ଅଜବ ଚାକିରୀ! କାମ ନକରିବା ପାଇଁ ମିଳୁଛି ଟଙ୍କା, ଦରମା ଜାଣିଲେ ଉଡିଯିବ ହୋସ୍
Advertisement

ଅଜବ ଚାକିରୀ! କାମ ନକରିବା ପାଇଁ ମିଳୁଛି ଟଙ୍କା, ଦରମା ଜାଣିଲେ ଉଡିଯିବ ହୋସ୍

Shoji Morimoto: ଶୋଜି ମୋରିମୋଟୋଙ୍କୁ କିଛି ନକରିବା ପାଇଁ ତାଙ୍କ କମ୍ପାନୀ ବହୁ ପରିମାଣର ଟଙ୍କା ପ୍ରଦାନ କରେ । ତାଙ୍କର କାମ ଏତିକି ଯେ ସେ କେବଳ କ୍ଲାଇଣ୍ଟଙ୍କ ସହିତ ସମୟ ବିତାଇଥାନ୍ତି । ପ୍ରତ୍ୟେକ ବୈଠକ ପାଇଁ କମ୍ପାନୀ ତାଙ୍କୁ ୧୦,୦୦୦ ୟେନ୍ ଅର୍ଥାତ ୭୧ ଡଲାର ମିଳିଥାଏ ।

ସୌ: ସୋସିଆଲ ମିଡିଆ

Rental-Do-Nothing-Man: ଆପଣ ବେକାର କି? ଆପଣ କାମ କରିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ କି? ତେବେ ଏହି କାମ ଆପଣଙ୍କ ପାଇଁ ସର୍ବୋତ୍ତମ ଅଟେ। ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଦରମା ମଧ୍ୟ ବହୁତ ଭଲ । ହଁ ଆଜ୍ଞା, ଜାପାନର ଶୋଜି ମୋରିମୋଟୋଙ୍କୁ କିଛି ନକରିବା ପାଇଁ ତାଙ୍କ କମ୍ପାନୀ ବହୁ ପରିମାଣର ଟଙ୍କା ପ୍ରଦାନ କରେ । ତାଙ୍କର କାମ ଏତିକି ଯେ ସେ କେବଳ କ୍ଲାଇଣ୍ଟଙ୍କ ସହିତ ସମୟ ବିତାଇଥାନ୍ତି । ପ୍ରତ୍ୟେକ ବୈଠକ ପାଇଁ କମ୍ପାନୀ ତାଙ୍କୁ ୧୦,୦୦୦ ୟେନ୍ ଅର୍ଥାତ ୭୧ ଡଲାର ମିଳିଥାଏ ।

ଟୋକିଓରେ ରହୁଥିବା ମୋରିମୋଟୋ ରଏଟର୍ସ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି, "ମୂଳତ, ମୁଁ ନିଜକୁ ଭଡା ଦେଇଥାଏ । ମୋର କାମ ହେଉଛି ମୋର କ୍ଲାଇଣ୍ଟ ମୋତେ ଯେଉଁଠି ରହିବାକୁ କୁହନ୍ତି, ସେଠାରେ ମୁଁ ରହିଥାଏ । ଏହି ସମୟ ମଧ୍ୟରେ ମୋତେ କିଛି କରିବାକୁ ପଡେ ନାହିଁ ।" ସେ ଗତ ଚାରି ବର୍ଷ ମଧ୍ୟରେ ପ୍ରାୟ ୪,୦୦୦ ସେସନ କରିଛନ୍ତି । ଅର୍ଥାତ୍ ଚାରି ବର୍ଷ ମଧ୍ୟରେ ସେ ୨.୮୪ ଲକ୍ଷ ଆମେରିକୀୟ ଡଲାର ରୋଜଗାର କରିଛନ୍ତି ।

