Top 10 News Headlines: ଦିନଯାକର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1892133

Top 10 News Headlines: ଦିନଯାକର ୧୦ ବଡ଼ ଖବର

Top 10 News Headlines: ଦିନଯାକର ୧୦ ବଡ଼ ଖବର

Top 10 News Headlines: ଦିନଯାକର ୧୦ ବଡ଼ ଖବର

Top 10 News Headlines: 

1- ନୂଆ ବାଚସ୍ପତିଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ (2MLAs suspended): ୨ ବିଜେପି ବିଧାୟକ ସସ୍ପେଣ୍ଡ (speaker pramila malliks action): ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକୁ ଦୁଇଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି। ଚଳିତ ଅଧିବେଶନର ଶେଷ ଯାଏ ସେମାନଙ୍କୁ ଗୃହ କାର୍ଯ୍ୟରୁ ବାରଣ କରାଯାଇଛି। ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଶ୍ରୀମତି ମଲ୍ଲିକଙ୍କ ଏହା ହେଉଛି ପ୍ରଥମ କାର୍ଯ୍ୟାନୁଷ୍ଠାନ। ନିଲମ୍ବିତ ହୋଇଥିବା ଦୁଇ ବିଧାୟକ ହେଉଛନ୍ତି ମୋହନ ମାଝି ଏବଂ ମୁକେଶ ମହାଲିଙ୍ଗ। ସେମାନଙ୍କ ବିରୁଦ୍ଧରେ ବାଚସ୍ପତିଙ୍କ ପୋଡିୟମ୍‍ ଉପରକୁ ମାଇକ୍‍ ଫୋପାଡ଼ିବାର ଅଭିଯୋଗ ରହିଛି। ଆଜି ମଧ୍ୟ ଶୂନ୍ୟକାଳ ପରେ ଦୁଇଥର ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଥିଲା। ଏହାପରେ ଦୁଇ ବିଧାୟକଙ୍କୁ ନିଲମ୍ବନ କରାଯାଇଥିଲା। 

2- 'ପକ୍ଷପାତି ବାଚସ୍ପତି, ବିନା ଦୋଷରେ ଦଣ୍ଡ', କହିଲେ ବିଜେପି ବିଧାୟକ (Speaker speaks for ruling party): ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ପକ୍ଷପାତି ବୋଲି ଆରୋପ କରିଛନ୍ତି ବିରୋଧି ଦଳ ନେତା। ବିରୋଧୀଙ୍କ ପ୍ରଶ୍ନକୁ  ବାଚସ୍ପତି ଆଦୌ ଧ୍ୟାନ ନ ଦେଇ କେବଳ ଶାସକ ଦଳକୁ ସୁଯୋଗ ଦେଉଛନ୍ତି ବୋଲି କହିଛନ୍ତି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର। ଶୂନ୍ୟ କାଳରେ ସେ ଯେତେବେଳେ ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରି ନିଜର ବକ୍ତବ୍ୟ ରଖୁଥିଲେ ତାଙ୍କୁ 'ମାନସିକ ବିକାର' ବା ମେଣ୍ଟାଲ ଡିସଅର୍ଡର ବୋଲି ଶାସକ ଦଳର ବିଧାୟକ ଅରୁଣ ସାହୁ ସୂଚିତ କରିଥିଲେ। ଏହା ଏକ ଅପମାନଜନକ ମନ୍ତବ୍ୟ ହୋଇଥିବାରୁ ଏହାକୁ ବିଧାନସଭା ରେକର୍ଡରୁ ବାଦ ଦେବା ଲାଗି ବିରୋଧୀଦଳର ବିଧାୟକମାନେ ଅନୁରୋଧ କରିଥିଲେ। କିନ୍ତୁ ବାଚସ୍ପତି ସେ ବିଷୟକୁ ଧ୍ୟାନ ନ ଦେଇ ଶାସକ ଦଳର ମନ୍ତବ୍ୟକୁ ଗୃହର ରେକର୍ଡରେ ରଖିଥିଲେ। ଅପରପକ୍ଷେ ବିରୋଧି ଦଳ ନେତା 5ଟି ସଚିବଙ୍କୁ 'ସୁପର ସିଏମ' ବୋଲି କହିବାକୁ ଗୃହର ରେକର୍ଡରୁ ବାଦ ଦେଇଥିଲେ। ଏହା ବାଚସ୍ପତିଙ୍କ ଭୂମିକାକୁ ପ୍ରଶ୍ନବାଚୀ ଭିତରକୁ ଆଣୁଛି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି। ବାଚସ୍ପତି ଜଣେ ଦଳୀୟ କର୍ମକର୍ତ୍ତାଙ୍କ ଭଳି ଆଚରଣ କରୁଛନ୍ତି ବୋଲି ସେ କହିଛନ୍ତି। 

