Top 10 News Headlines: ଦିନଯାକର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1890529

Top 10 News Headlines: ଦିନଯାକର ୧୦ ବଡ଼ ଖବର

Top 10 News Headlines: ଦିନଯାକର ୧୦ ବଡ଼ ଖବର

Top 10 News Headlines: ଦିନଯାକର ୧୦ ବଡ଼ ଖବର

Top 10 News Headlines:

1- ଝଡ ବର୍ଷା ନେଇ ୧୪ ଜିଲ୍ଲାକୁ ସତର୍କ ସୂଚନା (Odisha Weather News): ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ଟି ଜିଲ୍ଲାରେ ଝଡ଼ ବର୍ଷା ସହିତ ବଜ୍ରପାତ ସମ୍ଭାବନା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବାୟୁମଣ୍ଡଳର ୧.୫ କିମି ଉଚ୍ଚତାରେ ଏକ ଗୁରୁଚାପ ବଳୟ ସକ୍ରିୟ ହେବାରୁ ଏହାର ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ହେବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତଥା ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି  । ଏନେଇ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ବଜ୍ରପାତ ସମୟରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି।

2-  ବିଜେଡି ପାଇଁ କଳାହାଣ୍ଡି ସଙ୍କଟ: (Odisha Politics News): : ପୂର୍ବତନ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ସହ ତାଙ୍କ ପତ୍ନୀ ମାଳବିକା ଦେବୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଏଥିନେଇ ରାଜ୍ୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ସମାବେଶ ଆୟୋଜନ କରାଯାଇଥିଲା। ରାଜ୍ୟ ଅଧ୍ୟକ୍ଷ ମନମୋହନ ସାମଲ୍‍ ତାଙ୍କୁ ବିଜେପିର ଉତ୍ତରୀୟ ଏବଂ ଦଳୀୟ ଚିହ୍ନ ଦେଇ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ଉତ୍ସବରେ କଳାହାଣ୍ଡିର ବର୍ତ୍ତମାନର ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ଥିଲେ। ଅର୍କଙ୍କ ଏହି ଯୋଗଦାନ ବିଜେଡି ପାଇଁ ଉଦ୍‍ବେଗର ବିଷୟ ହେବ। କାରଣ କଳାହାଣ୍ଡି ନିର୍ବାଚନ ଇତିହାସରେ ଅର୍ତକଙ୍କୁ ଛାଡ଼ି କେବେ ବିଜେଡିର ପ୍ରବେଶ ହୋଇପାରି ନଥିଲା ବା ହୋଇ ନାହିଁ। ପୂର୍ବଥର ଅର୍କଙ୍କୁ ଅଣଦେଖା କରିଥିବାରୁ ବିଜେଡି ପରାଜୟ ସ୍ୱୀକାର କରିଥିଲା।

3- ଗୃହ ହଟ୍ଟଗୋଳ ସହ ମୁଲତବୀ (Odisha Assembly News): ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ଆଜି ଅପରାହ୍ନରେ ପୁଣି ଥରେ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ବିଜେପି ଓ କଂଗ୍ରେସ ପକ୍ଷରୁ ଗୃହରେ ହଟ୍ଟଗୋଳ ପରେ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ନେଇ ସମସ୍ତ ଦଳକୁ ଡାକିଛନ୍ତି।  

4- ଲକ୍ଷ୍ମୀ ଯୋଜନାକୁ ବିରୋଧ: ଓଡ଼ିଶା ସରକାରଙ୍କ ଦ୍ବାରା ଅକ୍ଟୋବର ୨ ତାରିଖରେ ଆରମ୍ଭ ହେବାକୁ ଥିବା ସର୍ବସାଧାରଣ ପରିବହନ ବ୍ୟବସ୍ଥା ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରାଯାଇଛି । ଘରୋଇ ବସ୍‌ ମାଲିକ ସଂଘ ଏହି ବିରୋଧ କରିଛି। ସେଥିପାଇଁ ଆସନ୍ତା ଅକ୍ଟୋବର ୧୦ ତାରିଖରେ ରାଜ୍ୟବ୍ୟାପି ଯାତ୍ରୀବାହୀ ବସ୍‌ ଧର୍ମଘଟ ହେବାନେଇ ସଂଘ ପକ୍ଷରୁ ମତ ପ୍ରକାଶ ପାଇଛି । ସେଦିନ ଯାତ୍ରୀବାହୀ ବସ୍‌ଗୁଡ଼ିକ ଚଳାଚଳ ବନ୍ଦ ରହିବା ନେଇ ସଂଘ କହିଛି । ବାହାର ଜିଲ୍ଲାରୁ କୌଣସି ବସ୍‌ କୋରାପୁଟ, ମାଲକାନଗିରି, ଜୟପୁର ଏବଂ ନବରଙ୍ଗପୁର ସେହି ୪ଜିଲ୍ଲାକୁ ଯିବ ନାହିଁ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି। 

