Two Finger Test: ଦୁଷ୍କର୍ମ ପରେ ପୀଡ଼ିତାଙ୍କ କରାଯାଉଥିଲା 'ଟୁ ଫିଙ୍ଗର ଟେଷ୍ଟ୍', ଜାଣନ୍ତୁ କାହିଁକି ଏହା ଉପରେ ଲାଗିଛି ବ୍ୟାନ୍
Advertisement
Article Detail0/zeeodisha/odisha1578137

Two Finger Test: ଦୁଷ୍କର୍ମ ପରେ ପୀଡ଼ିତାଙ୍କ କରାଯାଉଥିଲା 'ଟୁ ଫିଙ୍ଗର ଟେଷ୍ଟ୍', ଜାଣନ୍ତୁ କାହିଁକି ଏହା ଉପରେ ଲାଗିଛି ବ୍ୟାନ୍

Two Finger Test: ଦୁଷ୍କର୍ମ ପରେ ପୀଡ଼ିତାଙ୍କ 'ଟୁ ଫିଙ୍ଗର ଟେଷ୍ଟ୍' କରାଯାଇଥାଏ ଓ ଏହି ପରୀକ୍ଷା ମାଧ୍ୟମରେ ଜଣାଯାଇଥାଏ କି ତାଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ । କିନ୍ତୁ ଭାରତରେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଛି । ବିଗତ ଦିନରେ ସୁପ୍ରିମକୋର୍ଟ ଟୁ ଫିଙ୍ଗର ଟେଷ୍ଟ୍' କୁ ବ୍ୟାନ୍ କରିଥିଲେ ।

ପ୍ରତୀକାତ୍ମକ ଫଟୋ

Two Finger Test: ଆଜିକାଲି ମନୁଷ୍ୟର ମାନବିକତା ହଜିଯାଇଛି । ଲୋକମାନେ ବେଳେବେଳେ ନିଜ ମାନବିକତା ଭୁଲି ପଶୁ ପାଲଟିଥାନ୍ତି । ଦେଶରେ ଦୁଷ୍କର୍ମ (Rape) ପରି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । କିନ୍ତୁ ଦୁଷ୍କର୍ମ ପରେ ପୀଡ଼ିତାଙ୍କ 'ଟୁ ଫିଙ୍ଗର ଟେଷ୍ଟ୍' (Two Finger Test) କରାଯାଇଥାଏ ଓ ଏହି ପରୀକ୍ଷା ମାଧ୍ୟମରେ ଜଣାଯାଇଥାଏ କି ତାଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ । କିନ୍ତୁ ଭାରତରେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଛି । ବିଗତ ଦିନରେ ସୁପ୍ରିମକୋର୍ଟ (Supreme Court) ଟୁ ଫିଙ୍ଗର ଟେଷ୍ଟ୍' (Two Finger Test) କୁ ବ୍ୟାନ୍ କରିଥିଲେ ।

କାହିଁକି କରାଯାଏ 'ଟୁ ଫିଙ୍ଗର ଟେଷ୍ଟ୍'

ଅନେକ ଲୋକ ଏହି 'ଟୁ ଫିଙ୍ଗର ଟେଷ୍ଟ୍'କୁ ମଧ୍ୟ ବିରୋଧ କରିଆସୁଛନ୍ତି । କାରଣ ଏହା ପୀଡ଼ିତାଙ୍କ ସହ ପୁନର୍ବାର ଦୁଷ୍କର୍ମ ହେବା ଭଳି ପରୀକ୍ଷା, ଏହି ପରୀକ୍ଷା ଦୁଷ୍କର୍ମ ଅପେକ୍ଷା ଅଧିକ ଯନ୍ତ୍ରଣାଦାୟକ ହୋଇଥାଏ । ଏହା ବିଷୟରେ କୁହାଯାଏ ଯେ, ଦୁଷ୍କର୍ମ ହେଉଛି ଶାରୀରିକ ନିର୍ଯ୍ୟାତନା ତ ଏହି ଟେଷ୍ଟ ମାନସିକ ନିର୍ଯ୍ୟାତନା । ଏହା ସତ୍ତ୍ୱେ ଏହି ପରୀକ୍ଷା କରାଯାଇଥାଏ ।

