Success Story: ବଦଳିଲା ଚାଷୀଙ୍କ ଭାଗ୍ୟ, ଲାଉ ବିକ୍ରି କରି ପାଉଛନ୍ତି ୮୦ ହଜାର
Advertisement
Article Detail0/zeeodisha/odisha1904674

Success Story: ବଦଳିଲା ଚାଷୀଙ୍କ ଭାଗ୍ୟ, ଲାଉ ବିକ୍ରି କରି ପାଉଛନ୍ତି ୮୦ ହଜାର

Success Story: ଆଜି ଆପଣଙ୍କୁ କିଛି ଯୁବ ଚାଷୀଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁମାନେ କ୍ଷେତରେ ଲାଉ ଚାଷ କରି ଖୁବ ଭଲ ଫସଲ ଉତ୍ପାଦନ କରୁଛନ୍ତି ।

Success Story: ବଦଳିଲା ଚାଷୀଙ୍କ ଭାଗ୍ୟ, ଲାଉ ବିକ୍ରି କରି ପାଉଛନ୍ତି ୮୦ ହଜାର

Success Story: ବର୍ତ୍ତମାନ ଅନେକ କୃଷକ ବୈଜ୍ଞାନିକ ପଦ୍ଧତିରେ ଚାଷ କରି ସଫଳତା ପାଉଥିବା ଦେଖିବାକୁ ମିଳିଛି । ଆଜି ଆପଣଙ୍କୁ ସେପରି ଏକ ଉଦାହରଣ ଦେବାକୁ ଯାଉଛୁ । ବର୍ତ୍ତମାନ ଖୁବ କମ ଯାଗାରେ ଚାଷ କରି ଅଧିକ ପନିପରିବା ଉତ୍ପାଦନ କରାଯାଇପାରୁଛି । ଯାହାର ଉଦାହରଣର ଦେଖିବାକୁ ମିଳିଛି କଲ୍ୟାଣପୁର ଅଞ୍ଚଳରେ । ଏହି ଅଞ୍ଚଳର ଯୁବ ଚାଷୀ କ୍ଷେତରେ ଲାଉ ଚାଷ କରି ଖୁବ ଭଲ ଉତ୍ପାଦନ (Good production) କରିବା ସହିତ ଭଲ ରୋଜଗାର କରିପାରୁଛନ୍ତି । 

ଲାଉ ଚାଷୀ ଗୁଦୁ କୁମାରଙ୍କ କହିବା ଅନୁଯାୟୀ ଲାଉ ଚାଷ ପାଇଁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ପଡେନାହିଁ ଏଥିପାଇଁ ଖୁବ କମ୍ ପରିଶ୍ରମ (Very little effort) ଆବଶ୍ୟକ । ତେଣୁ ସେ ଲାଉ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଚାଷୀଙ୍କ କହିବା ଅନୁଯାୟୀ ଅନ୍ୟ ପନିପରିବା ତୁଳନାରେ ଲାଉ ଖୁବ ଅଧିକ ଉତ୍ପାଦନ ହେବା ସହିତ ଅଧିକ ଲାଭ ଦେଇଥାଏ । କୃଷକଙ୍କ କହିବା ଅନୁଯାୟୀ ଗୋଟିଏ ମାସରେ ପାକାପାଖି ୩ ହଜାର ପାଖାପାଖି ଲାଉ ଉତ୍ପାଦନ ହୋଇଥାଏ । ସେହି ଲାଉ ଚାଷରୁ ପାଖାପାଖି ୮୦ ହଜାର ଟଙ୍କା ରୋଜଗାର (Earning 80 thousand rupees) ହୋଇଥାଏ ।