3- 'ଆଇନ ଶୃଙ୍ଖଳା ଠିକ୍‍ ଅଛି, ବିରୋଧୀ ରାଜନୀତିକ ରଙ୍ଗ ଦେଉଛନ୍ତି'- ମୁଖ୍ୟମନ୍ତ୍ରୀ (All is Well said Naveen): ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍‍ ରହିଛି। କିନ୍ତୁ ମୋତେ ଦୁଃଖ ଲାଗୁଛି ଯେ, ବିରୋଧୀ ଦଳର ନେତାମାନେ ନିଜର ନ୍ୟସ୍ତ ସ୍ୱାର୍ଥ ହାସଲ କରିବା ଲାଗି କିଛି ଘଟଣାକୁ  ରାଜେନୀତିକ ରଙ୍ଗ ଦେଉଛନ୍ତି। ଏହା ଉଭୟ ପୀଡ଼ିତ ଏବଂ ଦିନ ରାତି ନିଷ୍ଠାର ସହ କାମ କରୁଥିବା ପୁଲିସ କର୍ମଚାରୀଙ୍କ ପାଇଁ ଅନ୍ୟାୟ ହେଉଛି। ଏପରିକି ଅତୀତରେ ଜଣେ ମହିଳା ପୁଲିସ କର୍ମଚାରୀଙ୍କୁ ମଧ୍ୟ ଅପମାନିତ କରାଯାଇଛି, ଯାହା ସଭ୍ୟ ସମାଜରେ କଦାପି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭାରେ ଗୃହରେ ସାଧାରଣ ପ୍ରଶାସନର ଖର୍ଚ୍ଚ ଦାବି ଉପରେ ନିଜର ବକ୍ତବ୍ୟ ରଖି ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ଏହାଦ୍ୱାରା ବିରୋଧୀଙ୍କୁ  ରାଜନୀତିକ ଭାବେ ସମାଲୋଚନା କରିଛନ୍ତି ଶ୍ରୀ ପଟ୍ଟନାୟକ। ସେ କହିଛନ୍ତି ଲୋକଙ୍କ ପାଇଁ ଯେଉଁମାନେ କାମ କରିଛନ୍ତି ସେମାନେ ଏ ଗୃହକୁ ପୁଣିଥରେ ନିର୍ବାଚିତ ହୋଇ ଆସିଥାଆନ୍ତି। କିନ୍ତୁ ଯେଉଁମାନେ ବିକାଶକୁ ପଥରୋଧ କରନ୍ତି, ଅପରାଧକୁ ନେଇ ରାଜନୀତି କରନ୍ତି ସେମାନେ ଏହି ଗୃହକୁ ଫେରି ନାହାନ୍ତି। ଏହା କହି ନବୀନ ଆସନ୍ତା ନିର୍ବାଚନ ଲାଗି ନିଜର ଆତ୍ମବିଶ୍ୱାସକୁ ଗୃହରେ ଜାହିର କରିଛନ୍ତି। ନିଜ ବିବୃତ୍ତିରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଶ୍ରୀ ଜଗନ୍ନାଥଙ୍କ କୃପାରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଓ ନିୟନ୍ତ୍ରଣରେ ରହିଛି। 

4-  Asian Games 2023 Day 5: ଏସୀୟାନ ଗେମ୍ସ ୨୦୨୩ ରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ଭାରତ ଏସିଆନ୍ ଗେମ୍ସରେ ୬ଟି ସ୍ୱର୍ଣ୍ଣ ପଦକ ସମେତ ୨୫ ଟି ପଦକ ଜିତିଛି ଓ ପଦକ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି । ମହିଳା କ୍ରିକେଟ୍, ଘୋଡା ଚାଳନା ଓ ଶୁଟିଂରେ ଭାରତ ଏପର୍ଯ୍ୟନ୍ତ ସ୍ୱର୍ଣ୍ଣ ପଦକ ଜିତି ସାରିଛି । 

