Top 10 News Headlines: ସକାଳର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha1876535

Top 10 News Headlines: ସକାଳର ୧୦ ପ୍ରମୁଖ ଖବର

ଚୁଟକିରେ ପଢି ନିଅନ୍ତୁ ସକାଳର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Headlines: ସକାଳର ୧୦ ପ୍ରମୁଖ ଖବର

1.Special Session of Parliament: ଆଜିଠୁ ସଂସଦର ସ୍ୱତନ୍ତ୍ର ଅଧିବେଶନ: ‘ଅମୃତକାଳ’ର ବାର୍ତ୍ତା ନେଇ ଆଜିଠାରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଯାଉଛି। ୧୯୪୬ ମସିହାରେ ଗଠିତ ହୋଇଥିବା ଭାରତର ସମ୍ବିଧାନସଭା ୨୬ ନଭେମ୍ବର ୧୯୪୯ ଦିନ ସମ୍ବିଧାନକୁ ପାରିତ କରି ଭାରତକୁ ଏକ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିଥିଲା। ଆଉ କିଛିଦିନ ପରେ ଏହି ଦିନଟି ଭାରତର ଏହି ଐତିହାସିକ ନିଷ୍ପତ୍ତିକୁ ୭୫ ବର୍ଷରେ ପଦାର୍ପଣ କରାଇବ। ଏହାର ଅବ୍ୟବହିତ ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ତଥା ଦେଶର ସେହି ଅବସ୍ମରଣୀୟ ମୁହୂର୍ତ୍ତକୁ ମନେ ପକାଇବା ଲାଗି ସରକାର ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି।  ଏହା ୫ ଦିନ ଚାଲିବ। ଏହି ସ୍ୱତନ୍ତ୍ର ଅଧିବେଶନରେ ନୂଆ ସଂସଦ ଭବନକୁ କାର୍ଯ୍ୟକ୍ଷମ କରିବାର ସମ୍ଭାବନା ରହିଛି। ଗତକାଲି ନୂତନ କୋଠା ସାମ୍ନାରେ ତ୍ରିରଙ୍ଗା ସ୍ଥାପନ କରାଯାଇଛି। 

2.India Vs Bharat: ଭାରତ-ଇଣ୍ଡିଆ ବିବାଦ: ସଂସଦର ଏହି ସ୍ୱତନ୍ତ୍ର ଅଧିବେଶନରେ ଦେଶର ନାମ କୁ ନେଇ ପୁଣିଥରେ ଚର୍ଚ୍ଚା ହୋଇପାରେ। ସମ୍ବିଧାନ ପ୍ରଣେତା ଡ. ବିଆର ଆମ୍ବେଦକର ଦେଶର ନାଁ ପାଇଁ ‘ ଭାରତ’ ଓ ‘ଇଣ୍ଡିଆ’ ନାମ ପ୍ରସ୍ତାବ ଦେଇଥିଲେ। ଏଣୁ ଆଜି ଏହି ଉପରେ ପୁଣି ଚର୍ଚ୍ଚା ବାତାବରଣ ସୃଷ୍ଟି ହୋଇପାରେ ବୋଲି ଆଶା କରାଯାଇଛି। 

3.India Wins Asia Cup: ଅଷ୍ଟମଥର ପାଇଁ ଏସିଆ କପ୍‍ ବିଜୟୀ: ୨୦୨୩ ଏସିଆ କପ୍‍ ଭାରତ ପାଇଁ ସ୍ୱତନ୍ତ୍ରତା ବହନ କରିଛି। ମାତ୍ର ୫୦ ରନ୍‍ ରେ ଶ୍ରୀଲଙ୍କା ଦଳକୁ ଶ୍ରୀଲଙ୍କା କାଟି ଅଲ୍‍ଆଉଟ୍‍ କରି ମ୍ୟାଚ୍‍କୁ ନିଜ ପକ୍ଷଭୁକ୍ତ କରିପାରିଛି। ମହମ୍ମଦ ସିରାଜ୍‍ ନିଜର ମ୍ୟାଜିକ୍‍ ବଲରେ ଶ୍ରୀଲଙ୍କାର ୬ଜଣ ପ୍ରମୁଖ ବ୍ୟାଟ୍ସମ୍ୟାନ୍‍ଙ୍କୁ ଆଉଟ୍‍ କରିବା ପରେ ମ୍ୟାଚ୍‍ ଏକ ପାକ୍ଷିଆ ହୋଇଯାଇଥିଲା। ଆଉ ମାତ୍ର ୧୫ ଓଭର ଦୁଇଟି ବଲ୍‍ ରେ ପୂରା ଟିମ୍‍ ଧରାଶାୟୀ ହୋଇଥିଲା। ଭାରତ ଏହାର ଜବାବରେ ୬ଓଭର ଗୋଟିଏ ବଲ୍‍ ବିନିମୟରେ ୫୧ ରନ୍‍ ସଂଗ୍ରହ କରି ବିଜୟ ଟାଇଟଲ୍‍ ହାସଲ୍‍ କରିଛି। ଭାରତ ୨୦୧୮ ଏହି ମ୍ୟାଚ୍‍ ଜିତିଥିଲା। 

