Top 10 News Headlines: ସକାଳର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha1873819

Top 10 News Headlines: ସକାଳର ୧୦ ପ୍ରମୁଖ ଖବର

ଚୁଟକିରେ ପଢି ନିଅନ୍ତୁ ସକାଳର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର

ସୌଜନ୍ୟ- ସୋସିଆଲ ମିଡି଼ଆ

1.International Ozone Day
ଓଜନ ଦିବସ:  ଆଜି ଆନ୍ତର୍ଜାତିକସ୍ତରରେ ଓଜନ ଦିବସ ପାଳନ କରାଯାଉଛି। ବିଶ୍ୱତାପନର ନିୟନ୍ତ୍ରଣ ତଥା ଜୀବଜଗତର ତିଷ୍ଠିବା ଲାଗି ଓଜନ ସ୍ତରରର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି ଓ ଏହାର ସୁରକ୍ଷା ଲାଗି ଏହି ଦିବସକୁ ପାଳନ କରାଯାଉଛି। 

2.Mahatma Gandhi’s  Yerovda Protest: 
ଜାତିର ପିତା ମହାତ୍ମା ଗାନ୍ଧି ୧୯୩୨ ମସିହା ଆଜିର ଦିନରେ ମହାରାଷ୍ଟ୍ରର ୟରଓ୍ୱାଡ଼ା ଜେଲରେ ଅନଶନ ଆରମ୍ଭ କରିଥିଲେ। ଦେଶରୁ ଜାତି ଭିତ୍ତିକ ନିର୍ବାଚନ ପ୍ରଥାକୁ ସେ ବିରୋଧ କରି ସେ ଏହି ଅନଶନ କରିଥିଲେ। ଇଂରେଜ ସରକାର ଏପରି ଆଇନ ଆଣିଥିଲେ।
 
3.Holidays declared. 
୨୪ ଯାଏ ସ୍କୁଲ୍‍ ଛୁଟି: କେରଳରେ ନିପା ସଂକ୍ରମଣକୁ ଦୃଷ୍ଟିରେ ରଖି କେରଳ ସରକାର କୋଝିକୋଡେରେ ସମସ୍ତ ସ୍କୁଲ୍‍, କଲେଜ ଓ ଅଙ୍ଗନବାଡ଼ି ତଥା ଅନ୍ୟ ଶିକ୍ଷାନୁଷ୍ଠାନକୁ ସପ୍ତାହେ ଯାଏ ଛୁଟି ଘୋଷଣା କରିଛନ୍ତି । ୨୪ ତାରିଖ ଯାଏ ଏଠାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। 

4.Flash flood fear in Odisha: ହୀରାକୁଦର ୨୨ ଗେଟ୍‍ ଖୋଲା, ତଳମୁଣ୍ଡରେ ବନ୍ୟା ପରିସ୍ଥିତି 
ଉପର ମୁଣ୍ଡରେ ହୋଇଥିବା ପ୍ରବଳ ବର୍ଷା ହେତୁ ହୀରାକୁଦ ଜଳ ଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ୨୨ ଟି ଗେଟ୍ ଖାଲାଯାଇଛି। ସକାଳ ୬ଟା ସୁଦ୍ଧା ଜଳ ଭଣ୍ଡାରରେ ଜଳସ୍ତର ୬୨୭.୮୭ ଫୁଟ ରହିଛି। ପ୍ରତି ସେକେଣ୍ଡରେ ୪ଲକ୍ଷ ୨ହଜାର ୩୨୬ କ୍ୟୁସେକ୍‍ ଜଳ ପ୍ରବେଶ କରୁଥିବାବେଳେ, ୩ଲକ୍ଷ ୮୯ ହଜାର ୬୨୧ କ୍ୟୁସେକ୍‍ ଜଳ ନିଷ୍କାସିତ ହେଉଛି। ହୀରାକୁଦର ବନ୍ଧ ଖୋଲାଯିବା ଦ୍ୱାରା କଟକର ତଳି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଙ୍କି, ତିଗିରିଆର କିଛି ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି। 