5- ସ୍ୱାମୀନାଥନଙ୍କ ଦେହାନ୍ତ ( MS Swaminathan died): ବିଶିଷ୍ଟ କୃଷି ବିଜ୍ଞାନୀ ଏମ୍‍ଏସ୍‍ ସ୍ୱାମୀନାଥନଙ୍କ ପରଲୋକ ହୋଇଛି। ଭାରତର ସବୁଜ ବିପ୍ଲବ ଜନକ ଭାବେ ସେ ପରିଚିତ ଥିଲେ।  ସେ ଓଡ଼ିଶାରେ ତାଙ୍କର ପ୍ରଥମ ଗବେଷଣା ଆରମ୍ଭ କରିଥିଲେ ଏବଂ ରାଜ୍ୟ କୃଷକମାନଙ୍କୁ ସବୁ ପ୍ରକାରରେ ସାହାଯ୍ୟ କରିବା ପାଇଁ ସର୍ବଦା ଚେଷ୍ଟିତ ଥିଲେ। ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଚାଷ କାର୍ଯ୍ୟରେ ଉନ୍ନତି ଆଣିବାରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ ବିୟୋଗରେ କୃଷି ବିଜ୍ଞାନ କ୍ଷେତ୍ରରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। 

6- ନୋଇଡ଼ା ବିମାନବନ୍ଦର ହେଲା 'DXN' ( Noida Airport gets new Tag): ନିର୍ମାଣାଧୀନ ନୋଇଡ଼ା ଆାନ୍ତର୍ଜାତିକ ବିମାନବନ୍ଦର  ଏଣିକି ବିମାନ ଯାତ୍ରାରେ DXN ଭାବେ ପରିଚିତ ହେବ। ଯେପରି ଦିଲ୍ଲୀ DEL, ବମ୍ବେ BOM, ଭୁବନେଶ୍ୱର BBI ଭାବେ ପରିଚିତ ହେଉଛି ଠିକ୍‍ ସେପରି ନୋଇଡ଼ା ଏହି ନାଁରେ ଜଣାଯିବ। ଆନ୍ତର୍ଜାତିକ ବିମାନ ପରିବହନ ସଂଘ ପକ୍ଷରୁ ପ୍ରତି ବିମାନବନ୍ଦରକୁ ଏକ କୋଡ୍‍ ଦିଆଯାଇଥାଏ। 

7- ଓଡ଼ିଶାରେ ଗ୍ରୀନ୍‍ଫିଲ୍ଡ ରେଳଲାଇନ୍‍ ( PM Gatishakti reviews Odisha Green field Project): ଖଣିଜ ଓ ଶିଳ୍ପ କରିଡରକୁ ବନ୍ଦର ସହ ଯୋଡ଼ିବା ଉଦ୍ଦେଶ୍ୟରେ ପ୍ରସ୍ତାବିତ ରାଜ୍ୟର ଏକମାତ୍ର ଗ୍ରୀନ୍‍ ଫିଲ୍ଡ ରେଳଲାଇନ୍‍ ପ୍ରକଳ୍ପର ସମୀକ୍ଷା କରିଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଆଧାରରେ ନିର୍ଦ୍ଧାରିତ ସମୟ ଭିତରେ ଏହାକୁ ସମାପ୍ତ କରିବାକୁ ଲକ୍ଷ୍ୟ ରଖଯାଇଛି। ରାଜ୍ୟର ପଶ୍ଚିମାଞ୍ଚଳ ତଥା ପଡ଼ୋଶୀ ଛତିଶଗଡ଼କୁ ପୂର୍ବତଟ ବନ୍ଦର ସହ ସଂଯୋଗ କରିବା ଲାଗି ଏହି  ରେଳ ପ୍ରକଳ୍ପ ଏକ ବିଶେଷ ଭୂମିକା ଗ୍ରହଣ କରିବ। ଏହି ରେଳଲାଇନ ଗଞ୍ଜାମ, ନୟାଗଡ଼, କନ୍ଧମାଳ, ବୌଦ୍ଧ, ସମ୍ବଲପୁର ଏବଂ ଅନୁଗୁଳ ଜିଲ୍ଲାକୁ ସଂଯୋଗ କରିବ। 

