ରାଜ୍ୟ ସରକାରଙ୍କ ପାଇଁ ବୋଝ ପାଲଟିବେ କି ଏହି ୭ କମ୍ପାନୀ
Advertisement
Article Detail0/zeeodisha/odisha1283813

ରାଜ୍ୟ ସରକାରଙ୍କ ପାଇଁ ବୋଝ ପାଲଟିବେ କି ଏହି ୭ କମ୍ପାନୀ

୨୦୧୯-୨୦ରେ ୭ଟି ସରକାରୀ କମ୍ପାନୀ ଓ ନିଗମ ମାନଙ୍କର କ୍ଷତି ହେଉଛି ୩୦୪.୫୨ କୋଟି ଟଙ୍କା।

ରାଜ୍ୟ ସରକାରଙ୍କ ପାଇଁ ବୋଝ ପାଲଟିବେ କି ଏହି ୭ କମ୍ପାନୀ

ଭୁବନେଶ୍ୱର: ଗୃହରେ ଉପସ୍ଥାପନ ହୋଇଛି ୨୦୨୦ ଆର୍ଥିକ ବର୍ଷର ସିଏଜି ରିପୋର୍ଟ (CAG Report) । ରିପୋର୍ଟ ଅନୁଯାୟୀ ୨୦୧୯-୨୦ରେ ୨୪ଟି ସରକାରୀ କମ୍ପାନୀ (Government Company) ଓ ନିଗମ ଲାଭ ହେଉଛି ୧୬୮୬.୦୮ କୋଟି ଟଙ୍କା । ପୂର୍ବ ବର୍ଷ ୧୮-୧୯ରେ ୨୨ଟି ସରକାରୀ କମ୍ପାନୀ ଓ ନିଗମରେ ୧୧୭୪.୩୦ କୋଟି ଟଙ୍କା ଥିଲା । ୧୮-୧୯ ତୁଳନାରେ ୧୯-୨୦ରେ ୧୨.୫୧ ପ୍ରତିଶତ ଅଧିକ ହୋଇଛି । 

ସେହିପରି ୨୦୧୯-୨୦ରେ ୭ଟି ସରକାରୀ କମ୍ପାନୀ ଓ ନିଗମ ମାନଙ୍କର କ୍ଷତି ହେଉଛି ୩୦୪.୫୨ କୋଟି ଟଙ୍କା। ୧୩ଟି ସରକାରଙ୍କ ନିୟନ୍ତ୍ରିତ କମ୍ପାନୀ ମାନଙ୍କ ମଧ୍ୟରୁ ୮ଟି କମ୍ପାନୀ ୪.୬୫ କୋଟି ଟଙ୍କା ଲାଭ କରିଥିଲେ । ଏବଂ ୩ଟି କମ୍ପାନୀ ୨୪.୪୧କୋଟି ଟଙ୍କାର କ୍ଷତି ସହିଥିଲେ । 

୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ୩୩ଟି ସରକାରୀ କମ୍ପାନୀ ଏବଂ ନିଗମ ମାନଙ୍କ ମଧ୍ୟରୁ ୧୧ଟି କମ୍ପାନୀ ୫୭୮୭.୩୪ କୋଟି ଟଙ୍କାର କ୍ଷତି ସହିଥିଲେ। ୬୩ଟି ସରକାରୀ କମ୍ପାନୀ ଓ ୩ଟି ନିଗମ ଏବଂ ୧୬ଟି ସରକାରୀ ନିୟନ୍ତ୍ରିତ ଅନ୍ୟ କମ୍ପାନୀ ସିଏଜି ସମୀକ୍ଷା କରିଥିଲେ ।

ଓଏମସି ବକ୍ସାଇଟ ଉତ୍ପାଦନ ର ଖର୍ଚ୍ଚ ଆକଳନ କମ  କରିଥିବାରୁ  ୬୧.୦୭ କୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି ସରକାର । ଓଡିଶା ନିର୍ମାଣ ନିଗମର ଚଞ୍ଚକତା କୁ ଧରିଛନ୍ତି ସିଏଜି । ସିମେଣ୍ଟ ର କାଳ୍ପନିକ ଯୋଗାଣ ବାବଦରେ ୨.୪୫ କୋଟି ଟଙ୍କା ପରିଶୋଧ କରି ଠିକା ଦାର ଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ।