Olympics Preparation: ଅଲିମ୍ପିକ୍ସ ପାଇଁ କିଛି ଏଭଳି ମଜାଦାର ଢଙ୍ଗରେ ପ୍ରସ୍ତୁତି କରୁଛନ୍ତି ଆଥଲେଟ୍, ଦେଖନ୍ତୁ ଭିଡ଼ିଓ
Advertisement

Olympics Preparation: ଅଲିମ୍ପିକ୍ସ ପାଇଁ କିଛି ଏଭଳି ମଜାଦାର ଢଙ୍ଗରେ ପ୍ରସ୍ତୁତି କରୁଛନ୍ତି ଆଥଲେଟ୍, ଦେଖନ୍ତୁ ଭିଡ଼ିଓ

Olympics Preparation: ନିକଟରେ ଏକ ଭିଡ଼ିଓ ଭାଇରାଲ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ବିନା ପ୍ରଶିକ୍ଷକରେ ଜଣେ ଆଥଲେଟ୍ ମଜାଦାର ଢଙ୍ଗରେ ଅଲିମ୍ପିକ ପାଇଁ ପ୍ରସ୍ତୁତି କରୁଛନ୍ତି ।

ସୌ(ସୋସିଆଲ ମିଡିଆ)

Funniest Olympics Preparation: ଅଲିମ୍ପିକ୍ସରେ ଭାଗ ନେବା ପ୍ରତ୍ୟେକ କ୍ରୀଡ଼ାବିତଙ୍କ ଲାଗି ଏକ ସ୍ୱପ୍ନ ଭଳି ହୋଇଥାଏ । ଅଲିମ୍ପିକ୍ସରେ( Olympics ) ଶ୍ରେଷ୍ଠ ପ୍ରର୍ଦଶନ କରି ଦେଶ ପାଇଁ ଗୌରବ ଆଣିବାକୁ ଭାଗ୍ୟ ମନେ କରିଥାଆନ୍ତି କ୍ରୀଡ଼ାବିତ୍ । ତେବେ ଅଲିମ୍ପିକ୍ସରେ ଯୋଗ୍ୟତା ହାସଲ କରିବା ଲାଗି କ୍ରୀଡ଼ାବିତ୍ ମୁଣ୍ତ ଝାଳ ତୁଣ୍ତରେ ମାରି ନିଜକୁ ପ୍ରସ୍ତୁତ କରିଥାଆନ୍ତି । ଦୀର୍ଘ ଦିନରେ ପରିଶ୍ରମ ଓ ଜୋରଦାର ବ୍ୟାୟାମ ଫଳରେ ସେ ସଫଳତା ଆଡ଼କୁ ଆଗେଇ ଥାଆନ୍ତି । ତେବେ ଜଣେ ଆଥଲେଟର ସଫଳତା ଦୃଢ଼ ମନୋବଳ ଓ ଜଣେ ଭଲ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନ ଉପରେ ନିର୍ଭର କରିଥାଏ । ଲକ୍ଷ୍ୟ ହାସଲ ଯାଏଁ ପ୍ରଶିକ୍ଷକ ପ୍ରତ୍ୟେକ ସ୍ଥିତିରେ ଆଥଲେଟଙ୍କୁ ସମର୍ଥନ କରିଥାଆନ୍ତି । ତେବେ ନିକଟରେ ଏକ ଭିଡ଼ିଓ ଭାଇରାଲ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ବିନା ପ୍ରଶିକ୍ଷକରେ ଜଣେ ଆଥଲେଟ୍ ମଜାଦାର ଢଙ୍ଗରେ ଅଲିମ୍ପିକ ପାଇଁ ପ୍ରସ୍ତୁତି କରୁଛନ୍ତି ।

ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଆଥଲେଟ୍ (Athlete)  ଜଣଙ୍କ ଇ- ଟ୍ରାମ ଟ୍ରାକ ଉପରେ ଠିଆ ହୋଇଛନ୍ତି, ଯେତେବେଳେ ଟ୍ରାମଟି ପାଖେଇ ଆସୁଛି ସେ ଟ୍ରାମ୍ (E TRAM) ସହ କ୍ଷୀପ୍ର ବେଗରେ ଦୌଡ଼ିବାକୁ ଆରମ୍ଭ କରୁଛନ୍ତି । କିନ୍ତୁ ଦ୍ରୁତ ଗତିରେ ଯାଉଥିବା ଇ-ଟ୍ରାମଟି ତାଙ୍କୁ ପଛରେ ପକାଇ ଦେଉଛି।