4.Mo Bus-Car Accident: ମୋ ବସ୍‍- କାର୍‍ ଦୁର୍ଘଟଣା, ଜଣେ ମୃତ: ପୁରୀ ଜିଲ୍ଲା କୋଣାର୍କର ବାଲିଘାଇଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସରକାରଙ୍କ ଦ୍ୱାରା ଚଳାଯାଉଥିବା ମୋ ବସ୍‍ - କାର୍‍ ମୁହାମୁହିଁ  ଧକ୍କା ହୋଇଛି। ଏଥିରେ କାର ଚଳାଉଥିବା ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଆଉ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ପୁରୀ ବଡ଼ ଡାକ୍ତରଖାନା ନିଆଯାଇଛି। ବସ୍‍ ଡ୍ରାଇଭର ମଧ୍ୟ ଗୁରୁତର ଅଛନ୍ତି। ତାଙ୍କୁ ବସ୍‍ରୁ ଉଦ୍ଧାର କାର୍ଯ୍ୟ ଚାଲିଛି। 

5.Govt Help for Bettel farmers: ପାନ ଓ କିଆ ଫୁଲ ଚାଷୀଙ୍କୁ ସୁଯୋଗ: ରାଜ୍ୟର ପାନ ଓ କିଆ ଫୁଲ ଚାଷ କରୁଥିବା ଚାଷୀ ଏଣିକି ରାଜ୍ୟ  ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉ ଥିବା କୃଷି ଓ ଉଦ୍ୟାନ ଭିତ୍ତିକ ଯୋଜନା ସହାୟତା ଲାଭ କରିପାରିବେ। ଏଥିଲାଗି ଆବଶ୍ୟକ ମାନ୍ୟତା ସରକାର ପ୍ରଦାନ କରି ଦୁଇ ଚାଷ ପାଇଁ ଯୋଜନା ବ୍ୟୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଏହି ଚାଷୀମାନେ ଅନ୍ୟ ଉଦ୍ୟାନ କୃଷି ଭଳି ସରକାରୀ ସହାୟକା, କିସାନ୍‍ କ୍ରେଡିଟ୍‍ କାର୍ଡ, ବ୍ୟାଙ୍କ ଋଣ ପ୍ରଭୃତି ପାଇବାକୁ ସକ୍ଷମ ହେବେ। ସେମାନଙ୍କୁ ପ୍ରକ୍ରିୟାକରଣ ୟୁନି ଟ୍‍ଲାଗି ମଧ୍ୟ ସହାୟତା ମିଳିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ବିଷୟରେ ମିଳିଥିବା ଅଭିଯୋଗ ଗୁଡ଼ିକର ସମୀକ୍ଷା କରିବା ପରେ ଏହି ନଷ୍ପତ୍ତି ନେଇଛନ୍ତି। 

6.Rain Again in Odisha: ଆଜି ସଂନ୍ଧ୍ୟାରୁ ୫ଦିନ ବର୍ଷା: ବଙ୍ଗାପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ଫଳରେ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ୮ଟି ଜିଲ୍ଲାରେ ଆଜି ସନ୍ଧ୍ୟାରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏପରିକି ଏହି ବର୍ଷା ପରିମାଣ ୭ ରୁ ୧୧ ସେଣ୍ଟିମିଟର ହୋଇପାରେ। ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ରାଜ୍ୟ ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ପ୍ରବଳ ବର୍ଷା ଆଶଙ୍କା ଥିବାବେଳେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗଜତସିଂହପୁର, କଟକ, ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ା, ଅନୁଗୁଳ ଓ କଳାହାଣ୍ଡିରେ ଅପରାହ୍ଣରେ ଘଡ଼ଘଡ଼ି ସହ ଝଡ଼ବର୍ଷାର ସମ୍ଭାବନା ରହିଛି। 

