ପୁରୁଷଙ୍କ ଗର୍ଭରେ ୩୬ ବର୍ଷ ଯାଏଁ ଥିଲେ ଯାଆଁଳା ଶିଶୁ! ଜାଣନ୍ତୁ କଣ ଏହି ବିରଳ ଚିକିତ୍ସା ଅବସ୍ଥା
Advertisement
Article Detail0/zeeodisha/odisha1751958

ପୁରୁଷଙ୍କ ଗର୍ଭରେ ୩୬ ବର୍ଷ ଯାଏଁ ଥିଲେ ଯାଆଁଳା ଶିଶୁ! ଜାଣନ୍ତୁ କଣ ଏହି ବିରଳ ଚିକିତ୍ସା ଅବସ୍ଥା

ବେଳେ ବେଳେ ଏପରି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା ଆମକୁ ଆଶ୍ଚର୍ଯ୍ୟ କରିବା ସମେତ ଅନ୍ୟଙ୍କୁ ବି ଚକିତ କରିଥାଏ । ଅନେକ ସମୟରେ ସ୍ଥିତି ଏପରି ହୁଏ ଯାହାକୁ ନିଜ ଆଖିରେ ନଦେଖିଲେ ବି ବିଶ୍ୱାସ କରିହୁଏନି । ସେହିପରି ଏକ ଘଟଣା ସାମ୍ନାକୁ ଆସିଛି । ନାଗପୁରର ଜଣେ ୬୦ ବର୍ଷର ବ୍ୟକ୍ତି ତିନି ଦଶନ୍ଧିରୁ ଅଧିକ ସମୟ ଧରି  ଫୁଲି ଥିବା ପେଟ ସହ ଜ

ପୁରୁଷଙ୍କ ଗର୍ଭରେ ୩୬ ବର୍ଷ ଯାଏଁ ଥିଲେ ଯାଆଁଳା ଶିଶୁ!  ଜାଣନ୍ତୁ କଣ ଏହି ବିରଳ ଚିକିତ୍ସା ଅବସ୍ଥା

Amazing Thing: ବେଳେ ବେଳେ ଏପରି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା ଆମକୁ ଆଶ୍ଚର୍ଯ୍ୟ କରିବା ସମେତ ଅନ୍ୟଙ୍କୁ ବି ଚକିତ କରିଥାଏ । ଅନେକ ସମୟରେ ସ୍ଥିତି ଏପରି ହୁଏ ଯାହାକୁ ନିଜ ଆଖିରେ ନଦେଖିଲେ ବି ବିଶ୍ୱାସ କରିହୁଏନି । ସେହିପରି ଏକ ଘଟଣା ସାମ୍ନାକୁ ଆସିଛି । ନାଗପୁରର ଜଣେ ୬୦ ବର୍ଷର ବ୍ୟକ୍ତି ତିନି ଦଶନ୍ଧିରୁ ଅଧିକ ସମୟ ଧରି  ଫୁଲି ଥିବା ପେଟ ସହ ଜୀବନ ଅତିବାହିତ କରି ଆସୁଥିଲେ । ଏହି ବ୍ୟକ୍ତି ଏକ ବିରଳ ଚିକିତ୍ସା ରୋଗରେ ଆକ୍ରାନ୍ତ ଥିବା ଜଣା ପଡ଼ିଥିଲା । ଏହି ବିରଳ ଶାରୀରିକ ଅବସ୍ଥାକୁ "ଭ୍ରୁଣରେ ଭ୍ରୁଣ" କୁହାଯାଏ । ଯାହାକି "ଅଦୃଶ୍ୟ ଯାଆଁଳା ସିଣ୍ଡ୍ରୋମ" ର ଏକ ଉଦାହରଣ, ଅର୍ଥାତ୍ ଅବର୍ଶନ ପୁର୍ବରୁ ତାଙ୍କର ଯାଆଁଳା (Twins) ଶିଶୁଙ୍କର ଗର୍ଭରେ ମୃତ୍ୟୁ ହେବା । ତାଙ୍କର ବିଶାଳ ପେଟ ତାଙ୍କୁ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଦେଖାଇଥାଏ । ଯେଉଁଥିପାଇଁ ଲୋକେ ତାଙ୍କୁ "ଗର୍ଭବତୀ ପୁରୁଷ" (pregnant man) ଡାକନ୍ତି । ଦି ଡେଲି ଷ୍ଟାର ସୂଚନା ଅନୁଯାୟୀ, ରୋଜଗାର (income) କରିବା ପାଇଁ ସଂଘର୍ଷ କରୁଥିବା ଭଗତ ପେଟ ଫୁଲାକୁ ଅଣଦେଖା କରିଆସୁଥିଲେ । ନିଜ ସାଥୀଙ୍କ ଉପହାସ ଓ ପରିବାର (Family)ର ଚିନ୍ତାକୁ ସହ୍ୟ କରି ଆସୁଥିଲେ । କିନ୍ତୁ ୧୯୯୯ ରେ, ଯେତେବେଳେ ଯେତେବେଳେ ସେ ପେଟରେ ଅଧିକ ଯନ୍ତ୍ରଣା (Pain) ଅନୁଭବ କଲେ ଓ ନିଶ୍ୱାସ ନେବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଲା, ଶେଷରେ ତାଙ୍କୁ ମୁମ୍ବାଇ (Mumbai)ର ଏକ ଡାକ୍ତରଖାନାରେ ଭର୍ତ୍ତି କରାଗଲା । ଭଗତଙ୍କ ଚିକିତ୍ସା କରୁଥିବା ଡାକ୍ତର ଅଜୟ ମେହେଟ୍ଟା ପ୍ରାଥମିକ ଚିକିତ୍ସାରୁ ଅନୁମାନ କରିଥିଲେ କି ବ୍ୟକ୍ତି ଜଣକ ଟ୍ୟୁମର (Tumor)ରେ ପୀଡିତ ଅଛନ୍ତି।

