Tomato Price: ରୋଷେଇ ଘରର ବଜେଟ୍ ବିଗାଡ଼ିଦେଲା ଟମାଟୋ ମୂଲ୍ୟ, ଲୋକେ ଆପଣାଇଲେ ଚମତ୍କାରୀ କୌଶଳ
Advertisement
Article Detail0/zeeodisha/odisha1763266

Tomato Price: ରୋଷେଇ ଘରର ବଜେଟ୍ ବିଗାଡ଼ିଦେଲା ଟମାଟୋ ମୂଲ୍ୟ, ଲୋକେ ଆପଣାଇଲେ ଚମତ୍କାରୀ କୌଶଳ

Tomato Price in India: ଦିନକୁ ଦିନ ବୃଦ୍ଧି ପାଉଥିବା ଟମାଟୋ ମୂଲ୍ୟ ରୋଷେଇ ଘରର ବଜେଟ୍ ବିଗାଡ଼ି ଦେଇଛି। ଏହାର ମୁକାବିଲା କରିବାକୁ ଯାଇ ଲୋକେ ଅଭିନବ କୌଶଳ ଅବଲମ୍ବନ କରୁଛନ୍ତି।

Tomato Price: ରୋଷେଇ ଘରର ବଜେଟ୍ ବିଗାଡ଼ିଦେଲା ଟମାଟୋ ମୂଲ୍ୟ, ଲୋକେ ଆପଣାଇଲେ ଚମତ୍କାରୀ କୌଶଳ

Tomato Price Hike: ଦେଶରେ ଏବେ ଟମାଟୋ ମୂଲ୍ୟ ଆକାଶଛୁଆଁ ହେବାରେଲ ଲାଗିଛି। ଟମାଟୋ ମୂଲ୍ୟ ଏବେ ବିଗାଡ଼ି ଦେଇଛି ରୋଷେଇ ଘରର ବଜେଟ୍। ଦିନକୁ ଦିନ ଟମାଟୋ ମୂଲ୍ୟ ବୃଦ୍ଧି ପାଉଥିବାର ଦେଖିବା ପରେ ଲୋକେ ବର୍ତ୍ତମାନ ଟମାଟୋ ବଦଳରେ ଛୋଟ ଟମାଟୋ ସସ୍ ପ୍ୟାକେଟ୍ ବ୍ୟବହାର କରୁଛନ୍ତି। ଅଦା ବଦଳରେ ଥରେ ବ୍ୟବହାର ହୋଇପାରୁଥିବା ଅଦା ପେଷ୍ଟ ସସ୍ ଏବଂ ଖୋଲା ଜିରା ବଦଳରେ 7 ଗ୍ରାମ ସସ୍ ବ୍ୟବହାର କରିବାର ଚାହିଦା ବୃଦ୍ଧି ପାଉଛି। କିଛି ସପ୍ତାହ ପୂର୍ବରୁ ଯେଉଁଠାରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ୬୦ ଟଙ୍କା ରହିଥିଲା, ବର୍ତ୍ତମାନ ଏହାର କିଲୋଗ୍ରାମ ପିଛା ୧୨୫-୧୪୦ ଟଙ୍କାରେ ବିକ୍ରି ହେଉଛି।

ଟମାଟୋ ମୂଲ୍ୟ ବୃଦ୍ଧି ଏବେ ରୋଷେଇ ଘରର ବଜେଟ୍ (Kitchen Budget in India) ବିଗାଡ଼ି ଦେଇଛି। ଯାହାର ବିକଳ୍ପ ଭାବରେ ଲୋକେ ଚମତ୍କାରୀ କୌଶଳ ଆପଣାଇଛନ୍ତି। ଏନେଇ ମତ ରଖି ଦକ୍ଷିଣ କୋଲକାତା (Kolkata) ଅଞ୍ଚଳର ଜଣେ ସ୍ନାତକୋତ୍ତର ଛାତ୍ର କହିଛନ୍ତି ଯେ ଗତ ସପ୍ତାହରୁ ମୁଁ ମୋ ଖାଦ୍ୟରେ ଟମାଟୋ ସସ୍ (Tomato Sauce) ବ୍ୟବହାର କରୁଛି ଏବଂ ଏହାର ମୂଲ୍ୟ ମଧ୍ୟ ଶସ୍ତା। ଛାତ୍ର ଜଣଙ୍କ କହିଛନ୍ତି ଯେ ୨୦୦ ଓଜନ ବିଶିଷ୍ଟ ଟମାଟୋ ସସ୍ ମୂଲ୍ୟ (Tomato Sauce Price Small Pack) ହେଉଛି ୨୫ ଟଙ୍କା। ସେହିପରି ଏଠାକାର ଜଣେ ଗୃହିଣୀ କହିଛନ୍ତି, ଆମିଶ ହେଉ (Veg Dishes in India) କିମ୍ବା ନିରାମିଶ (Non Veg Dishes in India), ଅଧିକାଂଶ ଭାରତୀୟ ଖାଦ୍ୟରେ (Indian Dishes) ଜିରା ପାଉଡର (Zeera Powder) ମିଶା ଯାଇଥାଏ। ହେଲେ ମୁଁ ବର୍ତ୍ତମାନ ସସ୍ ପାଉଡର (Jeera Sauce Powder) ବ୍ୟବହାର କରିବା ଆରମ୍ଭ କରିଛି। ଯାହା ବହୁତ ଶସ୍ତା। 

