Top News Headlines: ଲୋକସଭାରେ ଜମ୍ମୁ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍ ପାସ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha1997820

Top News Headlines: ଲୋକସଭାରେ ଜମ୍ମୁ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍ ପାସ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ବିଷୟରେ ନଜର ପକାଇବା। 

 

 Top News Headlines: ଲୋକସଭାରେ ଜମ୍ମୁ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍ ପାସ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top News Headlines 

1.JK Reservation (Amendment) Bill 2023:  ଡିସେମ୍ବର ୬ ତାରିଖ ବୁଧବାର ଲୋକସଭାରେ ଜମ୍ମୁ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍, ୨୦୨୩ ପାସ୍ ହୋଇଛି। ସଂସଦର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଗୃହମନ୍ତ୍ରୀ ଅମିତ ଶାହା ଜମ୍ମୁ କାଶ୍ମୀର ପୁନର୍ଗଠନ ବିଲ୍ ଉପରେ ନିଜର ମତ ଉପସ୍ଥାପନ କରିଥିଲେ। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ମହାରାଜା ହରି ସିଂହ ଜମ୍ମୁ କାଶ୍ମୀରକୁ ଭାରତରେ ବିଲୟ କରିବାର ନିଷ୍ପତ୍ତି ନେଇଛନ୍ତି। ଏହା ପରେ ଏଠାରେ ଅନେକ ପରିବର୍ତ୍ତନ ଘଟିଲା। ହେଲେ ଏଠାକାର ବିସ୍ଥାପିତଙ୍କ ବିଷୟରେ କେହି ଧ୍ୟାନ ଦେଇନାହାଁନ୍ତି। ଜମ୍ମୁ କାଶ୍ମୀର ବିଷୟରେ ଚିନ୍ତା କରିବାର ଆବଶ୍ୟକତା ଥିବା ଲୋକେ ଇଂଲଣ୍ଡରେ ଛୁଟି କାଟୁଥିଲେ। ଯଦି ଠିକ୍ ସମୟରେ କଠୋର ନିଷ୍ପତ୍ତି ନିଆଯାଇଥାନ୍ତା ତାହେଲେ ଅବସ୍ଥା ବିଗିଡି ନଥାନ୍ତା। ଏହି ନୂତନ ବିଲ୍ ସେହି ବିସ୍ଥାପିତ ଲୋକଙ୍କୁ ଅଧିକାର ଦେବ।

2.Indonesia Volcano Eruption Latest Update: ଦକ୍ଷିଣ-ପୂର୍ବ ଏସୀୟ ଦେଶ ଇଣ୍ଡୋନେସିଆରେ ଏବେ କାଳ ଭାବେ ଉଭା ହୋଇଛି ଆଗ୍ନେୟଗିରି। ସ୍ଥାନୀୟ ମରାପି ଆଗ୍ନେୟଗିରିରେ ହଠାତ୍ ବିସ୍ଫୋରଣ ହୋଇଥିବାର ଖବର ଆସିଛି। ଆଗ୍ନେୟଗିରି ଉଦଗୀରଣ ହେବା କାରଣରୁ ୧୧ ପର୍ବତାରୋହୀଙ୍କ ସମେତ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୯୮୪୩ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ ମରାପି ଆଗ୍ନେୟଗିରରେ ଉଦଗୀରଣ ହେବା ପରେ   କ୍ରମାଗତ ଭାବରେ ପାଉଁଶ ନିର୍ଗତ ହେବାରେ ଲାଗିଛି। ଯାହା ଫଟୋ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ପାଉଁଶର ମେଘ ସ୍ପଷ୍ଟି ହୋଇଥିବାର ଦେଖିବାକୁ ମିଳୁଛି। ରାସ୍ତା ଘାଟ, ଘର ଦ୍ୱାର, ଗଛ ଲତା ଏବଂ ଗାଡ଼ି ମଟର ସବୁକିଛି ପାଉଁଶ ଦ୍ୱାରା ଆବଦ୍ଧ ହୋଇଯାଇଛି। ମରାପି ଆଗ୍ନେୟଗିରିରେ ଏବେ ମଧ୍ୟ ଛୋଟ ମୋଟ ଧରଣର ବିସ୍ଫୋରଣ ହୋଇଥିବାର କୁହାଯାଉଛି। ଯେଉଁ କାରଣରୁ ଉଦ୍ଧାର ଅଭିଯାନ କିଛି ସମୟ ପାଇଁ ବନ୍ଦ ରହିଥିଲା।

