'karachi to Noida' ଫିଲ୍ମରେ ନଜର ଆସିବେ ସୀମା ହାଇଦର ! ସରିଲା ଅଡିସନ
Advertisement
Article Detail0/zeeodisha/odisha2028228

'karachi to Noida' ଫିଲ୍ମରେ ନଜର ଆସିବେ ସୀମା ହାଇଦର ! ସରିଲା ଅଡିସନ

Seema Haider Audition: ସୀମା ହାଇଦର ନିଜ କାହାଣୀକୁ ନେଇ ପ୍ରସ୍ତୁତ ହେଉଥିବା ସିନେମାରେ ଅଭିନୟ କରିବାକୁ ଏକ ଅଡିସନ ଦେଇଛନ୍ତି । ଚଳଚ୍ଚିତ୍ରର ନାମ "କରାଚି ଟୁ ନୋଏଡା" ରଖାଯାଇଛି ।

'karachi to Noida' ଫିଲ୍ମରେ ନଜର ଆସିବେ ସୀମା ହାଇଦର ! ସରିଲା ଅଡିସନ

Seema Haider Audition: ଚଳିତ ବର୍ଷର ଅନ୍ୟତମ ଚର୍ଚ୍ଚିତ ଖବର ଥିଲା ପାକିସ୍ତାନୀ ମହିଳା ସୀମା ହାଇଦର ଭାରତରେ ପହଞ୍ଚି ନିଜ ପ୍ରେମିକଙ୍କ ସହିତ ଭେଟ ହେବା । ଏହି ଘଟଣା କେବଳ ଦେଶ ନୁହେଁ ବରଂ ସମଗ୍ର ବିଶ୍ୱରେ ବେସ୍ କିଛି ଦିନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା । ସୀମା ନିଜ ୪ ପିଲାଙ୍କ ସହିତ ପାକିସ୍ତାନରୁ ଭାରତ ଆସିଥିଲେ ନିଜ ପ୍ରେମ ପାଇଁ । ପ୍ରେମିକ ସଚୀନ ମୀନାଙ୍କୁ ବିବାହ କରିବା ପାଇଁ ସୀମା ନିଜର ପ୍ରଥମ ସ୍ୱାମୀଙ୍କୁ ଛାଡି ନୋଏଡାରେ ପହଞ୍ଚି ସଚୀନଙ୍କ ସହିତ ରହିଥିଲେ । ତେବେ ବର୍ତ୍ତମାନ ଏକ ଖବର ଆସିଛି ଯାହା ଏହି ଚର୍ଚ୍ଚାକୁ ପୁଣିଥରେ ବଢାଇବାରେ ଲାଗିଛି । କାରଣ ସୀମା ଓ ସଚୀନଙ୍କ ପ୍ରେମ କାହାଣୀକୁ ନେଇ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଏକ ନୂଆ ସିନେମା ।

ସୂଚନା ମୁତାବକ, ନିର୍ମାଣ ହେବାକୁ ଥିବା ନୂଆ ସିନେମାର ନାଁ ରହିଛି 'କରାଚି ଟୁ ନୋଏଡା' ('karachi to Noida') । ସିନେମାରେ ଅଭିନୟ କରିବା ପାଇଁ ସୀମା ହାଇଦର ଅଡିସନ ଦେଇଥିବା ସୂଚନା ମିଳିଛି । ପବଜୀ ଖେଳରୁ ବନ୍ଧୁତା ଏବଂ ପରେ ବନ୍ଧୁତାରୁ ପ୍ରେମ (Love) ସହିତ ପାକିସ୍ତାନରୁ ନେପାଳ ରାସ୍ତାରେ ଭାରତକୁ ପ୍ରବେଶ କରି ଗ୍ରେଟର ନୋଏଡାରେ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ତଥ୍ୟ ସିନେମାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଜଣାପଡିଛି । 

ଖବର ଅନୁଯାୟୀ, ବିଭିନ୍ନ ସ୍ଥାନରେ 'କରାଚି ଟୁ ନୋଏଡା' ଫିଲ୍ମ ପାଇଁ ଅଡିସନ ଆୟୋଜନ କରାଯାଉଛି। ଏହି ଚଳଚ୍ଚିତ୍ରର ମୁଖ୍ୟ କାହାଣୀ ସୀମା ହାଇଦାର ଏବଂ ସଚିନ୍ ମୀନାଙ୍କୁ ନେଇ ରହିଛି । ଏହି ଚଳଚ୍ଚିତ୍ରଟି ଜାନି ଫାୟାରଫକ୍ସ ପ୍ରଡକ୍ସନ୍ ହାଉସର ବ୍ୟାନରରେ ନିର୍ମିତ ହେଉଛି । ପ୍ରଡକ୍ସନ୍ ହାଉସ୍ ପକ୍ଷରୁ ସୋସିଆଲ ମିଡିଆରେ ଅଡିସନ ସମୟର ଏକ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ଚଳଚ୍ଚିତ୍ର ନିର୍ମାତା ଅମିତ ଜାନୀଙ୍କ ଦ୍ୱାରା ନିର୍ମିତ ଆଗାମୀ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକା ପାଇଁ ଅଭିନେତାମାନଙ୍କୁ ଅଡିସନ ମାଧ୍ୟମରେ ଚୟନ କରାଯାଉଛି । ଚଳଚ୍ଚିତ୍ର ନିର୍ମାତା ଅମିତ ଜାନି ନିକଟରେ ସୀମା ହାଇଦାରଙ୍କ ନିକଟରେ ପହଞ୍ଚି ସିନେମା ସମ୍ପର୍କରେ ଆଲୋଚନା କରିଥିଲେ । ସୀମା ସଚିନଙ୍କ ଅନନ୍ୟ ପ୍ରେମ କାହାଣୀରେ ସୀମା ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିବେ ।

Also Read- Christmas Day: ଖ୍ରୀଷ୍ଟମାସର ଏହି ଖାସ୍ ଫଟୋ ଦେଖି ଆନନ୍ଦ ମହିନ୍ଦ୍ରା କହିଲେ ଏମିତି...

Also Read- ତାଳରେ ତାଳ ମିଶାଇ ଏକାଠି ନାଚିଲେ ୩୭ ହଜାର ମହିଳା, ସୃଷ୍ଟିହେଲା ନୂଆ ରେକର୍ଡ