ଏହା କୁମାରୀତ୍ୱ ପରୀକ୍ଷଣ (Virginity Test) ର ଏକ ପଦ୍ଧତି ଯାହା ସମ୍ପୂର୍ଣ୍ଣ ବୈଜ୍ଞାନିକ ନୁହେଁ । ଏଥିରେ ଡାକ୍ତର ପୀଡ଼ିତାଙ୍କ ଯୋନିରେ ଆଙ୍ଗୁଳି ଭର୍ତ୍ତି କରି ଏହା ଜାଣିବାକୁ ଚେଷ୍ଟା କରନ୍ତି ଯେ ତାଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ । ଡାକ୍ତର ବିଶ୍ୱାସ କରନ୍ତି ଯେ ଜୋର ଜବରଦସ୍ତି କରାଯାଇଥିବା ସଂଭୋଗ ସମୟରେ ଭିତରର ହାଇମେନ ଭାଙ୍ଗିଯାଏ, କିନ୍ତୁ ସମ୍ମତି ଆଧାରରେ ଏହା ହୁଏ ନାହିଁ ।

ସୁପ୍ରିମ କୋର୍ଟ ଲଗାଇଥିଲେ ରୋକ୍

ଲିଲୁ ରାଜେଶ ବନାମ ରାଜ୍ୟ ହରିୟାଣା (୨୦୧୩) ମାମଲାରେ ସୁପ୍ରିମକୋର୍ଟ 'ଟୁ ଫିଙ୍ଗର ଟେଷ୍ଟ୍' (Two Finger Test) କୁ ଅସାମ୍ବିଧାନିକ ବୋଲି କହିଥିଲେ । ଏହି ଟେଷ୍ଟ୍ ଉପରେ କୋର୍ଟ କଡ଼ା ଟିପ୍ପଣୀ ଦେଇଥିଲେ । ଏହାକୁ ଦୁଷ୍କର୍ମ ପୀଡ଼ିତାଙ୍କ ଗୋପନୀୟତା ଓ ସମ୍ମାନର ଉଲ୍ଲଂଘନ ବୋଲି କୁହାଯାଉଥିଲା । କୋର୍ଟ କହିଥିଲେ ଯେ, ଏହା ଶାରୀରିକ ଓ ମାନସିକ ଆଘାତ ପହଞ୍ଚାଉଥିବା ଟେଷ୍ଟ । ଯଦିଓ ଏହି ପରୀକ୍ଷା ପଜିଟିଭ ଆସେ, ତେବେ ବି ସମ୍ମତିରେ ସମ୍ୱନ୍ଧ ଗଢ଼ାଯାଇଥିଲା ବୋଲି ବିଚାରକୁ ନିଆଯାଇପାରି ହେବନାହିଁ । 

ଅଧିକ ପଢ଼ନ୍ତୁ:-ଏଠାରେ ମା'ଙ୍କ ଆଗରେ ବର-କନିଆଁ ରଖନ୍ତି ଶାରୀରିକ ସମ୍ପର୍କ!

ଅଧିକ ପଢ଼ନ୍ତୁ:-ଭାରତର ଏହି ୯ ଖତରନାକ୍ କମାଣ୍ଡୋ ଫୋର୍ସର ନାଁ ଶୁଣିବା ମାତ୍ରେ ଭୟରେ ଥରି ଉଠିଥାଆନ୍ତି ଶତ୍ରୁ, ଜାଣନ୍ତୁ ଏମାନଙ୍କ ବିଷୟରେ ସବୁକିଛି

ଅଧିକ ପଢ଼ନ୍ତୁ:-ଏହି ଦିଗରେ ମୁଣ୍ଡ ଦେଇ ଶୋଇଲେ ହୋଇଥାଏ ଧନ ଲାଭ, ଦାମ୍ପତ୍ୟ ଜୀବନରେ ମିଳିଥାଏ ସୁଖ

ସେପଟେ, ସୁପ୍ରିମକୋର୍ଟଙ୍କ ନିଷେଧାଦେଶ ପରେ ମଧ୍ୟ ଏହି ଲଜ୍ଜାଜନକ'ଟୁ ଫିଙ୍ଗର ଟେଷ୍ଟ୍' ଚାଲିଛି । ୨୦୧୯ରେ ପ୍ରାୟ ୧୫୦୦ ଦୁଷ୍କର୍ମ ପୀଡ଼ିତା ଓ ସେମାନଙ୍କ ପରିବାର କୋର୍ଟରେ ଅଭିଯୋଗ କରିଥିଲେ । ଏଥିରେ କୁହାଯାଇଥିଲା ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏହି ପରୀକ୍ଷା କରାଯାଉଛି ।