3.Gold Price in 2024: କିଛି ଦିନର ବ୍ୟବଧାନ ପରେ ଏବେ ସୁନା ଦରରେ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ସୁନା ଦର ରେକର୍ଡ ସ୍ତରରେ କାରବାର କରିଛି। ସୁନା ଦର ସର୍ବାଧିକ ଭରି ପ୍ରତି ୬୩ ହଜାର ଟଙ୍କାରେ କାରବାର କରିଥିବାର ଜଣାପଡ଼ିଥିଲା। ଇଣ୍ଡିଆନ ବୁଲିଅନ ଜ୍ୱେଲର୍ସ ଆସୋସିଏସନ ଅନୁଯାୟୀ ସୁନା ଦର ବର୍ତ୍ତମାନ ସମୟରେ ୬୨ ହଜାର ୨୬୬ ଟଙ୍କାରେ କାରବାର କରୁଛି। ଗତ ଅକ୍ଟୋବର ମାସରୁ ଇସ୍ରାଏଲ-ହାମାସ ଯୁଦ୍ଧ ଆରମ୍ଭ ହୋଯିବା ପର ଠାରୁ ସୁନା ଦରରେ ବୃଦ୍ଧି ହୋଇଥିବାର ଦେଖିବାକୁ ମିଳିଥିଲା। ସେହିପରି ବଜାର ବିଶେଷଜ୍ଞଙ୍କ କହିବା କଥା ଯେ ସୁନା ଦରରେ ଏପରି ବୃଦ୍ଧି ଆଗକୁ ମଧ୍ୟ ଜାରି ରହିବ। ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦର ବିଗତ ୭ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତର ଛୁଇଁଥିଲା। 

4. 50 meter tall mobile tower was stolen in UP: ସଦ୍ୟ ଉତ୍ତର ପ୍ରଦେଶର କୌଶାମ୍ବୀ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଯାଇଛି। ଟଙ୍କା ପଇସା କିମ୍ବା ଧନ ରତ୍ନ ନୁହେଁ ବରଂ ଏଠାରେ ଏକ ୫୦ ମିଟର   ଉଚ୍ଚତାର ମୋବାଇଲ ଟାୱାର ଚୋରି ହୋଇ ଯାଇଥିବାର ଖବର ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗତ ନଭେମ୍ବର ୨୯ ତାରିଖରେ ଟେକ୍ନିସିଆନ ରାଜେଶ କୁମାର ଯାଦବ  ମୋବାଇଲ ଟାୱାର ଚୋରି ହେବା ଭଳି ଆଶ୍ଚର୍ଯ୍ୟଜନକ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। କୌତୁହଳର ବିଷୟ ଏହା ଯେ ଏହି ଟାୱାର ଗତ ମାର୍ଚ୍ଚ ୩୧ ତାରିଖରେ ଗାଏବ ହୋଇଯାଇଥିଲା। ମୋବାଇଲ ଟାୱାର ଚୋରି ହେବା ଘଟଣଆରେ ରିପୋର୍ଟ ଆସିବାରେ କାହିଁକି ୮ ମାସ ବିଳମ୍ବ ହେଲା ସେ ନେଇ ପ୍ରଶ୍ନ ଉଠିଛି।

5. DA Hike of Govt Employee: ସରକାରୀ କର୍ମଚାରୀଙ୍କ ୫ ପ୍ରତିଶତ ମହଙ୍ଗା ଭତ୍ତା ଆସନ୍ତା ଜାନୁଆରୀ ମାସରେ ବଢିପାରେ। ୨୦୨୪ ଆରମ୍ଭ ହେବା କ୍ଷଣି ଜାନୁଆରୀ ମାସରେ ମହଙ୍ଗା ଭତ୍ତା ବଢିବାର ସମ୍ଭାବନା ରହିଛି। ଯଦି ମହଙ୍ଗା ଭତ୍ତା ବୃଦ୍ଧି ପାଏ ତାହେଲେ ଏହାର ପରିମାଣ ୫୦ ପ୍ରତିଶତ ହେବ। ଯାହା ଫଳରେ କେନ୍ଦ୍ରୀୟ କର୍ମଚାରୀଙ୍କ ଘର ଭଡ଼ା ଭତ୍ତା ମଧ୍ୟ ବୃଦ୍ଧି ପାଇବ। ଆସନ୍ତା ବର୍ଷ ଜାନୁଆରୀ ମାସରୁ ଜୁନ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ସବୁଠାରୁ ଅଧିକ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି। 

