Jhansi Rebirth News: ପୁନର୍ଜନ୍ମର ଆଶ୍ଚର୍ଯ୍ୟଜନକ କାହାଣୀ, ସାପ ହୋଇ ପ୍ରତିଶୋଧ ନେଉଛି ସାନ ଭାଈ
Advertisement
Article Detail0/zeeodisha/odisha1930073

Jhansi Rebirth News: ପୁନର୍ଜନ୍ମର ଆଶ୍ଚର୍ଯ୍ୟଜନକ କାହାଣୀ, ସାପ ହୋଇ ପ୍ରତିଶୋଧ ନେଉଛି ସାନ ଭାଈ

Jhansi Rebirth News: ଆମ ସମାଜରେ ପୁନର୍ଜନ୍ମ ସମ୍ବନ୍ଧରେ ଅନେକ କଥାକୁ ବିଶ୍ୱାସ କରାଯାଏ । ବିଜ୍ଞାନ ଏହାକୁ ଖଣ୍ଡନ କରୁଥିଲେ ପୂର୍ବଜନ୍ମ ସମ୍ପର୍କରେ ଅନେକ ଲୋକ କଥା ରହିଆସିଛି । ଝାନସିରୁ ବର୍ତ୍ତମାନ ଯେଉଁ ଖବର ଆସୁଛି ତାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

Jhansi Rebirth News: ପୁନର୍ଜନ୍ମର ଆଶ୍ଚର୍ଯ୍ୟଜନକ କାହାଣୀ, ସାପ ହୋଇ ପ୍ରତିଶୋଧ ନେଉଛି ସାନ ଭାଈ

Jhansi Rebirth News: ଉତ୍ତରପ୍ରଦେଶର ଝାନସିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ ଚର୍ଚ୍ଚା କରାଯାଉଛି । ଯେଉଁ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି ଦୁଇ ଭାଇଙ୍କ ପୁନର୍ଜନ୍ମର କାହାଣୀ । କୁହାଯାଉଛି ଯେ, ପରସ୍ପର ମଧ୍ୟରେ କଳି ଝଗଡା ଅତି ଉଗ୍ର ହେବା କାରଣରୁ ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିଲା । କେବଳ ସେତିକି ନୁହେଁ ଏକଥା ମଧ୍ୟ କୁହାଯାଉଛି ପରେ ଦୁଇ ଭାଇ ଦ୍ୱିତୀୟ ଜନ୍ମ ମଧ୍ୟ ନେଇଥିଲେ । ୨ ଭାଇଙ୍କ ମଧ୍ୟରୁ ଜଣେ ମଣିଷ ହୋଇ ଜନ୍ମ ହୋଇଥିବାବେଳେ ଅନ୍ୟ ଭାଇ ଜଣକ ସାପ ହୋଇ ଜନ୍ମ ହୋଇଥିଲେ । ବର୍ତ୍ତମାନ ଦାବି କରାଯାଇଛି ଯେ, ବର୍ତ୍ତମାନ ଭାଈ ଜଣକ ସାପ ଜନ୍ମ ପାଇବା ପରେ ସେ ତାଙ୍କୁ ବାରମ୍ବାର ଦଂଶନ (snake bite) କରି ମାରିବାକୁ ଚେଷ୍ଟା କରୁଛନ୍ତି । ଏପର୍ଯ୍ୟନ୍ତ ସାପଟି ଉକ୍ତ ବ୍ୟକ୍ତିଙ୍କୁ ୧୨ ଥର ଦଂଶନ କରି ସାରିଲାଣି ବୋଲି ସୂଚନା ରହିଛି ।

ଏହି ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ, କିନ୍ତୁ ଝାନସୀ ଠାରୁ ୩୫ କିଲୋମିଟର ଦୂରରେ ଅବସ୍ଥିତ ଚିରଗାଓଁ ଥାନା ଅଞ୍ଚଳରେ ଥିବା କୁମହାରା ଗ୍ରାମରେ ଏପରି ଏକ କଥାକୁ ନେଇ ଖୁବ ଚର୍ଚ୍ଚା ଆଲୋଚନା ଚାଲିଛି । ଗାଁରେ ରହୁଥିବା ସୀତାରାମ ଅହିରୱାର ମଧ୍ୟ ସମାନ ଦାବି କରିଛନ୍ତି। ସୀତାରାମ କହିଛନ୍ତି ଯେ, ଗୋଟିଏ କଳା ରଙ୍ଗର ସାପ ତାଙ୍କ ଜୀବନର ଶତ୍ରୁ ପାଲଟିଯାଇଛି । ସେ ବାରମ୍ବାର ଆକ୍ରମଣ କରିବାକୁ ଚେଷ୍ଟା କରୁଛି । ଏପରି କି ତାଙ୍କୁ କାମୁଡ଼ି ତାଙ୍କ ଜୀବନ ନେବାକୁ ଚେଷ୍ଟା ଚଳାଇଛି । ସାପଟି ବର୍ଷେ କିମ୍ୱା ୨ ବର୍ଷ ମଧ୍ୟରେ ତାଙ୍କୁ ଥରୁଟିଏ କାମୁଡିଥାଏ । ସେ କୁହନ୍ତି ଯେ, ଏହି ସାପଟି ତାଙ୍କ ପୂର୍ବ ଜନ୍ମର ଭାଇ ଛଡା ଆଉ କେହି ନୁହଁନ୍ତି ।

