Bijaya Sankar Das and Somalika Controversy:ଜୟ ନାରାୟଣ ମିଶ୍ରଙ୍କୁ ଭେଟିବା ପରେ ସୋମାଲିକାଙ୍କୁ ଅଜଣା ନମ୍ବରରୁ ମିଳୁଛି ଧମକ, ଅଡିଓ ଭାଇରାଲ
Advertisement
Article Detail0/zeeodisha/odisha1580303

Bijaya Sankar Das and Somalika Controversy:ଜୟ ନାରାୟଣ ମିଶ୍ରଙ୍କୁ ଭେଟିବା ପରେ ସୋମାଲିକାଙ୍କୁ ଅଜଣା ନମ୍ବରରୁ ମିଳୁଛି ଧମକ, ଅଡିଓ ଭାଇରାଲ

Bijaya Sankar Das and Somalika Controversy: ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଭେଟିବାର ଦୁଇ ଦିନ ପରେ ସୋମାଲିକାଙ୍କୁ ଏକ ଅଜଣା ନମ୍ବରରୁ କଲ କରି ଜଣେ ବ୍ୟକ୍ତି ଧମକ ଦେଉଥିବା ଅଭିଯୋଗ ହୋଇଛି । ବ୍ୟକ୍ତି ଜଣକ କଲ କରି ତିର୍ତ୍ତୋଲ ବିଧାୟକଙ୍କ ସହ ଥିବା ବିବାଦର ସମାଧାନ କରିବା ନେଇ ସୋମାଲିକାଙ୍କୁ କହୁଥିବା ସେ ଅଭିଯୋଗ କରିଛନ୍ତି । 

ସୌ(ସୋସିଆଲ ମିଡିଆ)

Bijaya Sankar Das and Somalika Controversy: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ବାନ୍ଧବୀ ସୋମାଲିକାଙ୍କୁ ଆସୁଛି ଅଜଣା ଫୋଲ କଲ । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଭେଟିବାର ଦୁଇ ଦିନ ପରେ ସୋମାଲିକାଙ୍କୁ ଏକ ଅଜଣା ନମ୍ବରରୁ କଲ କରି ଜଣେ ବ୍ୟକ୍ତି ଧମକ ଦେଉଥିବା ଅଭିଯୋଗ ହୋଇଛି । ବ୍ୟକ୍ତି ଜଣକ କଲ କରି ତିର୍ତ୍ତୋଲ ବିଧାୟକଙ୍କ ସହ ଥିବା ବିବାଦର ସମାଧାନ କରିବା ନେଇ ସୋମାଲିକାଙ୍କୁ କହୁଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏହି କଲ ରେକର୍ଡ଼କୁ ଗଣମାଧ୍ୟମକୁ ହସ୍ତାନ୍ତର କରିବା ସହ ଏନେଇ ପୋଲିସ ନିକଟରେ ଅଭିଯୋଗ କରିବା ନେଇ ସୋମାଲିକା କହିଛନ୍ତି । ବିଧାୟକ ଓ ତାଙ୍କ ମଧ୍ୟରେ ମଧସ୍ଥ କରିବାକୁ ଉଦ୍ୟମ କରୁଥିବା ଏହି ବ୍ୟକ୍ତି ଜଣକ କିଏ ତାଙ୍କୁ ସେ ଜାଣିନଥିବା କହିଛନ୍ତି ସୋମାଲିକା ।

ଏହି ଅଡ଼ିଓ କ୍ଲିପରେ ଅଜଣା ବ୍ୟକ୍ତି ଜଣକ କିଭଳି ସମସ୍ୟାର ସମାଧାନ ଚାହୁଁଥିବା ନେଇ ସେମାଲିକାଙ୍କୁ ପ୍ରଶ୍ନ କରୁଥିବାର ଦେଖିବାକୁ ମିଳିଛି । ଏହାର ଉତ୍ତରରେ ସୋମାଲିକା କହିଛନ୍ତି ଯେ, ଯଦି ମୁଁ ଆପଣଙ୍କ ଝିଅ ହୋଇଥାଆନ୍ତି ତାହାଲେ କଣ ଆପଣ ଏହିଭଳି ସମାଧାନ କରିବା ଲାଗି କହିଥାଆନ୍ତି କି ? ପରେ ସୋମାଲିକା ତିର୍ତ୍ତୋଲ ବିଧାୟକ ତାଙ୍କୁ କ୍ଷମା ମାଗିକେ ବୋଲି ଅଜଣା ବ୍ୟକ୍ତି ଜଣକଙ୍କୁ ବାରମ୍ବାର ପଚାରୁଥିବା ଏହି ଅଡ଼ିଓ କ୍ଲିପରେ ଶୁଣିବାକୁ ମିଳୁଛି । ପ୍ରକାଶ ଥାଉ କି, ଗତ ଫେବୃଆରୀ ୧୯ ତାରିଖରେ ସୋମାଲିକା ଜୟ ନାରାୟଣ ମିଶ୍ରଙ୍କୁ ଭେଟିଥିଲେ । ଦୀର୍ଘ ଦିନରୁ ସେ କରିଥିବା ଅଭିଯୋଗର ତଦନ୍ତ ପୋଲିସ ସଠିକ ଭାବେ କରୁନଥିବା ସେ କହିଥିଲେ । ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ସମସ୍ତ ତଥ୍ୟ ପ୍ରମାଣ ପରେ ବି କୌଣସି ଆଖିଦୃଶିଆ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏନେଇ ତାଙ୍କୁ ବାରମ୍ବାର ଥାନା ଓ କୋର୍ଟର ଚକ୍କର କାଟିବାକୁ ପଡ଼ୁଛି । ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଥିବା ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇବା ନେଇ ସେ ଜୟ ନାରାୟଣ ମିଶ୍ରଙ୍କୁ ଅନୁରୋଧ କରିଥିଲେ ।

ଏହାମଧ୍ଯ ପଢନ୍ତୁ- Bijay Shankar Das: ଫସିବେ ତିର୍ତ୍ତୋଲ ବିଧାୟକ ବିଜୟ, ରାସ୍ତାକୁ ଓହ୍ଲାଇଲାଣି ବିଜେପି

ଏହି ମାମଲାରେ ଗତ ଫେବୃଆରୀ ୪ ତାରିଖରେ ପୋଲିସ ସୋମାଲିକାଙ୍କ ବୟାନ ରେର୍କଡ଼ କରିଥିଲା । ଓଡ଼ିଶା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଗତ ଶୁକ୍ରବାର ଦିନ ତିର୍ତ୍ତୋଲ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସୂଚନା ଅନୁଯାୟୀ, ବିଧାୟକଙ୍କ ବିରୋଧରେ ୨୦୨୨ ମସିହା ମେ ୧୩ ତାରିଖରେ ଜଗତସିଂହପୁର ଥାନାରେ ସୋମାଲିକାଙ୍କ ଅଭିଯୋଗ କରିଥିଲେ ଏହା ସତ୍ତ୍ବ ପୋଲିସ ମାମଲା ରୁଜୁ କରିନଥିଲା । ଫଳରେ ଓଡ଼ିଶା ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ସୋମାଲିକା ।