6. Uttar Pradesh Stamp and Registration Department: ରାଜ୍ୟରେ ଜମିଜମା ପଞ୍ଜୀକରଣ ସମ୍ପର୍କିତ ନିୟମ ଯାହା ବ୍ରିଟିଶ ଶାସନ କାଳରୁ ଚାଲିଆସୁଛି ତାହାକୁ ବଦଲାଇବାକୁ ଯାଉଛନ୍ତି ଉତ୍ତର ପ୍ରଦେଶ ସରକାର। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ସରକାର ୧୧୫ ବର୍ଷର ପୁରୁଣା ନିୟମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ପଞ୍ଜୀକରଣ ସମ୍ପର୍କିତ ଭାଷା ବର୍ତ୍ତମାନ ସହଜ ହେବାକୁ ଯାଉଛି। ଯେଉଁଥିରେ ବର୍ତ୍ତମାନ ଉର୍ଦ୍ଦୁ ଏବଂ ଆରବୀ ଭାଷାର ଶବ୍ଦ ବଦଳରେ ହିନ୍ଦୀ ଭାଷାର ସରଳ ଶବ୍ଦ ବ୍ୟବହାର କରାଯିବ। ଉତ୍ତର ପ୍ରଦେଶ ସରକାରଙ୍କୁ ସର୍ବାଧିକ ରାଜସ୍ୱ ପ୍ରଦାନ କରୁଥିବା ଷ୍ଟାମ୍ପ ଏବଂ ରେଜିଷ୍ଟ୍ରେସନ ବିଭାଗରେ 115 ବର୍ଷ ପୁରୁଣା ନିୟମକୁ ରଦ୍ଦ କରାଯିବ।

7. BJP MP resigned after being elected as MLA: ୨୦୨୩ ବିଧାନସଭା ନିର୍ବାଚନରେ ବାଜିମାତ କରିଥିବା ୧୦ ଜଣ ବିଜେପି ସାଂସଦ ସେମାନଙ୍କ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ହେଉଛନ୍ତି କିରୋଡ଼ୀ ଲାଲ ମୀଣା, ରାଜ୍ୟବର୍ଦ୍ଧନ ସିଂହ ରାଠୋର, ନରେନ୍ଦ୍ର ସିଂହ ତୋମାର, ପ୍ରହ୍ଲାଦ ସିଂହ ପଟେଲ, ରାକେଶ ସିଂହ, ଉଦୟ ପ୍ରତାପ, ରିତି ପାଠକ, ଅରୁଣ ସାଓ, ଗୋମତି ସାଇ ଏବଂ ଦିୟା କୁମାରୀ। ଅନ୍ୟ ୨ ଜଣ ସାଂସଦ ବାବା ବାଲକନାଥ ଏବଂ ରେଣୁକା ସିଂହ ସେମାନଙ୍କ ଇସ୍ତଫା ଦେଇନାହାଁନ୍ତି। ଆପଣଙ୍କୁ କହିରଖୁଛୁ ଯେ ୨୦୨୩ ବିଧାନସଭା ନିର୍ବାଚନରେ ୨୧ ​ବିଜେପି ସାଂସଦ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେମାନଙ୍କ ମଧ୍ୟରୁ ୧୨ ବିଜୟୀ ହୋଇଥିବା ବେଳେ ୯ ପରାସ୍ତ ହୋଇଛନ୍ତି।