8- ୧୦ରୁ ବସ୍‍ ଧର୍ମଘଟ (Bus strike): ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ମଧ୍ୟ ଘରୋଇ ବସ୍‍ ମାଲିକ ସଂଘ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ସରକାରଙ୍କ ଫ୍ଲାଗ୍‍ଶିପ୍‍ ପରିବହନ ଯୋଜନା ‘ଲକ୍ଷ୍ମୀ’ ବସ୍‍ ଚଳାଚଳ ବିରୁଦ୍ଧରେ ଘରୋଇ ବସ୍‍ ମାଲିକ ସଂଘ ଆପତ୍ତି ଦର୍ଶାଇଛନ୍ତି। ‘ଲକ୍ଷ୍ମୀ’ ଦ୍ୱାରା ସେମାନଙ୍କ ବ୍ୟବସାୟ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ କରିବା ସହ ଯୋଜନାର ପରିଚାଳନାରେ ସେମାନଙ୍କୁ ସାମିଲ୍‍ କରିବା ପାଇଁ ଦାବି କରିଛନ୍ତି। ଏଥିନେଇ ସରକାର କୌଣସି ପଦକ୍ଷେପ ନନେଲେ ୨ ତାରିଖରୁ ମାଲକାନଗିରିରେ ଧର୍ମଘଟ ସହ ୧୦ ତାରିଖରୁ ଘରୋଇ ବସ୍‍ ଚଳାଚଳ ବନ୍ଦ କରିବାକୁ ଧମକ ଦେଇଛନ୍ତି। 

9- ବିଶିଷ୍ଟ ଲେଖକ ଭୀମ ପୃଷ୍ଟିଙ୍କୁ ସାରଳା ସମ୍ମାନ : ପୂର୍ବରୁ ଅନେକ ପୁରସ୍କାର ଅଧିକାରୀ ହୋଇଥିବା ଓଡ଼ିଶାର ବିଶିଷ୍ଟ ଲେଖକଭୀମ ପୃଷ୍ଟିଙ୍କୁ ସାରଳା ସମ୍ମାନ ପ୍ରଦାନ କରାଯିବ । ଭୀମ ପୃଷ୍ଟି ହେଉଛନ୍ତି ସାଂପ୍ରତିକ ଓଡ଼ିଆ କଥାସାହିତ୍ୟର ଅନ୍ୟତମ ଈର୍ଷଣୀୟ ପ୍ରତିଭା । ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଅଖିଳମୋହନ କଥା ସମ୍ମାନ, କହ୍ନେଇ କଥା ସମ୍ମାନ, ଓଡ଼ିଶା ଯୁବଲେଖକ ସମ୍ମାନ, ବିବର୍ତ୍ତନ ସମ୍ମାନ, ଗୋକର୍ଣ୍ଣିକା ସମ୍ମାନ, ଭୁବନେଶ୍ୱର ବେହେରା କଥା ସମ୍ମାନ, ପଶ୍ଚିମା ଉପନ୍ୟାସ ସମ୍ମାନ, ଗୋପବନ୍ଧୁ ସାହିତ୍ୟ ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି ।

10- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ: ସିବିଆଇକୁ କିଛି ନମିଳିଲେ ଇସ୍ତଫା ଦେବେ କି ପ୍ରଧାନମନ୍ତ୍ରୀ ? ((Delhi CM Arvind kejriwals question)  ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନକୁ ନବୀକରଣ କରାଯିବା ନେଇ ସରକାରୀ ଖାତାରୁ ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା କରିଥିଲା। ଏହା ଉପରେ ଉପ ରାଜ୍ୟପାଳ ଭିକେ ସକ୍ସେନା  ସିବିଆଇ ତଦନ୍ତ ନେଇ ଚିଠି ଲେଖିଥିଲେ। ଏହି ସମ୍ପର୍କରେ ବିଜେପି ଓ ଆପ୍‌ ମଧ୍ୟରେ ବାକଯୁଦ୍ଧ ଚାଲିଥିବା ସମୟରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିବିଆଇ ତଦନ୍ତକୁ ସ୍ୱାଗତ କରିଥିବା ସୂଚନା ମିଳିଛି । ସିଏମ କେଜ୍ରିୱାଲକହିଛନ୍ତି ଯେ, ମୁଁ ସିବିଆଇ ତଦନ୍ତକୁ ସ୍ୱାଗତ କରୁଛି। ତଦନ୍ତରେ ସେମାନଙ୍କୁ କିଛି ମିଳିବ ନାହିଁ।

Also Read- Free Ticket: ବଲିଉଡ୍ କିଙ୍ଗ୍ ଖାନ୍ ଶାହାରୁଖଙ୍କ ଉପହାର, ଏହି ଦିନ ପାଇଁ ମାଗଣା 'ଜୱାନ' ଟିକେଟ୍

Also Read- ଗ୍ରାହକଙ୍କ ସାଂଘାତିକ ଅଭିଯୋଗ, ବ୍ୟବବହୁଳ iPhoneରେ ଦେଖାଯାଉଛି ଏହି ସମସ୍ୟା