Shocking News: ୨୧ ବର୍ଷର ଯୁବକକୁ ୫୨ ବର୍ଷର ମହିଳା, ବିବାହ ପଛର ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1487259

Shocking News: ୨୧ ବର୍ଷର ଯୁବକକୁ ୫୨ ବର୍ଷର ମହିଳା, ବିବାହ ପଛର ଜାଣନ୍ତୁ କାରଣ

Shocking Marrige News:  ସଦ୍ୟ ଏପରି ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ୨୧ ବର୍ଷର ଯୁବକ ତାଙ୍କ ଠାରୁ ୩୧ ବର୍ଷ ବଡ଼ ଜଣେ ୫୨ ବର୍ଷର ମହିଳାଙ୍କୁ ବିବାହ କରିଛନ୍ତି। 

Shocking News: ୨୧ ବର୍ଷର ଯୁବକକୁ ୫୨ ବର୍ଷର ମହିଳା, ବିବାହ ପଛର ଜାଣନ୍ତୁ କାରଣ

Unique Love Story: କୁହାଯାଏ ପ୍ରେମରେ ସବୁକିଛି ନ୍ୟାୟଯୁକ୍ତ। ଯଦି ପ୍ରେମ ସତ ତାହେଲେ ଲୋକ ଏହା ଉପରେ ଧ୍ୟାନ ଦିଅନ୍ତି ନାହିଁ। ଯଦି କୌଣସି ବ୍ୟକ୍ତି ପ୍ରେମରେ ପଡ଼େ, ତାହେଲେ ସେ ବୟସ ଏବଂ ଜାତି ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ ବରଂ ସେ ନିଜ ହୃଦୟକୁ ନିଜ ସାଥୀଙ୍କୁ ଦେଇଥାନ୍ତି। ଆପଣ ନିଶ୍ଚିତ ଭାବରେ ଏପରି ଅନେକ ଭିଡିଓ ଦେଖିଥିବେ। ଯେଉଁଥିରେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ରହିଥିବାର ଦେଖିବାକୁ ମିଳିବ, ହେଲେ ସେମାନେ ଏହାକୁ ନେଇ ସେତେ ଚିନ୍ତିତ ନୁହଁନ୍ତି। 

ହେଲେ ଯେତେବେଳେ ସାଧାରଣ ଲୋକ ଏହି ଖବର ଶୁଣନ୍ତି ସେମାନେ ଆଶ୍ଚର୍ଯ୍ୟ ହୋଇଯାନ୍ତି। ସଦ୍ୟ ଏପରି ଏକ ଭିଡିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ୨୧ ବର୍ଷର ଯୁବକ ତାଙ୍କ ଠାରୁ ୩୧ ବର୍ଷ ବଡ଼ ଜଣେ ୫୨ ବର୍ଷର ମହିଳାଙ୍କୁ ବିବାହ କରିଛନ୍ତି। ନିଜ ବୟସ ଠାରୁ ବଡ଼ ଜଣେ ମହିଳାଙ୍କୁ ବିବାହ କରି ଯୁବକ ଜଣଙ୍କ କହିଛନ୍ତି ଯେ ପ୍ରେମରେ କୌଣସି ବୟସ ନାହିଁ।

