୩ ବର୍ଷ ଚିକିତ୍ସା ପରେ ସରିତାରୁ ବନିଲେ ଶରଦ, ବର ସାଜି ଧୁମଧାମରେ ବିବାହ କଲେ
Advertisement

୩ ବର୍ଷ ଚିକିତ୍ସା ପରେ ସରିତାରୁ ବନିଲେ ଶରଦ, ବର ସାଜି ଧୁମଧାମରେ ବିବାହ କଲେ

Gender Change Marriage: ଶରଦ ସିଂ ଜଣେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି। ସେ ୨୦୨୦ ରେ ଲିଙ୍ଗ ପରିବର୍ତ୍ତନ ପାଇଁ ଚେଷ୍ଟା କରିଥିଲେ । ଲକ୍ଷ୍ନୌରେ ହରମୋନ୍ ଥେରାପି କରିଥିଲେ ।

୩ ବର୍ଷ ଚିକିତ୍ସା ପରେ ସରିତାରୁ ବନିଲେ ଶରଦ, ବର ସାଜି ଧୁମଧାମରେ ବିବାହ କଲେ

Gender Change Marriage: ଉତ୍ତରପ୍ରଦେଶ ଶାହାଜାହାନପୁରରେ ଅମର ନାୟକ ଠାକୁର ରୋଶନ ସିଂଙ୍କ ନାତୁଣୀ ସରିତା ସିଂ ଲିଙ୍ଗ ପରିବର୍ତ୍ତନ କରିବା ପରେ ବିବାହ କରିଥିଲେ। ଲିଙ୍ଗ ପରିବର୍ତ୍ତନ ପରେ, ଶରଦ ସିଂ ନାମରେ ପରିଚିତ ହୋଇଥିବା ସରିତା ବର୍ତ୍ତମାନ ବର ହୋଇସାରିଛନ୍ତି । ତାଙ୍କ ବିବାହ ୨୩ ନଭେମ୍ବରରେ ସାବିତାଙ୍କ ସହ ହୋଇଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶରଦ ସିଂ କହିଛନ୍ତି ଯେ, ତାଙ୍କର ସ୍ୱପ୍ନ ଆଜି ପୂରଣ ହୋଇଛି। ସବିତା ୧୮ ବର୍ଷ ପର୍ଯ୍ୟନ୍ତ ମୋର ସାଥୀରେ ଥିଲେ । ଆମେ ଦୁହେଁ ଦୁହିଁଙ୍କୁ ଖୁବ୍ ପସନ୍ଦ କରୁଥିଲୁ । ସେଥିପାଇଁ ଆମେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହିଁଥିଲୁ । ବର ମୁକୁଟ ପିନ୍ଧି ମୁଁ ଖୁବ୍ ଖୁସି ବୋଲି ଶରଦ କହିଛନ୍ତି । ବିବାହର ଆୟୋଜନ କରିଥିବା ସବିତା କହିଛନ୍ତି ଯେ, ଆଜି ମୁଁ କେତେ ଖୁସି ତାହା ପ୍ରକାଶ କରିବାକୁ ମୋପାଖେ ଶବ୍ଦର ଅଭାବ ।

ଖୁଦାଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ନୱାଡା ଗାଁରେ ଶରଦ ସିଂଙ୍କ ଘର । ସେ ଖେଡା ବ୍ଲକର କମ୍ପୋଜିଟ୍ ସ୍କୁଲ ସତୱା ଖୁର୍ଡରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି। ସେ ୨୦୨୦ ରେ ଲିଙ୍ଗ ପରିବର୍ତ୍ତନ ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ଲକ୍ଷ୍ନୌରେ ହରମୋନ୍ ଥେରାପି କରିଥିଲେ । ଏହି କାରଣରୁ, ତାଙ୍କ ମୁହଁରେ ଦାଢୀ ଉଠିଥିଲା । ଏଥିସହ ତାଙ୍କ ସ୍ୱର ମଧ୍ୟ ପୁରୁଷଙ୍କ ସ୍ୱର ପରି ପରିବର୍ତ୍ତନ ହୋଇଗଲା ।

ପିଲାଦିନରୁ ସବୁବେଳେ ପୁଅଙ୍କ ପରି ପୋଷାକ ପିନ୍ଧୁଥିବା ଶରଦଙ୍କୁ ଅନେକ ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । କିନ୍ତୁ ସେ କେବେ ହେଲେ ସାହସ ହରାଇ ନଥିଲେ। ପ୍ରାୟ ୩ ମାସ ପୂର୍ବେ ମଧ୍ୟପ୍ରଦେଶର ଇନ୍ଦୋରରେ ଅସ୍ତ୍ରୋପଚାର କରି ସେ ତାଙ୍କ ଲିଙ୍ଗ ପରିବର୍ତ୍ତନ କରିଥିଲେ । ଏହା ପରେ ଜିଲ୍ଲା ମାଜିଷ୍ଟ୍ରେଟ ଶରଦ ସିଂଙ୍କୁ ଲିଙ୍ଗ ପରିବର୍ତ୍ତନ ପ୍ରମାଣପତ୍ର ଏବଂ ପରିଚୟ ପତ୍ର ପ୍ରଦାନ କରିଥିଲେ। ବର ହୋଇଥିବା ଶରଦ ଏବଂ କନ୍ୟା  ସବିତା ଲିଙ୍ଗ ପରିବର୍ତ୍ତନ ହେବା ପରେ ବହୁତ ଖୁସି ଦେଖାଯାଉଥିଲେ । ପରିବାର ସଦସ୍ୟଙ୍କ ସହ ବନ୍ଧୁବାନ୍ଧବମାନେ ଡିଜେ ବଜାଇ ନୃତ୍ୟ କରିଥିଲେ । ପରିବାରର ବୟସ୍କ ବ୍ୟକ୍ତିମାନେ ବର ଓ କନ୍ୟାଙ୍କୁ ଆଶୀର୍ବାଦ ଦେଇଥିଲେ। ଏହି ଅନନ୍ୟ ବିବାହ କେବଳ ସ୍ଥାନୀୟ ଅଞ୍ଚଳ ନୁହେଁ ବରଂ ଆଖପାଖ ଜିଲ୍ଲାମାନଙ୍କରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି ।

Also Read- Kaun banega crorepati 15: ୧୨ବର୍ଷର ବାଳକ କୋଟିପତି, କେବିସି ୧୫ରେ ରଚିଲେ ଇତିହାସ, ଅମିତାଭ ବଚ୍ଚନ ବି ହେଲେ ମୟଙ୍କଙ୍କ ଫ୍ୟାନ

Also Read- Expensive gift: ଭଣଜା ବାହାଘରରେ ମାମୁଁଙ୍କ ଉପହାର, ୧.୩୧ କୋଟି ସହ ୭୫ ଲକ୍ଷର ପ୍ଲଟ୍ ଏବଂ କାର୍