Top 10 News Headlines: ଦିନଯାକର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1893531

Top 10 News Headlines: ଦିନଯାକର ୧୦ ବଡ଼ ଖବର

Top 10 News Headlines | 29th September 2023 | ଦିନଯାକର ୧୦ ପ୍ରମୁଖ ଖବର

ସାଙ୍କେତିକ ଛବି (ସୌ: ଜୀ ଓଡ଼ିଶା)
Top 10 News Headlines Of 29th September 2023 | 1. ମହିଳା ବିଲ୍‍କୁ ରାଷ୍ଟ୍ରପତିଙ୍କ ଅନୁମୋଦନ (President’s assent to Women reservation Bill): ବହୁ ଚର୍ଚ୍ଚିତ ନାରୀଶକ୍ତି ବନ୍ଦନ ଅଧିନିୟମ ବା ମହିଳା ସଂରକ୍ଷଣ ବିଲ୍‍ ଆଜି ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଅନୁମୋଦନ କରିବା ପରେ ଏହି ବିଧେୟକ ଆଇନରେ ପରିଣତ ହୋଇଛି। ଏହାଦ୍ୱାରା ଲୋକସଭା ଏବଂ ସମସ୍ତ ରାଜ୍ୟ ବିଧାନସଭାର ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ତେବେ ଏହା ଜନଗଣନା ଓ ସୀମା ପୁନଃନିର୍ଦ୍ଧାରଣ ପରେ ଲାଗୁ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ୧୫ ବର୍ଷ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବ। 
 
2. ବଢ଼ିଲା ଆର୍‍ଡି ସୁଧହାର (Govt increases RD interest rate):  ପାଞ୍ଚ ବର୍ଷିଆ ରିକରିଂ ଡିପୋଜିଟ୍‍ (ଆାରଡି) ରାଶି ଉପରେ ସୁଧହାର ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଅର୍ଥମନ୍ତଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବ୍ୟାଙ୍କରେ ଏଣିକି ୫ ବର୍ଷିଆ ଆରଡି ଜମା ରଖିଲେ ସୁଧହାର ୬.୯ ପ୍ରତିଶତ ମିଳିବ। ପୂର୍ବରୁ ଏହା ୬.୫ ପ୍ରତିଶତ ଥିଲା। ସଞ୍ଚୟ ଜମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ବ୍ୟାଙ୍କରେ ସାଧାରଣ ସଞ୍ଚୟ ଜମା ଲାଗି  ବାର୍ଷିକ ୪ ପ୍ରତିଶତ ସୁଧ ମିଳିବ। ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକ ଭଳି ଏକ ବର୍ଷିଆ ଜମା ଉପରେ ୬.୯ ପ୍ରତିଶତ ଟିକସ ମିଳିବା ଜାରି ରହିବ। ଦୁଇବର୍ଷିଆ ଓ ତିନି ବର୍ଷିଆ ଫିକ୍ସ୍‍ଡ ଡିପୋଜିଟ୍‍ ପାଇଁ ୭ ପ୍ରତିଶତ ସୁଧ ମିଳିବ। ପାଞ୍ଚ ବର୍ଷିଆ ଫିକ୍ସଡ୍‍ ଡିପୋଜିଟ୍‍ରେ ୭.୫ ପ୍ରତିଶତ ବାର୍ଷିକ ସୁଧ ବ୍ୟବସ୍ଥା କରାଯାଇଛି। ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୁଧ ହାର ୮.୨ ପ୍ରତିଶତ ରହିଛି। 
 
3. ମାନେକା ଗାନ୍ଧିଙ୍କ ବିରୁଦ୍ଧରେ ମାମଲା  (Defamation against Maneka Gandhi): ପୂର୍ବତନ ମନ୍ତ୍ରୀ ତଥା ବିଜେପି ସାଂସଦ ମାନେକା ଗାନ୍ଧିଙ୍କ ନାଁରେ ୧୦୦ କୋଟିର ମାନହାନୀ ମକଦ୍ଦମା ରୁଜ୍ଜୁ କରିଛି ଇସ୍କନ୍‍। ନିକଟରେ ମାନେକା ଗାନ୍ଧି ଇସ୍କନକୁ ସବୁଠାରୁ ଅଧିକ ଗୋରୁ ଚାଲାଣକାରୀ ବୋଲି ମନ୍ତବ୍ୟ ଦେଇଥିଲେ। ଏହାକୁ ଇସ୍କନ ବିରୋଧ କରିବା ସହ ମାମଲାକୁ ଶେଷ ପର୍ଯ୍ୟନ୍ତ ପରିଚାଳନା କରିବ ବୋଲି ଘୋଷଣା କରିଛି।  
 
