Ram Setu Stone: କାହିଁକି ପାଣିରେ ଭାସିଥାଏ ରାମସେତୁ ପଥର? ଏହା ପଛରେ ରହିଛି କେଉଁ ରହସ୍ୟ?
Advertisement

Ram Setu Stone: କାହିଁକି ପାଣିରେ ଭାସିଥାଏ ରାମସେତୁ ପଥର? ଏହା ପଛରେ ରହିଛି କେଉଁ ରହସ୍ୟ?

Ram Setu Stone Mystery: ରାମ ସେତୁ ପଥର ପାଣିରେ ବୁଡ଼ିବା ବଦଳରେ ଭାସିଥାଏ। ସାଧାରଣତଃ ପଥର ଭଳି ଭାରୀ ଜିନିଷ ପାଣିରେ ଭାସିବା ବଦଳରେ ବୁଡିଯାଏ। ହେଲେ ରାମ ସେତୁ ପଥର ହେଉଛି ଏହାର ବ୍ୟତିକ୍ରମ।

Ram Setu Stone: କାହିଁକି ପାଣିରେ ଭାସିଥାଏ ରାମସେତୁ ପଥର? ଏହା ପଛରେ ରହିଛି କେଉଁ ରହସ୍ୟ?

Ram Setu Stone Floating: ଆଜିର ବିଜ୍ଞାନ ଯୁଗରେ ଏପରି ଅନେକ ସ୍ଥାନ ରହିଛି, ଯାହା ପଛରେ ରହିଥିବା ରହସ୍ୟର ପର୍ଦ୍ଦାଫାଶ ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ। ଏପରି ଏକ ରହସ୍ୟ ହେଉଛି ରାମ ସେତୁ ନିର୍ମାଣ ଲାଗି ବ୍ୟବହୃତ ହୋଇଥିବା ପଥର। କୁହାଯାଏ ଯେ ରାମ ସେତୁ ପଥର ପାଣିରେ ବୁଡ଼ିବା ବଦଳରେ ଭାସିଥାଏ। ସାଧାରଣତଃ ପଥର ଭଳି ଭାରୀ ଜିନିଷ ପାଣିରେ ଭାସିବା ବଦଳରେ ବୁଡିଯାଏ। ହେଲେ ରାମ ସେତୁ ପଥର ହେଉଛି ଏହାର ବ୍ୟତିକ୍ରମ। ଏହି ପଥର ପଛରେ କେଉ ରହସ୍ୟ ରହିଛି ତାହାର ସମାଧାନ କରିବାରେ ଆଜି ପର୍ଯ୍ୟନ୍ତ ସକ୍ଷମ ହୋଇନାହାଁନ୍ତି ବୈଜ୍ଞାନିକ। 

କେହି କେହି ଏହାକୁ ପ୍ରଭୁ ରାମଙ୍କ ଚମତ୍କାର ବୋଲି କହୁଥିବା ବେଳେ କେହି କେହି ଏହା ପଛରେ କୌଣସି ବୈଜ୍ଞାନିକ କାରଣ ରହିଥିବା କହିଥାନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଏହା ପଛରେ ରହିଥିବା ପ୍ରକୃତ କାରଣ କ'ଣ ତାହା 
ଜଣାପଡିନାହିଁ। ଅନେକ ବୈଜ୍ଞାନିକ ମଧ୍ୟ ଏହା ଉପରେ ଗବେଷଣା କରିଛନ୍ତି। ରାମ ସେତୁ ପଥର ସମଗ୍ର ବିଶ୍ୱରେ ପ୍ରସିଦ୍ଧ। କୁହାଯାଏ ଯେ ଏହି ପଥର କେବେ ହେଲେ ପାଣିରେ ବୁଡ଼େ ନାହିଁ। ପୌରାଣିକ ରାମ ସେତୁ ଆଜି ମଧ୍ୟ ଉପସ୍ଥିତ ରହିଛି। ଏହି ସେତୁ ଦେଖିବାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଭାରତ ଆସିଥାନ୍ତି। ଏହି ପଥର ପଛରେ କେଉଁ ରହସ୍ୟ ଲୁଚି ରହିଛି ତାହା ଜାଣିବାକୁ ଚେଷ୍ଟା କରିଥାନ୍ତି। ହେଲେ ଏହାର ରହସ୍ୟ କେହି ଜାଣିପାରି ନାହାଁନ୍ତି। ସମସ୍ତେ ଏହାକୁ ଭଗବାନ ରାମଙ୍କ ମହିମା ବୋଲି କହିଥାନ୍ତି।

Also Read: Ram Setu: ରାମ ସେତୁ ଅସ୍ତିତ୍ୱକୁ ନେଇ କ'ଣ ରହିଛି ଭିନ୍ନ ଭିନ୍ନ ଦାବି? କ'ଣ କହିଲେ ଉଭୟ କଂଗ୍ରେସ-ବିଜେପି ସରକାର?