7.NAAC to Visit Again: ପୁଣି ଥରେ ନାକ୍‍ ସମୀକ୍ଷା:  ରାଜ୍ୟର ସର୍ବପୂରାତନ ଉତ୍କଳ ବିଶ୍ୱବିଦ୍ୟାଳୟକୁ ପୁଣିଥରେ ଚଳିତ ବର୍ଷ ନାକ୍‍ ଟିମ୍‍ ପରିଦର୍ଶନ ଲାଗି ଆସିବେ। ୨୬ ତାରିଖରେ ଏହି ଟିମ୍‍ ଉତ୍କଳ ଭିତ୍ତିଭୂମି, ଶୈକ୍ଷିକ ଭିତ୍ତିଭୂମି, ସମମ୍ଭାବନାକୁ ଦେଖି ନିଜର ରେଟିଂ ପ୍ରଦାନ କରିବେ।  ଏପ୍ରିଲ୍‍ ମାସରେ ଏହି ଟିମ୍‍ ସ୍ୱଭାବିକ  ପରିଦର୍ଶନରେ ଆସି ଏସବୁ ସମୀକ୍ଷା କରିଥିଲେ। ହେଲେ ସମୀକ୍ଷା ପରବର୍ତ୍ତୀ ରିପୋର୍ଟରେ ଟିମ୍‍ ବିଶ୍ୱବିଦ୍ୟାଳୟ ମାନ୍ୟତାକୁ ପୂର୍ବ ବର୍ଷ ଠାରୁ ଖସାଇଥିଲେ। ଏହାପରେ ଅନେକ ଆଲୋଚନା ହୋଇଥିଲା, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏ ବାବଦରେ ଆଉଥରେ ସମୀକ୍ଷା କରିବା ପାଇଁ ୟୁଜିସିକୁ ଅନୁରୋଧ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଚଳିତ ଶିକ୍ଷା ବର୍ଷରେ ଦ୍ୱିତୀୟ ଥର ପାଇଁ ନାକ୍‍ ଟିମ୍‍ ବିଶ୍ୱବିଦ୍ୟାଳୟ ଗସ୍ତରେ ଆସିବେ। 

8.EoW quzes Sambad Official: ସମ୍ବାଦ ସିଓଓଙ୍କୁ ୩ ଘଣ୍ଟା ଜେରା: କର୍ମଚାରୀଙ୍କ ନାଁରେ ବ୍ୟାଙ୍କଋଣ ଆଣି ନିଜେ ବ୍ୟୟ କରିବା ଅଭିଯୋଗରେ ରାଜ୍ୟର ଅଗ୍ରଣୀ ଖବର କାଗଜସଂସ୍ଥା ‘ସମ୍ବାଦ’ ନାଁରେ  କ୍ରାଇମ୍‍ବ୍ରାଞ୍ଚ- ଇଓଡବ୍ଲୁରେ ମାମଲା ରୁଜୁ ହେବା କ୍ଷଣି ତଦନ୍ତ ଆରମ୍ଭ ହୋଇଛି। ଗତକାଲି ସଂନ୍ଧ୍ୟାରେ ସଂସ୍ଥାର ମୁଖ୍ୟ ଅପରେସନ୍‍ ଅଧିକାରୀ କମଳାକାନ୍ତ ମହାପାତ୍ରଙ୍କୁ ୩ ଘଣ୍ଟା ଜେରା କରାଯାଇଛି।  ଜଣେ ପୂର୍ବତନ କର୍ମଚାରୀଙ୍କ ପକ୍ଷରୁ ରୁଜୁ ହୋଇଥିବା ଏହି ମାମଲାରେ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ  ଏବଂ ମୁଖ୍ୟ ମାନବସମ୍ବଳ ଅଧିକାରୀ ବୈଜୟନ୍ତୀ କରଙ୍କୁ ଅଭିଯୁକ୍ତ କରାଯାଇଛି। ଏହି ମାମଲାରେ ଋଣ ଯୋଗାଇଥିବା ବ୍ୟାଙ୍କ ଗୁଡ଼ିକୁ ମଧ୍ୟ ପକ୍ଷଭୁକ୍ତ କରାଯାଇ ଜେରା କରାଯିବ ବୋଲି କ୍ରାଇମ୍‍ ବ୍ରାଞ୍ଚ କହିଛି। ଅପରପକ୍ଷେ ଜଣେ ଅଧିକାରୀଙ୍କ ବିରୁଦ୍ଧରେ ମୁହଁ ଖେଲିବା ପରେ ପ୍ରଥମେ ବିଜ୍ଞାପନ ବନ୍ଦ ଓ ପରେ ଚାପ ପକାଯାଇ ମାମଲା ତିଆରି କରାଯାଉଛି ବୋଲି ସମ୍ବାଦ ଆଜି ପ୍ରକାଶ କରିଛି। 

