Taliban: ୨୦୩୫ ସୁଦ୍ଧା ଭାରତକୁ ଦଖଲ କରିବାର ସ୍ୱପ୍ନ ଦେଖୁଛି ତାଲିବାନ! ସାମ୍ନାକୁ ଆସିଲା ଭିଡିଓ
Advertisement
Article Detail0/zeeodisha/odisha1525670

Taliban: ୨୦୩୫ ସୁଦ୍ଧା ଭାରତକୁ ଦଖଲ କରିବାର ସ୍ୱପ୍ନ ଦେଖୁଛି ତାଲିବାନ! ସାମ୍ନାକୁ ଆସିଲା ଭିଡିଓ

Taliban: ଏହି ପୁରା ଭିଡିଓରେ ୧ ଡଜନରୁ ଅଧିକ ଦେଶର ନାମ ସାମିଲ ରହିଛି । ତେବେ ଏହି ଭିଡିଓରେ ପାକିସ୍ତାନର ନାମ ନିଆଯାଇ ନାହିଁ । ଭିଡିଓରେ ତାଲିବାନ ଯୋଦ୍ଧାମାନେ ପ୍ୟାରେଡରେ ବିଭିନ୍ନ ଦେଶ ଦଖଲ କରୁଥିବା ଦର୍ଶାଉଛି । ଗୁଇନ୍ଦା ଏଜେନ୍ସି ଅନୁଯାୟୀ ଏହି ଭିଡିଓ କେଉଁ ଆତଙ୍କବାଦୀ ସଂଗଠନ ଦ୍ୱାରା ପ୍ରସ୍ତୁତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହା ସ୍ପଷ୍ଟ ଯେ ଏହି ଭିଡିଓର ଉଦ୍ଦେଶ୍ୟ ହେଉଛି ନିରୀହ ଯୁବକମାନଙ୍କୁ ବିଭ୍ରାନ୍ତ କରିବା ଏବଂ ସେମାନଙ୍କୁ ଆତଙ୍କବାଦରେ ସାମିଲ କରିବା ।

Taliban: ୨୦୩୫ ସୁଦ୍ଧା ଭାରତକୁ ଦଖଲ କରିବାର ସ୍ୱପ୍ନ ଦେଖୁଛି ତାଲିବାନ! ସାମ୍ନାକୁ ଆସିଲା ଭିଡିଓ

Taliban: ତାଲିବାନ ଆଫଗାନିସ୍ତାନ (Afghanistan) ରେ କ୍ଷମତା ହାସଲ କରିବା ପରେ ବର୍ତ୍ତମାନ ସାରା ଦୁନିଆକୁ ନିଜ ଦଖଲରେ ଆଣିବା ପାଇଁ ଦିବା ସ୍ୱପ୍ନ ଦେଖିବାରେ ଲାଗିଛି । ଆତଙ୍କବାଦୀ ସଂଗଠନ ତାଲିବାନର ଏକ କଥିତ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ତାଲିବାନ (Taliban) ଆତଙ୍କୀମାନେ ୨୦୨୯ ସୁଦ୍ଧା ଭାରତର ଅଧା ଅଂଶ ଦଖଲ କରିବା କଥା ଦାବି କରୁଛନ୍ତି । କୌତୁହଳର ବିଷୟ ଏହି ଭିଡିଓରେ ତାଲିବାନ ମଧ୍ୟ ଦାବି କରୁଛି ଯେ, ୨୦୭୦ ସୁଦ୍ଧା ଦୁନିଆର ପ୍ରାୟ ଅଧା ଅଂଶ ସେମାନଙ୍କ ଦଖଲକୁ ଆସିଯିବ । ସେମାନେ ଅନେକ ଦେଶର ନାମ ନିଅନ୍ତି, କିନ୍ତୁ ପାକିସ୍ତାନର ନାମ ନିଅନ୍ତି ନାହିଁ । ବର୍ତ୍ତମାନ ଗୁଇନ୍ଦା ସଂସ୍ଥା ଏହି ଭିଡିଓର ସତ୍ୟତା ଯାଞ୍ଚ କରିବାରେ ଲାଗିଛି । ଏହି ପ୍ରୋପୋଗଣ୍ଡା ଭିଡିଓ କେଉଁଠାରେ ତିଆରି ହୋଇଛି ଓ ଏହାର ପ୍ରକୃତ ଉଦ୍ଦେଶ୍ୟ କ’ଣ ବୋଲି ଗୁଇନ୍ଦା ଏଜେନ୍ସିମାନେ ଅନୁସନ୍ଧାନ ଆରମ୍ଭ କରୁଛନ୍ତି ।

