Ayodhya Ram Mandir: ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବେ ସୁପରଷ୍ଟାର ଅମିତାଭ
Advertisement
Article Detail0/zeeodisha/odisha2101915

Ayodhya Ram Mandir: ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବେ ସୁପରଷ୍ଟାର ଅମିତାଭ

Amitabh Bacchchan Ayodhya Visit: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଆଜି ଅଯୋଧ୍ୟା ଆସୁଛନ୍ତି । ସେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପହଞ୍ଚି ବିଶେଷ ପୂଜା କରିବାର କାର୍ଯ୍ୟକ୍ରମ ରହିଛି ।

Ayodhya Ram Mandir: ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବେ ସୁପରଷ୍ଟାର ଅମିତାଭ

Amitabh Bacchchan Ayodhya Visit: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଆଜି ଅଯୋଧ୍ୟାରେ ପହଞ୍ଚିବେ । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବା ସହିତ ଏକ ଅଳଙ୍କାର ଶୋ’ରୁମର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥି ସହିତ ଅଯୋଧ୍ୟା କମିଶନରଙ୍କୁ ମଧ୍ୟ ଭେଟିବେ ବିଗ୍ ବି । ଅଯୋଧ୍ୟା ବିମାନ ବନ୍ଦରରେ ଅବତରଣ କରିବା ପରେ ଅମିତାଭ ବଚ୍ଚନ ସିଧା ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପହଞ୍ଚି ପ୍ରଭୁଙ୍କ ଦର୍ଶନ କରିବେ ।

ଅଳଙ୍କାର ଶୋ’ରୁମ୍‌ର ଉଦଘାଟନ
ଅଯୋଧ୍ୟା ରାମ ଜନ୍ମୋଭୂମି କମ୍ପ୍ଲେକ୍ସରୁ ଅଯୋଧ୍ୟା କମିଶନର ଗୌରବ ଦିନଲଙ୍କ ବାସଭବନକୁ ଯିବେ ଅମିତାଭ । ଯେଉଁଠାରେ ସେଠାରେ ପ୍ରାୟ ୩ ଟା ପର୍ଯ୍ୟନ୍ତ ରହିବା ସହ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ଅମିତାଭ ବଚ୍ଚନ ଅଯୋଧ୍ୟା ସିଭିଲ୍ ଲାଇନ୍ସ,ରେ କଲ୍ୟାଣ ଜୁଏଲର୍ସର ଏକ ନୂଆ ଶୋ’ରୁମ୍‌କୁ ଉଦଘାଟନ କରିବେ। ପରେ ଅପରାହ୍ନ ୫ ଟାରେ ମହର୍ଷୀ ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ଫେରିଯିବାର କାର୍ଯ୍ୟକ୍ରମ ରହିଛି । 

ସୂଚନା ଯୋଗ୍ୟ, ରାମ ମନ୍ଦିର ନିର୍ମାଣ ପରେ ସୁପରଷ୍ଟାର ଅମିତାଭ ବଚ୍ଚନ ଦ୍ୱିତୀୟ ଥର ପାଇଁ ଅଯୋଧ୍ୟା ଗସ୍ତ କରୁଛନ୍ତି । ଏହାପୂର୍ବରୁ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଦିନ ଅମିତାଭ ବଚ୍ଚନ ଅଯୋଧ୍ୟାରେ ଯୋଗ ଦେଇଥିଲେ। ସାଥିରେ ଥିଲେ ପୁଅ ଅଭିଷେକ ବଚ୍ଚନ । ଏହି ସମୟରେ ଅମିତାଭ ମନ୍ଦିର ପରିସର ମଧ୍ୟରେ ଅଭିନେତା ଅରୁଣ ଗୋବିଲଙ୍କ ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା। ଅରୁଣ ଗୋଭିଲ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ରାମାୟଣ ସିରିଏଲରେ ଅଭିନୟ କରିଥିଲେ ।

Also Read- Odisha politics: ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ଇସ୍ତଫା

Also Read- ଗଞ୍ଜେଇ ପାଇଁ ପୋଲିସକୁ ନାକେଦମ କଲେ ଆଦିବାସୀ