ଏହି ବିବାହକୁ ନେଇ ଇଣ୍ଟରନେଟରେ ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ୨୧ ବର୍ଷର ଯୁବକ ବିବାହ ମଞ୍ଚରେ ଠିଆ ହୋଇଛି ଏବଂ ତାଙ୍କ ପଛରେ ଏକ ଚେୟାର ରହିଥିବାର ଦେଖିବାକୁ ମିଳୁଛି। ଯାହା ସାଧାରଣତଃ କେବଳ ବିବାହ କାର୍ଯ୍ୟକ୍ରମରେ ଦେଖାଯାଏ। ଉଭୟେ ବେକରେ ଫୁଲ ମାଳ ପକାଇଛନ୍ତି। ସେତେବେଳେ କେହି ଜଣେ ସେହି ଯୁବକଙ୍କୁ ପଚାରୁଛନ୍ତି ଯେ, ତୁମେ ଦୁହେଁ ବିବାହ କରିଛ? ଏହା ପରେ ଯୁବକ ଜଣଙ୍କ ହଁ ବୋଲି ଉତ୍ତର ଦେଉଛନ୍ତି। ଏହି ଭିଡିଓ ରେକର୍ଡିଂ କରିଥିବା ବ୍ୟକ୍ତି ଜଣଙ୍କ ଯୁବକଙ୍କୁ ତାଙ୍କ ବୟସ ବାବଦରେ ପଚାରୁଛନ୍ତି। ଏହାର ଉତ୍ତରରେ ଯୁବକ ଜଣଙ୍କ କହିଛନ୍ତି ତାଙ୍କୁର ବୟସ ୨୧ ବର୍ଷ ହୋଇଥିବା ବେଳେ ସେ ଯେଉଁ ମହିଳାଙ୍କୁ ବିବାହ କରିଛନ୍ତି ତାଙ୍କର ବୟସ ହେଉଛି ୫୨ ବର୍ଷ।

ଏହା ପରେ ସେଠାରେ ଠିଆ ହୋଇଥିବା ଲୋକ ଏହି ଯୁବକଙ୍କୁ ପଚାରିଥିଲେ ଯେ, କ'ଣ ତୁମେ ଠିକ୍ କରିଛ? ଏହାର ଉତ୍ତର ରଖି ଯୁବକ ଜଣଙ୍କ କହିଛନ୍ତି ପ୍ରେମ କରିବାରେ କୌଣସି ବୟସ ନଥାଏ। ପ୍ରେମ ଯେ କୌଣସି ସମୟରେ ହୋଇପାରେ।

 

ଭିଡିଓ ରେକର୍ଡିଂ କରୁଥିବା ବ୍ୟକ୍ତି ଜଣଙ୍କ ପଚାରିଲେ ଯେ ଆପଣ ଏହି ବିବାହରେ ଖୁସି ଅଛନ୍ତି? ସେତେବେଳେ ମହିଳା ଜଣକ କହିଛନ୍ତି ଯେ, ବିବାଦ କରି ଆମେ ଦୁହେଁ ଖୁସି। ମୁଁ ମୋ ଅପେକ୍ଷା ତାଙ୍କ ଉପରେ ଅଧିକ ବିଶ୍ୱାସ କରେ। କାରଣ ମୁଁ ତାଙ୍କୁ ୩ ବର୍ଷ ଧରି ଦେଖିଛି। ଏହା ଉପରେ ଯୁବକ ଜଣଙ୍କ ଉତ୍ତର ଦେଉଛନ୍ତି, "ପ୍ରେମର ବୟସ ନାହିଁ, କେବଳ ହୃଦୟ ଦେଖାଯାଏ। " ଯଦି ପ୍ରେମରେ ବ୍ୟକ୍ତି ଭଲ ତାହେଲେ ସବୁକିଛି ଭଲ। ଏହି ଭିଡିଓ ପୋଷ୍ଟ ହେବା ମାତ୍ରେ ଏହା ଯଥାଶୀଘ୍ର ଭାଇରାଲ ହୋଇଥିଲା। ଏହାକୁ ଅମିତ ଚତୁର୍ବେଦୀ ନାମକ ଜଣେ ବ୍ୟକ୍ତିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଦ୍ୱାରା ଏହାକୁ ସେୟାର କରାଯାଇଛି। ଭିଡିଓ ସେୟାର କରି ସେ ଲେଖିଛନ୍ତି, 'ସେମାନଙ୍କ ବରଣ ଦେଖି କଳିଯୁଗ ଶେଷ  ହେବା ଆରମ୍ଭ ହୋଇଥିଲା।' ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ ହଜାରରୁ ଅଧିକ ଭ୍ୟୁ ପାଇଛି। ଏହି ଭିଡିଓ କେଉଁଠୁ ଆସିଛି ସେ ବିଷୟରେ ଏଥିରେ କୌଣସି ସ୍ଥାନ ବିଷୟରେ କୁହାଯାଏ ନାହିଁ।