 

ଏହାପରେ ଦେଖିବାକୁ ମିଳିଛି ଯେ, ଆଥଲେଟ୍ ଜଣକ ଏକ ବାଲି ଗଦା ଉପରେ ଲଙ୍ଗ ଜମ୍ପ୍ କରୁଛନ୍ତି ଓ ବିଜୟ ହାସଲ କରିବା ପରି ଦୁଇ ହାତ ଉପରକୁ କରୁଛନ୍ତି । ଏହା ଦେଖି ପାଖରେ ଥିବା ଶ୍ରମିକ ଜଣକ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, ପରେ ସେହି ସ୍ଥାନ ଛାଡ଼ି ଦୌଡ଼ି ପଳାଉଛନ୍ତି ଆଥଲେଟ୍ । ଏହାପରେ ଆଥଲେଟ ଜଣଙ୍କ ଏକ ଦୋକାନରୁ ଫଳ ଉଠାଇ ସଟ୍ପୁଟ୍ (Shout Put) ପାଇଁ ପୋଜ୍ ଦେଉଥିବା ଦେଖିବାକୁ ମିଳୁଛି। ସେ ଫଳକୁ ଫିଙ୍ଗିବା ପରେ ଦୋକାନୀ ଦୌଡ଼ି ଆସି ତାଙ୍କୁ ଏକ ଟ୍ରେ ସାହାଯ୍ୟରେ ମାରିବାକୁ ଆରମ୍ଭ କରୁଛନ୍ତି। ଏହାପରେ ସେ ପୁଣିଥରେ ଏକ ବାଲିଗଦା ଉପରକୁ ଲଙ୍ଗ ଜମ୍ପ୍ କରି ରାସ୍ତା ଉପରେ ଚଳନ୍ତା କାର ସହ ଦୌଡ଼ୁଥିବା ଦେଖିବାକୁ ମିଳୁଛି ।

ପରବର୍ତ୍ତୀ କ୍ଲିପରେ ଆଥଲେଟ୍ ଜଣଙ୍କ ଏକ ନିର୍ମାଣଧୀନ ରୋଡ଼ରେ ଥିବା ବ୍ୟାରିକେଟ( Barigate) ଉପରେ ଡ଼େଉଁଛନ୍ତି ,ଏହାପରେ ସେ ରାସ୍ତା ମଝିରେ ଡ଼ିସକସ ଥ୍ରୋ କରୁଥିବା ଦେଖିବାକୁ ମିଳୁଛି । ଶେଷରେ ଆଥଲେଟ୍ ଜଣଙ୍କ ଗୋଟିଏ ନଦୀ କୂଳକୁ ଯାଉଛନ୍ତି, ସେଠାରେ ଦୁଇ ଜଣ ବ୍ୟକ୍ତି ମାଛ ଧରିବାରେ ବ୍ୟସ୍ତଥିବା ବେଳେ ଆଥଲେଟ୍ ଜଣକ ତାଙ୍କ ପାଖକୁ ଦୌଡ଼ି ଯାଇ ଏକ ସ୍ପେୟାର ଫିସିଂ ରଡ୍କୁ ଜାଭେଲିନ୍ ଷ୍ଟିକ୍ ଭାବେ ଥ୍ରୋ କରୁଛନ୍ତି । ନିକଟରେ ଥିବା ବ୍ୟକ୍ତି ଜଣଙ୍କ ତାଙ୍କୁ ଅଟକାଇବା ଲାଗି ଚେଷ୍ଟା କରୁଥିବା ବେଳେ ସେ ମାଛ ଧରା ରଡ୍କୁ ପିଙ୍ଗି ଦେଇ ଖସି ପଳାଉଛନ୍ତି।

ତେବେ ଫିଗେନ ନିଜ ଟ୍ୱଇଟର ଆକାଉଣ୍ଟରେ ଏହି ଭିଡ଼ିଓ ପୋଷ୍ଟ କରିଛନ୍ତି । ତେବେ ଆଥଲେଟଙ୍କ ଏଭଳି ମଜାଦାର ଢଙ୍ଗରେ ଅଲିମ୍ପିକ୍ସ ପ୍ରସ୍ତୁତିକୁ ଲୋକେ ବେଶ ପସନ୍ଦ କରିଛନ୍ତି ।