Top 10 News Headlines: ଦିନଯାକର ୧୦ ବଡ଼ ଖବର
Advertisement

Top 10 News Headlines: ଦିନଯାକର ୧୦ ବଡ଼ ଖବର

Top 10 News Headlines Of 17 September 2023 | ଦିନଯାକର ୧୦ ବଡ଼ ଖବର

ସୌ: ସୋସିଆଲ ମିଡିଆ

Top 10 News Headlines Of 17 September 2023 | India vs Sri Lanka Final Asia Cup: ଏସିଆ କପ୍ ୨୦୨୩ ର ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଉଭୟ ବଲ୍ ଓ ବ୍ୟାଟ୍ ସହିତ ଏକପାଖିଆ ପ୍ରଦର୍ଶନ ଦେଖାଇଥିଲା । ଶ୍ରୀଲଙ୍କା ଦଳର ଅଧିନାୟକ ଦାସୁନ୍ ଶାନାକା ଟସ୍ ଜିତି ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ପୂରା ଦଳ ୧୫.୨ ଓଭରରେ ମାତ୍ର ୫୦ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା । କୌଣସି ୱିକେଟ୍ ନ ହରାଇ ୬.୧ ଓଭରରେ ଟିମ୍ ଇଣ୍ଡିଆ ଏହି ଲକ୍ଷ୍ୟ ହାସଲ କରିନେଇଥିଲା । ଏହା ସହ ଭାରତ ଅଷ୍ଟମ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଛି ଓ ODI କ୍ରିକେଟ୍ ରେ କିଛି ନୂଆ ରେକର୍ଡ ସୃଷ୍ଟି କରିଛି ।

Odisha Teachers Strike: ଦୀର୍ଘ ୧୦ ଦିନ ଧରି ଶିକ୍ଷକମାନେ ସ୍କୁଲକୁ ନଯିବା ଦ୍ୱାରା ରାଜ୍ୟର ପ୍ରାଥମିକ ଶିକ୍ଷା କ୍ଷେତ୍ର ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନକୁ ଯାଇ ମନ୍ତ୍ରୀ ଓ ବିଧାୟକମାନେ ଆନ୍ଦୋଳନରତ ଶିକ୍ଷକଙ୍କୁ ବୁଝାଇ କର୍ମକ୍ଷେତ୍ରକୁ ଫେରିବାକୁ ଅନୁରୋଧ କରିଥିଲେ । ମାତ୍ର ଶିକ୍ଷକମାନେ ସେମାଙ୍କ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ କରିବାକୁ କହିଛନ୍ତି । ଯାହାକୁ ନେଇ ସରକାରଙ୍କୁ ବିରୋଧୀ ତୀବ୍ର ସମାଲୋଚନା କରିବାରେ ଲାଗିଛନ୍ତି ।

Chocolates for defaulters: ବର୍ତ୍ତମାନ EMI ଭୁଲିଯିବା ଆପଣଙ୍କୁ ଚକୋଲେଟ୍ ଖାଇବାକୁ ସୁଯୋଗ ଦେଇପାରେ । ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇ ସେହି ଗ୍ରାହକମାନଙ୍କ ସହିତ ସମାନ କାର୍ଯ୍ୟ କରିବାକୁ ଯାଉଛି, ଯେଉଁମାନେ EMI ଠିକ୍ ସମୟରେ ଦେବାକୁ ଭୁଲିଯାଆନ୍ତି । ବ୍ୟାଙ୍କ ଅଧିକାରୀମାନେ ନିଜେ ଏଭଳି ଲୋକଙ୍କ ଘରେ ଚକୋଲେଟ୍ ନେଇ ପହଞ୍ଚିବେ । 

Betel Leaf Farmer: ପାନବରଜ ଓ କିଆଫୁଲ ଚାଷୀଙ୍କ ପାଇଁ ଖୁସି ଖବର, ମିଳିବ ସ୍ବତନ୍ତ୍ର ଆର୍ଥିକ ସହାୟତା । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଭୟ ଚାଷର ପ୍ରକ୍ରିୟାକରଣ ୟୁନିଟ ପାଇଁ ମିଳିବ ସହାୟତା । ସେହିପରି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ କିଆଫୁଲ ଚାଷକୁ ଦିଆଯିବ ସହାୟତା । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି ।