୧୨ ଥର ଦଂଶନ
ସୀତାରାମ ଅହରିୱାରଙ୍କ କହିବାନୁଯାୟୀ, ତାଙ୍କୁ ୩୦ ବର୍ଷ ବୟସ ହୋଇଥିବା ସମୟରେ ପ୍ରଥମ ଥର ସେ ସାପ କାମୁଡାର ଶିକାର ହୋଇଥିଲେ । ସାପ କାମୁଡିବା ପୂର୍ବରୁ ତାଙ୍କ ସ୍ୱପ୍ନରେ ପ୍ରଥମେ ସାପ ଆସିଥାଏ । ସେ ସ୍ୱପ୍ନରେ ଏହା ଦେଖନ୍ତି ଯେ, ତାଙ୍କୁ ଗୋଟିଏ କଳା ରଙ୍ଗର ସାପ କାମୁଡୁଛି । ସ୍ୱପ୍ନ ଦେଖିବାର ଦିନେ କି ୨ ଦିନ ମଧ୍ୟରେ ସେ ସାପ କାମୁଡାର ଶିକାର ହୁଅନ୍ତି । ସାପ କାମୁଡ଼ିବା ପରେ ସେ ପ୍ରଥମେ ପ୍ରାଥମିକ ଚିକିତ୍ସା କରନ୍ତି ଓ ହସ୍ପିଟାଲ ଯାଆନ୍ତି । ଏଥି ସହିତ ସେ ସେ ଗାଁ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ମଧ୍ୟ କରନ୍ତି । କେବଳ ସେତିକି ନୁହେଁ ସେ ଅନେକଥର ଝଡାଫୁଙ୍କା ମଧ୍ୟ କରିଛନ୍ତି । ସୌବାଗ୍ୟର ବିଷୟ ଏହା ଯେ, ଅନେକ ଥର ସାପ କାମୁଡାର ଶିକାର ହେଲା ପରେ ମଧ୍ୟ ତାଙ୍କର କୌଣସି କ୍ଷତି ହୋଇନାହିଁ । ସେ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରୁଛନ୍ତି ।

ସାନ ଭାଇ ସାପ ହୋଇ ପ୍ରତିଶୋଧ ନେଉଛନ୍ତି
ସୀତାରାମ କହିଛନ୍ତି ଯେ, ଏହି ସାପଟି ତାଙ୍କର ପୂର୍ବ ଜନ୍ମର ଭାଇ ବ୍ୟତୀତ ଆଉ କେହି ନୁହେଁ। ପୂର୍ବ ଜନ୍ମରେ ଦୁଇ ଭାଇ ପରସ୍ପର ଝଗଡା ସହ ମାରପିଟ୍ ଲାଗିଥିଲେ ଫଳରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା । ତେଣୁ ଏହି ଜନ୍ମରେ ସେ ସାପ ଜନ୍ମ ନେଇ ପ୍ରତିଶୋଧ ନେଉଛି । ଏଥି ସହିତ ସ୍ଥାନୀୟ ଅଞ୍ଚଳରେ ଝଡାଫୁଙ୍କା କରୁଥିବା ଗୁଣିଆ ଜଣଙ୍କ ମଧ୍ୟ ଏହା କହିଛନ୍ତି ଯେ, ସାପ କାମୁଡ଼ିବା ପରେ ସୀତାରାମକୁ ଶରୀରରେ ଏକ ଅଜବ ଶକ୍ତି ଆସିଥାଏ ।

Also Read- Brinjal Farming: ବାଇଗଣ ଚାଷ କରି ଧନୀ ହେଲେ ଚାଷୀ ! ପ୍ରତି ମାସରେ ୧.୨୦ ଲକ୍ଷ ଟଙ୍କା ରୋଜଗାର

Also Read- Vastu Tips: ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି କାମ, ମା’ଲକ୍ଷ୍ମୀ ହେବେ ପ୍ରସନ୍ନ