ଗୁଇନ୍ଦା ସୂତ୍ର ଅନୁଯାୟୀ, ଏହି ଭିଡିଓ ୧ ମିନିଟରୁ ଅଧିକ ସମୟର ହେବ, ଯେଉଁଥିରେ ଆତଙ୍କବାଦୀ ସଂଗଠନ ତାଲିବାନର ସଂଗ୍ରାମୀମାନେ ନିଜର ଅସ୍ତ୍ର ପ୍ରଦର୍ଶନ କରୁଛନ୍ତି । ଆହୁରି ମଧ୍ୟ ଏହି ଭିଡିଓରେ କ୍ରମାଗତ ଭାବରେ କୁହାଯାଇଛି ଯେ ତାଲିବାନ (Taliban) ଦୁନିଆର କେଉଁ କେଉଁ ଦେଶ ଦଖଲ କରିବ । ଭିଡିଓରେ ଏଥିପାଇଁ ଏକ ସଠିକ୍ ମାନଚିତ୍ର ପ୍ରସ୍ତୁତ କରାଯାଇଛି ଓ ମାନଚିତ୍ରରେ ବିଭିନ୍ନ ଦେଶର ନାମ ଲେଖାଯାଇଛି ଏବଂ ମାନଚିତ୍ର ପାଖରେ ଚାଲୁଥିବା ଭିଡିଓରେ ବର୍ଷଗୁଡିକ ପ୍ରଦର୍ଶନ କରୁଛି । ଉଦାହରଣ ସ୍ୱରୂପ, ଭିଡିଓରେ ଦାବି କରାଯାଇଛି ଯେ ୨୦୨୯ ସୁଦ୍ଧା ଭାରତର ଅଧା, ୨୦୩୨ ସୁଦ୍ଧା ଇରାନର ଅଧା, ୨୦୩୫ ସୁଦ୍ଧା ସମଗ୍ର ଭାରତ, ୨୦୩୭ ସୁଦ୍ଧା ତୁର୍କମେନିସ୍ତାନ, ୨୦୪୦ ସୁଦ୍ଧା ସମଗ୍ର ଇରାନ ଏବଂ ୨୦୭୦ ବର୍ଷ ପର୍ଯ୍ୟନ୍ତ ଋଷକୁ ନିଜ ଦଖଲରେ ନେବା କଥା କୁହାଯାଇଛି । ଏହି ପୁରା ଭିଡିଓରେ ୧ ଡଜନରୁ ଅଧିକ ଦେଶର ନାମ ସାମିଲ ରହିଛି । ତେବେ ଏହି ଭିଡିଓରେ ପାକିସ୍ତାନର ନାମ ନିଆଯାଇ ନାହିଁ । 

ଅଧିକ ପଢ଼ନ୍ତୁ:-ପାକିସ୍ତାନଠୁ ଏହି ୧୦ଟି ଜିନିଷ କିଣେ ଭାରତ, ଯାହା ଘରେ ଘରେ ହୁଏ ବ୍ୟବହୃତ

ଅଧିକ ପଢ଼ନ୍ତୁ:-ବୃଦ୍ଧଙ୍କ ପାଇଁ ବଡ଼ ଖୁସି ଖବର; ପ୍ରତି ମାସକୁ ମିଳିବ ୩୦୦୦ ଟଙ୍କା ପେନସନ, ଟ୍ୟାକ୍ସରେ ବି ପାଇବେ ରିହାତି!

ଅଧିକ ପଢ଼ନ୍ତୁ:-ଆଫଗାନିସ୍ତାନ ଉପରେ ଅସନ୍ତୁଷ୍ଟ ଅଷ୍ଟ୍ରେଲିଆ, କ୍ଷତି ସହିବାକୁ ବି ପ୍ରସ୍ତୁତ; ଖେଳିବନି କ୍ରିକେଟ୍ ମ୍ୟାଚ୍, ଏହା ହେଉଛି ବଡ଼ କାରଣ

ଭିଡିଓରେ ତାଲିବାନ ଯୋଦ୍ଧାମାନେ ପ୍ୟାରେଡରେ ବିଭିନ୍ନ ଦେଶ ଦଖଲ କରୁଥିବା ଦର୍ଶାଉଛି । ଗୁଇନ୍ଦା ଏଜେନ୍ସି ଅନୁଯାୟୀ ଏହି ଭିଡିଓ କେଉଁ ଆତଙ୍କବାଦୀ ସଂଗଠନ ଦ୍ୱାରା ପ୍ରସ୍ତୁତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହା ସ୍ପଷ୍ଟ ଯେ ଏହି ଭିଡିଓର ଉଦ୍ଦେଶ୍ୟ ହେଉଛି ନିରୀହ ଯୁବକମାନଙ୍କୁ ବିଭ୍ରାନ୍ତ କରିବା ଏବଂ ସେମାନଙ୍କୁ ଆତଙ୍କବାଦରେ ସାମିଲ କରିବା । ତେବେ ଏହି ଭିଡିଓ ପାକିସ୍ତାନୀ ତାଲିବାନ କିମ୍ବା ଆଫଗାନିସ୍ତାନ ତାଲିବାନ ବୋଲି ସ୍ପଷ୍ଟ ହୋଇନାହିଁ ।