BSNL 5G Service: BSNLର ଆସିବ ଭଲ ଦିନ, ଖୁବ୍ ଶୀଘ୍ର ଆରମ୍ଭ ହେବ 5G ସେବା; ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ ସମୟ
Advertisement
Article Detail0/zeeodisha/odisha1481234

BSNL 5G Service: BSNLର ଆସିବ ଭଲ ଦିନ, ଖୁବ୍ ଶୀଘ୍ର ଆରମ୍ଭ ହେବ 5G ସେବା; ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ ସମୟ

BSNL 5G Service: SNL ର 4G ଟେକ୍ନୋଲୋଜିକୁ 5G କୁ ନବୀକରଣ କରିବାକୁ ୫ରୁ ୭ ମାସ ସମୟ ଲାଗିବ ବୋଲି ଅଶ୍ୱନୀ ବୈଷ୍ଣବ କହିଛନ୍ତି । ଏକ CII ଇଭେଣ୍ଟରେ ସେ କହିଛନ୍ତି ଯେ, BSNL 5G ସେବାକୁ ଦେଶରେ ୧.୩୫ ଲକ୍ଷ ଟେଲିକମ୍ ଟାୱାର ପାଇଁ ରୋଲ ଆଉଟ କରାଯିବ । ଖବର ସରବରାହ ସଂସ୍ଥା ପିଟିଆଇ ଏ ବିଷୟରେ ରିପୋର୍ଟ କରିଛି ।

BSNL 5G Service: BSNLର ଆସିବ ଭଲ ଦିନ, ଖୁବ୍ ଶୀଘ୍ର ଆରମ୍ଭ ହେବ 5G ସେବା; ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ ସମୟ

Telecom Minister Ashwini Vaishnav On BSNL 5G Service: ଭାରତ ସଞ୍ଚାର ନିଗମ ଲିମିଟେଡ୍ ବା BSNL 5G ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । କମ୍ପାନୀ ଶୀଘ୍ର ଦେଶରେ BSNL 5G ଲଞ୍ଚ କରିପାରେ । ଆଗାମୀ ବର୍ଷ ଅର୍ଥାତ ୨୦୨୩ରେ ହିଁ BSNL 5G ଆରମ୍ଭ ହେବ । ଦୂର ସଞ୍ଚାର ମନ୍ତ୍ରୀ (Telecom Minister) ଅଶ୍ୱିନୀ ବୈଷ୍ଣବ (Ashwini Vaishnav) ଏହି ସୂଚନା ଦେଇଛନ୍ତି । BSNL ର 4G ଟେକ୍ନୋଲୋଜିକୁ 5G କୁ ନବୀକରଣ କରିବାକୁ ୫ରୁ ୭ ମାସ ସମୟ ଲାଗିବ ବୋଲି ଅଶ୍ୱନୀ ବୈଷ୍ଣବ କହିଛନ୍ତି । ଏକ CII ଇଭେଣ୍ଟରେ ସେ କହିଛନ୍ତି ଯେ, BSNL 5G ସେବାକୁ ଦେଶରେ ୧.୩୫ ଲକ୍ଷ ଟେଲିକମ୍ ଟାୱାର ପାଇଁ ରୋଲ ଆଉଟ କରାଯିବ । ଖବର ସରବରାହ ସଂସ୍ଥା ପିଟିଆଇ ଏ ବିଷୟରେ ରିପୋର୍ଟ କରିଛି ।

