CM Yogi Kedarnath Dham Visit: ବାବା କେଦାରନାଥଙ୍କୁ ଦର୍ଶନ କଲେ ସିଏମ ଯୋଗୀ
Advertisement

CM Yogi Kedarnath Dham Visit: ବାବା କେଦାରନାଥଙ୍କୁ ଦର୍ଶନ କଲେ ସିଏମ ଯୋଗୀ

CM Yogi Kedarnath Dham Visit: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସକାଳ ୧୦.୧୫ ସମୟରେ କେଦାରନାଥ ଧାମରେ ପହଞ୍ଚିଥିଲେ। ମନ୍ଦିର କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା ।

CM Yogi Kedarnath Dham Visit: ବାବା କେଦାରନାଥଙ୍କୁ ଦର୍ଶନ କଲେ ସିଏମ ଯୋଗୀ

CM Yogi Kedarnath Dham Visit: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର କେଦାରନାଥ ଧାମରେ ବାବାଙ୍କ ଦର୍ଶନ କରିଛନ୍ତି । ଦେଶବାସୀଙ୍କ ପାଇଁ ସିଏମ ଯୋଗୀ (cm yogi adityanath) ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ଆଶୀର୍ବାଦ ଗ୍ରହଣ କରିଥିଲେ। ରବିବାର ସକାଳ ୧୦ଟା୧୫ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ କେଦାରନାଥ ହେଲି ପ୍ୟାଡରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ବଦ୍ରି କେଦାର ମନ୍ଦିର କମିଟି ସଦସ୍ୟଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା । ମନ୍ଦିର କମିଟି ଅଧ୍ୟକ୍ଷ ଅଜୟଙ୍କ ସମେତ ଅଞ୍ଚଳର ଅନେକ ବରିଷ୍ଠ ରାଜନେତାମାନେ ସିଏମ ଯୋଗୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ । 

ସିଏମ ଯୋଗୀ କେଦାରନାଥରେ ପହଞ୍ଚି ସେଠାକାର ସାଧାରଣ ଲୋକଙ୍କ ସମେତ ତୀର୍ଥଯାତ୍ରୀ (Pilgrim)ଙ୍କ ସହିତ ଆଲୋଚନା କରିଥିଲେ । ଏଥିସହ ସେଠାକାର ପୁରୋହିତମାନଙ୍କୁ ମଧ୍ୟ ଭେଟିଥିଲେ । ପରେ ସ୍ଥାନୀୟ ଗେଷ୍ଟ ହାଉସ (Guest House)ରେ କିଛି ସମୟ ବିଶ୍ରାମ ନେବା ପାଇଁ ବନ୍ଦୋବସ୍ତ କରାଯାଇଥିଲା । ବାବା କେଦାରନାଥଙ୍କ ଦର୍ଶନ କରିବା ସହିତ ଏକ ରୁଦ୍ରାଭିଷେକ କରିଥିଲେ ସିଏମ ଯୋଗୀ । ଏଥିସହ ମହାଦେବଙ୍କ ଦିବ୍ୟଲିଙ୍ଗରେ କ୍ଷୀର ଓ ଜଳ ଲାଗି କରିଥିଲେ ।

ଦର୍ଶନ ପରେ ଉତ୍ତରପ୍ରଦେଶର ସିଏମ୍ ଯୋଗୀ ଆଦିତ୍ୟନାଥ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ୨୦୧୩ ମସିହାରେ ଏକ ଦୁଃଖଦ ଘଟଣା କାରଣରୁ କେଦାରନାଥ ଧାମ ଅଞ୍ଚଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ସ୍ଥାନୀୟ ଲୋକଙ୍କ ଆତ୍ମବିଶ୍ୱାସ ଏବଂ ନିଷ୍ଠା କାରଣରୁ ଏହା ପୁନ୍ନର୍ବାର ପୂର୍ବସ୍ଥିତିକୁ ଫେରିଛି । ଏହି ଧାମକୁ ବଦଳାଇବା ତଥା ସମସ୍ତ ସୁବିଧା ପହଞ୍ଚାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିଶେଷ ଭୂମିକା ରହିଛି । ସିଏମ ଯୋଗୀ ଏକଥା ମଧ୍ୟ କହିଛନ୍ତି ଯେ, ମନରେ ଅନେକ ଭକ୍ତି ଭାବନା ନେଇ ପ୍ରତି ବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ତୀର୍ଥସ୍ଥାନକୁ ଆସୁଛନ୍ତି । ଏଥିସହିତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ସିଏମ ଯୋଗୀ କୃତଜ୍ଞତା ଜଣାଇଛନ୍ତି ।

Also Read- ସାର୍ବଜନୀନ ପୂଜା ଉତ୍ସବ ପାଇଁ କଟକରେ ଗ୍ରାଉଣ୍ଡ ରେଣ୍ଟ ଆଦାୟ ମନା

Also Read- Share Market: ରକେଟ୍ ପରି ଆଗକୁ ବଢିଲା ଏହି କମ୍ପାନୀର ଷ୍ଟକ୍, ୬ ମାସରେ ବଡ଼ ଲାଭ