Solar Eclipse 2023 Date: ଚଳିତ ବର୍ଷ ଦୁଇଟି ସୂର୍ଯ୍ୟପରାଗ ହେବ। ହେଲେ ଏହାର ପ୍ରଭାବ ଭାରତ ଉପରେ କ'ଣ ରହିବ ତାହା ଜାଣିବା ପାଇଁ ଆପଣ ଏହି ଖବର ପଢନ୍ତୁ।
Trending Photos
Solar Eclipse 2023 India: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆସନ୍ତା ଆସନ୍ତା ୨୦ ତାରିଖରେ ହେବାକୁ ଯାଉଛି। ୨୦ ଅପ୍ରେଲରେ ପଡ଼ୁଥିବା ସୂର୍ଯ୍ୟପରାଗ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ। ଯାହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ଯେପରିକି ଜୀବନ ଉପରେ ଏହି ସୂର୍ଯ୍ୟପରାଗର ପ୍ରଭାବ କ’ଣ ହେବ? ଭାରତରେ ଏହାର ପ୍ରଭାବ କ’ଣ ହେବ? ସୂର୍ଯ୍ୟପରାଗକୁ ନେଇ ଆପଣଙ୍କ ମନରେ ରହିଥିବା ସମସ୍ତ ପ୍ରଶ୍ନର ଉତ୍ତର ଆମେ ଆପଣଙ୍କୁ ଏହି ରିପୋର୍ଟ ମାଧ୍ୟମରେ ପ୍ରଦାନ କରୁଛି। ଯାହାକୁ ଆପଣଙ୍କ ମନରେ ରହିଥିବା ସମସ୍ତ ପ୍ରଶ୍ନର ଉତ୍ତର ମିଳିଯିବ। ଡେରି ନକରି ଏହି ଖବର ପଢନ୍ତୁ।
ଭାରତରେ ସୂର୍ଯ୍ୟ ଗ୍ରହଣର ପ୍ରଭାବ
ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଅପ୍ରେଲ ୨୦ ତାରିଖ ଗୁରୁବାର ଦିନ ହେବ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହି ସୂର୍ଯ୍ୟପରାଗ ଗୁରୁବାର ସକାଳ ୭ଟା ୪ ମିନିଟ ସମୟରୁ ଆରମ୍ଭ ହୋଇ ମଧ୍ୟାନ୍ନ ୧୨ଟା ୨୯ ମିନିଟ ପର୍ଯ୍ୟନ୍ତ ଚାଲିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବନାହିଁ। ହେଲେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେଉନଥିବାରୁ ଏହା ଭାରତରେ ବୈଧ ହେବ ନାହିଁ। ଏହା ସହିତ ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟଗ୍ରହଣ ଅକ୍ଟୋବର ୧୪ ତାରିଖ ଶନିବାର ହେବ।
କେଉଁଠି ଦୃଶ୍ୟମାନ ହେବ ବର୍ଷର ପ୍ରଥମ ସୂର୍ଯ୍ୟପରାଗ
ସତର୍କତା: ଉପରୋକ୍ତ ଖବରରେ ପ୍ରଦାନ କରାଯାଇଥିବା ସୂଚନା ସାଧାରଣ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ। Zee Odisha ଏହାକୁ ସୁନିଶ୍ଚିତ କରେ ନାହିଁ।