9.PM Viswakarma: ବିଶ୍ୱକର୍ମା ଯୋଜନା ଆରମ୍ଭ: ବିଶ୍ୱକର୍ମା ପୂଜା ଅବସରରେ ଦେଶରେ ଆରମ୍ଭ ହୋଇଛି ପିଏମ୍‍ ବିଶ୍ୱକର୍ମା ଯୋଜନା। ଏହି ଯୋଜନା ବଳରେ ପାରମ୍ପରିକ ତଥା କୌଳିକ ବୃତ୍ତିରେ ଥିବା କାରିଗରଙ୍କୁ ବିନା କୌଣସି ବନ୍ଧକରେ ଋଣ ଯୋଗାଣ, ତାଲିମ, ଡିଜିଟାଲ୍‍ କାରବାରେ ପ୍ରୋତ୍ସାହନ, ଯନ୍ତ୍ରାଂଶ କିଣିବାକୁ ଭାଉଚର ପ୍ରଭୃତି ପ୍ରଦାନ କରାଯିବ। ଏହି ଯୋଜନାକୁ ପ୍ରାଥମିକ ପର୍ଯ୍ୟାୟରେ ୫ ବର୍ଷ ପାଇଁ ଆରମ୍ଭ କରାଯାଇଛି, ଯେଉଁଥିରେ ୧୩ ହଜାର କୋଟି ଟଙ୍କା ବ୍ୟବୟ ବରାଦ କରାଯାଇଛି। ଏଥିରେ ୩୦ ଲକ୍ଷ କାରିଗର ଉପକୃତ ହେବେ ବୋଲି ଆଶା କରାଯାଇଛି। ଓଡ଼ିଶାରେ ଏହି ଯୋଜନାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଦ୍‍ଘାଟନ କରିଛନ୍ତି। 

10.World Heritage status to Shanti Niketan: ଶାନ୍ତି ନିକେତନକୁ ବିଶ୍ୱ ଐତିହ୍ୟ ମାନ୍ୟତା: ଜାତିସଂଘର ଶିକ୍ଷା, ବିଜ୍ଞାନ ତଥା ସାଂସ୍କୃତିକ ସଂଗଠନ ୟୁନେସ୍କୋ ଶାନ୍ତିନିକେତନକୁ ବିଶ୍ବ ଐତିହ୍ୟର ମାନ୍ୟତା ପ୍ରଦାନ କରିଛି। ପ୍ରାୟ ୧୨୨ ବର୍ଷ ତଳେ ୫ ଜଣ ଛାତ୍ରଙ୍କୁ ନେଇ ଏହି ଅନୁଷ୍ଠାନ  ଆରମ୍ଭ ହୋଇଥିଲା।  ବିଖ୍ୟାତ କବି, ଦାର୍ଶନିକ ସାହିତ୍ୟରେ ନୋବେଲ ପୁରସ୍କାର ବିଜୟୀ ହୋଇଥିବା ପ୍ରତମ ଭାରତୀୟ  ଗୁରୁ ରବୀନ୍ଦ୍ରନାଥ ଠାକୁର ଏହି ବିଶ୍ବବିଦ୍ୟାଳୟର ସ୍ଥାପନା କରିଥିଲେ। ବିଶ୍ବ ଐତିହ୍ୟ ଘୋଷଣା ହେବାପରେ ଶାନ୍ତି ନିକେତନ ଭାରତର ୪୧ତମ ବିଶ୍ବ ଐତିହ୍ୟସ୍ଥଳର ମାନ୍ୟତା ଲାଭ କରିଛି।