୱାଡ ଶିଖର ସମ୍ମିଳନୀ ଆୟୋଜନ ହେବାର ତାରିଖ ମଧ୍ୟକୁ ସ୍ଥଗିତ ରଖାଯାଇଛି। ସୂତ୍ରରୁ ମିଳିଥିବା ଅନୁସାରେ ଆସନ୍ତା ବର୍ଷ ଦ୍ୱିତୀୟ ଭାଗରେ କ୍ୱାଡ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏନେଇ କୁହାଯାଉଛି ଯେ ଜାନୁଆରୀ ୨୬ ତାରିଖରେ ସ୍ଥିର ହୋଇଥିବା ତାରିଖ ଅନେକ ସଦସ୍ୟ ଦେଶ ସହିତ ମେଳ ଖାଉ ନାହିଁ। 

ପ୍ରଥମେ ଆମେରିକା କରିଥିଲା ନିଶ୍ଚିତ 
ଗତ ସେପ୍ଟେମ୍ବର ୨୦ ତାରିଖରେ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟୀ ନିଶ୍ଚିତ କରିଥିଲେ ୨୦୨୪ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିମନ୍ତ୍ରଣ କରିଥିଲେ। ଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀ ବେଳେ ଆୟୋଜିତ ହୋଇଥିବା  ଦ୍ୱିପାକ୍ଷିକ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ବାଇଡେନଙ୍କୁ ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗ ଦେବା  ନିମନ୍ତ୍ରଣ ଜଣାଇଥିଲେ। ଏହା ସହିତ କ୍ୱାଡ ସମ୍ମିଳନୀ ବିଷୟରେ କୁହାଯାଇଥିଲା ଯେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଉପଲବ୍ଧତା ସୁନିଶ୍ଚିତ ହେବା ପରେ ଯାଇ ଶେଷ ନିଷ୍ପତ୍ତି ନିଆଯିବ।

ଖଲିସ୍ତାନ ନେତାଙ୍କ କଥିତ ହତ୍ୟାର ପଡ଼ିଲା କି ପ୍ରଭାବ?
୨୦୨୪ ସାଧାରଣତନ୍ତ୍ର ଦିବସ ପାଇଁ  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅନୁପସ୍ଥିତି ଏବଂ କ୍ୱାଡ ଶିଖର ସମ୍ମିଳନୀ ଏପରି ଏକ ସମୟରେ ସ୍ଥଗିତ ହୋଇଛି ଯେତେବେଳେ ଆମେରିକା ମାଟିରେ ଖଲିସ୍ତାନ ବିଚ୍ଛିନ୍ନତାବାଦୀଙ୍କୁ ହତ୍ୟା କରିବା ପାଇଁ ହୋଇଥିବା ଷଡଯନ୍ତ୍ରର ଅନୁସନ୍ଧାନ କରାଯାଉଛି। ଖଲିସ୍ତାନ ବିଚ୍ଛିନ୍ନତାବାଦୀଙ୍କୁ ହତ୍ୟା କରିବା ଲାଗି ଷଡଯନ୍ତ୍ର କରିଥିବା ନେଇ ଜଣେ ଭାରତୀୟ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିଛି। ଆମେରିକା ଏଜେନ୍ସି ଦ୍ୱାରା ଅଂଶୀଦାର ହୋଇଥିବା ତଥ୍ୟ ଆଧାରରେ ମଧ୍ୟ ଭାରତ ସରକାର ମଧ୍ୟ ଏହି ଘଟଣାର ତଦନ୍ତ କରୁଛନ୍ତି। ଆମେରିକୀୟ ସଂଘୀୟ ଆଇନଜୀବୀ ଗତ ନଭେମ୍ବର ମାସରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା। ଯେଉଁଥିରେ ଉଭୟ ଆମେରିକା ଏବଂ କାନାଡା ନାଗରିକତା ରଖୁଥିବା ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ ହୋଇଥିବା କଥିତ ଷଡଯନ୍ତ୍ର ସମ୍ପର୍କରେ ଅବଗତ କରାଯାଇଥିଲା। ଉଭୟ ଭାରତ ଏବଂ ଆମେରିକା ପକ୍ଷର ଅଧିକାରୀ କହିଛନ୍ତି ଯେ ଗୁରୁ ପତୱନ୍ତ ସିଂହ ପନ୍ନୁକୁ ହତ୍ୟା କରିବା ଲାଗି ହୋଇଥିବା ହୋଇଥିବା କଥିତ ଷଡଯନ୍ତ୍ର ଆମେରିକାର ରାଷ୍ଟ୍ରପତିଙ୍କ ଅନୁପସ୍ଥିତି ସହ କୌଣସି ସମ୍ପର୍କ ନାହିଁ। 

୨୦୧୯ ବର୍ଷରେ ଆସିନଥିଲେ ଡୋନାଲ୍ଡ ଟ୍ରମ୍ପ
ଦ୍ୱିତୀୟ ଥର ପାଇଁ ଆମେରିକୀୟ ରାଷ୍ଟ୍ରାଧ୍ୟକ୍ଷ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ଦେଇପାରି ନାହାଁନ୍ତି। ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗତ ୨୦୧୯ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ସେ ମଧ୍ୟ ଏଥିରେ ଯୋଗ ଦେଇପାରି ନଥିଲେ। ପରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଥରେ ଆମେରିକୀୟ ରାଷ୍ଟ୍ରପତି ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ଦେଇଛନ୍ତି। ଗତ ୨୦୧୫ ସାଧାରଣତନ୍ତ୍ର ଦିବସରେ ଯୋଗ ଦେବା ଲାଗି ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ବାରାକ ଓବାମା ମୋଦି ସରକାରଙ୍କ ନିମନ୍ତ୍ରଣ କ୍ରମେ ଭାରତ ଆସିଥିଲେ।   ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏକ ନୂତନ ଅତିଥି ସନ୍ଧାନରେ ଏବେ ସମସ୍ତ ଆଖି ସାଉଥ୍ ବ୍ଲକ୍ ଉପରେ ରହିଛି।