Train Cancellation List: ବାତ୍ୟା ବିପର୍ଯୟ ପାଇଁ ରେଳବାଇ ବାତିଲ୍ କଲା ୯୫ଟି ଟ୍ରେନ୍; ଯାତ୍ରା କରିବା ପୂର୍ବରୁ ଏଠାରେ ଦେଖନ୍ତୁ ପୂରା ଲିଷ୍ଟ୍
Advertisement
Article Detail0/zeeodisha/odisha1737751

Train Cancellation List: ବାତ୍ୟା ବିପର୍ଯୟ ପାଇଁ ରେଳବାଇ ବାତିଲ୍ କଲା ୯୫ଟି ଟ୍ରେନ୍; ଯାତ୍ରା କରିବା ପୂର୍ବରୁ ଏଠାରେ ଦେଖନ୍ତୁ ପୂରା ଲିଷ୍ଟ୍

Train Cancellation List Today: ବାତ୍ୟା ବିପର୍ଯୟକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ସମୁଦାୟ ୯୫ ଟ୍ରେନକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏହି ଟ୍ରେନଗୁଡିକ ୧୫ ଜୁନ୍ ପର୍ଯ୍ୟନ୍ତ ବାତିଲ କରାଯାଇଛି ।

ସୌ: ସୋସିଆଲ ମିଡିଆ

Train Cancelled: ଆପଣ ଯଦି ଆଗାମୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଟ୍ରେନ୍ ଯୋଗେ କୌଣସି ଜାଗାକୁ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ । ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ବିପର୍ଯୟକୁ (Cyclone Biparjoy) ଦୃଷ୍ଟିରେ ରଖି ରେଳବାଇ ଅନେକ ଟ୍ରେନ୍ ବାତିଲ (Train Cancelled) କରିବାକୁ ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷରେ ୱେଷ୍ଟର୍ଣ୍ଣ ରେଳବାଇ (Western Railway) ଏହି ବାତ୍ୟାକୁ ଦୃଷ୍ଟିରେ ରଖି ଅନେକ ଟ୍ରେନର ରୁଟ୍ ପରିବର୍ତ୍ତନ କରି ତିନି ଦିନ ପାଇଁ ମୋଟ ୯୫ ଟ୍ରେନ୍ ବାତିଲ (95 trains cancelled) କରିବାକୁ ନିଷ୍ପତ୍ତି ନେଇଛି । ଏହି ଟ୍ରେନ୍ ଗୁଡିକ ଗୁରୁବାର ଦିନ ଅର୍ଥାତ୍ ୧୫ ଜୁନ୍ ପର୍ଯ୍ୟନ୍ତ ବାତିଲ୍ ରହିବ । ଏଥିସହିତ ରେଳବାଇ ମଧ୍ୟ କିଛି ଟ୍ରେନର ମାର୍ଗ ବଦଳାଇ ଦେଇଛି । ଆସନ୍ତୁ ଜାଣିବା କେଉଁ କେଉଁ ରୁଟରେ ରେଳବାଇ ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଛି ।

ଏହି ସବୁ ଟ୍ରେନଗୁଡ଼ିକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ରେଳବାଇ-
ଯାତ୍ରୀମାନଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ପଶ୍ଚିମ ରେଳବାଇ ଟୁଇଟ୍ କରି ସମ୍ପୂର୍ଣ୍ଣ ବାତିଲ, ସର୍ଟ ଟର୍ମିନେଟେଡ୍, ସର୍ଟ ଅରଜିନେଟେଡି ଟ୍ରେନ୍ ବିଷୟରେ ସୂଚନା ଦେଇଛି । ରେଳବାଇ ଏହି ଟ୍ରେନର ସମ୍ପୂର୍ଣ୍ଣ ତାଲିକା ସେୟାର ମଧ୍ୟ କରିଛି । ପଶ୍ଚିମ ରେଳବାଇ କହିଛି ଯେ ବାତ୍ୟାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

