Jajpur News: ଟ୍ରକ୍-ବାଇକ୍ ଧକ୍କା, ୩ଜଣଙ୍କ ମୃତ୍ୟୁ
Advertisement

Jajpur News: ଟ୍ରକ୍-ବାଇକ୍ ଧକ୍କା, ୩ଜଣଙ୍କ ମୃତ୍ୟୁ

Jajpur Road Accident: ମଧ୍ୟାହ୍ନ ସମୟରେ ଚଳନ୍ତା ଟ୍ରକ୍ ଏବଂ ବାଇକ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । କଳିଙ୍ଗନଗର ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

Jajpur News: ଟ୍ରକ୍-ବାଇକ୍ ଧକ୍କା, ୩ଜଣଙ୍କ ମୃତ୍ୟୁ

Jajpur Road Accident: ଆଜି ମଧ୍ୟାହ୍ନ ସମୟରେ ଚଳନ୍ତା ଟ୍ରକ୍ ଏବଂ ବାଇକ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । କଳିଙ୍ଗନଗର ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ସୂଚନା ମୁତାବକ, ଗୋଟିଏ ବାଇକରେ ୩ଜଣ ଯୁବକ କେଉଁ ଆଡେ ଯାଉଥିବା ସମୟରେ ଜିନ୍ଦଲ ଫାଟକ ନିକଟ ରାସ୍ତାରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ୩ଜଣ ଯୁବକ ଖୁବ ଦୂରକୁ ଛିଟିକି ପଡିଥିଲେ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ସମସ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ କଳିଙ୍ଗନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ମୃତ ୩ ଯୁବକ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବୋଲି କୁହାଯାଉଛି । ଦୃତଗତୀ ସହ ଅସାବଧାନତା କାରଣରୁ ଏହି ଦୁର୍ଘଟଣା ଘଟିଛି ବୋଲି ପ୍ରତକ୍ଷଦର୍ଶୀ କହିଛନ୍ତି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ବିଧାୟକ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Also Read- ବିଷାକ୍ତ ମଦ ନେଲା ୨୧ ଜୀବନ, ଅନେକ ଗୁରୁତର

Also Read- Jupiter Transit 2024: ୧୨ ବର୍ଷ ପରେ ବୃହସ୍ପତି ଚଳନରୁ ୪ ରାଶିକୁ ବଡ଼ ଲାଭ