Team India: ସୂର୍ଯ୍ୟ କୁମାରଙ୍କ ଆକାଶ ଛୁଆଁ ପ୍ରଦର୍ଶନରେ ଟଙ୍କାର ବନ୍ୟା ଆସିଛି, ଜାଣନ୍ତୁ କେତେ...
Advertisement

Team India: ସୂର୍ଯ୍ୟ କୁମାରଙ୍କ ଆକାଶ ଛୁଆଁ ପ୍ରଦର୍ଶନରେ ଟଙ୍କାର ବନ୍ୟା ଆସିଛି, ଜାଣନ୍ତୁ କେତେ...

ବର୍ଷକ ମଧ୍ୟରେ କୋଟି କୋଟି ଟଙ୍କାର ରୋଜଗାର କରୁଛନ୍ତି ଭାରତୀୟ ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ। ଗତବର୍ଷ ଇଂଲଣ୍ଡ ବିପକ୍ଷରେ ପଦାର୍ପଣ ମ୍ୟାଚ ଖେଳିଥିବା ବେଳେ ଚଳିତ ବର୍ଷ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ମ୍ୟାଚ ଖେଳିଥିଲେ। 

Team India: ସୂର୍ଯ୍ୟ କୁମାରଙ୍କ ଆକାଶ ଛୁଆଁ ପ୍ରଦର୍ଶନରେ ଟଙ୍କାର ବନ୍ୟା ଆସିଛି, ଜାଣନ୍ତୁ କେତେ...

SuryaKumar Yadav Net Worth: ନୂଆଦିଲ୍ଲୀ: ଟିମ ଇଣ୍ଡିଆର ମିଷ୍ଟର ୩୬୦ କୁହାଯାଉଥିବା ସୂର୍ଯ୍ୟକୁମାରଙ୍କର  (SuryaKumar Yadav) ଟିମ ଇଣ୍ଡିଆରେ ସାମିଲ ହେବା ପରେ ବଦଳିଛି ଭାଗ୍ୟ। ଭାରତର ଧାକ୍କଡ଼ ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ  (SuryaKumar Yadav) ଚଳିତ ଟି୨୦ରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି। ତେବେ ଟିମ ଇଣ୍ଡିଆରେ ସାମିଲ ହେବା ପର୍ଯ୍ୟନ୍ତ ତାଙ୍କୁ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡ଼ିଛି। କିନ୍ତୁ ଆପଣ ଜାଣନ୍ତି କି ଟିମ ଇଣ୍ଡିଆରେ ସାମିଲ ହେବା ପରେ ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। ଗତ ବର୍ଷ ଟିମ ଇଣ୍ଡିଆ ପାଇଁ ପଦାର୍ପଣ ମ୍ୟାଚ ଖେଲିଥିଲେ ସୂର୍ଯ୍ୟକୁମାର  (SuryaKumar Yadav)। ଦିନେ କେତେଟା ଟଙ୍କା ପାଇଁ ସୂର୍ଯ୍ୟଙ୍କୁ ସଂଘର୍ଷ କରିବାକୁ ପଡ଼ୁଥିବା ବେଳେ ବର୍ତ୍ତମାନ ସେ କୋଟି କୋଟି ଟଙ୍କା ଆୟ କରୁଛନ୍ତି। ଆଜି ଆମେ କହିବୁ ସୂର୍ଯ୍ୟ  (SuryaKumar Yadav) କେତେ କୋଟି ଟଙ୍କାର ମାଲିକ ରହିଛନ୍ତି। ଏହା ସହିତ କେଉଁ ସବୁ ପ୍ରକାରର ଗାଡ଼ି ଚଢିଥାନ୍ତି। 

ସୂଚନାଯୋଗ୍ୟ ଗତ ବର୍ଷ ସୂର୍ଯ୍ୟକୁମାର  (SuryaKumar Yadav) ୨୦୨୧ ମସିହାରେ ଇଂଲଣ୍ଡ ବିପକ୍ଷରେ ଭାରତ ପାଇଁ ପଦାର୍ପଣ ମ୍ୟାଚ ଖେଳିଥିଲେ। ସେହିପରି ଚଳିତ ବର୍ଷ ହିଁ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆରେ ପଦାର୍ପଣ ମ୍ୟାଚ ଖେଳିଥିଲେ।  ମିଡ଼ିଆ ରିପୋର୍ଟ ଅନୁଯାୟୀ ସୂର୍ଯ୍ୟକୁମାର ଯାଦବଙ୍କ ନିକଟରେ ଆଜିର ସମୟରେ ପାଖାପାଖି ୪ ମିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୩୨ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେହିପରି ବାର୍ଷିକ ପ୍ରାୟ ୮ କୋଟି ଟଙ୍କା ରୋଜଗାର କରୁଛନ୍ତି। 

ସୂର୍ଯ୍ୟକୁମାର ଯାଦବ  (SuryaKumar Yadav) ୨୦୧୩ ମସିହାରେ ଆଇପିଏଲର ଅଂଶବିଶେଷ ହୋଇଥିଲେ। ସେ ତାଙ୍କର ପ୍ରଥମ ସଂସ୍କରଣରେ ଖେଳିବା ପାଇଁ ମାତ୍ର ୧୦ ଲକ୍ଷ ଟଙ୍କା ଆୟ କରିଥିଲେ। ସେହିପରି ୨୦୨୨ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୮ କୋଟି ଟଙ୍କାରେ କିଣିଥିଲା। 

ସୂର୍ଯ୍ୟ  (SuryaKumar Yadav) ଡ୍ରିମ ୧୧ ଏବଂ ଫ୍ରି ହିଟର ବ୍ରାଣ୍ଡ ଆମ୍ବାସଡ଼ର ରହିଛନ୍ତି। ଏହା ବ୍ୟତୀତ ସେ ସରୀନ ସ୍ପୋର୍ଟସ, ମାକ୍ସିମା ଘଣ୍ଟା ସହିତ ଆହୁରି ଅନେକ ବ୍ରାଣ୍ଡ ପାଇଁ ସେ ବିଜ୍ଞାପନ ମଧ୍ୟ କରିଆସୁଛନ୍ତି। ଏଥିପାଇଁ ତାଙ୍କୁ କୋଟି କୋଟି ଟଙ୍କାର ଆୟ କରୁଛନ୍ତି।  ସେହିପରି ତାଙ୍କ ନିକଟରେ ଏକ କୁ ଆରକ କାର ରହିଛି। ଏହି କାର ଗୁଡ଼ିକ ମଧ୍ୟରେ ସବୁ ଗୁଡ଼ିକ ପ୍ରାୟତଃ ଦାମୀ କାର ରହିଛି । କାର ଗୁଡ଼ିକ ବ୍ରାଣ୍ଡ ମଧ୍ୟରେ ମିନିକୁପର (MINI Cooper S), ଅଡ଼ି (AUDI), ମର୍ସିଡିଜ ଭଳି ବହୁ ଦାମୀ ଗାଡ଼ି ରହିଛି। ଯଦି ତାଙ୍କର ବ୍ୟକ୍ତିଗତ ଗାଡ଼ି କଥା ଦେଖାଯାଏ ତାହା ମଧ୍ୟରେ ମର୍ସିଡିଜ ବେଞ୍ଜ ଜିଏଲଇ କୁପ (Mercedes Benz GLE Coupe), ନିସାନ ଜୋଙ୍ଗା (Nissan Jonga), ମିନି କୁପର ଏସ (Mini Cooper S) ଅଡ଼ି ଏ୬ (AUDI A6) ଭଳି ଦାମୀ ଗାଡ଼ି ରହିଛି।