Shocking News: ସୀମା ଟପିଗଲା ଦୁର୍ନୀତି, ଉଦଘାଟନ ପୂର୍ବରୁ ଭୁଷୁଡି ପଡିଲା ପୋଲ
Advertisement

Shocking News: ସୀମା ଟପିଗଲା ଦୁର୍ନୀତି, ଉଦଘାଟନ ପୂର୍ବରୁ ଭୁଷୁଡି ପଡିଲା ପୋଲ

Bihar Bridge Collapse: ଭୁଷୁଡ଼ି ଯାଇଥିବା ଏହି ପୋଲର କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ଏହା ଏକ ଉଚ୍ଚସ୍ତରୀୟ ପୋଲ ଥିଲା। ଯାହାର ନିର୍ମାଣ ଗତ ୨୦୧୬ ବର୍ଷରୁ ଆରମ୍ଭ ହୋଇଥିଲା। ଗତ ୨୦୧୭ ଅଗଷ୍ଟ ସୁଦ୍ଧା ଏହାର ନିର୍ମାଣ ଶେଷ ହେବାର ଥିଲା। ହେଲେ ଏହି ପୋଲ ବର୍ତ୍ତମାନ ପର୍ଯ୍ୟନ୍ତ ଉଦଘାଟିତ ହୋଇ ପାରିନାହିଁ। ଉଦଘାଟନ ପୂର୍ବରୁ ଏହା ଭାଙ୍ଗି ଯାଇଥିଲା। ଏହି ସେତୁ ମୁଖ୍ୟମନ୍ତ୍ରୀ ନାବାର୍ଡ ଯୋଜନା ଅଧିନରେ ନିର୍ମିତ ହୋଇଥିଲା। ଯାହାର ବ୍ୟୟ ଅଟ୍ଟକଳ ହେଉଛି ୧୩.୪୩ କୋଟି ଟଙ୍କା। ଏହି ସେତୁ ଆହୋକ କୃତି ଟୋଲ ଏବଂ ବିଷ୍ଣୁପୁର ମଧ୍ୟରେ ନିର୍ମାଣ କରାଯାଇଥିଲା।

Shocking News: ସୀମା ଟପିଗଲା ଦୁର୍ନୀତି, ଉଦଘାଟନ ପୂର୍ବରୁ ଭୁଷୁଡି ପଡିଲା ପୋଲ

Bihar Bridge Collapse: ସରକାରୀ କାମରେ ହେଉଥିବା ଦୁର୍ନୀତି ସମ୍ପର୍କରେ ଆପଣ ଜାଣିଥିବେ। ବର୍ତ୍ତମାନ ବିହାରର ବେଗୁସରାୟ ଜିଲ୍ଲାରେ ଘଟିଥିବା ଘଟଣା ଏବେ ଦୁର୍ନୀତି ମାମଲାରେ ସମସ୍ତ ସୀମା ଅତିକ୍ରମ କରାଯାଇଛି। ରାଜ୍ୟରେ ବ୍ରିଜ୍ ଭୁଷୁଡ଼ିବା କିମ୍ବା ଚୋରି ହେବା ମାମଲା ସାଧାରଣ ଘଟଣାରେ ପରିଣତ ହୋଇସାରିଛି। ସଦ୍ୟ ରାଜ୍ୟର ବେଗୁସରାୟ ଜିଲ୍ଲାରେ ବୁଢି ଗଣ୍ଡକ ନଦୀ ଉପରେ ନିର୍ମିତ ଏକ ପୋଲ ଉଦଘାଟନ ପୂର୍ବରୁ ମଧ୍ୟ ଭୁଷୁଡି ପଡିଛି। ଭୁଷୁଡ଼ି ଯିବା ପରେ ଏହି ପୋଲ ନଦୀ ଜଳରେ ବୁଡ଼ିଯାଇଛି। ହେଲେ ଆଶ୍ୱସ୍ତିର କଥା ଏହା ଯେ ଏହି ଦୁର୍ଘଟଣାରେ କେହି ଆହତ କିମ୍ବା ନିହତ ହୋଇନାହାଁନ୍ତି। 

ରାଜ୍ୟର ବେଗୁସରାୟ ଜିଲ୍ଲାରେ ଏକ ପୋଲ ଉଦଘାଟନ ପୂର୍ବରୁ ମଧ୍ୟ ଭୁଷୁଡି ଯିବା ପରେ ବିହାର ସରକାରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାରର ନୀତି ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଏହି ପୋଲ ଭୁଷୁଡ଼ିବାର ୨ ଦିନ ପୂର୍ବରୁ ଏହା ଉପରେ ଥିବା ଲୋକଙ୍କ ଚଳ ପ୍ରଚଳକୁ ବନ୍ଦ କରି ଦିଆଯାଇଥିଲା। ଏହି ପୋଲରେ ଏକ ଖାଲ ଦେଖିବାକୁ ମିଳିଥିଲା। ଯାହା ପରେ ପୋଲରେ ଲୋକଙ୍କ ଚଳ ପ୍ରଚଳ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବେଗୁସରାୟ ଜିଲ୍ଲାପାଳ କହିଛନ୍ତି ଯେ ବ୍ୟବହାର ପାଇଁ ଏହି ପୋଲକୁ ସାମୟିକ ଭାବେ ବନ୍ଦ କରାଯାଇଥିଲା। ପୋଲ ଭୁଷୁଡ଼ି ଯିବା ପଛରେ କେଉଁ କାରଣ ରହିଛି ତାହାର ଅନୁସନ୍ଧାନ କରାଯାଉଛି।

Also Read: Shocking News: ଲୁହା ନିର୍ମିତ ପୋଲ ଉଠାଇନେଲେ ଚୋର

ଭୁଷୁଡ଼ି ଯାଇଥିବା ଏହି ପୋଲର କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ଏହା ଏକ ଉଚ୍ଚସ୍ତରୀୟ ପୋଲ ଥିଲା। ଯାହାର ନିର୍ମାଣ ଗତ ୨୦୧୬ ବର୍ଷରୁ ଆରମ୍ଭ ହୋଇଥିଲା। ଗତ ୨୦୧୭ ଅଗଷ୍ଟ ସୁଦ୍ଧା ଏହାର ନିର୍ମାଣ ଶେଷ ହେବାର ଥିଲା। ହେଲେ ଏହି ପୋଲ ବର୍ତ୍ତମାନ ପର୍ଯ୍ୟନ୍ତ ଉଦଘାଟିତ ହୋଇ ପାରିନାହିଁ। ଉଦଘାଟନ ପୂର୍ବରୁ ଏହା ଭାଙ୍ଗି ଯାଇଥିଲା। ଏହି ସେତୁ ମୁଖ୍ୟମନ୍ତ୍ରୀ ନାବାର୍ଡ ଯୋଜନା ଅଧିନରେ ନିର୍ମିତ ହୋଇଥିଲା। ଯାହାର ବ୍ୟୟ ଅଟ୍ଟକଳ ହେଉଛି ୧୩.୪୩ କୋଟି ଟଙ୍କା। ଏହି ସେତୁ ଆହୋକ କୃତି ଟୋଲ ଏବଂ ବିଷ୍ଣୁପୁର ମଧ୍ୟରେ ନିର୍ମାଣ କରାଯାଇଥିଲା।

ଏହି ପୋଲ ଆଡକୁ ଯାଉଥିବା ଯାଉଥିବା ରାସ୍ତାର ନିର୍ମାଣ ହୋଇ ପାରିନଥିଲା। ଏହା ପରେ ଲୋକେ ଏହାକୁ କୌଣସି ପ୍ରକାରେ ବ୍ୟବହାର କରୁଥିଲେ। ଏହି ପୋଲ ଦେଇ ଟ୍ରାକ୍ଟର ମଧ୍ୟ ଯାଉଥିଲା। ହେଲେ କିଛି ସମୟ ପରେ ପୋଲରେ ଫାଟ ଦେଖା ଯାଇଥିଲା। ଯାହା ପରେ ଏହା ଉପରେ ଚଳ ପ୍ରଚଳକୁ ନିଷେଧ କରାଯାଇଥିଲା। ହେଲେ ଏହି ପୋଲ ଉଦଘାଟନ ପୂର୍ବରୁ ମଧ୍ୟ ଭୁଷୁଡ଼ି ଯାଇ ନଦୀରେ ବୁଡ଼ି ଯାଇଥିଲା।

Also Read: Shocking News: ପୋଲ ପରେ ତାଡ଼ି ନେଇଗଲେ ପଞ୍ଚାୟତ ଭବନ ଇଟା

ପୋଲ ଭୁଷୁଡ଼ି ଯିବା ଘଟଣାରେ ଲୋକେ ଲୋକେ ପ୍ରଶ୍ନ ଉଠାଉଛନ୍ତି। ପୋଲ ନିର୍ମାଣ ସମୟରେ ନିୟମକୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ କରାଯାଇଛି। ଲୁଟ୍ କାରଣରୁ ଏହି ପୋଲ ଦୁର୍ନୀତିର ବଳି ଚଢି ଯାଇଥିବା କୁହାଯାଉଛି। ଏହି ପୋଲର  ଦୁଇରୁ ତିନି ନମ୍ବର ଖୁଣ୍ଟ ମଧ୍ୟରେ ରହିଥିବା ଅଂଶ ଭୁଷୁଡ଼ି ଯାଇ ଗଣ୍ଡକ ନଦୀରେ ବୁଡ଼ି ଯାଇଥିଲା। ଏହି ପୋଲ ନିର୍ମାଣ ଦାୟିତ୍ୱରେ ମାଆ ଭଗବତୀ କନଷ୍ଟ୍ରକସନ୍ କମ୍ପାନୀ ରହିଥିଲା।