Also Read: Tomato Hackathon: ଟମାଟୋ ଦାମ୍ କମ୍ କରିପାରିବେ ସାଧାରଣ ଜନତା, ସରକାର ମାଗୁଛନ୍ତି ଆଇଡିଆ

କ'ଣ କହୁଛନ୍ତି ଶିଳ୍ପ ବିଶେଷଜ୍ଞ?
ବିଗତ ୮ ଦଶନ୍ଧି ଧରି ସସ୍ ଏବଂ ଫଳ ଉତ୍ପାଦ (Sauce and Food Product) ପ୍ରସ୍ତୁତ କରୁଥିବା ଚୀନୀ କମ୍ପାନୀ ନିର୍ଦ୍ଦେଶକ ଜେନିସ୍ ଲି କହିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ଟମାଟୋ ସସ୍ ଚାହିଦା (Tomato Sauce Demand Rise) ବହୁତ ବୃଦ୍ଧି ପାଇଛି। ୮୦୦ ଗ୍ରାମ ଓଜନ ବିଶିଷ୍ଟ ଟମାଟୋ ସସ୍ (Tomato Sauce Price) ମୂଲ୍ୟ ହେଉଛି ୬୦ ଟଙ୍କା। ଯାହା ଖାଦ୍ୟରେ ଟମାଟୋ ବ୍ୟବହାର କରିବା ଅପେକ୍ଷା ଅଧିକ ସୁଲଭ ମୂଲ୍ୟରେ ମିଳିଥାଏ।

ନିର୍ଦ୍ଦେଶକ ଜେନିସ୍ ଲି ଆହୁରି କହିଛନ୍ତି ଯେ ଟମାଟୋ ମୂଲ୍ୟ (Tomato Price) ସର୍ବନିମ୍ନ ରହିଥିବା ବେଳେ ଆମେ ବାର୍ଷିକ ଷ୍ଟକ୍ ପୂରଣ କରିଛୁ। କାରଣ ଆମେ ମୂଲ୍ୟ ବଜାୟ ରଖିବାରେ ସକ୍ଷମ। ମାସେ ପୂର୍ବରୁ ଜିରା ପାଉଡର କିଲୋଗ୍ରାମ ପିଛା ୫୫୦ ଟଙ୍କାରେ ବିକ୍ରି ହେଉଥିଲା। ହେଲେ ବର୍ତ୍ତମାନ ଏହାର ମୂଲ୍ୟ କିଲୋଗ୍ରାମ ପିଛା ୮୦୦ ଟଙ୍କାକୁ ବୃଦ୍ଧି ପାଇଛି। 

ସସ୍ ବ୍ୟବହାରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଲୋକ 
ଜଣେ ଦୋକାନୀ କହିଛନ୍ତି, ବିଭିନ୍ନ ବ୍ରାଣ୍ଡ ଦ୍ୱାରା ପ୍ରସ୍ତୁତ ୯ ଗ୍ରାମ ଓଜନ ବିଶିଷ୍ଟ ଜିରା ପାଉଡର ସସ୍ ୫ ଟଙ୍କାରେ ଉପଲବ୍ଧ ହେଉଛି। ହେଲେ ସେହି ସମସ୍ତ ପ୍ୟାକେଟ ଶେଷ ହୋଇଯାଇଛି। ଏବେ ଆସିଥିବା ନୂଆ ପ୍ୟାକେଟ ଓଜନ ହେଉଛି ୭ ଗ୍ରାମ। ବିଗତ ୨ ମାସ ମଧ୍ୟରେ ଅଦା ମୂଲ୍ୟ ବୃଦ୍ଧି ପାଇଛି। ଏବେ ଏହାର ମୂଲ୍ୟ ୩୦୦ ଟଙ୍କାରୁ ୩୫୦ ଟଙ୍କାଙ୍କୁ ବୃଦ୍ଧି ପାଇଛି। ସେଥିପାଇଁ ବର୍ତ୍ତମାନ ଲୋକେ ଅଦା ବଦଳରେ ଅଦା-ରସୁଣ ପେଷ୍ଟ (Ginger Garlic Paste) ବ୍ୟବହାର କରୁଛନ୍ତି। ଯାହାର ମୂଲ୍ୟ ହେଉଛି ମାତ୍ର ୫ ଟଙ୍କା। ଆମିଶ ଖାଦ୍ୟରେ (Non Veg Dishes in India) ଉଭୟ ଅଦା ଏବଂ ରସୁଣ ସମାନ ପରିମାଣରେ ବ୍ୟବହୃତ ହୁଏ। ଏହି କାରଣରୁ ଅଦ-ରସୁଣ ପେଷ୍ଟ କିଣିବା ଉପରେ ଗୁରୁତ୍ୱ ଦେଉଛନ୍ତି।