ଅସନଜୋଡା ଛକରେ ଟ୍ରକ୍ ଧକ୍କା, ଜଣେ ମୃତ, ୭ ହସ୍ପିଟାଲରେ ଭର୍ତ୍ତି
Advertisement
Article Detail0/zeeodisha/odisha2264980

ଅସନଜୋଡା ଛକରେ ଟ୍ରକ୍ ଧକ୍କା, ଜଣେ ମୃତ, ୭ ହସ୍ପିଟାଲରେ ଭର୍ତ୍ତି

Accident News: ବମ୍ୱେ ଛକରୁ ସବାରୀ ଭ୍ୟାନରେ ୭ଜଣ ଯାତ୍ରୀ ବାରିପଦା ଟାଉନ ଅଭିମୁଖେ ଯାତ୍ରା କରୁଥିଲେ । ଅସନଜୋଡା ଛକ ନିକଟରେ କୌଣସି କାରଣ ବଶତଃ ଗାଡିଟି ରହିଥିଲା । ଠିକ୍ ସେହି ସମୟରେ 

ଅସନଜୋଡା ଛକରେ ଟ୍ରକ୍ ଧକ୍କା, ଜଣେ ମୃତ, ୭ ହସ୍ପିଟାଲରେ ଭର୍ତ୍ତି

Accident News: ୧୮ ନମ୍ୱର ଜାତୀୟ ରାଜପଥ ଅସନଜୋଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି । ଏକ ଯାତ୍ରୀବାହୀ ସବାରୀ ଭ୍ୟାନ ଏବଂ ଟ୍ରକ ମଧ୍ୟରେ ଧକ୍କା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ୭ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ବମ୍ୱେ ଛକରୁ ସବାରୀ ଭ୍ୟାନରେ ୭ଜଣ ଯାତ୍ରୀ ବାରିପଦା ଟାଉନ ଅଭିମୁଖେ ଯାତ୍ରା କରୁଥିଲେ । ଅସନଜୋଡା ଛକ ନିକଟରେ କୌଣସି କାରଣ ବଶତଃ ଗାଡିଟି ରହିଥିଲା । ଠିକ୍ ସେହି ସମୟରେ ପଛପଟୁ ଏକ ମାଲ ବୋଝେଇ ଟ୍ରକ ଦୃତ୍ତଗତିରେ ଅସି ଯାତ୍ରୀବାହୀ ସବାରୀ ଭ୍ୟାନକୁ ଧକ୍କା ଦେଇଥିଲା । ଦୁର୍ଘଟଣାର ଭୟଙ୍କର ଦୃଶ୍ୟ ସ୍ଥାନୀୟ ଲୋକେ ଦେଖିଥିଲେ, ସେମାନଙ୍କ କହିବାନୁଯାୟୀ ଟ୍ରକଟି ଦୁର୍ଘଟଣା ଘଟାଇବା ପରେ ଦୂରକୁ ଛିଟିକି ପଡିଥିଲା ସବାରୀ ଭ୍ୟାନ । ତେବେ ସେଥିରେ ବସିଥିବା ଯାତ୍ରୀମାନେ ଗୁରୁତର ଆହତ ହୋଇପଡିଥିଲେ । କେହି କିଛି ଭାବିବା ପୂର୍ବରୁ ରକ୍ତାକ୍ତ ହୋଇପଡିଥିଲେ ଯାତ୍ରୀମାନେ । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଗୁରୁତର ମାନଙ୍କୁ ଭର୍ତ୍ତି କରାଯାଇଥିଲା । ୭ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବା ସମୟରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ସ୍ଥାନୀୟଥାନାକୁ ଅବଗତ କରାଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Also Read- Ayodhya Ram mandir: ରାମ ମନ୍ଦିର ପରିସରରେ ସ୍ଥାପିତ ହେବେ ଶେଷାବତାର

Also Read- Surya Gochar 2024: ୧୯ ଦିନ ପରେ ସୂର୍ଯ୍ୟଙ୍କ ଚଳନ, ୩ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଧନର ବର୍ଷା !