ମୋରିମୋଟୋ ଦେଖବାକୁ ବହୁତ ପତଳା । ଟ୍ୱିଟରରେ ତାଙ୍କର ପ୍ରାୟ ୨.୫ ଲକ୍ଷ ଫଲୋର୍ସ ଅଛନ୍ତି । ଅଧିକାଂଶ କ୍ଲାଇଣ୍ଟ ଏଠାରେ ତାଙ୍କ ସହିତ ଯୋଗାଯୋଗ କରନ୍ତି । କିଛି ନା କରିବା ଅର୍ଥ ନୁହେଁ ଯେ ମୋରିମୋଟୋ କିଛି କରିବ । ସେ ଫ୍ରିଜକୁ ସିଫ୍ଟ କରିବା ଓ କାମ୍ବୋଡିଆ ଯିବା ପାଇଁ ଅଫର ପ୍ରତ୍ୟାଖ୍ୟାନ କରିଥିଲେ । ଏହା ବ୍ୟତୀତ, ଶାରୀରିକ ସମ୍ପର୍କ ରହିବା ଭଳି ଅନୁରୋଧ ମଧ୍ୟ ଅତି ସହଜରେ ପ୍ରତ୍ୟାଖାନ କରି ଦେଇଥାନ୍ତି ।

ଗତ ସପ୍ତାହରେ ସେ ୨୭ ବର୍ଷୀୟ ଡାଟା ଆନାଲିଷ୍ଟ ଅରୁଣା ଚିଡାଙ୍କ ସହ ସମୟ ବିତାଇଥିଲେ । ଏହି ସମୟରେ ଉଭୟ ଚା ଓ କେକ୍ ଖାଇଥିଲେ, କିନ୍ତୁ ସେ ବହୁତ କ୍ୱଚିତ୍ କଥା ହେଉଥିଲେ । ଚିଡା ସର୍ବସାଧାରଣ ସ୍ଥାନରେ ଭାରତୀୟ ପୋଷାକ ପିନ୍ଧିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ସାଙ୍ଗମାନେ ଏହାକୁ ପସନ୍ଦ କରିବେ ନାହିଁ ବୋଲି ସେ ଚିନ୍ତିତ ଥିଲେ । ତେଣୁ ସେ ମୋରିମୋଟୋଙ୍କ ସାହାଯ୍ୟ ନେଇଥିଲେ ।

ମୋରିମୋଟୋ ପୂର୍ବରୁ ଏକ ପ୍ରକାଶକଙ୍କ ପାଇଁ ମଧ୍ୟ କାମ କରିଥିଲେ । ଏହି ଚାକିରିରେ ସେ କିଛି ନକରିବାରୁ ତାଙ୍କୁ ବାରମ୍ବାର ଗାଳି ଦିଆଯାଉଥିଲା । ବର୍ତ୍ତମାନ ଏହା ହେଉଛି ମୋରିମୋଟୋଙ୍କର ଏକମାତ୍ର ଆୟର ଉତ୍ସ । ତାଙ୍କ ପତ୍ନୀ ଓ ପିଲାମାନେ ମଧ୍ୟ ତାଙ୍କର ଏହି କାମକୁ ସମର୍ଥନ କରନ୍ତି । ତେବେ ସେ କେତେ ରୋଜଗାର କରୁଛନ୍ତି ତାହା ପ୍ରକାଶ କରିବାକୁ ମନା କରି ଦେଇଛନ୍ତି । ସେ କହିଛନ୍ତି ଯେ ସେ କେବଳ ଗୋଟିଏ କିମ୍ବା ଦୁଇ ଜଣ କ୍ଲାଇଣ୍ଟଙ୍କୁ ଦିନକୁ ସମୟ ଦିଅନ୍ତି । କୋରୋନା ମହାମାରୀ ପୂର୍ବରୁ ଏହାର ସଂଖ୍ୟା ପ୍ରାୟ ୩ ରୁ ୪ ଥିଲା ।

ଏହା ବି ପଢ଼ନ୍ତୁ: Suresh Raina Retirement: 'କ୍ରିକେଟ୍' ଖେଳିବା ପାଇଁ କ୍ରିକେଟରୁ ଅବସର ସୁରେଶ ରାଇନା