Weather Update: ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଏହି ଜିଲ୍ଲା ଗୁଡ଼ିକରେ ୪୦ରୁ ୪୫ କିମି ବେଗରେ ବହିବ ପବନ
Advertisement

Weather Update: ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଏହି ଜିଲ୍ଲା ଗୁଡ଼ିକରେ ୪୦ରୁ ୪୫ କିମି ବେଗରେ ବହିବ ପବନ

Odisha Weather Today: ରାଜ୍ୟ ଉପରେ ଆଉ ଏକ ପଶ୍ଚିମା ଝଡ଼ର (storm) ପ୍ରଭାବ ଆଜିଠାରୁ ଆରମ୍ଭ ହେବ । ଏହି ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟରେ ଆଗାମୀ ୩ ଦିନ ଯାଏଁ ବର୍ଷା ହେବ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ। ଏବଂ ରାଜ୍ୟର ଏକାଧିକ ଜିଲ୍ଲା ଗୁଡିକରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହେବ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Weather Update: ଆଜିଠାରୁ ପାଗରେ ହେବ ପରିବର୍ତ୍ତନ ।  ରାଜ୍ୟରେ ଆରମ୍ଭ ହୋଇଯିବ ପଶ୍ଚିମ ଝଡ଼ର (storm) ପ୍ରଭାବ। ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବିଶେଷ କରି ଉପକୂଳ ଓଡ଼ିଶାରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ଯାଏ ରହିବ। ବିଜୁଳି, ଘଡ଼ଘଡ଼ି (thunderstorm)ସହ ବର୍ଷା (rain) ହେବ। ଆଜି(ରବିବାର) କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ‌କନ୍ଧମାଳ, ଗଞ୍ଜା‌ମ, ଗଜପତି, ନୟାଗଡ଼ ଓ ଖୋର୍ଧା ଆଦି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହେବ। ବିଶେଷ କରି ମୟୂରଭଞ୍ଜ, ବାଲେଶ୍ବର, ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ରହିଛି। ଏଣୁ ଉପରୋକ୍ତ ସମସ୍ତ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହଭଳି ରାଜ୍ୟରେ ୨୭ ତାରିଖ ଦିନ ଏହାର ପ୍ରଭାବ ଅଧିକ ରହିବ। ସମଗ୍ର ଉପକୂଳ ଓ ପାଖାପାଖି ଜିଲ୍ଲାରେ ଝଡ଼ବର୍ଷା ହେବ। ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ପର୍ଯ୍ୟନ୍ତ ରହିବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ଏହାର ପ୍ରଭାବ ଅଧିକ ରହିବ। ଏଣୁ ଏହି ସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହାଛଡ଼ା ରାଜ୍ୟର ବାକି ସମସ୍ତ ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ତେବେ ଆସନ୍ତା ୩୦ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ଭାରତକୁ ଆଉ ଏକ ପଶ୍ଚିମା ଝଡ଼ ପ୍ରଭାବିତ କରିବ। ଏହାର ପ୍ରଭାବ ଓଡ଼ିଶା ଉପରେ କେତେ ରହିବ ତାହା ଏବେ ସ୍ପଷ୍ଟ ହୋଇନାହିଁ।

ଏହାବି ପଢନ୍ତୁ : Horoscope Today 26 March 2023: ଆଜି ଏହି ସବୁ ରାଶି ଉପରେ ଧନ ବର୍ଷା କରିବେ ମାଆ ଲକ୍ଷ୍ମୀ , ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର

ଏହାବି ପଢନ୍ତୁ : Chaitra Navratri 2023: ଚୈତ୍ର ନବରାତ୍ରୀ ଶେଷ ହେବା ପୂର୍ବରୁ ଚମକିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ନୂଆ ଚାକିରି ସାଙ୍ଗକୁ ମିଳିବ ପୁଳା ପୁଳା ଟଙ୍କା

ଉତ୍ତର ଓଡ଼ିଶାରେ ପଶ୍ଚିମା ଝଡ଼ର ପ୍ରକୋପରେ ଗତ ରବିବାରରେ ଅଧିକ ଥିଲା । ଝଡ଼ବର୍ଷା ବେଳେ ଭଦ୍ରକ ଓ ବାଲେଶ୍ୱରରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ମାଲକାନଗିରିରେ କାନ୍ଥ ପଡ଼ି ଜଣେ ଶିଶୁର ଜୀବନ ଯାଇଛି । କୋରାପୁଟ ଓ ମାଲକାନଗିରିରେ ଝଡ଼ ତୋଫାନ ବହୁ ଘର ଉପରୁ ଛାତ ଉଡାଇ ନେଇଥିବା ବେଳେ ବେଘର ହୋଇଛନ୍ତି ଅନେକ । ସେପଟେ ବର୍ଷା, ପବନ ଓ କୁଆପଥର ମାଡ଼ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉଜାଡ଼ି ଦେଇଛି ବହୁ ଚାଷୀଙ୍କ କ୍ଷେତ । ପୁରୀରେ ଧାନ, ନବରଙ୍ଗପୁରରେ ମକା ଆଉ କୋରାପୁଟରେ ପରିବା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପଶ୍ଚିମା ଝଡ଼ ପ୍ରଭାବରେ ହୋଇଥିବା ଝଡ଼ ପବନ, ଲଗାଣ ବର୍ଷା ଓ କୁଆପଥର ମାଡ଼ରେ ବିଶେଷ କ୍ଷୟକ୍ଷତି ହୋଇଛି ।

ଏହାବି ପଢନ୍ତୁ : Balangir News: ଚାଷୀଙ୍କ ଜମିରେ ଥିବା ନଳକୂପରୁ ବାହାରୁଛି ସୁନା! ଦେଖିବା ପାଇଁ ଲୋକଙ୍କ ଭିଡ଼, ଅଞ୍ଚଳ ସିଲ୍ କଲା ପ୍ରଶାସନ

ଏହାବି ପଢନ୍ତୁ : Egg Side Effects: ଅଣ୍ତା ଖାଉଥିଲେ ସାବଧାନ୍! ହୋଇପାରେ ଏହି ଘାତକ ରୋଗ