ଦୂର ସଞ୍ଚାର ମନ୍ତ୍ରୀ (Telecom Minister) ଅଶ୍ୱିନୀ ବୈଷ୍ଣବ (Ashwini Vaishnav) ଙ୍କ କହିବାନୁସାରେ, BSNL 5G ସେବା ସୁଦୂର ଅଂଚଳରେ ମଧ୍ୟ ଉପଲବ୍ଧ କରାଯିବ । ଯେଉଁଠାରେ ସେବା ଉପଲବ୍ଧ ନାହିଁ ସେହି ସ୍ଥାନଗୁଡିକର ଲୋକଙ୍କୁ ଏହା ବହୁତ ଲାଭଦାୟକ ହେବ । BSNL ବର୍ତ୍ତମାନ କେବଳ 4G ସେବା ରୋଲ ଆଉଟ୍ କରିବାକୁ କାମ କରୁଛି । 5G ପାଇଁ ବିଏସଏନଏଲ ସରକାର ଠାରୁ ନିଲାମ ହୋଇଥିବା 5G ଫ୍ରିକ୍ୱେନ୍ସି ବ୍ୟାଣ୍ଡରେ ନିଜର ସ୍ପେକ୍ଟ୍ରମ୍ ଆବଣ୍ଟନକୁ ପ୍ରାୟ ଦୁଇଗୁଣ କରିବାକୁ କହିଛି । ସରକାର BSNL ଦ୍ୱାରା 5G ସେବା ଯୋଗାଇବା ପାଇଁ ସମସ୍ତ ସର୍କଲରେ 600 MHz ବ୍ୟାଣ୍ଡରେ 10 MHz, 3300 MHz ବ୍ୟାଣ୍ଡରେ 40 MHz ଓ 26 GHz ବ୍ୟାଣ୍ଡରେ 400 MHz ପେୟର୍ଡ ସ୍ପେକ୍ଟ୍ରମ ସଂରକ୍ଷଣ କରିଛନ୍ତି । ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଟେଲିକମ୍ ରାଜ୍ୟ ମନ୍ତ୍ରୀ ଦେବସିଂହ ଚୌହାନ ଏହି ସୂଚନା ଦେଇଛନ୍ତି ।

ଦେବସିଂହ ଚୌହାନ ଏହା ମଧ୍ୟ କହିଛନ୍ତି ଯେ, ବିଏସଏନଏଲ 600 MHz ବ୍ୟାଣ୍ଡରେ ପୂର୍ବରୁ ସଂରକ୍ଷିତ 10 MHz ବଦଳରେ 700 MHz ରେ  ପେୟର୍ଡ ସ୍ପେକ୍ଟ୍ରମର 10 MHz  ସଂରକ୍ଷଣ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଯଦି ଯଥାକ୍ରମେ 3300 MHz ବ୍ୟାଣ୍ଡରେ ଓ ୨୬ ଗିଗାହାଜ୍ ବ୍ୟାଣ୍ଡରେ ଅତିରିକ୍ତ ୩୦ MHz ଓ 400 GHz ସ୍ପେକ୍ଟ୍ରମ୍ ପାଇଁ ଅନୁରୋଧ କରାଯାଇଛି । ଆପଣଙ୍କୁ କହି ରଖୁଛୁ ଯେ, ବର୍ତ୍ତମାନ କେବଳ ରିଲାଏନ୍ସ ଜିଓ ହିଁ 10 MHz ପାନ-ଇଣ୍ଡିଆ ଫ୍ରିକ୍ୱେନ୍ସିର ପ୍ରାୟ ୩୯,୦୦୦ କୋଟି ଟଙ୍କାରେ କିଣିଛି ।

ଏଠାରେ କହି ରଖୁଛୁ ଯେ, 5G ଲଞ୍ଚ ପାଇଁ ସରକାର ସ୍ୱତନ୍ତ୍ର ପ୍ରସ୍ତୁତି ଚଳାଇଛନ୍ତି । କେନ୍ଦ୍ର ସରକାର ସୁନିଶ୍ଚିତ କରୁଛନ୍ତି ଯେ ସବୁକିଛି କେବଳ ଦ୍ରୁତ ଗତିରେ ନୁହେଁ ବରଂ ସଠିକ୍ ଭାବେ କରାଯାଇଛି । BSNL ର 4G ଭାରତ ଓ ଏହାର ଗ୍ରାହକଙ୍କ ପାଇଁ ବହୁତ ଭଲ କାମ କରିପାରେ । ଏହା ବେସରକାରୀ ଟେଲକୋସର 4G ନେଟୱାର୍କକୁ ଅଫଲୋଡ୍ କରିପାରେ ଓ ସମସ୍ତଙ୍କ ପାଇଁ ଏକ ଉତ୍ତମ ଅଭିଜ୍ଞତା ସୃଷ୍ଟି କରିପାରେ । ଦେଶରେ 4G ଆରମ୍ଭ କରିବା ପାଇଁ BSNL ଟାଟା କନସଲଟାନ୍ସି ସର୍ଭିସେସ୍ (TCS) ର ସାହାଯ୍ୟ ନେଉଛି । କୁହାଯାଉଛି ଯେ, BSNL ଅକ୍ଟୋବର ୨୦୨୨ରେ ଚଣ୍ଡିଗଡ଼ରେ TCS ସହିତ 4G PoC ଶେଷ କରିଛି । BSNL ପାଇଁ ପରବର୍ତ୍ତୀ ପଦକ୍ଷେପ ହେଉଛି TCS ସହିତ ଏକ ବ୍ୟବସାୟିକ ଚୁକ୍ତି ସ୍ୱାକ୍ଷର କରିବା ।