4. ବୋମା ବିସ୍ଫାରଣରେ ୫୨ ମୃତ (52 died in Pak) : ପାକିସ୍ତାନର ବାଲୋଚିସ୍ତାନରେ ଥିବା ଏକ ମସ୍‍ଜିଦ୍‍ର ବୋମା ବିସ୍ଫୋରଣ ହୋଇଛି। ଲୋ କେ ଆଜି ଇଦ୍‍ ମିଲାଉଦ୍ଦିନ ନବୀ ଉତ୍ସବ ପାଳନ କରୁଥିବାବେଳେ ଏହି ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଥିବା ଜିଓ ନ୍ୟୁଜ୍‍ ପକ୍ଷରୁ କୁହାଯାଇଛି।  ଏହାଦ୍ୱାରା ୫୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। 
 
5.     Asian Games 2023 Day 6: ଶୁକ୍ରବାର ଦିନ (୨୯ ସେପ୍ଟେମ୍ବର ) ହେଉଛି ଏସୀୟାନ ଗେମ୍ସର ଷଷ୍ଠ ଦିନ । ଏହି ଷଷ୍ଠ ଦିନରେ ସୁଟିଂରେ ଭାରତ ପାଞ୍ଚଟି ପଦକ ପାଇଛି । ଟେନିସରେ ଗୋଟିଏ ରୌପ୍ୟ ଏବଂ ସଟ୍ ପୁଟ୍ ଓ ସ୍କ୍ୱାସ୍ ରେ ଗୋଟିଏ ଲେଖାଁଏ ବ୍ରୋଞ୍ଜ୍ ପଦକ ହାସଲ କରିଛି । ଏହା ସହିତ ଭାରତର ମୋଟ ପଦକ ସଂଖ୍ୟା ବର୍ତ୍ତମାନ 33 ରେ ପହଞ୍ଚିଛି । ଏହାପୂର୍ବରୁ ଖେଳର ପଞ୍ଚମ ଦିନ ପର୍ଯ୍ୟନ୍ତ ଭାରତ ୬ଟି ସ୍ୱର୍ଣ୍ଣ, ଆଠଟି ରୌପ୍ୟ ଓ ୧୧ ଟି ବ୍ରୋଞ୍ଜ ସହ ପଞ୍ଚମ ସ୍ଥାନରେ ରହିଥିଲା । ବର୍ତ୍ତମାନ ଭାରତ ଝୁଲାରେ ଆଠଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ରହିଛି । ବର୍ତ୍ତମାନ ଏସୀୟାନ ଗେମ୍ସରେ ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି ।
 
6. ୪ ଦିନ ପାଇଁ ୟୁନିଟ୍‍-୧ ହାଟ ବନ୍ଦ (Protest in Unit-1 Haat): ରାଜଧାନୀର ସବୁଠାରୁ ଜନଗହଳିପୂର୍ଣ୍ଣ ୟୁନିଟ୍‍-୧ ହାଟକୁ ବ୍ୟବସାୟୀ ବନ୍ଦ କରିଛନ୍ତି। ପାର୍କିଂ ପାଇଁ ଗ୍ରାହକଙ୍କ ଉପରେ ପୁଲିସର ଜୁଲମ, ଜବର ଦଖଲ ଆଉ ଅବ୍ୟବସ୍ଥିତ ଡ୍ରେନେଜ୍‍ କୁ ଦାୟୀ କରି ଶହ ଶହ ବ୍ୟବସାୟୀ ଆଜି ଦୋକାନ ବନ୍ଦ କରି ରାସ୍ତାକୁ ଓହ୍ଲାଇଛନ୍ତି। ଆସନ୍ତା ଚାରିଦିନ ଭିତରେ ଏସବୁ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ବ୍ୟବସାୟୀ ସଂଘ।  
 
