Sukhvinder Singh Sukhu: କିଏ ସେ ସୁଖଭିନ୍ଦର ସିଂ ସୁଖୁ, ଯିଏ ହେବେ ହିମାଚଳ ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ
Advertisement

Sukhvinder Singh Sukhu: କିଏ ସେ ସୁଖଭିନ୍ଦର ସିଂ ସୁଖୁ, ଯିଏ ହେବେ ହିମାଚଳ ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

Sukhvinder Singh Sukhu: ଶେଷରେ ରାଜଧାନୀ ଶିମଲାରେ ଲମ୍ୱା ବୈଠକ ପରେ ସୁଖଭିନ୍ଦର ସିଂ ସୁଖୁ ହିମାଚଳ ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି । ବିଧାୟକ ଦଳର ବୈଠକରେ ସୁଖଭିନ୍ଦର ସିଂ ସୁଖୁଙ୍କ ନାମ ଉପରେ ସମସ୍ତେ ମୋହର ଲଗାଇଛନ୍ତି ।

Sukhvinder Singh Sukhu: କିଏ ସେ ସୁଖଭିନ୍ଦର ସିଂ ସୁଖୁ, ଯିଏ ହେବେ ହିମାଚଳ ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

Sukhvinder Singh Sukhu Himachal Pradesh Next CM: ହିମାଚଳ ପ୍ରଦେଶ (Himachal Pradesh) ରେ କଂଗ୍ରେସ (Congress) ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଦଳ ଏଠାରେ ୪୦ଟି ଆସନ ଜିତିଛି । ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅନେକ ପର୍ଯ୍ୟାୟର ବୈଠକ ଚାଲିଥିଲା । ଶେଷରେ ରାଜଧାନୀ ଶିମଲାରେ ଲମ୍ୱା ବୈଠକ ପରେ ସୁଖଭିନ୍ଦର ସିଂ ସୁଖୁ (Sukhvinder Singh Sukhu) ହିମାଚଳ ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ (Himachal Pradesh Next CM) ଭାବରେ ନିର୍ବାଚିତ ହୋଇଛନ୍ତି । ବିଧାୟକ ଦଳର ବୈଠକରେ ସୁଖଭିନ୍ଦର ସିଂ ସୁଖୁଙ୍କ ନାମ ଉପରେ ସମସ୍ତେ ମୋହର ଲଗାଇଛନ୍ତି ।

ପୂର୍ବତନ ପ୍ରଦେଶାଧ୍ୟକ୍ଷ ରହିଥିବା ସୁଖଭିନ୍ଦର ସିଂ ସୁଖୁ (Sukhvinder Singh Sukhu) ଙ୍କୁ ଏଥର ପ୍ରଚାର କମିଟିର ମୁଖ୍ୟ କରାଯାଇଥିଲା । ସୁଖଭିନ୍ଦର ରାହୁଲ ଗାନ୍ଧୀ (Rahul Gandhi) ଙ୍କ ପସନ୍ଦ ବୋଲି ମନେ କରାଯାଏ । ତେବେ ରାଜା ବୀରଭଦ୍ରଙ୍କ ସହ ତାଙ୍କର ମତଭେଦ ରହିଥିଲା । କୁହାଯାଏ ଯେ ପ୍ରତିଭା ସିଂ (Pratibha Singh) ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବିରୋଧ କରିବେ । ସୁଖଭିନ୍ଦର ସିଂ ସୁଖୁ ହମିରପୁର ଜିଲ୍ଲାର ନାଦୌନ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେ ଏହି ଆସନରୁ ଜିତିଛନ୍ତି । ଏହାସହ ସେ ଚତୁର୍ଥ ଥର ପାଇଁ ବିଧାୟକ ହୋଇ ବିଧାନସଭା ପହଞ୍ଚିଛନ୍ତି ।

ସୁଖଭିନ୍ଦର ସିଂ ସୁଖୁ (Sukhvinder Singh Sukhu) ଭାରତୀୟ ଜନତା ପାର୍ଟିର ବିଜୟ କୁମାରଙ୍କୁ ୩,୩୬୩ ଭୋଟ ବ୍ୟବଧାନରେ  ପରାସ୍ତ କରିଛନ୍ତି । ସୁଖବିନ୍ଦର ସିଂଙ୍କୁ ୫୦.୮୮ ପ୍ରତିଶତ ଭୋଟ୍ ସହ ୩୬,୧୪୨ ଭୋଟ୍ ପାଇଥିବାବେଳେ ବିଜେପିର ବିଜୟ କୁମାର ୪୬.୧୪ ପ୍ରତିଶତ ଭୋଟ୍ ସହ ୩୨,୭୭୯ ଭୋଟ୍ ପାଇଛନ୍ତି । ଯେଉଁଠାରେ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଶଙ୍କି ଠୁକରାଲ ମାତ୍ର ୧,୪୮୭ ଭୋଟ୍ ପାଇଥିଲେ ।