ଏହା ବି ପଢ଼ନ୍ତୁ:-PF ଖାତାଧାରୀ ହୋଇଯାଆନ୍ତୁ ଆଲର୍ଟ! EPFO ଜାରି କଲା ଏହି ଚେତାବନୀ

ଏହା ବି ପଢ଼ନ୍ତୁ:-କିଏ ସେ ସୁଖଭିନ୍ଦର ସିଂ ସୁଖୁ, ଯିଏ ହେବେ ହିମାଚଳ ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

 

 

କେନ୍ଦ୍ରର ମୋଦି ସରକାର TCS କୁ ଅର୍ଡର ଦେବା ପାଇଁ BSNL କୁ ସବୁଜ ସଙ୍କେତ ଦେଇସାରିଛନ୍ତି । BSNL ର 4G ରୋଲଆଉଟ୍ ପ୍ରୋଜେକ୍ଟ ପାଇଁ TCS ଏକମାତ୍ର ବିଡର କମ୍ପାନୀ ହେବ । ଆଗାମୀ ୧୦ ବର୍ଷ ପାଇଁ ଆଇଟି ମେଜରଙ୍କୁ BSNL ପାଇଁ ନେଟୱାର୍କ ବଜାୟ ରଖିବାକୁ ପଡିବ । ବିଡିଂ ପାଇଁ ଶେଷ ତାରିଖ ନଭେମ୍ବର ୧୮, ୨୦୨୨ ଥିଲା । ଯଦି ସବୁକିଛି ଠିକ୍ ସମୟରେ ଓ ସଠିକ୍ କ୍ରମରେ ଘଟେ, ତେବେ ଆମେ ଚଳିତ ବର୍ଷ ଶେଷ କିମ୍ବା ୨୦୨୩ ପ୍ରାରମ୍ଭରେ BSNL ର 4G ସେବା ଉପଭୋଗ କରିପାରିବା ।

ଯଦି BSNL ଶୀଘ୍ର 4G ଲଞ୍ଚ କରିବାକୁ ସକ୍ଷମ ହୁଏ, ତେବେ ସେ ଶୀଘ୍ର 5G ଲଞ୍ଚ କରିବାକୁ ସକ୍ଷମ ହେବ । ନିକଟ ଅତୀତରେ ଅନୁଷ୍ଠିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସ (IMC) ୨୦୨୨ରେ C-DoT ଏହାର ସ୍ୱଦେଶୀ 5G କୋର ପ୍ରଦର୍ଶନ କରିସାରିଛି । ଏହି ସମାଧାନ BSNL କୁ ଦେଶର କେତେକ ସ୍ଥାନରେ 5G NSA (ଅଣ-ଷ୍ଟାଣ୍ଡାଲୋନ୍) ନେଟୱାର୍କ ସେବା ଆରମ୍ଭ କରିବାରେ ସାହାଯ୍ୟ କରିପାରେ । ସରକାର ମଧ୍ୟ ଚାହୁଁଛନ୍ତି ଯେ,  BSNL 5G ଶୀଘ୍ର ଲଞ୍ଚ କରୁ । ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୩ରେ 5G ଲଞ୍ଚ କରିବେ ବୋଲି ଅନେକ ଥର କହିଛନ୍ତି । ସେ କହିଛନ୍ତି ଯେ, BSNL ର 5G ଅଗଷ୍ଟ ୧୫, ୨୦୨୩ରେ ଲଞ୍ଚ ହେବ ।