7. ରତ୍ନଭଣ୍ଡାର ପାଇଁ କମିଟି (High level committee to decide on Fate of Ratnabhandar): ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ସମ୍ପର୍କରେ ଏକ ଉଚ୍ଚ କ୍ଷମତାପନ୍ନ କମିଟି ଗଠନ ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ।  ଏହି କମିଟିଙ୍କ ଅନୁଧ୍ୟାନ ଓ ପରାମର୍ଶକୁ ଭିତ୍ତିକରି ରତ୍ନଭଣ୍ଡାର ଖୋଲିବା, ଯାଞ୍ଚ କରିବା ପାଇଁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି।  କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଦୁଇମାସ ଭିତରେ କମିଟି ଗଠନ କରାଯିବ। 
 
8. ‘ଶ୍ରଦ୍ଧା’ ପାଇଁ ପ୍ରେସ୍‍ମିଟ୍‍ (BJP alleges CM Naveen): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ବ୍ୟକ୍ତିତ୍ୱ ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଜୁନ୍‍ ୨୦୨୨ରେ ଭାଟିକାନ୍‍ ସିଟି ଗସ୍ତ ସମୟରେ ତାଙ୍କ ସହ ଯାଇଥିବା ଶ୍ରଦ୍ଧା ନାମ୍ନୀ ମହିଳା କିଏ ଏବଂ କେଉଁ ଅଧିକାରରେ ସ ତାହା ସେ ତାଙ୍କ ସହ ଯାଇଥିଲେ ତାହା ସ୍ପଷ୍ଟ କରିବାକୁ ଦାବି କରିଛି ବିଜେପି। ଏ ବିଷୟକୁ ବିଧାନସଭାରେ ଉଠାଇଲେ ତାହାକୁ ସ୍ୱଧିକାର ଭଙ୍ଗ ବୋଲି ଅଭିହିତ କରାଯାଉଛି, ଆମ ନେତାଙ୍କୁ ପାଗଳ ଆଖ୍ୟା ଦିଆଯାଉଛି କିନ୍ତୁ ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସୁଥିବା ଏହି ଅଭିଯୋଗ ଦୀର୍ଘ ଏକବର୍ଷରୁ ଅଧିକ ସମୟ ହେଲା ଅସମାହୀତ ହୋଇ ପଡ଼ି ରହିଥିବା ଅଭିଯୋଗ କରିଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା। 
 
9. ଚୌଧୁରୀ ବଜାରରେ ନିଆଁ (Fire mishap in Chaudhari Bazaar): କଟକ ଚୌଧୁରୀ ବଜାରରେ ଥିବା ଏକ ଚାରି ମହଲା ବିଶିଷ୍ଟ ଲୁଗା ଦୋକାନରେ ଲାଗିଥିବା ନିଆଁ ଆୟତ୍ତ ହୋଇଛି। ଏଥିଲାଗି  ଦମକଳ ବାହିନୀକୁ ୪ ଘଣ୍ଟା ଉଦ୍ୟମ କରିବାକୁ ପଡ଼ିଛି। ଅଗ୍ନିଶମ ବିଭାଗର ୧୦ଟି ଟିମ୍‍ ଏଥିଲାଗି ମୁତ୍ତୟନ କରାଯାଇଥିଲା। ଅଗ୍ନିକାଣ୍ଡରେ ଅନେକ ଲୁଗା ଏବଂ କାଗଜପତ୍ର ନଷ୍ଟ ହୋଇଥିବା ଜଣାଯାଇଛି। 
 
10. ଲଘୁଚାପ ବର୍ଷା (Rain Alert in Odisha): ପୂର୍ବ କେନ୍ଦ୍ରୀୟ ଓ ଉତ୍ତରପୂର୍ବ ବଙ୍ଗାପସାଗରରେ ଆଜି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାରି ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆକାଶ ମେଘୁଆ ରହିବ। ଏହା ଆସନ୍ତା ୫ ଦିନ ଯାଏ ଜାରି ରହିବ। ପ୍ରଭାବରେ ଆଜି ସନ୍ଧ୍ୟାରୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢ଼ିବ। ଏହାର ପ୍ରଭାବରେ ଆଜି ଉତ୍ତର ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।