ପଶ୍ଚିମ ରେଳବାଇ କରିଛି ସ୍ୱତନ୍ତ୍ର ପ୍ରସ୍ତୁତି
ଏହାପୂର୍ବରୁ ପଶ୍ଚିମ ରେଳବାଇର ଜେନେରାଲ ମ୍ୟାନେଜର ଅଶୋକ କୁମାର ମିଶ୍ର କହିଥିଲେ ଯେ ସେ ବାତ୍ୟା ବିପର୍ଜୟ ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ନଜର ରଖିଛନ୍ତି । ଏହା ସହିତ ଗୁଜୁରାଟର ଅନେକ ସ୍ଥାନରେ ବିପର୍ଯ୍ୟୟ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି । ଏହା ସହିତ କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଭୁଜ, ଗାନ୍ଧୀଧାମ ଓବଂ ଓକା ଭଳି ରେଳ ଷ୍ଟେସନରେ ADRM ନିୟୋଜିତ କରାଯାଇଛି । ଏହା ସହିତ ସୌରାଷ୍ଟ୍ର ଓ କୁଚ୍ ଭଳି ଅଞ୍ଚଳରେ ବାତ୍ୟାକୁ ଦୃଷ୍ଟିରେ ରଖି ପଶ୍ଚିମ ରେଳବାଇ ବିଭିନ୍ନ ପଦକ୍ଷେପ ନେଉଛି । ଭେରାଭାଲ, ପୋରବନ୍ଦର, ଦ୍ୱାରକା ଭଳି ଅନେକ ଷ୍ଟେସନରେ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ ରେଳବାଇ ନିଷ୍ପତ୍ତି ନେଇଛି ।

କେନ୍ଦ୍ର ଓ ରାଜ୍ୟ ସରକାର କରିଛନ୍ତି ଏହି ପ୍ରସ୍ତୁତି
କହି ରଖୁଛୁ ଯେ, ଆରବ ସାଗରରେ ଦୁଇ ପ୍ରକାରର ବାତ୍ୟା ସୃଷ୍ଟି ହୋଇଛି, ଯେଉଁଥିରୁ ବିପର୍ଜୟ ବାତ୍ଯା ସବୁଠାରୁ ଶକ୍ତିଶାଳୀ, ଏହା ସୃଷ୍ଟି ହେବାର ୧୫୦ ଘଣ୍ଟାରୁ ଅଧିକ ସମୟ ହୋଇସାରିଛି । ଗୁଜୁରାଟରେ ହୋଇଥିବା ଏହି ବାତ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଏହି ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସହ ଏକ ବୌଠକ କରିଛନ୍ତି । ରାଜ୍ୟର ବିଭିନ୍ନ କ୍ଷେତ୍ରରେ ମୋଟ ୧୨ଟି NDRF ଦଳ ନିୟୋଜିତ ହୋଇଛନ୍ତି । ଏହା ବ୍ୟତୀତ ଜରୁରୀକାଳୀନ ପରିସ୍ଥିତି ପାଇଁ ଦିଲ୍ଲୀର AIIMS, ଡକ୍ଟର ରାମ ମନୋହର ଲୋହିଆ ଦିଲ୍ଲୀ, ଲେଡି ହାର୍ଡିଙ୍ଗ ହସ୍ପିଟାଲ ଦିଲ୍ଲୀ, ସଫଦରଜଙ୍ଗ ହସ୍ପିଟାଲ, ଯୋଧପୁର ଏଆଇଏମଏସର ଡାକ୍ତରୀ ଦଳ ପ୍ରସ୍ତୁତ ରହିଛନ୍ତି ।

ଏହା ବି ପଢନ୍ତୁ: Cyclone Biparjoy: ଏହି ରାଜ୍ୟଗୁଡ଼ିକରେ ପାଞ୍ଚଦିନ ଧରି ଲାଗି ରହିବ ପ୍ରବଳ ବର୍ଷା

ଏହା ବି ପଢନ୍ତୁ: Bihar: ୪ ହାତ, ୪ ଗୋଡ ଓ ୪ କାନ ମଧ୍ୟ ରହିଛି, ବିହାରର ଘରୋଇ ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ, ଦେଖିବା ପାଇଁ ପ୍ରବଳ ଭିଡ଼