ନ୍ୟୁଜ ଆଉଟଲେଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଡାକ୍ତର ଭଗତଙ୍କ ପେଟ ଚିରି ଦେଖିଲେ, କାରଣ ଏହା ଏକ ବଡ କର୍କଟ (cancer) ରୋଗ ହୋଇଥିବ ବୋଲି ସେ ଭାବିଥିଲେ, କିନ୍ତୁ ତାହା ବଦଳରେ ଏକ ମଣିଷ ମିଳିଲା । ହିଷ୍ଟ୍ରି ଡିଫାଇନେଡ୍ ଅନୁଯାୟୀ ଜଣେ ଡାକ୍ତର (doctor) କହିଛନ୍ତି, ସେ ପ୍ରଥମେ ନିଜ ହାତ ପେଟ ଭିତରକୁ ଭର୍ତ୍ତି କଲେ ଓ ଭିତରେ ବହୁତ ସାରା ହାଡ ଅଛି ବୋଲି କହିଲେ। "ପ୍ରଥମେ, ଗୋଟିଏ ଅଙ୍ଗ ବାହାରିଲା, ତାପରେ ଅନ୍ୟ ଏକ ଅଙ୍ଗ ବାହାରିଲା । ତା’ପରେ ଯୌନାଙ୍ଗର କିଛି ଅଂଶ, କେଶର କିଛି ଅଂଶ, କିଛି ଅଙ୍ଗ, ପୁଣି ଯାଆଁଳା ଅଙ୍ଗ ଓ କେଶ (hair) ବାହାରୁଥିବା ଦେଖିଲେ। ଡାକ୍ତର ଏହା କହିଛନ୍ତି ଯେ, ପ୍ରଥମେ "ଆମେ ଭୟଭୀତ ଥିଲୁ। ଆମେ ଦ୍ୱନ୍ଦ୍ୱରେ ପଡ଼ିବା ସହ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲୁ । ମୋର ଆଶ୍ଚର୍ଯ୍ୟ ଏବଂ ଭୟ ସେତେବେଳେ ବଢିଲା, ଯେତେବେଳେ ମୁଁ ଭିତରେ କାହା ସହ ହାତ ମିଳାଇଲି । ଏହା ମୋତେ ଟିକେ ଚକିତ କଲା।"

ଭୃଣରେ ଭୃଣ କ’ଣ?

ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍ (National Library of Medicine) ଅନୁଯାୟୀ, ଭୄଣରେ ଭୃଣ (FIF) ହେଉଛି ଏକ ବିରଳ ଅବସ୍ଥା ଯେଉଁଥିରେ ଗୋଟିଏ ବିକୃତ ମେରୁଦଣ୍ଡୀ ଭ୍ରୁଣ ନିଜର ଯାଆଁଳା ଶରୀର ମଧ୍ୟରେ ଘେରି ରହିଥାଏ । ଏହା ଏକ ଅତ୍ୟନ୍ତ ବିରଳ ଅବସ୍ଥା (Rare condition) । ଏହି ରୋଗ ବିଷୟରେ ବିସ୍ତୃତ ସମୀକ୍ଷା ପରେ ତାଙ୍କୁ ୧୦୦ ରୁ କମ୍ କେସ୍ ରିପୋର୍ଟ (case report) ମିଳିଲା ।  ବହିରେ ପ୍ରସ୍ତୁତିଗୁଡ଼ିକର ଏକ ଶୃଙ୍ଖଳା ବର୍ଣ୍ଣନା କରାଯାଇଛି, ହେଲେ ଭ୍ରୁଣୋପାଥୋଜେନେସିସ୍ ଓ ଟେରାଟୋମା (Embryopathogenesis and teratoma) ମଧ୍ୟରେ ଭିନ୍ନତା ବିଷୟରେ ଭଲ ଭାବରେ ଉଲ୍ଲେଖ କରାଯାଇ ନାହିଁ ।

Also read- ଚାକିରି ପାଇଁ ଶହେ କୋଟି କମିଶନ, ଖସିଗଲେ ୪ ଅଧିକାରୀ