Shocking News: ପତ୍ନୀଙ୍କ ପାଇଁ ଟ୍ରୋଲ ହେଲେ ୟୁଟ୍ୟୁବର ଅରମାନ୍ ମଲ୍ଲିକ, ଜାଣନ୍ତୁ କାରଣ
Advertisement

Shocking News: ପତ୍ନୀଙ୍କ ପାଇଁ ଟ୍ରୋଲ ହେଲେ ୟୁଟ୍ୟୁବର ଅରମାନ୍ ମଲ୍ଲିକ, ଜାଣନ୍ତୁ କାରଣ

YouTuber Trolled for Wife:  ୟୁଟ୍ୟୁବର୍ ଅରମାନ ମଲିକଙ୍କୁ ତାଙ୍କର ପତ୍ନୀଙ୍କ ପାଇଁ ଟ୍ରୋଲ କରିଛନ୍ତି ସୋସିଆଲ ମିଡ଼ିଆ ୟୁଜର। ଗୋଟିଏ ପଟେ ୟୁଟ୍ୟୁବର ଅରମାନଙ୍କ ପରିବାର ନୂତନ ଅତିଥିଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ହୋଇରହିଛି। ଅନ୍ୟ ପଟେ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା କରାଯାଇଥିବା ପୋଷ୍ଟ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ବିବ୍ରତ କରିଛି। 

Shocking News: ପତ୍ନୀଙ୍କ ପାଇଁ ଟ୍ରୋଲ ହେଲେ ୟୁଟ୍ୟୁବର ଅରମାନ୍ ମଲ୍ଲିକ, ଜାଣନ୍ତୁ କାରଣ

YouTuber Armaan Malik: କିଛି ବର୍ଷ ପୂର୍ବେ ଦୁଇ ଜଣ ଝିଅଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିବା ପ୍ରସିଦ୍ଧ ୟୁଟ୍ୟୁବର୍ ଅରମାନ ମଲିକ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଗୋଟିଏ ପଟେ ଯେଉଁଠାରେ ସୋସିଆଲ ମିଡିଆ ଦୁନିଆରେ ତାଙ୍କ ବିବାହକୁ ବହୁ ଚର୍ଚ୍ଚା ହୋଇଥିଲା, ହେଲେ ବର୍ତ୍ତମାନ ତାଙ୍କର ଉଭୟ ପତ୍ନୀ ପାୟଲ ମଲିକ ଏବଂ କ୍ରିତିକା ମଲିକ ଏକାଠି ଗର୍ଭବତୀ ହୋଇଛନ୍ତି। ଯାହାକୁ ନିଜେ କ୍ରିତିକା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି। ସଦ୍ୟ ଉଭୟ କ୍ରିତିକା ଏବଂ ପାୟଲ ସୋସିଆଲ ମିଡିଆ ଜରିଆରେ ତାଙ୍କର ଗର୍ଭବତୀ ହେବାର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ଖବର ସୋସିଆଲ ମିଡିଆ ଦୁନିଆରେ ଭାଇରାଲ ହେବା ମାତ୍ରେ ସୋସିଆଲ ମିଡ଼ିଆ ୟୁଜର ତାଙ୍କ ପରିବାରକୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। 

ୟୁଟ୍ୟୁବର ଅରମାନ ମଲିକଙ୍କ ଉଭୟ ପତ୍ନୀ ପାୟଲ ମଲିକ ଏବଂ କ୍ରିତିକା ମଲିକ ଏକାଠି ଗର୍ଭବତୀ ହେବାର ଖବର ଅଧିକାଂଶ ଲୋକଙ୍କୁ ଜଣା ନଥିବ। ଏହି ମଲିକ୍ ପରିବାର ସୋସିଆ ମିଡ଼ିଆ ଦୁନିଆରେ ବେଶ ଲୋକପ୍ରିୟ। ଅରମାନ ମଲ୍ଲିକ ଜଣେ କଣ୍ଟେଟ କ୍ରିଏଟର। ତାଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡେଲ ସହ ପ୍ରାୟ ୧.୫ ମିଲିୟନ୍ ଲୋକ ଯୋଡ଼ି ହୋଇଛନ୍ତି। ସେ ତାଙ୍କ ବ୍ୟକ୍ତିଗତ ଜୀବନରେ ୨ ଜଣ ସୁନ୍ଦର ମହିଳାଙ୍କୁ ବିବାହ କରିଛନ୍ତି। ଯେଉଁମାନେ ଭଉଣୀ ପରି ଏକାଠି ଗୋଟିଏ ଘର ରୁହନ୍ତି। ଆଗରୁ ଅରମାନ ଏବଂ ପାୟଲଙ୍କ ଏକ ପୁତ୍ର ମଧ୍ୟ ରହିଛି। ଯାହାଙ୍କ ନାଁ ହେଉଛି ଚିରାୟୁ। 