କ୍ଷତି ସମ୍ଭାବନା କମ

ଲାଉ ଚାଷ କରି ଲାଭବାନ ହୋଇଥିବା ଚାଷୀ ଗୁଡୁ କହିଛନ୍ତି ଯେ, ପୂର୍ବରୁ ଆମେ କ୍ଷେତରେ ବିଭିନ୍ନ ପ୍ରକାରର ପନିପରିବା ଚାଷ (Cultivation of different types of vegetables) କରୁଥିଲୁ। କିନ୍ତୁ ସେଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡୁଥିଲା ଆଉ ବଜାର ଦର ଯଦି କୌଣସି ସମୟରେ କମିଯାଉଥିଲା ସେତେବେଳେ କ୍ଷତି ହେଉଥିଲା । କିନ୍ତୁ ଲାଉ ଏପରି ଫସଲ ଯେଉଁଥିରେ କ୍ଷତି ହେବାର ସମ୍ଭାବନା କମ ଥାଏ । ସଠିକ ପ୍ରଣାଳୀରେ ଲାଉ ଚାଷ କରିପାରିଲେ ଖୁବ ଭଲ ଟଙ୍କା ରୋଜଗାର ହୋଇଥାଏ । ଯେଉଁମାନେ କମ ପରିଶ୍ରମରେ ଚାଷ କରିବାକୁ ଚାହୁଁଛନ୍ତି ସେମାନେ ଲାଉ ଚାଷ କରି ପାରିବେ ବୋଲି ଚାଷୀ (farmer) କହିଛନ୍ତି ।

ସ୍ଥାନୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଚାଷୀ ଗୁଦୁ କୁମାର ଏକଥା କହିଛନ୍ତି ଯେ, ଆମେ ବିଗତ ବର୍ଷ ଗୁଡିକରେ ଯେତେ ପ୍ରକାରର ଫସଲ ଚାଷ କରିଛୁ ସେମଧ୍ୟରୁ ଲାଉ ଚାଷ ସବୁଠୁ ଲାଭଜନକ । ଚାଷୀଙ୍କ କହିବା ଅନୁଯାୟୀ ପ୍ରଥମେ କଦଳୀ ଚାଷ (Cultivation of banana) କରିବା ପାଇଁ କ୍ଷେତ ପ୍ରସ୍ତୁତ ହୋଇଥିଲା ପରେ ସେଠାରେ ଲାଉ ଚାଷ କରିବାକୁ ଆମେ ନିଷ୍ପତ୍ତି ନେଇଥିଲୁ । ଯେତେବେଳେ ଲାଉ ଡଙ୍କ ଖୁବ ଭଲ ଆକାରରେ ବଢିଲା ସେତେବେଳେ ଆମେ ଖୁବ ଖୁସି ହୋଇଯାଇଥିଲୁ । ବର୍ତ୍ତମାନ କ୍ଷେତରେ ଶହ ଶହ ଲାଉ ଓହଳିଥିବାର ଦେଖି ଖୁବ ଖୁସି ଲାଗୁଛି । ଏବେ ମଧ୍ୟ ଅନେକ ନୂଆ କଢି ଆସିବାରେ ଲାଗିଛି ଯାହା ଆଗକୁ ଫଳ ଧରିବା ସହିତ ଲାଭ ଦେବ । ଦିନେ ଛଡା ଦିନେ ପ୍ରାୟ ୧୮୦ ପାଖାପାଖି ଲାଉ କ୍ଷେତରୁ ବଜାରକୁ ବିକ୍ରି ପାଇଁ ଯାଇଥାଏ (Goes to the market for sale) । ମାସକୁ ପାଖାପାଖି ୨୫୦୦ରୁ ୩୦୦୦ ଲାଉ କ୍ଷେତରୁ ବାହାରିଥାଏ । ବର୍ତ୍ତମାନ ଗୋଟିଏ ଲାଉ ପିଛା ବଜାର ଦର (lockey price) ୩୦ରୁ ୩୫ଟଙ୍କା ରହିଥିବା ବେଳେ ସମୁଦାୟ ଲାଉ ବିକ୍ରି ଉପରେ ପାଖାପାଖି ୮୦ ହଜାର ଟଙ୍କା ଲାଭ ମିଳିଥାଏ । ଏହି ଚାଷ ଦେଖି ସ୍ଥାନୀୟ ଅଞ୍ଚଳରେ ଅନେକ ଚାଷୀ ମଧ୍ୟ ଲାଉ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

Also Read- Home Tips: ଫ୍ରିଜରେ ଖାଦ୍ୟ ରଖିବା ସମୟରେ ଭୁଲରେ ଏସବୁ କରନ୍ତୁ ନାହିଁ, ନହେଲେ ଖାଦ୍ୟ ନଷ୍ଟ ହେବ

Also Read- Health Care: ଏହି ଜିନିଷରେ ଲେମ୍ବୁ ରସ ମିଶାଇ ପିଉଛନ୍ତି କି? ସାବଧାନ