ହିଞ୍ଜିଳିର ଶେରଗଡ଼ରେ ଚାଷୀଙ୍କୁ ଭେଟିଲେ ନବୀନ
Advertisement
Article Detail0/zeeodisha/odisha2581172

ହିଞ୍ଜିଳିର ଶେରଗଡ଼ରେ ଚାଷୀଙ୍କୁ ଭେଟିଲେ ନବୀନ

ଆଜି ନିଜ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ହିଞ୍ଜିଳିକାଟୁ ବୁଲିବା ଅବସରରେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ହିଞ୍ଜିଳିର ଶେରଗଡ଼ରେ ଚାଷୀଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର: ଅଦିନିଆ ବର୍ଷାରେ ରାଜ୍ୟରେ ହୋଇଥିବା ଫସଲ ନଷ୍ଟକୁ ନେଇ ରାଜନିତୀ ଆରମ୍ଭ ହୋଇଛି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କ୍ୟାବିନେଟ ମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ କରି ଚାଷୀଙ୍କର ହୋଇଥିବା କ୍ଷୟକ୍ଷତି ବୁଲି ଦେଖିବା ପରେ ଆଜି ବିରୋଧିଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ମୈଦାନକୁ ଓହ୍ଲାଇଛନ୍ତି । ଗଂଜାମ ହିଞ୍ଜିଳିର ଶେରଗଡ଼ରେ ପହଞ୍ଚି ନବୀନ ଚାଷୀଙ୍କୁ ଭେଟିଛନ୍ତି।

ଆଜି ନିଜ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ହିଞ୍ଜିଳିକାଟୁ ବୁଲିବା ଅବସରରେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚାଷୀଙ୍କ ଧାନ ଦେଖିବା ସମୟରେ ନବୀନଙ୍କୁ ନିଜ ଦୁଃଖ ଜଣାଇଛନ୍ତି ଚାଷୀ । ଚାଷୀଙ୍କ ସହ ଆଲୋଚନା ପରେ ନବୀନ କହିଥିଲେ ଯ, ଅଦିନିଆ ବର୍ଷାରେ ଚାଷୀଙ୍କ ବ୍ୟାପକ କ୍ଷତି ହୋଇଛି। ତେଣୁ ତୁରନ୍ତ ସେମାନଙ୍କୁ କ୍ଷତିପୂରଣ ଦିଆଯାଉ ।

Also Read- Jimmy Carter Passes Away: ପରଲୋକରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର

Also Read- Baba Ramdev Tips: କିଡନୀ ସମସ୍ୟାରୁ ପାଇବେ ଆରାମ, ଆପଣାନ୍ତୁ ସ୍ୱାମୀ ରାମଦେବଙ୍କ ଏହି ଟିପସ୍