ହିମାଚଳ ପ୍ରଦେଶର ବର୍ତ୍ତମାନର ରାଜନୀତିରେ ସୁଖଭିନ୍ଦର ସିଂ ସୁଖୁ ଜଣେ ଶକ୍ତିଶାଳୀ ଚେହେରା ଭାବେ ବୋଲି ଜଣାଶୁଣା । ସେ ଅଲ ଇଣ୍ଡିଆ ଜାତୀୟ କଂଗ୍ରେସର ସଦସ୍ୟ । ସୁଖୁ ୨୭ ମାର୍ଚ୍ଚ ୧୯୬୪ରେ ହିମାଚଳ ପ୍ରଦେଶର ନାଦୌନରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ସେ କଂଗ୍ରେସରୁ ଏହି ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଛନ୍ତି । ତାଙ୍କ ପିତାଙ୍କ ନାମ ରସିଲ ସିଂ । ସୁଖଭିନ୍ଦର ସିଂ ସୁଖୁ ନାଦୌନ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଛନ୍ତି । ପରେ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରୁ LLB ଡିଗ୍ରୀ ହାସଲ କରିଛନ୍ତି ।

ଏଠାରେ କହି ରଖୁଛୁ ଯେ, ଦେଶର ସବୁଠାରୁ ପୁରାତନ ଦଳକୁ ଏହି ବିଧାନସଭା ନିର୍ବାଚନରେ ୪୦ଟି ଆସନ ମିଳିଛି । ଏହାସହ ଦଳକୁ ୪୩.୯୦ ପ୍ରତିଶତ ଭୋଟ୍ ମିଳିଛି । ଏହା ପରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ଆଲୋଚନା ଜୋର ଧରିଥିଲା । ଏହି ମୁଖ୍ୟମନ୍ତ୍ରୀଙ୍କ ରେସରେ ୩ ଜଣଙ୍କ ନାମ ଆଗରେ ରହିଥିଲା । ଯେଉଁଥିରେ ସୁଖଭିନ୍ଦର ସିଂ ସୁଖୁ (Sukhwinder Singh Sukhu), ମୁକେଶ ଅଗ୍ନିହୋତ୍ରୀ (Mukesh Agnihotri) ଏବଂ ପ୍ରତିଭା ସିଂ (Pratibha Singh) ଙ୍କ ନାମ ସାମିଲ ରହିଛି । ଯଦିଓ ପ୍ରତିଭା ସିଂ ଜଣେ ସାଂସଦ ଓ ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିନାହାଁନ୍ତି । ଶେଷରେ ସୁଖବିନ୍ଦର ସିଂ ସୁଖୁ ବାଜିମାତ୍ କରିଛି । ଅନ୍ୟପଟେ ମୁକେଶ ଅଗ୍ନିହୋତ୍ରୀ ରାଜ୍ୟର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ହେବେ ।  

ଏହା ବି ପଢ଼ନ୍ତୁ:-ପୁଟିନ କେବେ ୟୁକ୍ରେନ ଉପରେ କରିବେ ପରମାଣୁ ଆକ୍ରମଣ; ମିଟିଂରେ ସମସ୍ତଙ୍କ ସାମ୍ନାରେ କହିଲେ

ଏହା ବି ପଢ଼ନ୍ତୁ:-ହିମାଚଳରେ କଂଗ୍ରେସର ବିଜୟ ପରେ ରାହୁଲ ଗାନ୍ଧୀଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଗୁଜୁରାଟରେ ପରାଜୟକୁ ନେଇ ବି କହିଲେ ଏପରି କିଛି

ସୁଖଭିନ୍ଦର ସିଂ ସୁଖୁ ହିମାଚଳର ମୁଖ୍ୟମନ୍ତ୍ରୀ ଭାବରେ ଡିସେମ୍ବର ୧୧ ଅର୍ଥାତ ରବିବାର ଦିନ ଶପଥ ଗ୍ରହଣ କରିବେ । ଏହା ସହିତ ମୁକେଶ ଅଗ୍ନିହୋତ୍ରୀ ହିମାଚଳ ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହା ପୂର୍ବରୁ କଂଗ୍ରେସ ରାଜ୍ୟ ସଭାପତି ପ୍ରତିଭା ସିଂ ସିଏମ୍ ରେସରେ ଆଗୁଆ ଥିଲେ, କିନ୍ତୁ ଶନିବାର ଅପରାହ୍ନ ସୁଦ୍ଧା ସୁଖବିନ୍ଦର ସିଂ ସୁଖୁଙ୍କ ନାମ ଆଗକୁ ବଢ଼ିବାରେ ଲାଗିଲା ।