Sourav Ganguly: ସୌରଭ ଗାଙ୍ଗୁଲିଙ୍କ ବାୟୋପିକକୁ ନେଇ ଆସିଲା ବଡ ଅପଡେଟ୍, ଯାହାକୁ ନେଇ ଖୁସିରେ ନାଚି ଉଠିଲେ ଫ୍ୟାନ୍ସ
Advertisement

Sourav Ganguly: ସୌରଭ ଗାଙ୍ଗୁଲିଙ୍କ ବାୟୋପିକକୁ ନେଇ ଆସିଲା ବଡ ଅପଡେଟ୍, ଯାହାକୁ ନେଇ ଖୁସିରେ ନାଚି ଉଠିଲେ ଫ୍ୟାନ୍ସ

Sourav Ganguly Biopic:ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି (Saurav Ganguly)। ସୌରଭ ଗାଙ୍ଗୁଲିଙ୍କୁ ନେଇ ବର୍ତ୍ତମାନ ଏକ ତାଜା ଅପେଡେଟ ସାମ୍ନାକୁ ଆସିଛି ।  ଯାହା ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଖୁସି ଖବର କହିଲେ ଅତ୍ୟୁକ୍ତି ହେବ ନାହିଁ । ଗତ କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା ଯେ, ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ ଆସିବାକୁ ଯାଉଛି। ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ମାନେ ଉତ୍ସାହର ସହ ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି ।   ଏବଂ ବର୍ତ୍ତମାନ ଲାଗୁଛି ଯେ ସେମାନଙ୍କର ଅପେକ୍ଷା  ଅନ୍ତ ହେବାକୁ ଯାଉଛି ।

ସୌଜନ୍ୟ- ସୋସିଆଲ ମିଡିଆ

Sourav Ganguly Biopic: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି (Saurav Ganguly)। ସୌରଭ ଗାଙ୍ଗୁଲିଙ୍କୁ ନେଇ ବର୍ତ୍ତମାନ ଏକ ତାଜା ଅପେଡେଟ ସାମ୍ନାକୁ ଆସିଛି ।  ଯାହା ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଖୁସି ଖବର କହିଲେ ଅତ୍ୟୁକ୍ତି ହେବ ନାହିଁ । ଗତ କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା ଯେ, ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ ଆସିବାକୁ ଯାଉଛି। ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ମାନେ ଉତ୍ସାହର ସହ ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି ।   ଏବଂ ବର୍ତ୍ତମାନ ଲାଗୁଛି ଯେ ସେମାନଙ୍କର ଅପେକ୍ଷା  ଅନ୍ତ ହେବାକୁ ଯାଉଛି । ସୌରଭ ଗାଙ୍ଗୁଲି ବାୟୋପିକ (Sourav Ganguly Biopic)ପାଇଁ ବର୍ତ୍ତମାନ ସ୍କ୍ରିପ୍ଟ ପ୍ରସ୍ତୁତ ହୋଇଯାଇଛି ବୋଲି ସୂଚନା ମିଳିଛି । କେବଳ ଫ୍ୟାନ୍ସ ନୁହେଁ, ଯାହାକୁ ନେଇ ଦାଦା ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି ।

