SIPRI Report 2023: ଚୀନ-ପାକିସ୍ତାନ ବିରୋଧରେ ଭାରୀ ପଡ଼ିଗଲା ଭାରତ, ଜାଣନ୍ତୁ କିପରି
Advertisement

SIPRI Report 2023: ଚୀନ-ପାକିସ୍ତାନ ବିରୋଧରେ ଭାରୀ ପଡ଼ିଗଲା ଭାରତ, ଜାଣନ୍ତୁ କିପରି

SIPRI Report on Arms Procurement: SIPRI ରିପୋର୍ଟ ମାଧ୍ୟମରେ କୁହାଯାଇଛି ଋଷିଆ ଆକ୍ରମଣ ପରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପୀୟ ଦେଶଙ୍କ ପକ୍ଷରୁ ମିଳିଥିବା ସୈନ୍ୟ ସହୟତା ପରେ ୟୁକ୍ରେନ ଗତ ବର୍ଷ ବିଶ୍ୱର ତୃତୀୟ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ଦେଶ ତାଲିକାରେ ସାମିଲ ହୋଇଛି। 

SIPRI Report 2023: ଚୀନ-ପାକିସ୍ତାନ ବିରୋଧରେ ଭାରୀ ପଡ଼ିଗଲା ଭାରତ, ଜାଣନ୍ତୁ କିପରି

SIPRI Report on Arms Importers: ଚୀନ-ପାକିସ୍ତାନ ବିରୋଧରେ ଭବିଷ୍ୟତରେ ହେବାକୁ ଯାଉଥିବା ଯୁଦ୍ଧ ଲାଗି ପ୍ରସ୍ତୁତି ଜାରି ରଖିଛି ଭାରତ। ଯୁଦ୍ଧ ପାଇଁ ଭାରତ ଅସ୍ତ୍ରଶସ୍ତ୍ର କ୍ରୟ ଠାରୁ ଆରମ୍ଭ କରି ସୀମାରେ ସୈନ୍ୟ କ୍ଷମତା ବୃଦ୍ଧି କରିବାରେ ଲାଗିଛି। ଭବିଷ୍ୟତରେ ହେବାକୁ ଯାଉଥିବା ଯୁଦ୍ଧ ଲାଗି ଭାରତ ପକ୍ଷରୁ କରାଯାଇଥିବା ସାମରିକ ପ୍ରସ୍ତୁତିକୁ ନେଇ ଆସିଛି ଏକ ଚମକାଇବା ଭଳି ରିପୋର୍ଟ।

ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ଦେଶଙ୍କ ତାଲିକାରେ ଭାରତ ସର୍ବାଗ୍ରେ ରହିଛି। ଗତ ୨୦୧୩ ବର୍ଷ ୨୦୧୭ ମଧ୍ୟରେ ଏବଂ ୨୦୧୮ ବର୍ଷରୁ ୨୦୨୨ ମଧ୍ୟରେ ଭାରତ ପକ୍ଷରୁ କରାଯାଇଥିବା ଅସ୍ତ୍ରଶସ୍ତ୍ର ଆମଦାନୀ ୧୧ ପ୍ରତିଶତ ହ୍ରାସ ପାଇଛି। ଗତ ମାର୍ଚ୍ଚ ୧୩ ତାରିଖ ସୋମବାର ସ୍ୱୀଡେନ ରାଜଧାନୀ ଷ୍ଟକହୋମ ସ୍ଥିତ ଥିଙ୍କଟ୍ୟାଙ୍କ SIPRI (Stockholm Think Tank SIPRI) ଦ୍ୱାରା ଏକ ରିପୋର୍ଟ ପ୍ରକାଶିତ ହୋଇଛି। ଯେଉଁଥିରେ ଭାରତ ପକ୍ଷରୁ କରାଯାଇଥିବା ଅସ୍ତ୍ରଶସ୍ତ୍ର କ୍ରୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏହି ରିପୋର୍ଟ ମାଧ୍ୟମରେ ପାକିସ୍ତାନ ବାବଦରେ ମଧ୍ୟ କୁହାଯାଇଛି। ଏନେଇ କୁହାଯାଇଛି ଯେ ୨୦୧୮-୨୨ ମଧ୍ୟରେ ବିଶ୍ୱର ଅଷ୍ଟମ ବୃହତ୍ତମ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ଦେଶ ପାକିସ୍ତାନର ହତିଆର ଆମଦାନୀରେ ୧୪ ପ୍ରତିଶତ ବୃଦ୍ଧି ହୋଇଛି। ଚୀନ୍ ପାକିସ୍ତାନର ମୁଖ୍ୟ ହତିଆର ଯୋଗାଣକାରୀ ସହଯୋଗୀ।

SIPRI ରିପୋର୍ଟ ମାଧ୍ୟମରେ କୁହାଯାଇଛି ଋଷିଆ ଆକ୍ରମଣ ପରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପୀୟ ଦେଶଙ୍କ ପକ୍ଷରୁ ମିଳିଥିବା ସୈନ୍ୟ ସହୟତା ପରେ ୟୁକ୍ରେନ ଗତ ବର୍ଷ ବିଶ୍ୱର ତୃତୀୟ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ଦେଶ ତାଲିକାରେ ସାମିଲ ହୋଇଛି। SIPRI ସହ ଜଡ଼ିତ ଅଧ୍ୟୟନକର୍ତ୍ତା ପିଟର ୱେଜମେନ୍ କହିଛନ୍ତି ଯେଉଁଠାରେ ଗତ ବର୍ଷ ଅସ୍ତ୍ରଶସ୍ତ୍ର ଆମଦାନୀରେ ହ୍ରାସ ଘଟିଥିଲା। ହେଲେ ଅନ୍ୟପଟେ ଋଷିଆ ସହିତ ତିକ୍ତତା ବୃଦ୍ଧି ହେତୁ ୟୁରୋପୀୟ ଦେଶରେ ଅସ୍ତ୍ରଶସ୍ତ୍ର କ୍ରୟ ବୃଦ୍ଧି ପାଇଥିଲା।

ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତର ଅସ୍ତ୍ରଶସ୍ତ୍ର ଆମଦାନୀରେ ହ୍ରାସ ଏକ ଜଟିଳ କ୍ରୟ ପ୍ରକ୍ରିୟା, ଅସ୍ତ୍ର ଯୋଗାଣକାରୀଙ୍କ ବିବିଧକରଣ ଏବଂ ଆମଦାନୀ ଅପେକ୍ଷା ସ୍ୱଦେଶୀ ଜ୍ଞାନକୌଶଳ ଦ୍ୱାରା ବିକଶିତ ଡିଜାଇନ୍ ସହିତ ଜଡିତ। ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ (Stockholm International Peace Research Institute) କହିଛି ଯେ ୨୦୧୮-୨୨ ବର୍ଷରେ ବିଶ୍ୱର ୫ ବୃହତ୍ତମ ଅସ୍ତ୍ର ଆମଦାନୀକାରୀ ଦେଶ ହେଉଛି ଭାରତ, ସାଉଦି ଆରବ, କାତାର, ଅଷ୍ଟ୍ରେଲିଆ ଏବଂ ଚୀନ୍। ରିପୋର୍ଟ ଅନୁଯାୟୀ ବୃହତ୍ତମ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ ଦେଶ ତାଲିକାରେ ଯୁକ୍ତରାଷ୍ଟ୍ର ଆମେରିକା, ଋଷିଆ, ଫ୍ରାନ୍ସ, ଚୀନ୍ ଏବଂ ଜର୍ମାନୀ ଅନ୍ତର୍ଭୂକ୍ତ ଅଛନ୍ତି।

ଗତ ୨୦୧୮-୨୨ ମଧ୍ୟରେ ଫ୍ରାନ୍ସ ପକ୍ଷରୁ କରାଯାଇଥିବା ଅସ୍ତ୍ରଶସ୍ତ୍ର ରପ୍ତାନୀର ୩୦ ପ୍ରତିଶତ ଭାରତ ହାତେଇଥିଲା। ଫ୍ରାନ୍ସ, ଋଷିଆ ପରେ ଭାରତର ଦ୍ୱିତୀୟ ବୃହତ୍ତମ ଅସ୍ତ୍ର ଯୋଗାଣକାରୀ ହୋଇଯାଇଛି। ଏହା ପୂର୍ବରୁ ଆମେରିକା ଭାରତକୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଋଷିଆ ପକ୍ଷରୁ କରାଯାଉଥିବା ଅସ୍ତ୍ରଶସ୍ତ୍ର ରପ୍ତାନୀରେ ହ୍ରାସ ହେତୁ ଫ୍ରାନ୍ସ ବିଶ୍ୱ ହତିଆର ବଜାରରେ ଏକ ବଡ଼ ଅଂଶ ଦଖଲ କରିନେଇଛି। ଯାହାର ଉଦାହରଣ ହେଉଛି ଭାରତ। 

SIPRI ରିପୋର୍ଟ ଦର୍ଶାଇଛି ଯେ ୨୦୧୮-୨୨ ମଧ୍ୟରେ ଶ୍ରେଷ୍ଠ ୧୦ ଅସ୍ତ୍ରଶସ୍ତ୍ର ଆମଦାନୀକାରୀଙ୍କ ମଧ୍ୟରୁ ୩ ଆରବ ଦେଶ ରହିଥିଲେ। ସେମାନେ ହେଉଛନ୍ତି ଯେ, ସାଉଦି ଆରବ, କାତାର ଏବଂ ଇଜିପ୍ଟ। ୨୦୧୮-୨୨ ମଧ୍ୟରେ ସାଉଦି ଆରବ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ଦେଶ ରହିଥିଲା। ଏହି ସମୟ ମଧ୍ୟରେ ଏହା ସମସ୍ତ ଅସ୍ତ୍ର ଆମଦାନୀରୁ ୯.୬ ପ୍ରତିଶତ ମିଳିଥିଲା। ଏହା ସହିତ ୨୦୧୩-୧୭ ଏବଂ ୨୦୧୮-୨୨ ମଧ୍ୟରେ କାତାର ପକ୍ଷରୁ କରାଯାଇଥିବା ଅସ୍ତ୍ରଶସ୍ତ୍ର ଆମଦାନୀରେ ୩୧୧ ପ୍ରତିଶତ ବୃଦ୍ଧି ହୋଇଥିବା ପଞ୍ଜୀକୃତ ହୋଇଛି। ଏହି କାରଣରୁ କାତାର ୨୦୧୮-୨୨ ମଧ୍ୟରେ ବିଶ୍ୱର ତୃତୀୟ ବୃହତ୍ତମ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ହୋଇପାରିଛି।