8. Bali Yatra 2023 Income: ଶେଷ ହେଲା ବାଲିଯାତ୍ରା ୨୦୨୩। ରଙ୍ଗବେରଙ୍ଗ କାର୍ଯ୍ୟକ୍ରମ ଜରିଆରେ ସମାପ୍ତ ହୋଇଛି ଚଳିତ ବର୍ଷର ବାଲିଯାତ୍ରା। ପୂର୍ବ ବର୍ଷର ସବୁ ରେକର୍ଡକୁ ଭାଙ୍ଗିଛି ଚଳିତ ବର୍ଷର ବାଲିଯାତ୍ରା। ଲୋକ ବିଭିନ୍ନ ଦୋକାନରୁ ଛୋଟବଡ଼ ସାମଗ୍ରୀ ଘରକୁ ବୋହି ନେଇଛନ୍ତି। ଚଳିତବର୍ଷ ବାଲିଯାତ୍ରା ୯ ଦିନ ଧରି ଆୟୋଜିତ ହୋଇଥିଲା। ଆଉ ଏହି ୯ ଦିନରେ ୧୦୦ କୋଟି ଟଙ୍କାର କାରବାର ହୋଇଥିବାର ଆକଳନ କରାଯାଇଛି। ଚଳିତବର୍ଷ ବାଲିଯାତ୍ରା ପଡ଼ିଆରେ ବିଭିନ୍ନ ସରକାରୀ ସଂସ୍ଥା ଜରିଆରେ ଖୋଲିଥିବା ଷ୍ଟଲ୍ରୁ ୪୦ କୋଟି ଟଙ୍କାରୁ ଅଧିକ ବେପାର ହୋଇଥିବାର କୁହଯାଉଛି। 

9. Italy formally pulls out of Belt and Road Initiative of China: ଚୀନ୍‌ର ଗୁରୁତ୍ୱପୂର୍ଣ୍ଣ "ବେଲ୍ଟ ଆଣ୍ଡ ରୋଡ୍" ପ୍ରକଳ୍ପରୁ ଇଟାଲୀ ବାହାର ହୋଇଯାଇଛି। ଭାରତରେ ଅନୁଷ୍ଠିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ବ୍ୟକ୍ତିଗତ ଭାବେ ତାଙ୍କ ଚୀନ୍ ପ୍ରତିପକ୍ଷ ଲି କିଆଙ୍ଗଙ୍କୁ ଏହି ପ୍ରସଙ୍ଗରେ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ସ୍ପଷ୍ଟ କରିଛନ୍ତି ଯେ ଇଟାଲୀ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି। କାରଣ ଏହି ପ୍ରକଳ୍ପ ପାଇଁ ହୋଇଥିବା ଚୁକ୍ତି ଆମର ଆଶା ପୂରଣ କରିବାରେ ବିଫଳ ହୋଇଛି। ଏହି ପ୍ରକଳ୍ପରୁ ଓହରିଯିବାକୁ ନେଇ ଇଟାଲୀ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ଇଟାଲୀ ବର୍ତ୍ତମାନ ଭାରତ ସହିତ ବାଣିଜ୍ୟିକ ସମ୍ପର୍କକୁ ନୂଆ ଉଚ୍ଚତାକୁ ନେବାକୁ ଚାହୁଁଛି। ଜି-୨୦ ଶିଖର ବୈଠକ ସମୟରରେ ଇଟାଲୀ ଭାରତ ସହ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ମଧ୍ୟ କରିଥିଲା।

10. Gogamedi Murder Case Rajasthan Update: ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ସଭାପତି ସୁଖଦେବ ସିଂହ ଗୋଗାମେଡିଙ୍କ ହତ୍ୟା ପରେ ସମଗ୍ର ରାଜସ୍ଥାନରେ ଉତ୍ତେଜନା ଦେଖାଦେଇଛି। ରାଜପୁତ କରଣୀ ସେନା କର୍ମକର୍ତ୍ତା ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି। ସୁଖଦେବ ସିଂହଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଫାଶୀ ଦିଆନଗଲେ ସେମାନେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ କରାଇ ଦେବେ ନାହିଁ ବୋଲି ଧମକ ଦେଇଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ପୋଲିସ ଆଗରେ ସବୁଠାରୁ ବଡ ଆହ୍ୱାନ ହେଉଛି ରାଜପୁତ କରଣି ସେନାର କର୍ମୀଙ୍କୁ ଶାନ୍ତ କରିବା।