Tempered Glass: ଏହି ବ୍ୟବସାୟରେ ଲାଭ ୯୦%, ଜାଣନ୍ତୁ କିପରି କରିବେ ବ୍ୟବସାୟ
Advertisement
Article Detail0/zeeodisha/odisha1865034

Tempered Glass: ଏହି ବ୍ୟବସାୟରେ ଲାଭ ୯୦%, ଜାଣନ୍ତୁ କିପରି କରିବେ ବ୍ୟବସାୟ

Mobile Tempered Glass Manufacturing business: ଏହି ବ୍ୟବସାୟରେ ଆପଣ ଅଧିକ ଲାଭ ପାଇବା ସହିତ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇପାରିବେ ।

Tempered Glass: ଏହି ବ୍ୟବସାୟରେ ଲାଭ ୯୦%, ଜାଣନ୍ତୁ କିପରି କରିବେ ବ୍ୟବସାୟ

Mobile Tempered Glass Manufacturing business: ଟଙ୍କା ରୋଜଗାର କରିବା ପାଇଁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ବ୍ୟବସାୟ କରୁଛନ୍ତି । କେହି ସଫଳ ହେଉଛନ୍ତି ପୁଣି କିଏ ବ୍ୟବସାୟରେ କ୍ଷତି ସହୁଛନ୍ତି । କିନ୍ତୁ ଆମେ ଆପଣଙ୍କୁ ଏପରି ଏକ ବ୍ୟବସାୟ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ଭଲ ଲାଭ (Good profit) ପାଇପାରିବେ । କାରଣ ଏହି ବ୍ୟବସାୟରେ କ୍ଷତି ନୁହେଁ କେବଳ ଲାଭ ହିଁ ଆପଣଙ୍କୁ ମିଳିବ । ପାଖାପାଖି ୯୦ ପ୍ରତିଶତ ପର୍ଯ୍ୟନ୍ତ ଆପଣ ଏହି ବ୍ୟବସାୟରୁ ଲାଭ ଉଠାଇପାରିବେ । ଏହା ଏପରି ଏକ ବ୍ୟବସାୟ ଯାହାର ଚାହିଦା ବର୍ତ୍ତମାନ ଦିନକୁ ଦିନ ବଢିବାରେ ଲାଗିଛି । ତାହା ହେଉଛି ମୋବାଇଲରେ ବ୍ୟବହାର କରାଯାଉଥିବା ଟେମ୍ପେଡ୍ ଗ୍ଲାସ୍ । ଯାହାକୁ ପ୍ରତ୍ୟକ ଲୋକ ଆବଶ୍ୟକ କରନ୍ତି । କାରଣ ଏହା ମୋବାଇଲକୁ ସୁରକ୍ଷା ପ୍ରଦାନ କରିଥାଏ ।

ଆପଣ ଏହା ଜାଣିଥିବେ ଯେ, ଅଧିକାଂଶ ସ୍ମାର୍ଟଫୋନ (Smartphone) ପ୍ରସ୍ତୁତକାରୀ କମ୍ପାନୀ ମୋବାଇଲ ସହିତ ଟେମ୍ପେଡ ଗ୍ଲାସ ଦିଅନ୍ତି ନାହିଁ । ସେହି କାରଣରୁ ମୋବାଇଲ ଗ୍ରାହକମାନେ ମୋବାଇଲ କିଣିବା ପରେ ଟେମ୍ପେଡ୍ ଗ୍ଲାସ ବାହାର ଦୋକାନରୁ କିଣି ମୋବାଇଲରେ ପକାଇଥାନ୍ତି । ତେଣୁ ଏହାର ଚାହିଦା ବଜାରରେ ବହୁତ ଅଧିକ ରହିଛି । କାରଣ ପ୍ରାୟ ଅନେକ ବ୍ୟକ୍ତି ମୋବାଇଲ ଟେମ୍ପେଡ ଗ୍ଲାସ ଏକାଧିକ ଥର ବ୍ୟବହାର କରିଥାନ୍ତି । କାରଣ ମୋବାଇଲ ହାତରୁ ତଳକୁ ଖସିଗଲେ ମୋବାଇଲର ଟେମ୍ପେଡ ଗ୍ଲାସ ଭାଙ୍ଗିଯାଇଥାଏ । ତେବେ ଏହି ଟେମ୍ପେଡ୍ ଗ୍ଲାସ୍ ବ୍ୟବସାୟ ଆପଣ କିପରି କରିବେ ସେ ବିଷୟରେ ସମସ୍ତ ତଥ୍ୟ ଆମେ ଆପଣଙ୍କୁ ଦେବାକୁ ଯାଉଛୁ ।

