Taiwan Spy Pigeon: ୮ ମାସର ସଂଘର୍ଷ ପରେ ମୁମ୍ବାଇ ପୋଲିସ କବଳରୁ ମୁକ୍ତି ପାଇଲା ତାଇୱାନ ପାରା
Advertisement

Taiwan Spy Pigeon: ୮ ମାସର ସଂଘର୍ଷ ପରେ ମୁମ୍ବାଇ ପୋଲିସ କବଳରୁ ମୁକ୍ତି ପାଇଲା ତାଇୱାନ ପାରା

Taiwan Spy Pigeon freed  from Mumbai Police:  ପ୍ରାୟ ୮ ମାସର ସଂଘର୍ଷ ପରେ ମୁମ୍ବାଇ ପୋଲିସ ହାତରେ ଧରା ପଡ଼ିଥିବା ପାରାକୁ ଶେଷରେ ମୁକ୍ତି ମିଳିଛି।

Taiwan Spy Pigeon: ୮ ମାସର ସଂଘର୍ଷ ପରେ ମୁମ୍ବାଇ ପୋଲିସ କବଳରୁ ମୁକ୍ତି ପାଇଲା ତାଇୱାନ ପାରା

Taiwan Spy Pigeon freed after 8 months of struggle: ଚୀନ ଗୁଇନ୍ଦାଗିରି କରିବା ସନ୍ଦେହରେ ମୁମ୍ବାଇ ପୋଲିସ ହାତରେ ପ୍ରାୟ ୮ ମାସ ପୂର୍ବେ ଏକ ପାରା ଧରା ପଡ଼ିଥିଲା। ଏହା ପରେ ଏହି ପାରା ବିରୋଧରେ ଏକ ମାମଲା ରୁଜୁ କରାଯିବା ସହ ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା। ହେଲେ ପୋଲିସ ଧରା ପଡ଼ିଥିବା ଗୁପ୍ତଚର ହେବାର କୌଣସି ପ୍ରମାଣ ସାମ୍ନାକୁ ଆସି ନଥିଲା। ଏହା ପରେ ପୋଲିସ ବର୍ତ୍ତମାନ ସେହି ପାରାକୁ ଛାଡ଼ି ଦେଇଛି। ଜାନୁଆରୀ ୩୧ ତାରିଖ ବୁଧବାର ଗୁଇନ୍ଦାଗିରି ସନ୍ଦେହରେ ଧରାଯାଇଥିବା ପାରାକୁ  ଛାଡ଼ି ଦିଆଯାଇଥିବା ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି। ଏନେଇ କୁହାଯାଉଛି ଯେ ଏହି ପାରାକୁ ପ୍ରାଣୀ ଚିକିତ୍ସାଳୟରେ ରଖାଯାଇଛି।

ଆରସିଏଫ (ନ୍ୟାସନାଲ କେମିକାଲ୍ସ ଏବଂ ଫର୍ଟିଲାଇଜର) ପୋଲିସ୍ ଷ୍ଟେସନ୍ ର  ଜଣେ ଅଧିକାରୀ କହିଛନ୍ତି ଯେ ପାରେଲ ଅଞ୍ଚଳରେ ଅବସ୍ଥିତ ବାଇ ସାକରବାଇ ଦିନ୍ସା ପେଟି ପ୍ରାଣୀ ଚିକିତ୍ସାଳୟ ପକ୍ଷୀକୁ ମୁକ୍ତ କରିବା ପାଇଁ ଜାନୁୟାରୀ ୨୯ ତାରିଖ ସୋମବାର ପୋଲିସ ଠାରୁ ଅନୁମତି ମାଗିଥିଲା। ଯାହା ପରେ ଜାନୁଆରୀ ୩୦ ତାରିଖ ମଙ୍ଗଳବାର ପାରାକୁ ମୁକ୍ତ କରାଯାଇଥିଲା

ପାରା ଗୋଡରେ ବନ୍ଧା ହୋଇଥିଲା ଦୁଇଟି ରିଙ୍ଗ 
ଗତ ବର୍ଷ ମେ ମାସରେ ମୁମ୍ବାଇ ଉପକଣ୍ଠସ୍ଥ ଚେମ୍ବୁର ଅଞ୍ଚଳରେ ଆରସିଏଫ୍ ପୋଲିସ ଏହି ପାରାକୁ ଧରିଥିଲା। ଯାହାର ଗୋଡରେ ଦୁଇଟି ରିଙ୍ଗ ବନ୍ଧା ହୋଇଥିବାର ପୋଲିସ କହିଥିଲା। ଯେଉଁଥୁରୁ ଗୋଟିଏ ତମ୍ବା ଏବଂ ଅନ୍ୟଟି ଆଲୁମିନିୟମ ବୋଲି ଜଣାପଡ଼ିଥିଲା। ଚୀନୀ ଭାଷାର ଲିପିରେ ପାରା ଡେଣା ତଳେ କିଛି ବାର୍ତ୍ତା ଲେଖାଯାଇଥିଲା।

ଗୁଇନ୍ଦାଗିରି ଅଭିଯୋଗରୁ କେବେ ମୁକ୍ତ ହେଲା ପାରା?
ପୋଲିସ କହିଛି ଯେ ଆରସିଏଫ ପକ୍ଷରୁ ସେତେବେଳେ ମାମଲା ରୁଜୁ କରିଥିଲା। ହେଲେ ତଦନ୍ତ ଶେଷ ହେବା ପରେ ଗୁଇନ୍ଦାଗିରି ଅଭିଯୋଗରୁ ମୁକ୍ତ ହୋଇଥିଲା ପାରା। ଏହି ମାମଲାରେ ହୋଇଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ ତାଇୱାନ ଠାରେ ଆୟୋଜିତ ହୋଇଥିବା ପ୍ରତିଯୋଗୀତାରେ ଏହି ପାରା ଅଂଶଗ୍ରହଣ କରୁଥିଲା। ପ୍ରତିଯୋଗୀତା ଆୟୋଜିତ ହେବା ସମୟରେ ଏହି ତାଇୱାନ ଠାରୁ ଉଡ଼ି ଭାରତରେ ପହଞ୍ଚିଥିଲା। ପୋଲିସ ଅନୁମତି ପାଇବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ପାରାକୁ ଛାଡି ଦେଇଥିଲା। ଏହାର ଅବସ୍ଥା ଠିକ ରହିଥିବା ଅଧିକାରୀ କହିଛନ୍ତି।