5.Helmet for Electric scooter
ଇଲେଟ୍ରିକ୍ ସ୍କୁଟର ଚଳାଇଲେବି ହେଲମେଟ୍‍ ବାଧ୍ୟ: ପେଟ୍ରାଲ୍‍ ହେଉ କି ଇ-ସ୍କୁଟର,  ସବୁଥି ପାଇଁ ହେଲମେଟ୍ ବାଧ୍ୟତାମୂଳକ। ଏନେଇ ସ୍ପଷ୍ଟ ଆଇନ ରହିଛି। ଏହାର ଆଉ ତର୍ଜମା ଅନାବଶ୍ୟକ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ବିଭିନ୍ନ ସମୟରେ ନମ୍ବର ହେଉ ନଥିବା ଇଲେଟ୍ରିକ୍  ସ୍କୁଟରରେ ହେଲମେଟ୍‍ ପିନ୍ଧିବା ଅନାବଶ୍ୟକ ବୋଲି ଗ୍ରହଣ କରାଯାଉଥିଲା।  ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ରହିଛି। 

6.Ambulance accident
ଆମ୍ବୁଲାନ୍ସରେ ଯାତ୍ରା ବେଳେ ରୋଗୀ ସମେତ ୪ଜଣଙ୍କ ମୃତ୍ୟୁ ହୋଇଛି। ଏମାନେ ସମସ୍ତ କେନ୍ଦ୍ରାପଡ଼ା ଜିଲ୍ଲାର। ଅନ୍ୟ ଦୁଇଜଣଙ୍କ ସ୍ଥିତି ଗମ୍ଭୀର ରହିଛି। ମୃତ ବ୍ୟକ୍ତିମାନେ ହେଲେ ଚିକିତ୍ସା ପାଇଁ ଯାଇଥିବା ବ୍ରେନ୍‍ ଟ୍ୟୁମର ରୋଗୀ ଉମେଶଚନ୍ଦ୍ର ସାହୁ ଓ ତାଙ୍କ ପତ୍ନୀ ଲିଲିମା, ବିଜୟ ନାୟକ ଏବଂ  ତାଙ୍କ ଭାଇ ତ୍ରିଲୋଚନ ନାୟକ। ଉମେଶଙ୍କୁ ଚିକିତ୍ସା କରାଇବାକୁ ସେମାନେ ବାଙ୍ଗାଲୁରୁ ଯାଇଥିଲେ। ସେଠାରୁ ଫେରିଲା ବେଳେ ଆନ୍ଧ୍ରର ଚିତ୍ତୋର ଠାରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

7.Additional Budget: ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ପାଇଁ ରାଜ୍ୟ ଶାସନ ପରିଚାଳନା ପାଇଁ ଆହୁରି ୨୧ ହଜାର କୋଟି ଟଙ୍କା ଆବଶ୍ୟକ କରୁଛନ୍ତି। ଏନେଇ ଏକ ଅତିରିକ୍ତ ବଜେଟ୍‍ ଚିଠା ପ୍ରସ୍ତାବକୁ ରାଜ୍ୟ ମନ୍ତ୍ରିମଣ୍ଡନ ଅନୁମୋଦନ କରିଛନ୍ତି। ୨୨ରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନରେ ସରକାର ଏହାକୁ  ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହି ବଜେଟ୍‍ ଏ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍‍। ଏହା ପୂର୍ବରୁ  ସରକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ସାଧାରଣ ବଜେଟ୍‍ ଅନୁମୋଦନ କରାଇଥିଲେ। 