ମୋବାଇଲ ଟେମ୍ପେଡ୍ ଗ୍ଲାସ୍ ତିଆରି କରିବା ପାଇଁ ଆପଣଙ୍କୁ କଞ୍ଚାମାଲ (raw materials) ଆବଶ୍ୟକ ପଡିବ । ତେଣୁ ପ୍ରଥମେ ଆପଣଙ୍କୁ ଆଣ୍ଟି ସକ୍ ସ୍କ୍ରିନ୍ ପ୍ରୋଟେକ୍ଟର ଫିଲ୍ମ ଏବଂ ଏକ ଅଟୋମେଟିକ ଟେମ୍ପେଡ୍ ଗ୍ଲାସ୍ ମେକିଂ ମେସିନ୍ କିଣିବାକୁ ପଡିବ । ଯେଉଁଥିରେ କେଉଁ ସଫ୍ଟୱେର୍ ସଂସ୍ଥାପିତ ହୋଇଛି ଏବଂ କିଭଳି ପ୍ରୟୋଗ ମାଧ୍ୟମରେ କାର୍ଯ୍ୟ କରେ ସେ ବିଷୟରେ ଏକ ଟ୍ରେନିଂ ନେବାକୁ ପଡିବ । ତାପରେ ଟେମ୍ପେଡ୍ ଗ୍ଲାସ୍ ପ୍ୟାକିଂ ସାମଗ୍ରୀ ମଧ୍ୟ ଆପଣଙ୍କୁ କଞ୍ଚାମାଲ ହିସାବରେ କିଣିବାକୁ ପଡିବ ।

ଟେମ୍ପେଡ୍ ଗ୍ଲାସ୍ ତିଆରି ମେସିନ୍ ସାହାଯ୍ୟରେ ଆପଣ ସହଜରେ ଟେମ୍ପେଡ୍ ଗ୍ଲାସ୍ ତିଆରି କରିପାରିବେ । ଏହା ସମ୍ପୂର୍ଣ୍ଣ ଭାବରେ ସଫ୍ଟୱେର୍ ସହିତ ସଂଯୋଗ କରାଯାଇଥାଏ । ଏହି ମେସିନରେ ଟେମ୍ପେଡ୍ ଗ୍ଲାସ୍ ତିଆରି କରିବା ପାଇଁ ଆପଣଙ୍କୁ ପ୍ରଥମେ ଏହି ମେସିନରେ ଟେମ୍ପେଡ୍ ଗ୍ଲାସ୍ ସିଟ୍ ଫିଟ୍ କରିବାକୁ ପଡିବ । ଆପଣଙ୍କୁ ପ୍ରଥମେ ମେସିନ୍ ଟର୍ନ୍ ଅନ୍ କରି ପରେ ଏହାକୁ ମୋବାଇଲ୍ ଏବଂ ଲାପଟପ୍ ସହିତ ସଂଯୋଗ କରିବାକୁ ପଡିବ । ଆପଣଙ୍କୁ ଏହି ମେସିନର ପ୍ରୟୋଗ ସମ୍ପର୍କିତ ସମସ୍ତ ତଥ୍ୟ ଇଣ୍ଟରନେଟରୁ ଡାଉନଲୋଡ୍ କରିବାକୁ ପଡିବ । ତାପରେ ଆପଣ ଯେକୌଣସି ପ୍ରକାରର ଟେମ୍ପେଡ୍ ଗ୍ଲାସ୍ ତିଆରି କରିବାକୁ ଚାହୁଁଛନ୍ତି ସେହି ପ୍ରକାରର ଡିଜାଇନ୍ ଆପରେ ତିଆରି କରିବାକୁ ପଡିବ । ପରେ ଆପଣ ଟେମ୍ପେଡ ଗ୍ଲାସ ପ୍ରସ୍ତୁତ କରିପାରିବେ ଏବଂ ପ୍ୟାକ୍ କରି ବଜାରକୁ ବିକ୍ରୟ ପାଇଁ ପଠାଇ ପାରିବେ ।

ଟେମ୍ପେଡ୍ ଗ୍ଲାସ ତିଆରି କରିବାର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ପ୍ରଥମେ ଆପଣଙ୍କୁ ପଞ୍ଜୀକୃତ (Registered) କରିବାକୁ ପଡିବ । ତେବେ ସମସ୍ତ ଖର୍ଚ୍ଚ ହିସାବ କଲେ ପ୍ରାୟ ୧ ଲକ୍ଷ ଟଙ୍କାରୁ କମ ଦରରେ ଆପଣ ସମସ୍ତ ଉପକରଣ ପାଇପାରିବେ । ପରେ ଆପଣ ଅନ୍ୟ କାହାକୁ ନିଯୁକ୍ତି ଦେଇ କାମ କରାଇପାରିବେ । ଆପଣଙ୍କୁ କହିରଖୁଛୁ ଯେ, ଗୋଟିଏ ଟେମ୍ପେଡ୍ ଗ୍ଲାସ ତିଆରି କରିବାର ଖର୍ଚ୍ଚ ମାତ୍ର ୭ରୁ ୧୬ଟଙ୍କା । କିନ୍ତୁ ଉକ୍ତ ଟେମ୍ପେଡ୍ ଗ୍ଲାସ୍ ବଜାରରେ ୮୦ରୁ ୨୫୦ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଇଥାଏ । ତେଣୁ ଏହା ଏକ ଭଲ ଲାଭଜନକ ବ୍ୟବସାୟ । ଏହି ବ୍ୟବସାୟ ମାଧ୍ୟମରେ ଆପଣ ନିଜେ ରୋଜଗାରକ୍ଷମ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇପାରିବେ ।

Also Read- Cricket News: ବର୍ଷାରୁ ମିଳିବ କି ବଡ଼ ଫାଇଦା, ମ୍ୟାଚକୁ ନେଇ କଣ କହୁଛି ସମୀକରଣ