ଭଗବାନ ରାମଙ୍କ ଦ୍ୱାରା ତ୍ରେତୟା ଯୁଗରେ ନିର୍ମିତ ହୋଇଥିବା ସେତୁକୁ କୁହାଯାଏ। ଏହି ସେତୁ ଭାରତର ପମ୍ବନ୍ ଏବଂ ଶ୍ରୀଲଙ୍କାର ମନ୍ନାର୍ ଦ୍ୱୀପକୁ ପରସ୍ପର ସହ ସଂଯୋଗ କରିଥାଏ। ଏହି ସେତୁ ସହାୟତାରେ ଭଗବାନ ରାମଙ୍କ ସେନା ଶ୍ରୀଲଙ୍କାରେ ପହଞ୍ଚିଥିଲେ। ସେତେବେଳେ କୌଣସି ସେତୁ ନଥିଲା। ସେଥିପାଇଁ ଭଗବାନ ରାମ ଏହି ସେତୁକୁ ପଥର ସହିତ ନିର୍ମାଣ କରିଥିଲେ। ତ୍ରେତୟା ଯୁଗରେ ନିର୍ମିତ ଏହି ସେତୁ ଆଜିର କଳି ଯୁଗରେ ମଧ୍ୟ ବିଦ୍ୟମାନ ରହିଛି। କୁହାଯାଏ ଯେ ଭଗବାନ ରାମ ନିଜେ ରାମ ସେତୁ ନିର୍ମାଣରେ ବ୍ୟବହୃତ ହୋଇଥିବା ପଥରରେ ଅବସ୍ଥାନ କରିଥାନ୍ତି।

ଏହି ସେତୁ ଚାରିପାଖରେ ଆପଣ ଦେଖିବେ ଯେ ସବୁଠାରୁ ବଡ ବଡ଼ ପଥର ମଧ୍ୟ ପାଣିରେ ଭାସୁଛି। ସାଧାରଣତଃ ଛୋଟ ହେଉ କିମ୍ବା ବଡ଼ ପଥର ପାଣିରେ ବୁଡ଼ି ଯାଏ। ହେଲ ରାମ ସେତୁ ନିର୍ମାଣରେ ବ୍ୟବହୃତ ହୋଇଥିବା ପଥରରେ ପାଣିରେ ଭାସିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ସେତୁ ଚୂନ ପଥର, ଆଗ୍ନେୟଗିରିରୁ ବାହାରି ଥିବା ପଥର ଏବଂ ପ୍ରବାଳ ଦ୍ବୀପରୁ ଉତ୍ପନ ପଥର ସହାୟତାରେ ନିର୍ମିତ ହୋଇଛି। ଏହି କାରଣରୁ ପାଣି ଜାହାଜ କେତେ ବେଳେ ଏହି ଜଳ ମାର୍ଗ ଦେଇ କେବେ ହେଲେ ଯାତ୍ରା କରନ୍ତି ନାହିଁ। କୌଣସି ଜାହାଜ ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କାର ସମ୍ପୂର୍ଣ୍ଣ ଉପକୂଳ ଅତିକ୍ରମ କରିବା ପରେ ଏହାର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥାଏ।

Also Read: ଖୁବଶୀଘ୍ର ଖୋଲିବ Ram Setu ଗୂଢ ରହସ୍ୟ; ଗବେଷଣା କରିବାକୁ ମଞ୍ଜୁରୀ ଦେଲା ASI

ରାମ ସେତୁ ନିର୍ମାଣରେ ବ୍ୟବହୃତ ହୋଇଥିବା ପଥର ଉପରେ ମଧ୍ୟ ଅଧୟନ କରିଛନ୍ତି ବୈଜ୍ଞାନିକ। ଗବେଷକଙ୍କ କହିବା ଅନୁସାରେ ରାମ ସେତୁ ପଥର ଭିତରରୁ ପୋଲା ଅର୍ଥାତ ଫମ୍ପା। ଏହା ଭିତରେ ଅନେକ ଛୋଟ ଛିଦ୍ର ରହିଛି। ଏଭଳି ଧରଣର ପଥର ଓଜନ କମ ହେବା କାରଣରୁ, ପାଣି ପକ୍ଷରୁ ଏହା ଉପରେ ପଡ଼ୁଥିବା ବଳ ଏହି ପଥରରୁ ବୁଡ଼ିବାକୁ ଦେଇନଥାଏ।