Special Train: ଛଟ୍ ପୂଜା ପାଇଁ ପୁରୀ-ପାଟନା ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍, ଜାଣନ୍ତୁ କେବେଠୁ ?
Advertisement
Article Detail0/zeeodisha/odisha1957152

Special Train: ଛଟ୍ ପୂଜା ପାଇଁ ପୁରୀ-ପାଟନା ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍, ଜାଣନ୍ତୁ କେବେଠୁ ?

Chhath Puja Special Train: ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ... ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ (East Coast Railway)ପକ୍ଷରୁ ଛଟ୍ ପୂଜା (Chhath Puja) ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ (Special Train) ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି।

Also Read: Dr Shankar Ramchandani: ମହାନତାର ଅନ୍ୟ ନାମ ଡାକ୍ତର ଶଙ୍କର ରାମ ଚନ୍ଦାନୀ, ନିଜ ଶେଷ ସମ୍ପତ୍ତିକୁ...

ପୁରୀରୁ (Puri) ଏହି ସ୍ୱତନ୍ତ୍ର ଟ୍ରେନ୍  08449 ପୁରୀ-ପାଟନା ସ୍ପେଶାଲ୍ ଟ୍ରେନ୍ (Puri-Patna Special Train) ଭାବରେ ଚଳାଚଳ କରିବ । ସୋମବାର ଏବଂ ବୁଧବାର (୧୩ ଏବଂ ୧୫ ନଭେମ୍ବର ୨୦୨୩ ) ଦିନ ପୁରୀରୁ ରାତ୍ରି ୧୧ ଘଣ୍ଟା ୩୦ ମିନିଟ୍ ସମୟରେ ଛାଡି ପାଟନା ଯାତ୍ରା କରିବ । ସେହିପରି, ଫେରିବା ମାର୍ଗରେ ଏହି ଟ୍ରେନ ପାଟନା ଠାରୁ 08450 ପାଟନା-ପୁରୀ ସ୍ପେଶାଲ୍ ଭାବରେ ଚଳାଚଳ କରିବ । ଏହା ପାଟନାରୁ ମଙ୍ଗଳବାର ଏବଂ ଗୁରୁବାର (୧୪ ଏବଂ ୧୬ ନଭେମ୍ବର ୨୦୨୩) ସଂନ୍ଧ୍ୟା ୦୬ ଘଟିକାରେ ଛାଡି ପୁରୀ ଯାତ୍ରା କରିବ । 

ଚଳିତ ବର୍ଷ ଛଟ୍ ପୂଜା ୧୭ ନଭେମ୍ବରରୁ ଆରମ୍ଭ ହୋଇ ୨୦ ନଭେମ୍ବର ପର୍ଯ୍ୟନ୍ତ ଚାଲିବ।  ଏହି ପର୍ବ ବିହାର, ଝାଡ଼ଖଣ୍ଡ ଏବଂ ପୂର୍ବ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ବେଶ୍ ଧୁମଧାମ୍ ସହକାରେ ପାଳନମ କରାଯାଏ। ଏହା ବ୍ୟତୀତ ନେପାଳର କେତେକ ଅଞ୍ଚଳରେ ଛଟ ପର୍ବ ମଧ୍ୟ ପାଳନ କରାଯାଏ । ବିଶ୍ୱାସ ରହିଛି ଯେ,  ଛଟ୍ ଦିନ ସୂର୍ଯ୍ୟଙ୍କ ପୂଜାରେ ଛଟି ମାଆ ଖୁସି ହୋଇ ଥାଆନ୍ତି। ଛଟର ପ୍ରଥମ ଦିନକୁ 'ନହେ ଖୈ' ଭାବରେ ପାଳନ କରାଯାଏ ଯେଉଁଥିରେ ଘର ସଫା କରିବା, ତା'ପରେ ଗାଧୋଇବା ଏବଂ ଶାକାହାରୀ ଖାଦ୍ୟ ସହିତ ଉପବାସ ଆରମ୍ଭ କରାଯାଏ  ।

ଦ୍ୱିତୀୟ ଦିନରେ ଭକ୍ତମାନେ ଦିନସାରା ଉପବାସ କରିବା ପରେ ସନ୍ଧ୍ୟାରେ ଖାଦ୍ୟ ଖାଆନ୍ତି । ଦ୍ୱିତୀୟ ଦିନରେ ବ୍ରତଧାରୀମାନେ ଦିନସାରା ଉପବାସ କରିବା ପରେ ସନ୍ଧ୍ୟାରେ ପୂଜା ପରେ ଖାଦ୍ୟ ଖାଆନ୍ତି ଏହାକୁ ଖାର୍ନା କୁହାଯାଏ । ତୃତୀୟ ଦିନରେ ଛଟ ପ୍ରସାଦ ତିଆରି ହୋଇଥାଏ । ପ୍ରସାଦ, ଚାଉଳ ଲଡୁ ଏବଂ ଫଳ ଭାବରେ ଠେକୁଆ ( ମିଠା) ମଧ୍ୟ ଅନ୍ତର୍ଭୁକ୍ତ । ସନ୍ଧ୍ୟାରେ, ଅର୍ଘ୍ୟ ସୁପ୍ ଏକ ବାଉଁଶ ଟୋକେଇରେ ସଜାଯାଏ ଏବଂ ପୋଖରୀ କିମ୍ବା ନଦୀ କୂଳରେ ସାମୂହିକ ଭାବରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଏ । ସେହିପରି  ଚତୁର୍ଥ ଦିନରେ କାର୍ତ୍ତିକ ଶୁକ୍ଲା ସପ୍ତମୀରେ ବଢୁଥିବା ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଏ । ସାଧାରଣତଃ ମହିଳାମାନେ ଏହି ବ୍ରତ ରଖିଥାନ୍ତି ।