8.MEMU Train Cancelled: ଆଜିଠୁ ମେମୁ ଟ୍ରେନ୍ ତିନି ଦିନ ପାଇଁ ବାତିଲ: ୧୬ରୁ ୧୯ ଯାଏଁ ମେମୁ ଟ୍ରେନ୍‍ ବାତିଲ ,  ମେମୁ ଟ୍ରେନ ଗୁଡ଼ିକର ଜରୁରୀକାଳୀନ ମରାମତି ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ୍‍ ଚଳାଚଳରେ ପରିବର୍ତ୍ତନ କରାଯାଇଛି। ଭୁବନେଶ୍ୱର – ବ୍ରହ୍ମପୁର ମେମୁ ଟ୍ରେନ୍ ଉଭୟ ପାର୍ଶ୍ୱରୁ ୧୬ ତାରିଖରୁ ୧୮ ଯାଏ ବାତିଲ ରହିବ। ସେହିପରି  ଟ୍ରେନ ସଂଖ୍ୟା 08443 ଭୁବନେଶ୍ୱର - ପଲାସା -ଭୁବନେଶ୍ୱର ମେମୁ ଭୁବନେଶ୍ୱର ଠାରୁ ସେପ୍ଟେମ୍ବର 16 ତାରିଖ ଠାରୁ 18 ତାରିଖ ମଧ୍ୟରେ ବାତିଲ ରହିବ ।  ଟ୍ରେନ ସଂଖ୍ୟା 08444 ପଲାସା - ଭୁବନେଶ୍ୱର -ପଲାସା ମେମୁ ପଲାସା ଠାରୁ ସେପ୍ଟେମ୍ବର 17 ତାରିଖ ଠାରୁ 19 ତାରିଖ ପର୍ଯ୍ୟନ୍ତ ବାତିଲ ରହିବ ବୋଲି ବିଭାଗୀୟ ଅଧିକାରୀ ଜଣାଇଛନ୍ତି।

9.New Unitary Universities: ସିଲିକନ୍‍ ଓ ଏନ୍‍ଆଇଏସ୍‍ଟି ହେବେ ବିଶ୍ୱବିଦ୍ୟାଳୟ: ରାଜ୍ୟ କ୍ୟାବିନେଟ୍‍ ବୈଠକରେ ୧୦ ବିଭାଗର ୧୯ ପ୍ରସ୍ତାବକୁ ମୋହର ଲଗାଯାଇଛି  । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସିଲିକନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ  ବ୍ରହ୍ମପୁରର NISTକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନକୁ କ୍ୟାବିନେଟ୍‍ ମଞ୍ଜୁର କରିଛନ୍ତି।  ଏହାସହ ସରକାର ଗାଁରୁ ସହରକୁ ଯୋଗାଯୋଗ କରିବା ପାଇଁ ସ୍ୱତନ୍ତ୍ର ‘ଲକ୍ଷ୍ମୀ’ ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ୧୦୦ ବସ୍‍ ଚଳାଚଳ ହେବ। ମହିଳା ଗୋଷ୍ଠୀଙ୍କୁ ମିଳିବ ପରିଚାଳନା ଦାୟିତ୍ୱ। 

10.No more Toll Gates: ଉଚ୍ଛେଦ ହେବ ଟୋଲ ଗେଟ୍‍: ରାଜ୍ୟ ସରକାରଙ୍କ ପୂର୍ତ୍ତ ଏବଂ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ରାସ୍ତାରେ ଥିବା ଟୋଲ୍‍ ଗେଟ୍‍କୁ ଉଚ୍ଛେଦ କରାଯିବ। ଏନେଇ କ୍ୟାବିନେଟ୍‍ ନିଷ୍ପତ୍ତି ଗ୍ରହଣ କରିଛି। ଓଡ଼ିଶା ସେତୁ ଓ ନିର୍ମାଣ  ନିଗମ ଦ୍ୱାରା ଏସବୁ ଟୋଲ୍‍ ଗେଟ୍‍ ପରିଚାଳନା କରାଯାଉଛି। ଏହି ପ୍ରକାର ୩୫ଟି ଟୋଲ୍‍ ଗେଟ୍‍ ଉଚ୍ଛେଦ କରିବାକୁ ରାଜ୍ୟ ସରକାରଙ୍କ କ୍ୟାବିନେଟ୍‍ ମଞ୍ଜୁର କରିଛି।