5- ଦୁଷ୍କର୍ମକାରୀ ବୃଦ୍ଧଙ୍କୁ ୧୦ବର୍ଷ ଜେଲ୍ ସହ ଫାଇନ:  ସମ୍ୱଲପୁର ପକ୍‌ସୋ କୋର୍ଟ ଆଜି ଗୋଟିଏ ମାମଲାର ବିଚାର କରି ନାବାଳିକା ଦୁଷ୍କର୍ମକାରୀକୁ ସଜା ଶୁଣାଇଛନ୍ତି । ଜଣେ ବୃଦ୍ଧକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ୨୦୨୨ ଏପ୍ରିଲ ୯ ତାରିଖ ଅପରାହ୍ନ ୪ଟା ସମୟରେ ବାଲିଗୁଡ଼ା ଥାନା ଅଞ୍ଚଳର ଜଣେ ୮ ବର୍ଷୀୟ ନାବାଳିକା ଦୁଇ ଜଣ ସାଙ୍ଗ ସହିତ ଆମ୍ବ ତୋଟାକୁ ଆମ୍ବ ତୋଳିବାକୁ ଯାଇଥିଲା। ଉକ୍ତ ସମୟରେ ୬୧ ବର୍ଷୀୟ ବ୍ୟକ୍ତି ଲୁପରା ଡିଗଲ ତାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲା। ପରେ ନାବାଳିକା ଘରକୁ ଫେରି ତାଙ୍କ ମାଆଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପରେ ନାବାଳିକାଙ୍କ ମାଆ ବାଲିଗୁଡ଼ା ଥାନାରେ ଏତଲା ଦେଇଥିଲେ। ବାଲିଗୁଡ଼ା ପୋଲିସ ମାମଲା ରୁଜୁ କରି ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା। ପକ୍‌ସୋ କୋର୍ଟର ବିଚାରପତି ସଞ୍ଜିତ କୁମାର ବେହେରା ଉକ୍ତ ମାମଲାର ଶୁଣାଣି କରି ଦୁଷ୍କର୍ମକାରୀ ବୃଦ୍ଧକୁ ଦଣ୍ଡାଦେଶ ଶୁଣାଇଛନ୍ତି।

6-  ବ୍ରାଉନସୁଗାର ଜବତ ସହ ଜଣେ ଗିରଫ:  ଖୋର୍ଦ୍ଧା: ଅବକାରୀ ବିଭାଗ ପକ୍ଷରୁ ନୂଆ ବସଷ୍ଟାଣ୍ଡ ନିକଟରେ ଚଢ଼ଉ କରାଯାଇଥିଲା । ଚଢାଉରେ ଜଣେ ବ୍ୟକ୍ତିଙ୍କ ନିକଟରୁ ୪୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି । ଜଣେ ଯୁବକ ଘଟଣାରେ ଗିରଫ ହୋଇଛନ୍ତି । ଯୁବକ ଜଣଙ୍କ ପଲ୍ଲାହାଟର ସୁବ୍ରତ କୁମାର ପାତ୍ର (୩୩) । ସେ ନିଜର ମୋଟର ସାଇକଲରେ  ଗ୍ରାହକଙ୍କୁ ବ୍ରାଉନସୁଗାର ଦେବା ପାଇଁ ନିମନ୍ତେ ଅପେକ୍ଷା କରିଥିଲା। ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ସାଢେ ୪ ଲକ୍ଷ ଟଙ୍କା ହେବା ନେଇ ଅନୁମାନ କରାଯାଇଛି ।

7-  ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ: କୋରାପୁଟ ଲଙ୍ଗଲବେଡ଼ା ପଂଚାୟତର କସମ ଘାଟି ନିକଟରେ ଏକ ସ୍କୁଟି ଭାରସ୍ୟାମ ହରାଇ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା । ପ୍ରାୟ ୨ଶହ ମିଟର ଦୂରକୁ ଛିଟିକି ପଡିଥିଲେ ସ୍କୁଟିରେ ବସିଥିବା ଯାତ୍ରୀ । ମୃତକମାନେ ହେଲେ ଜୟ ରାଜୁ (୧୯), ମାରି ଶିବା(୨୦) ଓ ମାଲିକା ବାଲରାଜୁ (୨୧)। ଖବର ପାଇ ସ୍ଥାନୀୟ ପୋଲିସ ସହିତ ଆମ୍ବୁଲାନ୍ସ  ଘଟଣାସ୍ଥଳରେ ପହଂଚି ଥିଲେ।

