Odisha Elephant: ମହୁଲି ପିଇ ଜଙ୍ଗଲରେ ଶୋଇ ଗଲେ ଦୁଇ ହାତୀ! ବନ ବିଭାଗ କହିଲା...
Advertisement
Article Detail0/zeeodisha/odisha1432825

Odisha Elephant: ମହୁଲି ପିଇ ଜଙ୍ଗଲରେ ଶୋଇ ଗଲେ ଦୁଇ ହାତୀ! ବନ ବିଭାଗ କହିଲା...

Elephants in deep sleep: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜକୁ ବୁଧବାର ସକାଳେ ୨୪ ଟିକିଆ ହାତୀପଲ ପଶିଆସିଥିଲେ। ବୁଧବାର ସକାଳେ ସିଲିପଦା ଗାଁ ନିକଟ କାଜୁ ଜଙ୍ଗଲରେ ଦୁଇଟି ହାତୀ ନିଘୋଡ ନିଦରେ ଶୋଇଥିଲେ। ମହୁଲ ପୋଚକୁ ହାତୀପଲଙ୍କ ମଧ୍ୟରୁ ୨ଟି ହାତୀ ଖାଇଦେବାରୁ ନିଶାଶକ୍ତ ଅବସ୍ଥାରେ ଶୋଇ ରହିଥିଲେ। 

Odisha Elephant: ମହୁଲି ପିଇ ଜଙ୍ଗଲରେ ଶୋଇ ଗଲେ ଦୁଇ ହାତୀ! ବନ ବିଭାଗ କହିଲା...

Odisha Elephant, କେନ୍ଦୁଝର: ଜିଲ୍ଲାର ପାଟଣା ରେଞ୍ଜରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବୁଧବାର ସକାଳେ ସିଲିପଦା ଗାଁ ନିକଟ କାଜୁ ଜଙ୍ଗଲରେ ଦୁଇଟି ହାତୀ ନିଘୋଡ ନିଦରେ ଶୋଇଥିଲେ। ତେବେ ହାତୀମାନେ ମହୁଲ ପୋଚ ଖାଇ ମାତାଲ ହୋଇଥିବା କୁହାଯାଉଛି। କିନ୍ତୁ ଗ୍ରାମବାସୀଙ୍କ ଏହି ଦାବିକୁ ବନ ବିଭାଗ ଖଣ୍ଡନ କରିଛି।

ସୂଚନାନୁସାରେ, କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜକୁ ବୁଧବାର ସକାଳେ ୨୪ ଟିକିଆ ହାତୀପଲ ପଶିଆସିଥିଲେ। ହାତୀପଲ ସିଲିପଦା ଗାଁ ନିକଟରେ ଥିବା ଏକ କାଜୁ ଜଙ୍ଗଲରେ ଡେରା ପକାଇଥିଲେ। ତେବେ ହାତୀପଲଙ୍କ ମଧ୍ୟରୁ ୨ଟି ହାତୀ ଦୀର୍ଘ ସମୟ ଧରି ଜଙ୍ଗଲ ଭିତରେ ଶୋଇ ରହିଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏକ ନାଳରେ ମହୁଲି ମଦ ପ୍ରସ୍ତୁତ ପାଇଁ ରଖାଯାଇଥିବା ମହୁଲ ପୋଚକୁ ହାତୀପଲଙ୍କ ମଧ୍ୟରୁ ୨ଟି ହାତୀ ଖାଇଦେବାରୁ ନିଶାଶକ୍ତ ଅବସ୍ଥାରେ ଶୋଇ ରହିଥିଲେ। 

Also Read: Niali Returns!! ଲାଲ୍ ପଡ଼ିଗଲା କିଡ଼ିଗାଁ ମାଟି, ରହସ୍ୟମୟ ଜନ୍ତୁ ଆକ୍ରମଣରେ ମଲେ ୯୩ ଛେଳି

ଦୁଇଟି ହାତୀ ଦୀର୍ଘ ସମୟ ଧରି ଶୋଇ ରହିଥିବାରୁ ବନ କର୍ମଚାରୀ ସେମାନଙ୍କୁ ଜଗି ରହିଥିଲେ। ତେବେ ହାତୀ ମାଦକ ଦ୍ରବ୍ୟ ଖାଇବା ସମ୍ପର୍କରେ ସ୍ପଷ୍ଟ ହେଇନାହିଁ। କିନ୍ତୁ ମହୁଲ ପୋଚ ଖାଇ ହାତୀ ଶୋଇବା ଅଭିଯୋଗକୁ ବନ ବିଭାଗ ଖଣ୍ଡନ କରିଛି। ପାଟଣା ରେଞ୍ଜର ଘାଷିନାଥ ପାତ୍ର, ହାତୀମାନେ ମାଦକ ଦ୍ରବ୍ୟ ସେବନକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ହାତୀପଲ ରାତିସାରା ଚଳପ୍ରଚଳ କରୁଥିବା ଯୋଗୁଁ ଦିନବେଳା ଜଙ୍ଗଲରେ ସକାଳେ ବିଶ୍ରାମ ନେଉଛନ୍ତି।

 

ସୂଚନାଯୋଗ୍ୟ, ପାଟଣା ରେଞ୍ଜରର ଅନେକ ଜଙ୍ଗଲରେ ମଦ ରନ୍ଧା ହୋଇଥାଏ। ଆଉ ଏଥିପାଇଁ ମାଫିଆମାନେ ଘନ ଜଙ୍ଗଲ ଭିତରେ ଥିବା ନାଳକୁ ବାଛି ଥାନ୍ତି। କାରଣ ମଦ ପ୍ରସ୍ତୁତ ପାଇଁ ମହୁଲ ପୋଚ ସହ ପାଣିର ଆବଶ୍ୟକତା ହୋଇଥାଏ। ମହୁଲ ପୋଚକୁ ବଡ ବଡ ଡ୍ରମ କିମ୍ବା ହାଣ୍ଡିରେ ସାଇତି ରଖାଯାଇଥାଏ। ମହୁଲ ମଦ ଭଳି ପୋଚରେ ମଧ୍ୟ ନିଶା ହୋଇଥାଏ। ତେଣୁ ସେହି ମୁହୁଲ ପୋଚ ଖାଇ ହାତୀମାନେ ନିଶାରେ ଶୋଇଥିବା କୁହାଯାଉଛି।