ଅରମାନ ମଲିକଙ୍କ ଉଭୟ ପତ୍ନୀ ପାୟଲ ମଲିକ ଏବଂ କ୍ରିତିକା ମଲିକ ଏକାଠି ଗର୍ଭବତୀକୁ ହେବାକୁ ସହଜେ ଗ୍ରହଣ କରି ପାରିନାହାଁନ୍ତି ସୋସିଆଲ ମିଡ଼ିଆ ୟୁଜର। ଗୋଟିଏ ପଟେ ୟୁଟ୍ୟୁବର ଅରମାନଙ୍କ ପରିବାର ନୂତନ ଅତିଥିଙ୍କ ପାଇଁ ପ୍ରସ୍ତୁତ ହୋଇରହିଛି। ଅନ୍ୟ ପଟେ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା କରାଯାଇଥିବା ପୋଷ୍ଟ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ବିବ୍ରତ କରିଛି। ଲୋକ ୟୁଟ୍ୟୁବର ଏବଂ ତାଙ୍କ ଦୁଇ ପତ୍ନୀଙ୍କୁ ଜବରଦସ୍ତ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। ଯେଉଁଠି ଜଣେ ସୋସିଆଲ ମିଡ଼ିଆ ୟୁଜର ଏହାକୁ ତାଙ୍କ ଭୁଲ୍  ବୋଲି ଅଭିଯୋଗ କରିଥିବା ବେଳେ, ଅନ୍ୟ ଜଣେ ଏହାକୁ ଖରାପ ବୋଲି କହିଛନ୍ତି। ଆଉ ଜଣେ ୟୁଜର କହିଛନ୍ତି ଏହି ଜଣ ଟଙ୍କା ପାଇଁ ପରସ୍ପର ସହ ଅଛନ୍ତି।

ସେହିପରି ଆଉ ଜଣେ ସୋସିଆଲ ମିଡ଼ିଆ ୟୁଜର କହିଛନ୍ତି, "ଏହି ଲୋକ ସେମାନଙ୍କର ମୂଳ ଏବଂ ସଂସ୍କୃତି ଭୁଲି ଯାଇଛନ୍ତି।"  ଅନ୍ୟ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି ଯେ ଏହି ୩ ଜଣ ମଧ୍ୟ ଭାରତର ଜନସଂଖ୍ୟା ବୃଦ୍ଧିରେ ସେମାନଙ୍କ ସହଯୋଗ ଦେଇଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି ସେମାନେ ସୋସିଆଲ ମିଡିଆ ଦୁନିଆରେ ବହୁତ ଖରାପ କାର୍ଯ୍ୟ କରିଛନ୍ତି। ଏଭଳି ଲୋକ ସେମାନଙ୍କର ମୂଳ ଏବଂ ସଂସ୍କୃତି ଭୁଲି ଯାଇଛନ୍ତି। ଜଣେ କଟାକ୍ଷ କରି ଲେଖିଛନ୍ତି ଯେ ଗୋଟିଏ ତୀରରେ ଦୁଇଟି ଶୀକାର। ଅନ୍ୟଜଣେ ୟୁଜର ପଚାରଛନ୍ତି, ଦୁଇଟି ପତ୍ନୀ ରଖିବା ଆଇନତଃ ଅପରାଧ ନୁହେଁ କି? ଆମେ କ'ଣ ୧୮୦୦ ଖ୍ରୀଷ୍ଟାବ୍ଦରେ ବସବାସ କରୁଛୁ କି? ଆଉ ଜଣେ ପଚାରିଛନ୍ତି ଯେ, ସେ କାହିଁକି ସେହି ଦୁଇ ଜଣ ଝିଅଙ୍କୁ ବିବାହ କରିଛନ୍ତି?  ଅନ୍ୟଜଣେ ୟୁଜର କହିଛନ୍ତି ଯେ ସେମାନେ ସମାଜରେ ମଇଲା ବିସ୍ତାର କରୁଛନ୍ତି।

ପ୍ରଥମ ପତ୍ନୀ ପାୟଲ ମଲ୍ଲିକ ଗର୍ଭବତୀ ହେବା ସମ୍ପର୍କରେ ୟୁଟ୍ୟୁବର ଅରମାନ ମଲିକ ଏକ ୧୩ ମିନିଟ ଅବଧି ବିଶିଷ୍ଟ ଭିଡ଼ିଓ ଅପଲୋଡ କରିଥିଲେ। ଯେଉଁଥିରେ ପାୟର ଯମଜ ଶିଶୁଙ୍କ ମାଆ ହେବାକୁ ଯାଉଥିବାର ଖବର ମିଳିଥିଲା। ଏହି ଭଇଡ଼ିଓ ଜରିଆରେ ଅନ୍ୟତମ ପତ୍ନୀ କ୍ରିତିକା ମଲିକ କହିଥିଲେ ଯେ ଅରମାନ ମଲିକଙ୍କ ପ୍ରଥମ ପତ୍ନୀ ପାୟଲ ଯାଆଁଳା ଶିଶୁଙ୍କ ମାଆ ହେବାକୁ ଯାଉଛନ୍ତି। ପ୍ରଥମେ ଅରମାନ ମଲିକ ପାୟଲ ମଲିକଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ମଧ୍ୟ ଏକ ସନ୍ତାନ ମଧ୍ୟ ରହିଛି। ପ୍ରାୟ ଛଅ ବର୍ଷର ଦାମ୍ପତ୍ୟ ଜୀବନ ପରେ ଅରମାନ ମଲିକ ଗତ ୨୦୧୮ ବର୍ଷରେ କ୍ରିତିକା ମଲିକଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଅରମାନଙ୍କ ଉଭୟ ପତ୍ନୀ ଗର୍ଭବତୀ  ଅଛନ୍ତି ଏବଂ ସେମାନେ ତାଙ୍କ ସହ ସୁଖମୟ ଜୀବନ ବିତାଉଛନ୍ତି।