Turkey Earthquake: ବଞ୍ଚିବାକୁ ପିଉଥିଲେ ନିଜ ପରିସ୍ରା, ୪ ଦିନ ପରେ ଧ୍ୱଂସସ୍ତୁପ ତଳୁ ହେଲେ ଉଦ୍ଧାର
Advertisement

Turkey Earthquake: ବଞ୍ଚିବାକୁ ପିଉଥିଲେ ନିଜ ପରିସ୍ରା, ୪ ଦିନ ପରେ ଧ୍ୱଂସସ୍ତୁପ ତଳୁ ହେଲେ ଉଦ୍ଧାର

Turkey Earthquake: ଦଶନ୍ଧିର ସବୁଠୁ ବଡ଼ ଓ ଭୟଙ୍କର ଭୂକମ୍ପରେ ଧ୍ବଂସସ୍ତୁପ ପାଲଟିଯାଇଛି ଉଭୟ ତୁର୍କୀ ଓ ସିରିୟା। ଏବେ ବି ଭଗ୍ନାବଶେଷ ତଳେ ଚାପି ହୋଇରହିଛି ଶହ ଶହ ଜୀବନ। ଏହି ଭୂକମ୍ପଜନିତ ମହାବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ୨୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ତେବେ ୪ ଦିନରେ ଉଦ୍ଧାର ହୋଇଥିବା ଏକ ୧୭ ବର୍ଷିୟ ବଖାଣିଛନ୍ତି ନିଜର ଛାତିଥରା ଅନୁଭୂତି ।

ସୌ(ସୋସିଆଲ ମିଡିଆ)

Turkey Earthquake: ଦଶନ୍ଧିର ସବୁଠୁ ବଡ଼ ଓ ଭୟଙ୍କର ଭୂକମ୍ପରେ ଧ୍ବଂସସ୍ତୁପ ପାଲଟିଯାଇଛି ଉଭୟ ତୁର୍କୀ ଓ ସିରିୟା। ଏବେ ବି ଭଗ୍ନାବଶେଷ ତଳେ ଚାପି ହୋଇରହିଛି ଶହ ଶହ ଜୀବନ। ଏହି ଭୂକମ୍ପଜନିତ ମହାବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ୨୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ତେବେ ବିଭିନ୍ନ ସମୟରେ ସୋସିଆଲ ମିଡି଼ଆରେ ଭାଇରାଲ ହେବାରେ ଲାଗିଛି ତୁର୍କୀ ଓ ସିରିୟାରେ ଭୂକମ୍ପ ପରର ଅନେକ ହୃଦୟବିଦାରକ ଦୃଶ୍ୟ। ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଦିନ ରାତି ଏକ କରିଦେଇଛନ୍ତି ରେସକ୍ୟୁ ଟିମ୍। ଭଙ୍ଗା କୋଠା ଭିତରୁ କିଛି କୁକୁର ଓ ବିଲେଇକୁ ମଧ୍ୟ ଉଦ୍ଧାର କରାଯାଇଛି । ନିକଟରେ ଜଣେ ଯୁବକଙ୍କୁ ଦୀର୍ଘ ଚାରି ଦିନ ପରେ ଉଦ୍ଧାର କରାଯାଇଛି। ଉଦ୍ଧାର ଯୁବକ ଜଣକ ହେଉଛନ୍ତି ୧୭ ବର୍ଷୀୟ ଅଦନାନ ମହମ୍ମଦ। ଉଦ୍ଧାର ପରେ ତୁର୍କୀର ଏକ ହସ୍ପିଟାଲରେ ନିଜର ଛାତଥରା ଅନୁଭୂତି ବଖାଣିଛନ୍ତି ଏହି ଯୁବକ। ସେ କହିଛନ୍ତି ଯେ, ନିଜ ପରିବାର ସହ ଘରେ ଶୋଇଥିବା ସମୟରେ ଭୂମିକମ୍ପ ଆସିଥିଲା। ଆଉ ଏହାପରେ ସେ ଏଥିରେ ଫସି ରହିଯାଇଥିଲେ । ଦୀର୍ଘ ୯୪ ଘଣ୍ଟା ଧରି ଅଳିଆ ଆବର୍ଜନାରେ ଫସି ରହିଥିଲେ । ଫସି ରହିବା ସମୟରେ ସେ ନିଜକୁ ବଞ୍ଚାଇବାକୁ ଯାଇ ନିଜର ପରିଶ୍ରା ପିଇଥିବା କହିଛନ୍ତି । ଏହାସହ ଘରର ଫୁଲ ମଧ୍ଯ ଖାଇଥିଲେ । ଖାଲି ସେତିକି ନୁହେଁ ନିଜକୁ ଜାଗ୍ରତ ରଖିବା ପାଇଁ ପ୍ରତି ୨୫ ମିନିଟରେ ଥରେ ମୋବାଇଲରେ ଆଲାର୍ମ ଲଗାଉଥିଲେ।

ଯୁବକ ଜଣକ କହିଛନ୍ତି ଫସିରଥିବା ଅବସ୍ଥାରେ ସେ ଉଦ୍ଧାରକାରୀ ଦଳର ଶଦ୍ଦ ଶୁଣିପାରୁଥିଲେ। କିନ୍ତୁ ତାଙ୍କ ଶଦ୍ଦ କେହି ଶୁଣି ପାରୁନଥିବାରୁ ସେ ବ୍ୟସ୍ତ ହୋଇ ପଡି଼ଥିଲେ । ଯେତେବେଳେ ତାଙ୍କୁ ଉଦ୍ଧାର କରାଯାଉଥିଲା ସେତେବେଳେ କାଳେ ସେ ଅଧିକ ଚାପି ହୋଇଯିବେ ଏହା ଭାବି ସେ ଡ଼ରିଯାଇଥିବା କହିଛନ୍ତି । ଉଦ୍ଧାର ପରେ ସେ ଗଣମାଧ୍ଯମ ଜରିଆରେ ସେ ଧନ୍ୟବାଦ ଜଣାଇଛନ୍ତି ।

ଦକ୍ଷିଣ ତୁର୍କୀ ଓ ଉତ୍ତର-ପଶ୍ଚିମ ସିରିୟାରେ ଭୟଙ୍କର ଭୂମିକମ୍ପର ୫ ଦିନ ପରେ ୨୪୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଭୁଶୁଡ଼ି ପଡ଼ିଥିବା ଉଚ୍ଚ ଅଟ୍ଟାଳିକାରୁ ଅନେକ ଲୋକଙ୍କୁ ଉଦ୍ଧାର କରାଯାଉଛି। ଆହୁରୀ ଅନେକ ଲୋକେ ଏଥିରେ ଫଶି ରହିଥିବା ଆକଳନ କରାଯାଉଛି । ଶୁକ୍ରବାର ଦିନ ଉଦ୍ଧାରକାରୀ ଦଳ ତୁର୍କୀରେ ଏକ କୋଠାର ଭଗ୍ନାବଶେଷ ମଧ୍ୟରେ ଫସି ରହିଥିବା ୧୦ ଦିନର ଶିଶୁ ଓ ତାର ମାଙ୍କୁ ଉଦ୍ଧାର କରିଥିଲେ

Also Read-Turkey Earth Quake: ୭ ଦଶମିକରୁ ଉର୍ଦ୍ଧ୍ୱ କେତେ ଥର ହୋଇଛି ଭୂକମ୍ପ ଓ କେତେ ଯାଇଛି ଜୀବନ ?