8-  କ୍ୟାପିଟାଲ ହସ୍ପିଟାଲ ପିଲା ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପିଲା ଅଦଳବଦଳ ଅଭିଯୋଗ ପରେ ପଦକ୍ଷେପ ଗ୍ରହଣ କରାଯାଇଛି। ପିଲା ଜନ୍ମ ହେବା ଦିନ ସେଠାରେ ଡ୍ୟୁଟିରେ ରହିଥିବା ମହିଳା ଆଟେଣ୍ଡାଣ୍ଟ୍‌ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ନିଲମ୍ବିତ କରାଯାଇଛି। ଯଦି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଜଣାପଡେ ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ହସ୍ପିଟାଲ୍‌ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି। ଘଟଣା ସମ୍ପର୍କରେ ତଦନ୍ତ ପାଇଁ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଥିଲା । କେନ୍ଦ୍ରପଡ଼ା ରାଜନଗର ଅଞ୍ଚଳର ବ୍ୟକ୍ତି ପ୍ରାଣକୃଷ୍ଣ ବିଶ୍ବାଳଙ୍କ ପତ୍ନୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସକାଳ ୧୦ଟା ୧୫ ଏକ ଶିଶୁ ଜନ୍ମ ଗ୍ରହଣ କରିଥିଲା। ଏହାର କିଛି ସମୟ ପରେ ନିକଟରେ ଥିବା ଅନ୍ୟଏକ ଓଟିରେ ଆଉ ଜଣେ ମହିଳା ଗୋଟିଏ ଶିଶୁକୁ ଜନ୍ମ ଦେଇଥିଲେ। ଦାୟୀତ୍ୱରେ ଥିବା ଆଟେଣ୍ଡାଣ୍ଟ ଆସି ପ୍ରାଣକୃଷ୍ଣଙ୍କର ପୁଅ ହୋଇଥିବା ଜଣାଇଥିଲେ କିନ୍ତୁ ଏହାର କିଛି ସମୟ ପରେ ପ୍ରାଣକୃଷ୍ଣଙ୍କୁ ଏକ ନବଜାତ ଝିଅକୁ ଦେଇଥିଲେ। ଏହାକୁ ନେଇ ସେ ଅଭିଯୋଗ କରିଥିଲେ ।

9-  ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଫାଇନ:  ସମ୍ୱଲପୁରରେ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କାର ଫାଇନ୍ । ଜଣେ ଗ୍ରାହକଙ୍କୁ ଅପମାନ କରିବା କାରଣରୁ ଗ୍ରାହକ ଜଣକ କୋର୍ଟର ଦ୍ୱାରସ୍ତ ହୋଇଥିଲେ । ଉକ୍ତ ମାମଲାର ଶୁଣାଣି କରି ଖାଉଟି ଅଦାଲତ  ୨୫ ହଜାର ଟଙ୍କା ଫାଇନ ଦେବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ମୁତାବକ ଗ୍ରାହକ ଜଣକ ଏକ ଜେରକ୍ସ ପାଇଁ ଦୋକାନୀଙ୍କୁ କହିଥିଲେ । ଜେରକ୍ସ ପିଛା ୨ ଟଙ୍କା ଦାମ ହୋଇଥିବା ବେଳେ ଦୋକାନୀ ଗ୍ରାହକଙ୍କ ଠାରୁ ୫ ଟଙ୍କା ନେଇଥିଲେ । ଦୋକାନୀ ସେ ବିଷୟରେ କହିବାରୁ ସେ ୫ ଟଙ୍କା ଫେରାଇ ଦେବା ସହିତ ଭିକାରୀକୁ ଦାନ କରିଦେଲି ବୋଲି କହିଥିଲେ । ଗ୍ରାହକଙ୍କୁ ଦୋକାନୀଙ୍କ ବ୍ୟବହାର କଷ୍ଟ ଲାଗିଥିଲା ତେଣୁ ସେ ଖାଉଟି ଅଦାଲତରେ ଅଭିଯୋଗ କରିଥିଲେ ।

10- INDvsAUS: ରାଜକୋଟ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ୬୬ ରନ୍‌ରେ ହାରିଛି ଟିମ୍ ଇଣ୍ଡିଆ । ତୃତୀୟ ଦିନିକିଆ ହାରିବା ସତ୍ତ୍ବେ ୨-୧ରେ ସିରିଜ୍‌ ଜିତିଛି ଭାରତ ।
 

Also Read- Navratri 2023: ନବରାତ୍ରୀ ସମୟରେ କରନ୍ତୁ ଏହା, ସମସ୍ତ ସମସ୍ୟାରୁ ପାଇବେ ମୁକ୍ତି !

Also Read- ବାପା କିଣିଲେ ସେକେଣ୍ଡ ହ୍ୟାଣ୍ଡ୍ ସାଇକେଲ୍, ଖୁସିରେ ନାଚିଲା ପୁଅ, ଦେଖନ୍ତୁ ଭିଡିଓ