Birthday of PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ୭୩ତମ ଜନ୍ମଦିନ। ସାରା ଭାରତରେ ପ୍ରଧାନମନ୍ତ୍ରୀଙ୍କ(PM Narendra Modi) ଜନ୍ମଦିନକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି ଲୋକେ । ୧୯୫୦ ମସିହା ଆଜିର ଦିନରେ ଗୁଜରାଟର(Gujurat) ୱଡନଗରରେ ଜନ୍ମ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

PM Vishwakarma Yojana 2023: ବିଶ୍ୱକର୍ମଙ୍କ ପୂଜା (Vishwakarma Puja) ଉପଲକ୍ଷେ ଆଜି ଠାରୁ ଦେଶରେ 'ବିଶ୍ୱକର୍ମା ଯୋଜନା' (Vishwakarma Yojana) ଶୁଭାରମ୍ଭ ହୋଇଛି। ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (pm narendra modi) ।  କାରିଗର ଏବଂ କୁଶଳୀ ଶ୍ରମିକମାନଙ୍କୁ  'ବିଶ୍ୱକର୍ମା ଯୋଜନା' ରେ ଆର୍ଥିକ ସହାୟତା ଯୋଗାଇବା କେନ୍ଦ୍ର ସରକାରଙ୍କ ମୂଳ ଲକ୍ଷ । 

Scrub Typhus fear in Odisha: ଡ଼େଙ୍ଗୁ ପରେ ଏବେ ରାଜ୍ୟରେ ସ୍କ୍ରବ୍ ଟାଇଫସ ଆତଙ୍କ । ଦିନକୁ ଦିନ ବଢିବାରେ ଲାଗିଛି ସ୍କ୍ରବ୍ ଟାଇଫସ (Scrub Typhus) ଆକ୍ରାନ୍ତଙ୍କ ସଂଖ୍ୟା । ସୁନ୍ଦରଗଡ଼ ପୁଣିଥରେ ୧୧ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଥିବା ବେଳେ ସଂଖ୍ୟା ଏବେ ୧୦୮ରେ ପହଁଞ୍ଚିଛି । ସୂଚନା ଅନୁଯାୟୀ, ସୁନ୍ଦରଗଡ଼ (Sundargarh) ଜିଲ୍ଲାରେ ୫୪ଟି ନମୂନା ମଧ୍ୟରୁ ୧୧ରେ ସ୍କ୍ରବ୍ ଟାଇଫସ (Scrub Typhus) ଚିହ୍ନଟ ହେବା ପରେ ଚିନ୍ତାରେ ପଡ଼ିଛି ସ୍ବାସ୍ଥ୍ୟ ବିଭାଗ (Health Department) । ଗତ ୧୪ ତାରିଖ ଦିନ ରାଜ୍ୟରେ ସର୍ବାଧିକ ୩୦ ଜଣ ଓ ୧୫ ତାରିଖରେ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । 

Irani Honey Trap case: ଇରାନୀ ହନିଟ୍ରାପ ବ୍ଲାକମେଲିଙ୍ଗ ମାମଲା । ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ଦେବାନନ୍ଦ ଜେନା ଗିରଫ। ବୋଲଗଡର ପ୍ରଶାନ୍ତ ପଟ୍ଟନାୟକଙ୍କ ମାମଲା ଆଧାରରେ ଦେବାନନ୍ଦକୁ ଗିରଫ କରାଯାଇଛି । ସେପଟେ ଆସନ୍ତା କାଲି ରିମାଣ୍ଡରେ ଆସିବ ଇରାନୀ ପାତ୍ର ସ୍ୱାମୀ ନିଶିକାନ୍ତ ପାତ୍ର। ଏହି ରିମାଣ୍ଡ ସମୟ ପୋଲିସ ପାଇଁ ବଡ଼ ଗୁରୁତ୍ୱ ବହନ କରୁଛି।

Weather Update: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ତେବେ ଆସନ୍ତା ୧୮ ତାରିଖରେ ବର୍ଷାର ପରିମାଣ ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସୂଚନା ଅନୁଯାୟୀ, ଆସନ୍ତା ୧୮ ତାରିଖରୁ ରାଜ୍ୟରେ ବର୍ଷାର  ପରିମାଣ ବଢିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

Instalment of  Kalia Scheme: ନୂଆଖାଇରେ (Nuakhai) ମିଳିବାକୁ ଯାଉଛି କାଳିଆ ଟଙ୍କା। ଆସନ୍ତା ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ଓଡ଼ିଶାର ସମସ୍ତ ଚାଷୀଙ୍କୁ କାଳିଆ ଯୋଜନାରେ(Kalia Scheme) ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର। ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ ।