Crime News: ପ୍ରେମିକକୁ ଘରକୁ ଡ଼କାଇ ଖଣ୍ତ ଖଣ୍ତ କଲା ପ୍ରେମିକା, ପଛରେ ରହିଥିଲା ଏହି କାରଣ
Advertisement
Article Detail0/zeeodisha/odisha1640057

Crime News: ପ୍ରେମିକକୁ ଘରକୁ ଡ଼କାଇ ଖଣ୍ତ ଖଣ୍ତ କଲା ପ୍ରେମିକା, ପଛରେ ରହିଥିଲା ଏହି କାରଣ

National News in Odia- ଘରକୁ ଡକାଇ ଦୁଇ ଜଣେ ବନ୍ଧୁ ସହାୟତାରେ ପ୍ରେମିକକୁ ଖଣ୍ତ ଖଣ୍ତ କଲା ପ୍ରେମିକା । ଏହି ଭଳି ଛାତିଥରା ଘଟଣା ତାମିଲନାଡୁରୁ ସାମ୍ନାକୁ ଆସିଛି । 

ସୌ(ସୋସିଆଲ ମିଡିଆ)

Crime News: ବର୍ତ୍ତମାନ ପ୍ରେମ, ପ୍ରତାରଣା ଓ ହତ୍ୟା ପରି ଅନେକ ଛାତିଥରା ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସିଥାଏ । ନିକଟରେ ତାମିଲନାଡୁରୁ ଏପରି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ନିଜର ପ୍ରେମିକକୁ ଖଣ୍ତ ଖଣ୍ତ କରି କାଟିଛି ପ୍ରେମିକା । ପୋଲିସର ସୂଚନା ଅନୁଯାୟୀ, ୩୯ ବର୍ଷିୟା ମହିଳା ଜଣଙ୍କ ଜଣେ ଯୌନକର୍ମୀ ଅଟନ୍ତି । ଉକ୍ତ ମହିଳା ଜଣଙ୍କ ନିଜର ଦୁଇ ବନ୍ଧୁଙ୍କ ସହ ମିଶି ନିଜ ପ୍ରେମିକୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଖଣ୍ତ ଖଣ୍ତ କରି କାଟି ଚେନ୍ନାଇର କୋଭଲମ(Chennai Kovalam) ଅଞ୍ଚଳରେ ପୋତି ଦେଇଥିଲେ ।

ସୂଚନା ଅନୁଯାୟୀ, ୨୯ ବର୍ଷିୟ ମୃତ ପ୍ରେମିକ ଏମ୍ ଜୟନ୍ତନ ଚେନ୍ନାଇ ବିମାନ ବନ୍ଦରରେ ଏୟାରୱେଜର ଗ୍ରାଉଣ୍ତ ଷ୍ଟାଫ(Ground Staff) ଭାବେ କାମ କରୁଥଲେ । ସେ ଚେନ୍ନାଇର ନାଙ୍ଗନାଲୁର ନିକଟରେ ତାଙ୍କ ଭଉଣୀଙ୍କ ପରିବାର ସହିତ ରହୁଥିଲେ। ସେହିପରି ପ୍ରେମିକା ଭାଗ୍ୟଲକ୍ଷ୍ମୀ ଜଣେ ଯୌନକର୍ମୀ ଥିଲେ । ଯାହା ବିଷୟରେ ଜୟନ୍ତନଙ୍କୁ ଜଣାନଥିଲା । ୨୦୨୦ ମସିହାରେ ତାମ୍ବରମର ଏକ ହୋଟଲରେ ଉଭୟଙ୍କର ଦେଖା ସାକ୍ଷାତ ହୋଇଥିଲା । ପରେ ଉଭୟଙ୍କ ମଧ୍ଯରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରିବାର ବିରୋଧରେ ଯାଇ ଜୟନ୍ତନ ଭାଗ୍ୟଲକ୍ଷ୍ମୀଙ୍କୁ ମନ୍ଦିରରେ ବିବାହ କରଥିଲେ । ଉଭୟ ପ୍ରାୟ ବର୍ଷେ ଧରି ଏକାଠି ରହିଥିଲେ । କିଛି ସମୟ ଏକାଠି ରହିବା ପରେ ଜୟନ୍ତନ ଭାଗ୍ୟଲକ୍ଷ୍ମୀ ବିଷୟରେ ଜାଣିବାକୁ ପାଇଥିଲେ । ପରେ ଉଭୟଙ୍କ ମଧ୍ଯରେ ବିବାଦ ଦେଖାଦେଇଥିଲା । ୨୦୨୧ ମସିହାରେ ଉଭୟ ଅଲଗା ହୋଇଯାଇଥିଲେ ଭାଗ୍ୟଲକ୍ଷ୍ମୀ ଜୟନ୍ତନଙ୍କ ଠାରୁ ବିପୁଳ ଟଙ୍କା ନେଇଥିବା ବେଳେ ଉଭୟ ମଧ୍ଯରେ ଟଙ୍କା ପଇସା ନେଣଦେଣ ଲାଗି ବହୁ ସମୟରେ କଳହ ଲାଗି ରହୁଥିଲା । ତେବେ ଏହାର ସମାଧାନ ନେଇ ଯୁବତୀ ମାର୍ଚ୍ଚ ୧୮ ତାରିଖ ଦିନ ଫୋନ ଯୋଗୁଁ ଜୟନ୍ତନଙ୍କୁ ପୁଡୁକୋଟ୍ଟାଇ ସ୍ଥିତ(Chennai Pudukkottai) ନିଜ ଘରକୁ ଡ଼କାଇଥିଲେ । ସେଠାରେ ଉଭୟଙ୍କ ମଧ୍ଯରେ ବଚସା ହୋଇଥିଲା । ଯୋଜନା ମୁତାବିତ ଯୁବତୀ ଜଣଙ୍କ ନିଜର ଦୁଇଜଣ ବନ୍ଧୁଙ୍କ ସହାୟତାରେ ଜୟନ୍ତନଙ୍କୁ ହତ୍ୟା କରିଥିଲେ । ମାର୍ଚ୍ଚ ୨୦ ତାରିଖରେ ସେମାନେ ଜୟନ୍ତନ ହାତ ଓ ଗୋଡ଼କୁ ଖଣ୍ତ ଖଣ୍ତ କରି କାଟି ଚେନ୍ନାଇକ କୋଭଲାମ ଅଞ୍ଚଳରେ ଫିଙ୍ଗି ଦେଇଥିଲେ । ପରେ ଶରୀରକୁ ଖଣ୍ତ ଖଣ୍ତ କରି କାଟି ପଲିଥିନରେ ପୁରାଇ କୋଭଲାମ ବେଳାଭୂମୀ(Chennai Kovalam Beach) ନିକଟରେ ପୋତି ଦେଇଥିଲେ ।

ଏହା ବି ପଢନ୍ତୁ-Bageshwar Dham: ବାଗେଶ୍ୱର ଧାମ ବାବାଙ୍କ ପାଖକୁ ନେଲାନି ସ୍ବାମୀ, ଆତ୍ମହତ୍ୟା କରିଦେଲା ସ୍ତ୍ରୀ

ଏହା ବି ପଢନ୍ତୁ-National News in Odia: ନାବାଳିକା ଛାତ୍ରୀଙ୍କୁ ବିବାହ କରି ବନ୍ଧା ହେଲା ରସିକିଆ ଶିକ୍ଷକ

ଏହା ମଧ୍ଯ ପଢନ୍ତୁ-Ganjam News: ଭୁଲିଗଲା ସାତ ଜନ୍ମର ସମ୍ପର୍କ, ସ୍ବାମୀକୁ ଜିଅନ୍ତା ଜାଳିଦେଲା ସ୍ତ୍ରୀ

ପଜଭନ୍ତଙ୍ଗଲ ପୋଲିସର କହିବା ଅନୁଯାୟୀ, ଗତ ମାସରେ ମାର୍ଚ୍ଚ ୧୮ ତାରିଖରେ ଯୁବକଙ୍କ ଭଉଣୀ ତାଙ୍କ ଭାଇଙ୍କ ଫୋନ୍ ବନ୍ଦ ଥିବା ଓ ସେ ନିଖୋଜ ଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ମାମଲା ରୁଜୁ ହେବା ପରେ ପୋଲିସ ଖୋଲତାଡ଼ ଆରମ୍ଭ କରିଥିଲେ । କଲ୍ ରେକର୍ଡିଂ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଜୟନ୍ତନ ପୁଡୁକୋଟାଇରେ ଭାଗ୍ୟଲକ୍ଷ୍ମୀଙ୍କୁ ଭେଟିବାକୁ ଯାଇଥିବା ନେଇ ଜାଣିବାକୁ ପାଇଥିଲା । ପୋଲିସ ଯୁବତୀଙ୍କ ନିକଟରେ ପହଁଞ୍ଚ ପଚରାଉଚରା କରିବା ପରେ ସେ ଜୟନ୍ତଙ୍କୁ ହତ୍ୟା(Murder) କରିଥିବା ନେଇ ସ୍ୱୀକାର କରିଥିଲେ। ଏହାପରେ ପୋଲିସ ଯୁବତୀଙ୍କୁ ଗିରଫ କରିଥିଲା। ପୋଲିସ ଯୁବକଙ୍କ ଖଣ୍ତ ବିଖଣ୍ତିତ ମୃତଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।