ମହେନ୍ଦ୍ର ସିଂ ଧୋନିଙ୍କ ପରେ ବର୍ତ୍ତମାନ ଭେଟେରାନ କ୍ରିକେଟର ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ଜୀବନୀ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଇଛି । ମିଡିଆ ରିପୋର୍ଟ ଅନୁସାରେ ଫିଲ୍ମ ପାଇଁ ସ୍କ୍ରିପ୍ଟ ମଧ୍ୟ ଲେଖା ହୋଇ ମୁମ୍ବାଇରେ ପହଞ୍ଚି ସାରିଛି । ତେବେ,ଏହି ଫିଲ୍ମରେ ଲିଡ ରୋଲରେ କିଏ ନଜର ଆସିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କୁହାଯାଉଛି ଯେ, ସୌରଭ ଗାଙ୍ଗୁଲି ଆଜି(ମଙ୍ଗଳବାର)ଫିଲ୍ମର ସମ୍ପୂର୍ଣ୍ଣ ସ୍କ୍ରିପ୍ଟ ଶୁଣିବେ ଏବଂ ସୁଟିଂ ପାଇଁ ଗ୍ରୀନ ସିଗନାଲ ଦେବେ । ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ୨୦୨୧ ମସିହାରେ ସୌରଭ ଗାଙ୍ଗୁଲିଙ୍କୁ ଜୀବନ କାହାଣୀକୁ ନେଇ ଫିଲ୍ମ ନିର୍ମାଣ କରାଯିବ ବୋଲି ଘୋଷଣା କରାଯାଇଥିଲା ।  ଯାହା ପରେ ଫିଲ୍ମକୁ ନେଇ କାମ ମଧ୍ୟ କିଛି ଆରମ୍ଭ ହୋଇଥିଲା । ୨୦୨୧ ମସିହା,୯ ସେପ୍ଟେମ୍ବରରେ ଲଭ୍ ଫିଲ୍ମସ୍ ଏବଂ ସୌରଭ ଗାଙ୍ଗୁଲି ଏକାଠି ମିଶି ବାୟୋପିକ ପ୍ରସ୍ତୁତି ନେଇ ଘୋଷଣା କରିଥିଲେ । ବର୍ତ୍ତମାନ ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟ ସଂପୂର୍ଣ୍ଣ ହୋଇସାରିଥିବା ଜଣାପଡିଛି, ଏହା ଚଳିତ ବର୍ଷ ରିଲିଜ ହେବ। ତେବେ ,ଫିଲ୍ମ ରିଲିଜ୍ ନେଇ କୌଣସି ଅଫିସିଆଲ ଘୋଷଣା ଏ-ପର୍ଯ୍ୟନ୍ତ କରାଯାଇ ନାହିଁ। 

Also Read: Athiya Shetty KL Rahul Wedding Pictures: ଦେଖନ୍ତୁ ଆଥିଆ-ରାହୁଲଙ୍କ ବୈବାହିକ ଫଟୋ, କୁହନ୍ତୁ କିପରି ଲାଗୁଛି ଏହି ଯୋଡ଼ି

ଗତ ବର୍ଷ ବିସିସିଆଇ ସଭାପତି ପଦରୁ ସୌରଭ ଗାଙ୍ଗୁଲି ଇସ୍ତଫା ଦେଇଥିଲେ । ତେବେ ଗତକିଛି ଦିନ ଧରି ଚର୍ଚ୍ଚା ଚାଲିଛି ଯେ, ସୌରଭ ଗାଙ୍ଗୁଲି ରାଜନୀତିରେ ପ୍ରବେଶ କରିବେ । ଏନେଇ ଚଳିତ ମାସ ୧୬ ତାରିଖରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ । ମିଳିଥିବା ସୂଚନା ଅନୁଯାୟୀ,ମମତା ଓ ଗାଙ୍ଗୁଲିଙ୍କ ସାକ୍ଷାତକୁ ନେଇ ରାଜନୈତିକ ମହଲରେ ଅନେକ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି । ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ସୌରଭ ଗାଙ୍ଗୁଲି ରାଜନୀତିର ରାସ୍ତା ବାଛିବେ କି? କିନ୍ତୁ ଏହାପୂର୍ବରୁ ଗାଙ୍ଗୁଲି ରାଜନୀତିରେ ଯୋଗଦେବା କଳ୍ପନାକୁ ଅନେକ ଥର ପ୍ରତ୍ୟାଖ୍ୟାନ କରିଛନ୍ତି । ତେବେ ମମତା ବାନାର୍ଜୀଙ୍କ ସହ ତାଙ୍କର ଭଲ ସମ୍ପର୍କକୁ ନେଇ ବାରମ୍ବାର ଚର୍ଚ୍ଚା ଜୋର ଧରିଛି ।